Skip to content
The Believer's Library

Biblica® Open Odia Contemporary Bible

Mark 10 OOCB

Show OOCB only
Verse × ×
1 He left there for the region of Judea and beyond the Jordan; crowds gathered to him again, and as usual he taught them once more. ଏହାପରେ ଯୀଶୁ ସେହି ସ୍ଥାନ ଛାଡ଼ି ଯିହୁଦା ଅଞ୍ଚଳ ଓ ଯର୍ଦ୍ଦନର ଅପରପାରିକୁ ଗଲେ। ତାହାଙ୍କ ନିକଟରେ ପୁଣି ବହୁଲୋକଙ୍କର ସମାଗମ ହେଲା ଏବଂ ତାଙ୍କର ରୀତି ଅନୁସାରେ ସେ ସେମାନଙ୍କୁ ଶିକ୍ଷା ଦେଲେ।
2 Some Pharisees came to test him, asking, "Is it lawful for a man to divorce his wife?" କେତେକ ଫାରୂଶୀ ଆସି ତାହାଙ୍କୁ ପରୀକ୍ଷା କରିବା ଛଳରେ ପ୍ରଶ୍ନ କଲେ। “ପୁରୁଷ ଆପଣା ସ୍ତ୍ରୀକୁ ଛାଡ଼ପତ୍ର ଦେବା ନ୍ୟାୟସଙ୍ଗତ କି?”
3 He answered them, "What did Moses command you?" ଯୀଶୁ ଉତ୍ତର ଦେଲେ, “ମୋଶା ତୁମ୍ଭମାନଙ୍କୁ କି ଆଜ୍ଞା ଦେଇଛନ୍ତି?”
4 They said, "Moses permitted a man to write a certificate of divorce and send her away." ସେମାନେ କହିଲେ, “ପୁରୁଷ ଏକ ଛାଡ଼ପତ୍ର ଲେଖି ସ୍ତ୍ରୀକୁ ପରିତ୍ୟାଗ କରିବାକୁ ମୋଶା ଅନୁମତି ଦେଇଛନ୍ତି।”
5 Jesus told them, "He wrote you this command because your hearts were hard. ଯୀଶୁ କହିଲେ, “ତୁମ୍ଭମାନଙ୍କ ହୃଦୟର କଠିନତା ଯୋଗୁଁ ମୋଶା ଏହା ବ୍ୟବସ୍ଥାରେ ଲିପିବଦ୍ଧ କରିଛନ୍ତି।
6 But from the beginning of creation, our Father made them male and female. କିନ୍ତୁ ସୃଷ୍ଟିର ଆରମ୍ଭରେ ଈଶ୍ୱର ସେମାନଙ୍କୁ ନର ଓ ନାରୀ ରୂପେ ସୃଷ୍ଟି କଲେ
7 'For this reason a man will leave his father and mother and be joined to his wife, ଏହି କାରଣରୁ ପୁରୁଷ ଆପଣା ପିତାମାତାକୁ ଛାଡ଼ି ସ୍ତ୍ରୀ ସହିତ ମିଳିତ ହେବ,
8 and the two will become one flesh.' So they are no longer two, but one flesh. ପୁଣି ସେ ଦୁହେଁ ଏକ ହେବେ। ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଅଟନ୍ତି।
9 Therefore what our Father has joined together, let no one separate." ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି, ମନୁଷ୍ୟ ତାହା ପୃଥକ୍ ନ କରୁ।”
10 Back in the house, the disciples asked him about this again. ସେମାନେ ପୁଣି ଥରେ ଘରେ ଥିଲାବେଳେ ଶିଷ୍ୟମାନେ ଯୀଶୁଙ୍କୁ ଏହି ବିଷୟ ପଚାରିଲେ
11 He said to them, "Whoever divorces his wife and marries another commits adultery against her, ସେ ସେମାନଙ୍କୁ କହିଲେ, “ଯେକେହି ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ଅନ୍ୟ ସ୍ତ୍ରୀକୁ ବିବାହ କରେ, ସେ ତା ବିରୁଦ୍ଧରେ ବ୍ୟଭିଚାର କରେ।
12 and if she divorces her husband and marries another, she commits adultery." ପୁଣି, ସ୍ତ୍ରୀ ଯଦି ଆପଣା ସ୍ୱାମୀକୁ ଛାଡ଼ପତ୍ର ଦେଇ ଅନ୍ୟ ପୁରୁଷକୁ ବିବାହ କରେ, ତେବେ ସେହି ସ୍ତ୍ରୀ ବ୍ୟଭିଚାର କରେ।”
13 People were bringing children to him so that he might touch them, but the disciples rebuked them. ଯୀଶୁ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରିବେ, ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ କିନ୍ତୁ ଶିଷ୍ୟମାନେ ସେହି ଲୋକମାନଙ୍କୁ ଭତ୍ସନା କଲେ
14 When Jesus saw this, he grew angry and said, "Let the children come to me; don't stop them, for the kingdom of our Father belongs to such as these. ତାହା ଦେଖି ଯୀଶୁ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ଶିଷ୍ୟମାନଙ୍କୁ କହିଲେ, “ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ବାଧା ଦିଅ ନାହିଁ, କାରଣ ଯେଉଁମାନେ ଏହିମାନଙ୍କ ପରି, ଈଶ୍ୱରଙ୍କ ରାଜ୍ୟ ସେହିମାନଙ୍କର।
15 Truly I tell you, whoever doesn't receive our Father's kingdom like a child will never enter it." ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଶିଶୁ ପରି ଯିଏ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କଦାପି ତହିଁରେ ପ୍ରବେଶ କରିବ ନାହିଁ।”
16 And he took them in his arms and blessed them, laying his hands on them. ତା ପରେ ସେ ଶିଶୁମାନଙ୍କୁ କୋଳକୁ ନେଲେ ଓ ସେମାନଙ୍କ ଉପରେ ହାତ ରଖି ଆଶୀର୍ବାଦ କଲେ। ଧନୀ ଯୁବକ ଓ ଈଶ୍ୱରଙ୍କ ରାଜ୍ୟ।
17 As he started down the road, a man ran up, knelt before him, and asked, "Good Teacher, what must I do to inherit eternal life?" ଯୀଶୁ ପୁନର୍ବାର ଯାତ୍ରା ଆରମ୍ଭ କଲା ବେଳକୁ ଜଣେବ୍ୟକ୍ତି ତାଙ୍କ ନିକଟକୁ ଦୈଡ଼ି ଆସିଲେ ଓ ଆଣ୍ଠୋଇ ପଡ଼ି ପଚାରିଲେ, “ସଦ୍‌ଗୁରୁ, ଅନନ୍ତଜୀବନର ଅଧିକାରୀ ହେବାକୁ ମୋତେ କଅଣ କରିବାକୁ ହେବ?”
18 Jesus asked, "Why call me good? No one is good except our Father alone. ଯୀଶୁ ଉତ୍ତର ଦେଲେ, “ମୋତେ କାହିଁକି ସତ୍ ବୋଲି କହୁଅଛ? ଈଶ୍ୱରଙ୍କ ବ୍ୟତୀତ ଆଉ କେହି ସତ୍ ନୁହେଁ।
19 You know the commandments: 'don't murder, commit adultery, steal, or give false testimony; don't defraud; honor your father and mother.'" ତୁମେ ତ ଆଜ୍ଞାସବୁ ଜାଣ-ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ପ୍ରତାରଣା କର ନାହିଁ, ତୁମର ପିତାମାତାଙ୍କୁ ମାନ୍ୟ କର।”
20 He said to him, "Teacher, all these I have kept since my youth." ସେ କହିଲେ, “ଗୁରୁ, ମୁଁ ବାଲ୍ୟକାଳରୁ ଏସମସ୍ତ ପାଳନ କରୁଅଛି।”
21 Jesus looked at him and loved him. "One thing you lack: go, sell everything you own, give to the poor—you'll have treasure in heaven—then come follow me." ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ ତାଙ୍କ ପ୍ରତି ସ୍ନେହରେ ପୂର୍ଣ୍ଣ ହୋଇ କହିଲେ, “ତୁମର ଗୋଟିଏ ବିଷୟ ଊଣା ଅଛି। ଯାଅ, ତୁମର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର। ତା ହେଲେ, ସ୍ଵର୍ଗରେ ତୁମେ ଧନଲାଭ କରିବ। ତା ପରେ ଆସ, ମୋର ଅନୁଗମନ କର।”
22 At this word his face fell, and he went away grieving, for he had many possessions. ଏହି କଥାରେ ସେହି ବ୍ୟକ୍ତିଙ୍କର ମୁଖ ବିଷଣ୍ଣ ହୋଇଗଲା ଓ ସେ ଦୁଃଖରେ ଚାଲିଗଲେ କାରଣ ତାଙ୍କର ବିପୁଳ ଧନସମ୍ପତ୍ତି ଥିଲା।
23 Jesus looked around and told his disciples, "How hard it will be for the wealthy to enter the kingdom of our Father!" ଯୀଶୁ ଚାରିଆଡ଼କୁ ଚାହିଁ ଶିଷ୍ୟମାନଙ୍କୁ କହିଲେ, “ଧନୀଲୋକଙ୍କ ପକ୍ଷରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର!”
24 The disciples were amazed at his words. Jesus said to them again, "Children, how hard it is to enter the kingdom of our Father! ତାଙ୍କ କଥା ଶୁଣି ଶିଷ୍ୟମାନେ ବିସ୍ମିତ ହେଲେ, କିନ୍ତୁ ଯୀଶୁ ପୁନର୍ବାର କହିଲେ, “ବତ୍ସଗଣ, ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା କେଡ଼େ କଷ୍ଟକର!
25 A camel goes through a needle's eye easier than a rich person enters our Father's kingdom." ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକର ପ୍ରବେଶ ଅପେକ୍ଷା ସୂଚୀରନ୍ଧ୍ର ବାଟେ ଓଟର ପ୍ରବେଶ ବରଂ ସହଜ।”
26 They were even more astonished and said to one another, "Then who can be saved?" ଶିଷ୍ୟମାନେ ଆହୁରି ବିସ୍ମିତ ହୋଇ ପରସ୍ପରକୁ କହିଲେ, “ତା ହେଲେ, କିଏ ପରିତ୍ରାଣ ପାଇପାରେ?”
27 Jesus looked at them and said, "With man, impossible; but not with our Father, for all things are possible with our Father." ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ଅସାଧ୍ୟ ନୁହେଁ। ସବୁକିଛି ଈଶ୍ୱରଙ୍କର ସାଧ୍ୟ।”
28 Peter began to say to him, "Look, we have left everything and followed you." ପିତର ତାହାଙ୍କୁ କହିଲେ, “ଦେଖନ୍ତୁ, ଆମେ ଆପଣଙ୍କ ଅନୁଗାମୀ ହେବାକୁ ସର୍ବସ୍ଵ ତ୍ୟାଗ କରିଛୁ!”
29-30 Jesus said, "Truly I tell you, no one has left house or brothers or sisters or mother or father or children or fields for my sake and for the gospel, ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଛି, ଯେକେହି ମୋ ପାଇଁ ଓ ସୁସମାଚାର ପାଇଁ ଗୃହ, ଭ୍ରାତା, ଭଗିନୀ, ମାତା, ପିତା, ସନ୍ତାନସନ୍ତତି ବା ଭୂସମ୍ପତ୍ତି ତ୍ୟାଗ କରିଛି, ସେ ଇହକାଳରେ ନିର୍ଯ୍ୟାତନା ଭୋଗ କରିବା ସହିତ ଶତ ଗୁଣରେ ଗୃହ, ଭ୍ରାତା, ଭଗିନୀ, ମାତା, ସନ୍ତାନସନ୍ତତି ଓ ଭୂସମ୍ପତ୍ତି, ପୁଣି ପରକାଳରେ ଅନନ୍ତଜୀବନ ଲାଭ ନ କରିବ, ଏପରି କେହି ନାହିଁ।
30 "who won't receive a hundredfold now, in this time—houses, brothers, sisters, mothers, children, fields, with persecutions—and in the age to come, eternal life. Not in this edition
31 But many who are first will be last, and the last first." କିନ୍ତୁ ଯେଉଁମାନେ ପ୍ରଥମରେ ଅଛନ୍ତି, ସେମାନେ ଶେଷରେ ପଡ଼ିବେ ଏବଂ ଶେଷରେ ଥିବା ଅନେକେ ପ୍ରଥମରେ ରହିବେ।”
32 On the road up to Jerusalem, Jesus walked ahead of them. They were amazed, and those following were afraid. Taking the twelve aside again, he began telling them what was about to happen to him: ସେମାନେ ଯିରୂଶାଲମକୁ ଯାତ୍ରା କରୁଥିଲେ ଏବଂ ଯୀଶୁ ସେମାନଙ୍କ ଆଗେ ଆଗେ ଚାଲୁଥିଲେ ଶିଷ୍ୟମାନେ ବିସ୍ମୟାଭିଭୂତ ହୋଇଥିଲା ବେଳେ ପଛରେ ଚାଲୁଥିବା ଲୋକେ ଭୀତ ହୋଇ ପଡ଼ିଥିଲେ ଯୀଶୁ ପୁନର୍ବାର ତାଙ୍କର ଦ୍ଵାଦଶ ଶିଷ୍ୟଙ୍କୁ ଅଲଗା ଡାକି ତାଙ୍କ ପ୍ରତି ଯାହାସବୁ ଘଟିବାକୁ ଯାଉଛି, ସେହିସବୁ ସେମାନଙ୍କୁ କହିବାକୁ ଲାଗିଲେ
33 "Look, we're going up to Jerusalem. The Son of Man will be handed over to the chief priests and scribes, who will condemn him to death and hand him over to the Gentiles. ସେ କହିଲେ, “ଆମେ ଯିରୂଶାଲମକୁ ଯାଉଛୁ, ସେଠାରେ ମନୁଷ୍ୟପୁତ୍ରଙ୍କ ପ୍ରତି ବିଶ୍ୱାସଘାତକତା କରି ତାଙ୍କୁ ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନଙ୍କ ହାତରେ ଧରାଇ ଦିଆଯିବ। ସେମାନେ ତାଙ୍କୁ ମୃତ୍ୟୁଦଣ୍ଡାଜ୍ଞା ଦେଇ ଅଣଯିହୁଦୀମାନଙ୍କ ହାତରେ ସମର୍ପି ଦେବେ;
34 They will mock him, spit on him, flog him, and kill him; after three days he will rise." ଏମାନେ ତାଙ୍କୁ ବିଦ୍ରୂପ କରିବେ, ତାଙ୍କ ଉପରେ ଛେପ ପକାଇବେ, ତାଙ୍କୁ ବେତ୍ରାଘାତ କରି ବଧ କରିବେ। କିନ୍ତୁ ତିନିଦିନ ପରେ ସେ ମୃତ୍ୟୁଞ୍ଜୟୀ ହୋଇ ଉଠିବେ।”
35 James and John, Zebedee's sons, came to him and said, "Teacher, we want you to do for us whatever we ask." ଏହାପରେ ଜେବଦୀଙ୍କ ଦୁଇ ପୁତ୍ର, ଯାକୁବ ଓ ଯୋହନ, ତାହାଙ୍କ ନିକଟକୁ ଆସି କହିଲେ, “ଗୁରୁ, ଆମେ ଯାହା ମାଗିବୁ, ଆପଣ ଆମ ପାଇଁ ତାହା କରିବେ ବୋଲି ଆମର ଇଚ୍ଛା।”
36 He said to them, "What do you want me to do for you?" ସେ ପଚାରିଲେ, “ମୁଁ ତୁମ୍ଭମାନଙ୍କ ପାଇଁ କଣ କରିବି ବୋଲି ଚାହୁଁଛ?”
37 They said to him, "Let us sit in your glory, one at your right, one at your left." ସେମାନେ କହିଲେ, “ଆପଣ ମହିମାମଣ୍ଡିତ ହେଲେ ଆମ ମଧ୍ୟରୁ ଜଣକୁ ଦକ୍ଷିଣ ପାଖରେ ଓ ଅନ୍ୟଜଣକୁ ବାମ ପାଖରେ ବସିବାକୁ ଦିଅନ୍ତୁ।”
38 Jesus said to them, "You don't know what you're asking. Can you drink the cup I drink, or be baptized with the baptism I'm baptized with?" ଯୀଶୁ କହିଲେ, “ତୁମେ କଅଣ ମାଗୁଛ, ତାହା ନିଜେ ଜାଣୁ ନାହଁ! ମୁଁ ଯେଉଁ ପାତ୍ରରୁ ପାନ କରୁଛି, ତୁମେ କଅଣ ସେଥିରୁ ପାନ କରିପାରିବ? ଅବା, ମୁଁ ଯେଉଁ ଡୁବନ ରେ ଡୁବିତ ହେଉଛି, ତୁମେ କଅଣ ସେଥିରେ ଡୁବନ ନେଇପାରିବ?”
39 "We can," they said. Jesus said to them, "The cup I drink, you will drink; the baptism I'm baptized with, you will be baptized with, ସେମାନେ କହିଲେ, “ଆମେ ପାରିବୁ।” ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେଉଁ ପାତ୍ରରୁ ପାନ କରୁଛି, ତୁମ୍ଭେମାନେ ସେଥିରୁ ଅବଶ୍ୟ ପାନ କରିବ ଓ ମୁଁ ଯେଉଁ ଡୁବନ ରେ ଡୁବିତ ହେଉଛି, ସେଥିରେ ଡୁବିତ ହେବ
40 but sitting at my right or left isn't mine to give - that's for those it's prepared for." କିନ୍ତୁ ମୋର ଦକ୍ଷିଣ କି ବାମରେ ବସିବାକୁ ଦେବା ଅଧିକାର ମୋର ନାହିଁ। ଯେଉଁମାନଙ୍କ ନିମନ୍ତେ ସେହି ସ୍ଥାନସବୁ ପ୍ରସ୍ତୁତ ହୋଇଛି, ସେଗୁଡ଼ିକ ସେମାନଙ୍କର।”
41 Hearing this, the ten grew indignant at James and John. ଅନ୍ୟ ଦଶ ଜଣ ଯେତେବେଳେ ଏ କଥା ଶୁଣିଲେ, ସେମାନେ ଯାକୁବ ଓ ଯୋହନଙ୍କ ଉପରେ ଅତ୍ୟନ୍ତ ବିରକ୍ତ ହେଲେ
42 Jesus called them together and said, "You know that those regarded as rulers of the Gentiles dominate them, and their great ones wield power over them. ତହୁଁ ଯୀଶୁ ସେମାନଙ୍କୁ ଏକାଠି ଡାକି କହିଲେ, “ତୁମ୍ଭେମାନେ ଏହା ଜାଣିଛ ଯେ, ଅଣଯିହୁଦୀ ଜାତିମାନଙ୍କର ଶାସକମାନେ ସେମାନଙ୍କ ଉପରେ ପ୍ରଭୁତ୍ଵ କରନ୍ତି ଓ ସେମାନଙ୍କ ଉଚ୍ଛପଦସ୍ଥ କର୍ମଚାରୀମାନେ ସେମାନଙ୍କ ଉପରେ ଆଧିପତ୍ୟ କରନ୍ତି।
43 But it isn't so among you. Instead, whoever wants to be great among you must be your servant, କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ସେପରି ହେବ ନାହିଁ। ବରଞ୍ଚ, ତୁମ୍ଭମାନଙ୍କମଧ୍ୟରେ କେହି ଯଦି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ।
44 and whoever wants to be first among you must be slave of all. ପୁଣି, କେହି ଯଦି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର କ୍ରୀତଦାସ ହେଉ।
45 For even the Son of Man came not to be served, but to serve, and to give his life as a ransom for many." କାରଣ ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସିଲେ ନାହିଁ, ମାତ୍ର ସେବା କରିବାକୁ ଏବଂ ଅନେକଙ୍କ ମୁକ୍ତିରମୂଲ୍ୟ ସ୍ଵରୂପ ନିଜର ଜୀବନ ଦେବାକୁ ଆସିଲେ।”
46 They came to Jericho. As Jesus and his disciples were leaving with a large crowd, blind Bartimaeus son of Timaeus sat begging by the road. ଏହାପରେ ସେମାନେ ଯିରିଖୋକୁ ଆସିଲେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ବିରାଟ ଜନତା ସହିତ ସେହି ସହର ଛାଡ଼ି ବାହାରିଲା ବେଳକୁ ଟିମାୟର ପୁତ୍ର ବାର୍ଟିମୟ ନାମକ ଜଣେ ଅନ୍ଧ ରାସ୍ତାକଡ଼ରେ ବସି ଭିକ ମାଗୁଥିଲା।
47 Hearing it was Jesus of Nazareth, he began to cry out, "Jesus, Son of David, have mercy on me!" ସେ ଯେତେବେଳେ ଶୁଣିଲା ଯେ, ନାଜରିତର ଯୀଶୁ ଯାଉଛନ୍ତି, ସେ ଉଚ୍ଚସ୍ଵରରେ ଡାକି କହିଲା, “ହେ ଦାଉଦସନ୍ତାନ ଯୀଶୁ, ମୋତେ ଦୟା କରନ୍ତୁ।”
48 Many scolded him to be silent, but he shouted even louder, "Son of David, have mercy on me!" ଅନେକେ ତାକୁ ଧମକାଇ ଚୁପ୍ ରହିବାକୁ କହିଲେ, କିନ୍ତୁ ସେ ଆହୁରି ଉଚ୍ଚସ୍ଵରରେ ଡାକ ପକାଇଲା, “ହେ ଦାଉଦସନ୍ତାନ, ମୋତେ ଦୟା କରନ୍ତୁ!”
49 Jesus stopped and said, "Call him." So they called the blind man: "Courage! Get up—he's calling you." ଯୀଶୁ ଅଟକି ଯାଇ କହିଲେ, “ତାକୁ ଡାକ।” ତେଣୁ ସେମାନେ ସେହି ଅନ୍ଧକୁ ଡାକି କହିଲେ, “ଆଶ୍ୱସ୍ତ ହୁଅ, ଠିଆ ହୁଅ, ସେ ତୁମକୁ ଡାକୁଛନ୍ତି।”
50 Throwing off his cloak, he jumped up and came to Jesus. ବାର୍ଟିମୟ ତାହାର ଚାଦରଟି ଫୋପାଡ଼ି ଦେଇ ଡିଆଁ ମାରି ଠିଆ ହେଲା ଓ ଯୀଶୁଙ୍କ ପାଖକୁ ଆସିଲା।
51 Jesus told him, "What do you want me to do for you?" The blind man told him, "Rabboni, let me see again." ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କଣ କରିବି ବୋଲି ଇଚ୍ଛା କରୁଛ?” ସେହି ଅନ୍ଧ କହିଲା, “ଗୁରୁ, ମୁଁ ଯେପରି ଦୃଷ୍ଟି ପାଏ।”
52 Jesus told him, "Go; your faith has healed you." At once he regained his sight and followed Jesus on the road. ଯୀଶୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ତତ୍‌କ୍ଷଣାତ୍ ସେ ଦୃଷ୍ଟିଶକ୍ତି ପାଇଲା ଓ ଯୀଶୁଙ୍କ ପଛେ ପଛେ ରାସ୍ତାରେ ଚାଲିବାକୁ ଲାଗିଲା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]