Skip to content
The Believer's Library

Biblica® Open Odia Contemporary Bible

Mark 9 OOCB

Show OOCB only
Verse × ×
1 He said to them, "Truly I tell you: some standing here will not taste death before they see the kingdom of our Father come with power." ସେ ପୁନର୍ବାର ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ ମଧ୍ୟରୁ ଏଠାରେ ଠିଆ ହୋଇଥିବା କେତେଜଣ ଈଶ୍ୱରଙ୍କ ରାଜ୍ୟ ପରାକ୍ରମରେ ଆସିବାର ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁଭୋଗ କରିବେ ନାହିଁ।”
2 Six days later Jesus took Peter, James, and John, and led them up a high mountain alone, and he was transfigured before them. ଛଅଦିନ ପରେ ଯୀଶୁ ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ଏକ ଉଚ୍ଚ ପର୍ବତ ଉପରକୁ ଗଲେ ସେଠାରେ ସେମାନଙ୍କ ଛଡ଼ା ଆଉ କେହି ନ ଥିଲେ ସେହିଠାରେ ସେମାନଙ୍କ ସାକ୍ଷାତରେ ସେ ରୂପାନ୍ତରିତ ହେଲେ
3 His clothes became radiant, dazzling white—whiter than anyone on earth could bleach them. ତାହାଙ୍କର ପୋଷାକ ଏପରି ଉଜ୍ଜ୍ୱଳ ଶୁଭ୍ରବର୍ଣ୍ଣ ହେଲା ଯେ, ଜଗତରେ କେହି କେବେ ସେପରି ଶୁଭ୍ରତା ଆଣିପାରିବ ନାହିଁ।
4 And Elijah appeared to them along with Moses, and they were talking with Jesus. ପୁଣି, ସେମାନଙ୍କ ସମ୍ମୁଖରେ ଏଲିୟ ଓ ମୋଶା ଆବିର୍ଭୂତ ହୋଇ ଯୀଶୁଙ୍କ ସହିତ କଥାବାର୍ତ୍ତା କଲେ।
5 Peter said to Jesus, "Rabbi, it's good that we're here. Let's make three shelters—one for you, one for Moses, and one for Elijah." ପିତର ଯୀଶୁଙ୍କୁ କହିଲେ, “ରାବୀ ଆମେ ଯେ ଏଠାରେ ଅଛୁ, ଏହା ଆମ ପାଇଁ ଭଲ ହେଲା। ଆମେ ଏଠାରେ ତିନୋଟି କୁଡ଼ିଆ ତିଆରି କରିଦେବା-ଗୋଟିଏ ଆପଣଙ୍କ ପାଇଁ, ଗୋଟିଏ ମୋଶାଙ୍କ ପାଇଁ ଓ ଗୋଟିଏ ଏଲିୟଙ୍କ ପାଇଁ।”
6 He did not know what to say, for they were terrified. ସେମାନେ ଏତେ ଭୀତ ହୋଇ ପଡ଼ିଥିଲେ ଯେ, କଣ କହିବାକୁ ହେବ, ତାହା ପିତର ଜାଣିପାରି ନ ଥିଲେ!
7 A cloud appeared and overshadowed them, and a voice came from the cloud: "This is my beloved Son. Listen to him!" ସେତେବେଳେ ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛନ୍ନ କଲା ଏବଂ ମେଘ ମଧ୍ୟରୁ ଏକ ବାଣୀ ହେଲା, “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାରେ ମନୋଯୋଗ କର।”
8 Suddenly, when they looked around, they no longer saw anyone with them except Jesus. ହଠାତ୍ ସେମାନେ ଚାରିଆଡ଼କୁ ଚାହିଁବାରୁ ଯୀଶୁଙ୍କ ବ୍ୟତୀତ ସେଠାରେ ସେମାନଙ୍କ ସହିତ ଆଉ କେହି ନ ଥିବାର ଦେଖିଲେ।
9 Coming down the mountain, he ordered them to tell no one what they'd seen until the Son of Man rose from the dead. ସେମାନେ ପର୍ବତ ଉପରୁ ଓହ୍ଲାଇବା ସମୟରେ ଯୀଶୁ ସେମାନଙ୍କୁ ଆଦେଶ ଦେଇ କହିଲେ ଯେ, ମନୁଷ୍ୟପୁତ୍ର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ ସେମାନେ ଯେପରି ଦେଖିଥିବା ବିଷୟ କାହାକୁ ନ କୁହନ୍ତି।
10 So they kept the matter to themselves, questioning what rising from the dead could mean. ଅତଏବ ସେମାନେ ସେହି କଥା ନିଜ ମଧ୍ୟରେ ଗୋପନ ରଖିଲେ, କିନ୍ତୁ “ମୃତ୍ୟୁରୁ ପୁନରୁତ୍ଥାନ ହେବା” ହେବା ଅର୍ଥ କଅଣ, ଏ ବିଷୟରେ ଆଲୋଚନା କରିବାକୁ ଲାଗିଲେ।
11 And they asked him, "Why do the scribes say that Elijah must come first?" ସେମାନେ ତାଙ୍କୁ ପଚାରିଲେ, “ତେବେ ଏଲିୟ ପ୍ରଥମେ ଆସିବେ ବୋଲି ଶାସ୍ତ୍ରଜ୍ଞମାନେ କାହିଁକି କହନ୍ତି?”
12 He said, "Elijah does come first and restores everything. Then why is it written the Son of Man must suffer much and be treated with contempt? ଯୀଶୁ ଉତ୍ତର ଦେଇ କହିଲେ, “ଏ କଥା ସତ ଯେ, ଏଲିୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବେ। ତେବେ, ମନୁଷ୍ୟପୁତ୍ର ବହୁ ଦୁଃଖ ଭୋଗି ଉପେକ୍ଷିତ ହେବେ ବୋଲି କାହିଁକି ଲେଖାଅଛି?
13 But I tell you, Elijah has come, and they did to him whatever they pleased, as it is written about him." କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଛି, ଏଲିୟ ଆସିଗଲେଣି ଓ ତାଙ୍କ ସମ୍ବନ୍ଧରେ ଯେପରି ଲେଖାଅଛି, ସେହି ଅନୁଯାୟୀ ଲୋକେ ତାଙ୍କ ପ୍ରତି ଯାହା ଇଚ୍ଛା ତାହା କଲେ।”
14 Coming to the other disciples, they saw a large crowd around the disciples, and scribes arguing with them. ସେମାନେ ଅନ୍ୟ ଶିଷ୍ୟମାନଙ୍କ ନିକଟକୁ ଫେରିଆସି ଦେଖିଲେ ଯେ, ଶାସ୍ତ୍ରଜ୍ଞମାନେ ସେମାନଙ୍କ ସହିତ ତର୍କବିତର୍କ କରୁଛନ୍ତି ଓ ବହୁଲୋକ ସେମାନଙ୍କୁ ଘେରି ରହିଛନ୍ତି।
15 As soon as the whole crowd saw Jesus, they were astonished and ran to greet him. ଲୋକେ ଯୀଶୁଙ୍କୁ ଦେଖିବାମାତ୍ରେ ବିସ୍ମୟରେ ଅଭିଭୂତ ହେଲେ ଓ ତାଙ୍କୁ ସ୍ୱାଗତ ଜଣାଇବାକୁ ଦୌଡ଼ିଲେ।
16 He asked them, "What are you arguing about with the scribes?" ସେ ପଚାରିଲେ, “ସେମାନଙ୍କ ସଙ୍ଗରେ ତୁମ୍ଭେମାନେ କେଉଁ ବିଷୟରେ ଏତେ ଯୁକ୍ତିତର୍କ କରୁଛ?”
17 Someone in the crowd answered him, "Teacher, I brought my son to you; he has a spirit that won't let him speak. ଲୋକମାନଙ୍କ ମଧ୍ୟରୁ ଜଣେ କହିଲା, “ଗୁରୁ, ମୁଁ ମୋର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି। ତାକୁ ଭୂତ ଧରିଥିବାରୁ ସେ ବାକ୍‌ଶକ୍ତି ହରାଇଛି।
18 Whenever it seizes him, it throws him down. He foams at the mouth, grinds his teeth, and stiffens. I asked your disciples to drive it out, but they couldn't." ଯେତେବେଳେ ଭୂତ ତାକୁ ଅଧିକାର କରେ, ସେ ତାକୁ ତଳେ ପକାଇ ଦିଏ। ସେ ପାଟିରୁ ଫେଣ ବାହାର କରେ, ଦାନ୍ତ ରଗଡ଼େ ଓ କାଠ ପରି ହୋଇଯାଏ। ତା ଠାରୁ ଭୂତ ଛଡ଼ାଇବାକୁ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ ଅନୁରୋଧ କଲି, କିନ୍ତୁ ସେମାନେ ପାରିଲେ ନାହିଁ।”
19 He replied, "You unbelieving generation, how long must I stay with you? How long must I endure you? Bring him to me." ଯୀଶୁ କହିଲେ, “ହେ ଅବିଶ୍ୱାସୀ ବଂଶ, ଆଉ କେତେ କାଳ ମୁଁ ତୁମ୍ଭମାନଙ୍କ ସହିତ ରହିଥିବି? ଆଉ କେତେ କାଳ ତୁମ୍ଭମାନଙ୍କୁ ସମ୍ଭାଳିବି? ପିଲାଟିକୁ ମୋ ପାଖକୁ ଆଣ।”
20 They brought the boy to him. Seeing Jesus, the spirit instantly convulsed him; he fell to the ground, thrashing and foaming at the mouth. ତେଣୁ ସେମାନେ ତାକୁ ଆଣିଲେ ଯୀଶୁଙ୍କୁ ଦେଖିଲାମାତ୍ରେ ସେହି ଭୂତାତ୍ମା ପିଲାଟିକୁ ଭୟଙ୍କରଭାବେ ମୋଡ଼ି ପକାଇଲା। ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
21 Jesus asked the boy's father, "How long has this been happening to him?" "From childhood," he said. ଯୀଶୁ ତାହାର ପିତାକୁ ପଚାରିଲେ, “ଏ କେବେଠାରୁ ଏପରି ହେଉଛି?” ସେ ଉତ୍ତର ଦେଲା, “ପିଲାକାଳରୁ।
22 "It has often thrown him into fire and water to destroy him. But if you can do anything, pity us and help us." ଭୂତାତ୍ମା ତାକୁ ମାରିବା ପାଇଁ ଅନେକଥର ନିଆଁରେ ବା ପାଣିରେ ପକାଇ ଦେଇଛି। କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତେବେ ଦୟାପରବଶ ହୋଇ ଆମକୁ ସାହାଯ୍ୟ କରନ୍ତୁ।”
23 Jesus said to him, "'If you can'? Everything is possible for the one who believes." ଯୀଶୁ କହିଲେ, “ ‘ଯଦି କରିପାରନ୍ତି’? ଯିଏ ବିଶ୍ୱାସ କରେ, ତା ପକ୍ଷେ ସବୁ ସମ୍ଭବ।”
24 Immediately the boy's father cried, "I believe; help my unbelief!" ସଙ୍ଗେସଙ୍ଗେ ପିଲାଟିର ପିତା ଉତ୍ତର ଦେଲା, “ହଁ, ମୋର ବିଶ୍ୱାସ ଅଛି। ମୋର ଅବିଶ୍ୱାସ ଦୂର କରିବାକୁ ମୋତେ ସାହାଯ୍ୟ କରନ୍ତୁ।”
25 Seeing a crowd running together, Jesus rebuked the unclean spirit: "Mute and deaf spirit, I command you—come out of him and never enter him again!" ସେହି ସ୍ଥାନକୁ ଆହୁରି ଅନେକ ଲୋକ ଦୈଡ଼ି ଆସୁଥିବାର ଦେଖି ଯୀଶୁ ସେହି ଭୂତାତ୍ମାକୁ ଧମକ ଦେଇ କହିଲେ, “ଆରେ ମୂକ-ବଧିର ଭୂତାତ୍ମା, ମୁଁ ତୋତେ ଆଦେଶ ଦେଉଛି, ଏହି ବାଳକ ମଧ୍ୟରୁ ବାହାରି ଯା। ଆଉ କେବେହେଲେ ଏହା ମଧ୍ୟରେ ପ୍ରବେଶ କରିବୁ ନାହିଁ।”
26 Crying out and convulsing him hard, it came out. He looked like a corpse, so many said, "He's dead." ଏହାପରେ ଭୂତାତ୍ମା ଭୀଷଣ ଚିତ୍କାର କଲା ଓ ବାଳକକୁ ଅତି ଭୟଙ୍କରଭାବେ ମୋଡ଼ିମାଡ଼ି ତା ଠାରୁ ବାହାରିଗଲା। ସେହି ବାଳକ ଏପରି ମୃତବତ୍ ପଡ଼ି ରହିଲା ଯେ, ଅନେକେ କହିଲେ, “ସେ ମରିଗଲା।”
27 But Jesus took him by the hand and raised him up, and he stood. କିନ୍ତୁ ଯୀଶୁ ତା ହାତ ଧରି ଉଠାଇଲେ ଓ ସେ ଠିଆ ହେଲା।
28 When Jesus had gone indoors, his disciples asked him privately, "Why couldn't we drive it out?" ଯୀଶୁ ଘର ଭିତରକୁ ଯିବା ପରେ ତାଙ୍କର ଶିଷ୍ୟମାନେ ନିଭୃତରେ ତାଙ୍କୁ ପଚାରିଲେ, “ଆମେ କାହିଁକି ଛଡ଼ାଇ ପାରିଲୁ ନାହିଁ?”
29 He told them, "This kind can come out only by prayer." ଯୀଶୁ ଉତ୍ତର ଦେଲେ, “ପ୍ରାର୍ଥନା ଓ ଉପବାସ ବିନା ଏପ୍ରକାର ଭୂତ ଛଡ଼ା ଯାଇ ପାରେ ନାହିଁ।”
30 They left there and passed through Galilee. Jesus did not want anyone to know where they were, ସେମାନେ ସେହି ଅଞ୍ଚଳ ଛାଡ଼ି ଗାଲିଲୀ ମଧ୍ୟଦେଇ ଯାତ୍ରା କଲେ। ସେମାନେ କେଉଁଠାରେ ଅଛନ୍ତି, ତାହା କେହି ଜାଣୁ ବୋଲି ଯୀଶୁ ଚାହୁଁ ନ ଥିଲେ।
31 because he was teaching his disciples, telling them, "The Son of Man is being handed into human hands. They will kill him, and three days later he will rise." କାରଣ ସେ ନିଜ ଶିଷ୍ୟମାନଙ୍କୁ ଏହି ବିଷୟ ଶିକ୍ଷା ଦେଇ କହୁଥିଲେ, “ମନୁଷ୍ୟପୁତ୍ର ବିଶ୍ୱାସଘାତକତାପୂର୍ବକ ଲୋକଙ୍କ ହାତରେ ସମର୍ପିତ ହେବାକୁ ଯାଉଛନ୍ତି। ସେମାନେ ତାଙ୍କୁ ବଧ କରିବେ ଓ ସେ ତିନିଦିନ ଉତ୍ତାରେ ମୃତ୍ୟୁରୁ ଉତ୍ଥିତ ହେବେ।”
32 But they did not understand what he meant, and they were afraid to ask him. ମାତ୍ର ସେମାନେ ତାଙ୍କ କଥାର ଅର୍ଥ ବୁଝି ପାରିଲେ ନାହିଁ ଏବଂ ସେହି ବିଷୟରେ ତାଙ୍କୁ ପଚାରିବାକୁ ଭୟ କଲେ।
33 They came to Capernaum. In the house he asked them, "What were you arguing about on the way?" ତତ୍ପରେ ସେମାନେ କଫର୍ନାହୁମକୁ ଆସିଲେ ଓ ସେ ଘରେ ପହଞ୍ଚି ପରେ ସେମାନଙ୍କୁ ପଚାରିଲେ, “ବାଟରେ ତୁମ୍ଭେମାନେ କେଉଁ ବିଷୟରେ ଯୁକ୍ତିତର୍କ କରୁଥିଲ?”
34 But they were silent, since they had argued along the way about who was greatest. କିନ୍ତୁ ସେମାନେ ନୀରବ ରହିଲେ କାରଣ ସେମାନଙ୍କ ମଧ୍ୟରେ କିଏ ପ୍ରଧାନ, ସେବିଷୟରେ ସେମାନେ ଯୁକ୍ତିତର୍କ କରୁଥିଲେ।
35 He sat down, called the Twelve, and told them, "Anyone who wants to be first must be last of all and servant of all." ଯୀଶୁ ବସିଲା ପରେ ଦ୍ଵାଦଶ ଶିଷ୍ୟଙ୍କୁ ଡାକି କହିଲେ, “କେହି ଯଦି ପ୍ରଥମ ହେବାକୁ ଚାହେଁ, ତାକୁ ସବୁଠାରୁ ଶେଷରେ ରହିବାକୁ ହେବ ଓ ସମସ୍ତଙ୍କର ସେବକ ହେବାକୁ ହେବ।”
36 He took a little child, stood him among them, took the child in his arms, and said to them: ତା ପରେ ସେ ଗୋଟିଏ ସାନ ପିଲାକୁ ଆଣି ସେମାନଙ୍କ ମଝିରେ ଠିଆ କରାଇଲେ ପିଲାଟିକୁ କୁଣ୍ଢାଇ ଧରି ସେମାନଙ୍କୁ କହିଲେ,
37 "Whoever accepts one of these little children in my name accepts me; whoever accepts me accepts not me but the one who sent me." “ଯେକେହି ମୋ ନାମରେ ଏପରି ସାନ ପିଲାଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଏବଂ ଯେକେହି ମୋତେ ଗ୍ରହଣ କରେ, ସେ ଯେ ମୋତେ ଗ୍ରହଣ କରେ, ତା ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
38 John said to him, "Teacher, we saw someone driving out demons in your name and tried to stop him, since he doesn't follow us." ଯୋହନ ତାହାଙ୍କୁ କହିଲେ, “ଗୁରୁ, ଆପଣଙ୍କ ନାମ ନେଇ ଜଣେ ଲୋକ ଭୂତ ଛଡ଼ାଡଥିବା ଆମେ ଦେଖିଲୁ। କିନ୍ତୁ ସେ ଆମ ଦଳର ହୋଇ ନ ଥିବାରୁ ଆମେ ତାକୁ ମନା କଲୁ।”
39 But Jesus said, "Don't stop him—no one who does a miracle in my name can soon speak evil of me. ଯୀଶୁ କହିଲେ, “ତାକୁ ମନା କର ନାହିଁ। କାରଣ ଏପରି କେହି ନାହିଁ, ଯିଏ ମୋ ନାମରେ ଅଲୌକିକ କାର୍ଯ୍ୟ କରି ପରମୁହୂର୍ତ୍ତରେ ମୋର ନିନ୍ଦା କରିପାରେ।
40 For whoever is not against us is for us. ଯେହେତୁ ଯିଏ ଆମର ବିପକ୍ଷ ନୁହେଁ, ସେ ଆମର ସପକ୍ଷ।
41 Truly I tell you, whoever gives you a cup of water to drink because you belong to Christ will never lose his reward. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେ ଖ୍ରୀଷ୍ଟଙ୍କର ହୋଇଥିବାରୁ କେହି ଯେବେ ତୁମକୁ ଗିଲାସେ ପାଣି ପିଇବାକୁ ଦିଏ, ସେ କୌଣସିମତେ ତାହାର ପୁରସ୍କାର ହରାଇବ ନାହିଁ।
42 Whoever trips up one of these little ones who believe in me—better for him to have a large millstone hung around his neck and be thrown into the sea. “କେହି ଯଦି ମୋ ଠାରେ ବିଶ୍ୱାସ ରଖିଥିବା ଏହିପରି ସାମାନ୍ୟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣକୁ ପାପରେ ପକାଏ, ତେବେ ତାହାର ଗଳାରେ ଏକ ପ୍ରକାଣ୍ଡ ଚକିପଥର ବାନ୍ଧି ତାକୁ ସମୁଦ୍ରରେ ପକାଇଦେବା ବରଂ ଭଲ ହେବ।
43 If your hand trips you up, cut it off. Better to enter life maimed than with two hands to go into hell, into the unquenchable fire. ତୁମର ହାତ ଯଦି ତୁମକୁ ପାପରେ ପକାଏ, ତେବେ ତାହା କାଟି ଦିଅ। ଦୁଇ ହାତ ଘେନି ଚିରପ୍ରଜ୍ୱଳିତ ନରକାଗ୍ମିରେ ନିକ୍ଷିପ୍ତ ହେବା ଅପେକ୍ଷା ବିକଳାଙ୍ଗ ହୋଇ ଅନନ୍ତ ଜୀବନରେ ପ୍ରବେଶ କରିବା ବରଂ ଭଲ।
44 Not in this edition ନରକରେ ସେମାନଙ୍କର କୀଟ କେବେ ମରେ ନାହିଁ, କି ଅଗ୍ନି କେବେ ଲିଭାଯାଏ ନାହିଁ।
45 If your foot trips you up, cut it off. Better to enter life lame than be thrown into hell with two feet. ତୁମର ପାଦ ଯେବେ ତୁମକୁ ପାପରେ ପକାଏ, ତେବେ ତାହା କାଟି ଦିଅ। ଦୁଇ ପାଦ ଥାଇ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ବରଂ ଭଲ।
46 Not in this edition ନରକରେ ସେମାନଙ୍କ କୀଟ କେବେ ମରେ ନାହିଁ, କି ଅଗ୍ନି କେବେ ଲିଭାଯାଏ ନାହିଁ।
47 If your eye trips you up, throw it out. Better to enter the kingdom of our Father with one eye than be thrown into hell with two, ପୁଣି ତୁମର ଚକ୍ଷୁ ଯେବେ ତୁମକୁ ପାପରେ ପକାଏ, ତେବେ ତାକୁ ଉପାଡ଼ି ଦିଅ। ଦୁଇ ଚକ୍ଷୁ ଥାଇ ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ଗୋଟିଏ ଚକ୍ଷୁ ଘେନି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ବରଂ ଭଲ,
48 where 'their worm never dies and the fire never goes out.' ନରକରେ “ ‘ସେମାନଙ୍କର କୀଟ କେବେ ମରେ ନାହିଁ, କି ଅଗ୍ନି କେବେ ଲିଭାଯାଏ ନାହିଁ।’
49 For everyone will be salted with fire. ସେଠାରେ ସମସ୍ତେ ଅଗ୍ନିରେ ଲବଣାକ୍ତ ହେବେ।
50 Salt is good, but if it loses its saltiness, how can you season it again? Keep salt among yourselves, and be at peace with each other." “ଲବଣ ଉତ୍ତମ, କିନ୍ତୁ ତାହା ଯଦି ତାହାର ଲବଣତ୍ଵ ହରାଏ, ତେବେ ତୁମେ ତାକୁ କିପରି ପୁନର୍ବାର ଲବଣାକ୍ତ କରିପାରିବ? ତୁମଠାରେ ଲବଣ ରହିଥାଉ ଓ ତୁମେ ପରସ୍ପର ସହ ଶାନ୍ତିରେ ରୁହ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]