Skip to content
The Believer's Library

Biblica® Open Odia Contemporary Bible

Mark 8 OOCB

Show OOCB only
Verse × ×
1 In those days, again a large crowd gathered with nothing to eat. Jesus called his disciples and said, ସେହି ସମୟରେ ଆଉ ଥରେ ବହୁଲୋକଙ୍କର ସମାଗମ ହେଲା। ସେମାନଙ୍କ ନିକଟରେ କୌଣସି ଖାଦ୍ୟ ନ ଥିବାରୁ ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଡାକି କହିଲେ,
2 "I feel compassion for the crowd—they've been with me three days now and have nothing to eat. “ଏହି ଲୋକମାନଙ୍କ ପ୍ରତି ମୋର ଦୟା ହେଉଛି। ଏମାନେ ତିନିଦିନ ହେଲା ମୋ ସହିତ ରହିଲେଣି ଓ ଏମାନଙ୍କ ପାଖେ ଆଉ କିଛି ଖାଦ୍ୟ ନାହିଁ।
3 If I send them home hungry, they'll collapse on the way—some have come from far off." ମୁଁ ଯଦି ଏମାନଙ୍କୁ ଅନାହାରରେ ଘରକୁ ପଠାଇ ଦିଏ, ତେବେ ବାଟରେ ଏମାନେ ମୂର୍ଚ୍ଛା ଯିବେ, କାରଣ ଏମାନଙ୍କ ମଧ୍ୟରୁ ଅନେକେ ବହୁତ ଦୂରରୁ ଆସିଛନ୍ତି।”
4 And his disciples answered him, "How can anyone feed these people with bread here in the wilderness?" ତାଙ୍କର ଶିଷ୍ୟମାନେ ଉତ୍ତର ଦେଲେ, “ଏ ନିର୍ଜ୍ଜନ ଅଞ୍ଚଳରେ କିଏ ଏମାନଙ୍କର ଭୋଜନ ପାଇଁ ଯଥେଷ୍ଟ ରୋଟୀ ପାଇପାରିବ?”
5 And he asked them, "How many loaves do you have?" They said, "Seven." ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି?” ସେମାନେ ଉତ୍ତର ଦେଲେ, “ସାତୋଟି।”
6 He told the crowd to sit on the ground, took the seven loaves, gave thanks, broke them, and gave them to his disciples to serve to the people; and they served the crowd. ସେ ଲୋକମାନଙ୍କୁ ପଡ଼ିଆରେ ବସିବାକୁ କହିଲେ ସେ ସେହି ସାତୋଟି ରୋଟୀ ନେଇ ଧନ୍ୟବାଦ ଦେଲେ ଓ ଲୋକମାନଙ୍କୁ ପରିବେଷଣ କରିବା ପାଇଁ ରୋଟୀଗୁଡ଼ିକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ସେମାନେ ତାହା କଲେ
7 They also had a few small fish; after blessing them, he told the disciples to serve these to the people. ସେମାନଙ୍କ ପାଖରେ କେତୋଟି ଛୋଟ ଛୋଟ ମାଛ ମଧ୍ୟ ଥିଲା। ଯୀଶୁ ଏଗୁଡ଼ିକ ପାଇଁ ମଧ୍ୟ ଧନ୍ୟବାଦ ଦେଇ ତାହା ବାଣ୍ଟି ଦେବା ପାଇଁ ଶିଷ୍ୟମାନଙ୍କୁ କହିଲେ
8 And they ate and were satisfied. And they took up seven baskets of the leftover pieces. ଲୋକମାନେ ଖାଇ ତୃପ୍ତ ହେଲାପରେ ଶିଷ୍ୟମାନେ ବଳିଥିବା ରୋଟୀ ଟୁକୁଡା ଗୋଟାଇବାରୁ ସାତୋଟି ଟୋକେଇ ପୂର୍ଣ୍ଣ ହୋଇଗଲା!
9-10 About 4,000 people were there. And he sent them away. ସେଠାରେ ପ୍ରାୟ ଚାରିହଜାର ପୁରୁଷ ଥିଲେ ଯୀଶୁ ସେମାନଙ୍କୁ ବିଦାୟ ଦେବା ପରେ ସଙ୍ଗେସଙ୍ଗେ ଶିଷ୍ୟମାନଙ୍କ ସହିତ ଏକ ନୌକାରେ ବସି ଡାଲମନୁଥା ଅଞ୍ଚଳକୁ ଗଲେ।
10 Then immediately he got into the boat with his disciples and went to the district of Dalmanutha. Not in this edition
11 The Pharisees came and began debating with him, testing him by demanding a sign from heaven. ପରେ କେତେକ ଫାରୂଶୀ ଆସି ତାହାଙ୍କ ସହିତ ଯୁକ୍ତିତର୍କ କରିବାକୁ ଲାଗିଲେ ସେମାନେ ଯୀଶୁଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଆକାଶରୁ ଏକ ଚିହ୍ନ ଦେଖାଇବାକୁ କହିଲେ
12 Sighing deeply in his spirit, he said, "Why does this generation demand a sign? Truly I tell you, no sign will be given to this generation." ସେ ଗଭୀର ଦୀର୍ଘଶ୍ୱାସ ପକାଇ କହିଲେ, “ଏହି ପୀଢ଼ିର ଲୋକମାନେ କାହିଁକି ଅଲୌକିକ ଚିହ୍ନ ଲୋଡ଼ୁଛନ୍ତି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏମାନଙ୍କୁ କୌଣସି ଚିହ୍ନ ଦିଆଯିବ ନାହିଁ।”
13 And he left them, got back into the boat, and went to the other side. ଏହାପରେ ସେ ସେମାନଙ୍କୁ ଛାଡ଼ି ନୌକାରେ ବସିଲେ ଓ ଆରପାରିକି ଚାଲିଗଲେ।
14 They'd forgotten to bring bread—only one loaf was with them in the boat. ଶିଷ୍ୟମାନେ ସଙ୍ଗରେ ରୋଟୀ ନେବାକୁ ଭୁଲି ଯାଇଥିଲେ ଏବଂ ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ରୋଟୀ ଥିଲା।
15 And he warned them, "Watch out—beware of the yeast of the Pharisees and the yeast of Herod." ଯୀଶୁ ସେମାନଙ୍କୁ ଚେତାଇ ଦେଇ କହିଲେ, “ସାବଧାନ, ଫାରୂଶୀମାନଙ୍କର ଓ ହେରୋଦର ଖମିର ପ୍ରତି ସତର୍କ ଥାଅ।”
16 And they began discussing with one another that they had no bread. ଶିଷ୍ୟମାନେ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, “ଆମ ପାଖରେ ରୋଟୀ ନ ଥିବାରୁ ସେ ଏହା କହୁଛନ୍ତି।”
17 Knowing this, Jesus asked, "Why discuss having no bread? Do you still not see or grasp? Are your hearts hardened? ସେମାନେ କେଉଁ ବିଷୟରେ ଆଲୋଚନା କରୁଛନ୍ତି, ତାହା ଜାଣିପାରି ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ଆଲୋଚନା କାହିଁକି କରୁଛ? ତୁମ୍ଭେମାନେ କଣ ଏ ଯାଏ ଦେଖୁ ନାହଁ କି ବୁଝୁନାହଁ? ତୁମ୍ଭମାନଙ୍କ ହୃଦୟ କଣ କଠିନ ହୋଇଯାଇଛି?
18 Having eyes, do you not see? Having ears, do you not hear? And do you not remember? ଆଖି ଥାଉଁ ଥାଉଁ କଣ ଦେଖିପାରୁ ନାହଁ? କାନ ଥାଉଁ ଥାଉଁ କଣ ଶୁଣି ପାରୁ ନାହଁ? ତୁମ୍ଭମାନଙ୍କର କଣ କିଛି ମନେ ପଡ଼ୁନାହିଁ?
19 When I broke the five loaves for the 5,000, how many baskets full of fragments did you collect?" They said, "Twelve." ମୁଁ ଯେତେବେଳେ ପାଞ୍ଚହଜାର ଲୋକଙ୍କ ପାଇଁ ପାଞ୍ଚୋଟି ରୋଟୀ ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ କେତେ ଟୋକେଇ ଭଙ୍ଗା ଗୋଟାଇ ଥିଲ?” ସେମାନେ ଉତ୍ତର ଦେଲେ, “ବାର ଟୋକେଇ।”
20 "And when I broke the seven for the 4,000, how many basketfuls of broken pieces did you gather?" They said, "Seven." ସେ ପଚାରିଲେ, “ମୁଁ ଯେତେବେଳେ ଚାରିହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ ଭାଙ୍ଗିଥିଲି, ତୁମ୍ଭେମାନେ କେତେ ଟୋକେଇ ଭଙ୍ଗା ଖଣ୍ଡ ଗୋଟାଇ ଥିଲ?” ସେମାନେ ଉତ୍ତର ଦେଲେ, “ସାତ ଟୋକାଇ।”
21 And he said to them, "Do you still not understand?" ଯୀଶୁ ସେମାନଙ୍କୁ କହିଲେ, “ତଥାପି ତୁମ୍ଭେମାନେ ବୁଝିପାରୁ ନାହଁ?”
22 They came to Bethsaida, where people brought him a blind man and begged Jesus to touch the man. ସେମାନେ ବେଥ୍‌ସାଇଦାକୁ ଆସିଲେ ଏବଂ କେତେକ ଲୋକ ଜଣେ ଅନ୍ଧକୁ ଆଣି ତାକୁ ସ୍ପର୍ଶ କରିବାକୁ ଗୁହାରି କଲେ
23 He took the blind man's hand, led him out of the village, spit on his eyes, laid hands on him, and asked, "Do you see anything?" ଯୀଶୁ ସେହି ଅନ୍ଧର ହାତ ଧରି ତାକୁ ଗ୍ରାମ ବାହାରକୁ ନେଇଗଲେ ସେ ତାହାର ଆଖିରେ ଛେପ ଲଗାଇ ତା ଉପରେ ନିଜ ହାତ ରଖି ପଚାରିଲେ, “କିଛି ଦେଖିପାରୁଛ?”
24 He looked up and said, "I see people, but they look like trees, walking." ଲୋକଟି ଉପରକୁ ଚାହିଁ କହିଲା, “ମୁଁ ମନୁଷ୍ୟମାନଙ୍କୁ ଦେଖିପାରୁଛି, ସେମାନେ ଗଛଗୁଡ଼ାକ ଏଣେତେଣେ ଚାଲିଲା ଭଳି ଦେଖା ଯାଉଛନ୍ତି।”
25 Then Jesus put his hands on the man's eyes again; he looked intently, was restored, and saw everything distinctly. ତତ୍ପରେ ଯୀଶୁ ସେହି ଲୋକର ଆଖି ଉପରେ ପୁନର୍ବାର ଦୁଇ ହାତ ରଖିଲେ ତା ପରେ ଲୋକଟିର ଆଖି ଖୋଲିଗଲା ଓ ଦୃଷ୍ଟିଶକ୍ତି ଫେରି ଆସିଲା ଏବଂ ସେ ସବୁକିଛି ସ୍ପଷ୍ଟଭାବେ ଦେଖିପାରିଲା।
26 And he sent him home, saying, "Do not even go into the village." ଯୀଶୁ ତାକୁ ଘରକୁ ବିଦାୟ ଦେଇ କହିଲେ, “ତୁମେ ଗାଁକୁ ଯାଅ ନାହିଁ, କି ଗାଁରେ ଏ କଥା କାହାକୁ କୁହ ନାହିଁ।”
27 Jesus and his disciples went to the villages of Caesarea Philippi. On the way he asked them, "Who do people say I am?" ଯୀଶୁ ଓ ତାଙ୍କ ଶିଷ୍ୟମାନେ କାଇସରିଆ ଫିଲିପି ଅଞ୍ଚଳର ଗ୍ରାମଗୁଡ଼ିକୁ ଗଲେ ବାଟରେ ଗଲାବେଳେ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ, ଏ ବିଷୟରେ ଲୋକେ କଅଣ କହନ୍ତି?”
28 They told him, "John the Baptist; and others say Elijah; and others, one of the prophets." ସେମାନେ ଉତ୍ତର ଦେଲେ, “କେହି କେହି ଡୁବକ ଯୋହନ, ଅନ୍ୟ କେହି କେହି ଏଲିୟ, ଆଉ କେହି କେହି ଭାବବାଦୀମାନଙ୍କ ମଧ୍ୟରୁ ଜଣେ ବୋଲି କହନ୍ତି।”
29 Then he asked them, "But who do you say I am?" Peter answered, "You are the Christ." ସେ ପଚାରିଲେ, “ମୁଁ କିଏ, ଏ ବିଷୟରେ ତୁମେମାନେ କଣ କହୁଛ?” ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30 And he strictly warned them not to speak about him. ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ କିଛି ନ କହିବା ପାଇଁ ଯୀଶୁ ସେମାନଙ୍କୁ ଦୃଢ଼ ଆଦେଶ ଦେଲେ।
31 He began teaching them the Son of Man must suffer much, be rejected by the elders, chief priests, and scribes, be killed, and rise after three days. ଏହାପରେ ସେ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅନେକ ଦୁଃଖଭୋଗ କରିବାକୁ ହେବ, ପୁଣି କୁଳବୃଦ୍ଧ, ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିବେ ଏବଂ ସେ ନିହତ ହେବେ ଓ ତିନିଦିନ ପରେ ପୁନରୁତ୍ଥିତ ହେବେ।
32 He said this plainly. And Peter took him aside and began to rebuke him. ଏ କଥା ସେ ସ୍ପଷ୍ଟ ଭାବରେ କହିଲେ ତହୁଁ ପିତର ତାଙ୍କୁ ଅଲଗା ଡାକି ନେଇ ଅନୁଯୋଗ କରିବାକୁ ଲାଗିଲେ।
33 But turning, he looked at his disciples and rebuked Peter: "Get behind me, Satan! For you are not setting your mind on the things of our Father, but on the things of man." କିନ୍ତୁ ଯୀଶୁ ବୁଲିପଡ଼ି ଶିଷ୍ୟମାନଙ୍କୁ ଅନାଇଲେ ଓ ତତ୍ପରେ ପିତରଙ୍କୁ ଭତ୍ସନା କରି କହିଲେ, “ମୋ ପାଖରୁ ଦୂର ହୁଅ, ଶୟତାନ! ତୁମର ଚିନ୍ତାଧାରା ଈଶ୍ୱରଙ୍କର ନୁହେଁ, ମାତ୍ର ମନୁଷ୍ୟର।”
34 He called the crowd and his disciples and said to them, "Whoever wants to come after me must deny himself, take up his cross, and follow me. ତତ୍ପରେ ସେ ଶିଷ୍ୟମାନଙ୍କ ସହିତ ଲୋକସମୂହଙ୍କୁ ଡାକି କହିଲେ, “କେହି ଯେବେ ମୋର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆତ୍ମତ୍ୟାଗ କରୁ ଓ ଆପଣାର କୃଶ ବହନ କରି ମୋର ଅନୁଗମନ କରୁ।
35 Whoever wants to save his life will lose it; whoever loses his life for my sake and the good news will save it. କାରଣ ଯେକେହି ନିଜର ଜୀବନକୁ ଧରି ରଖିବାକୁ ଚାହେଁ, ସେ ଅନନ୍ତଜୀବନ ହରାଇବ କିନ୍ତୁ ଯେକେହି ମୋ ସକାଶେ ଓ ସୁସମାଚାର ସକାଶେ ନିଜର ଜୀବନ ହରାଇ ଦେବ, ସେ ଜୀବନକୁ ରକ୍ଷା କରିବ।
36 What good does it do a person to gain the whole world and forfeit his soul? ମନୁଷ୍ୟ ଯଦି ସମଗ୍ର ଜଗତ ଲାଭକରି ନିଜର ଅନ୍ତରାତ୍ମାକୁ ହରାଏ, ତେବେ ସେଥିରେ କି ଲାଭ?
37 For what can a person give in exchange for his soul? କିମ୍ବା, ନିଜ ଅନ୍ତରାତ୍ମା ବଦଳରେ ମନୁଷ୍ୟ କଅଣ ଦେଇପାରେ?
38 For whoever is ashamed of me and my words in this adulterous, sinful generation—the Son of Man will be ashamed of them too when he comes in his Father's glory with the holy angels." ଏହି ଯୁଗର ଭ୍ରଷ୍ଟ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ କେହି ଯେବେ ମୋ ସକାଶେ ଓ ମୋର ବାକ୍ୟ ସକାଶେ ଲଜ୍ଜାବୋଧ କରେ, ତେବେ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତଗଣ ସହିତ ଆପଣା ପିତାଙ୍କ ମହିମାରେ ଆସିବେ, ସେତେବେଳେ ସେ ମଧ୍ୟ ତା ପାଇଁ ଲଜ୍ଜାବୋଧ କରିବେ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]