Skip to content
The Believer's Library

Biblica® Open Odia Contemporary Bible

Mark 11 OOCB

Show OOCB only
Verse × ×
1 Nearing Jerusalem, at Bethphage and Bethany by the Mount of Olives, Jesus sent two of his disciples ahead, ସେମାନେ ଯେତେବେଳେ ଯିରୁଶାଲମର ନିକଟବର୍ତ୍ତୀ ହୋଇ ଜୀତ ପର୍ବତ ପାର୍ଶ୍ୱରେ ଥିବା ବେଥ୍‌ଫାଗୀ ଓ ବେଥାନୀକୁ ଆସିଲେ, ଯୀଶୁ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏହା କହି ପଠାଇଲେ,
2 telling them, "Go into the village ahead of you, and as soon as you enter it, you'll find a tied colt no one has ever ridden. Untie it and bring it here." “ତୁମେମାନେ ଆଗରେ ଥିବା ଗ୍ରାମକୁ ଯାଅ, ସେଠାରେ ପଶିଲା ବେଳକୁ ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ, ଯାହା ଉପରେ କେହି କେବେ ଚଢ଼ି ନାହିଁ। ତାକୁ ଫିଟାଇ ଏଠାକୁ ନେଇଆସ।
3 If anyone asks you, 'Why are you doing this?' say, 'The Lord needs it and will send it back here at once.' ‘କାହିଁକି ଏପରି କରୁଛ’ ବୋଲି କେହି ଯେବେ ତୁମ୍ଭମାନଙ୍କୁ ପ୍ରଶ୍ନ କରେ, ତେବେ ତାକୁ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି ଏବଂ ସେ ତାକୁ ସଙ୍ଗେସଙ୍ଗେ ଏଠାକୁ ପଠାଇଦେବ।”
4 They went and found a colt tied at a doorway outside in the street, and untied it. ସେମାନେ ଚାଲିଯାଇ ବାହାର ଦାଣ୍ଡ ଆଡ଼େ ଏକ ଦ୍ଵାର ମୁହଁରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିଲେ ଓ ତାକୁ ଫିଟାଇବାକୁ ଲାଗିଲେ।
5 Some of those standing there asked them, "What are you doing, untying that colt?" ସେତେବେଳେ ସେଠାରେ ଠିଆ ହୋଇଥିବା କେତେକ ଲୋକ ପଚାରିଲେ, “ତୁମେମାନେ କଣ କରୁଛ, ଗଧଛୁଆକୁ କାହିଁକି ଫିଟାଉଛ?”
6 They answered as Jesus had told them, and the people let them go. ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେମାନେ ସେହିପରି ଉତ୍ତର ଦେଲେ ଓ ଲୋକମାନେ ସେମାନଙ୍କୁ ଅନୁମତି ଦେଲେ
7 They brought the colt to Jesus and threw their cloaks over it, and he sat on it. ସେମାନେ ଗଧଛୁଆକୁ ଯୀଶୁଙ୍କ ନିକଟକୁ ଆଣିଲା ପରେ ନିଜ ନିଜର ପୋଷାକ ତା ଉପରେ ପାରିଦେଲେ ଏବଂ ଯୀଶୁ ତା ଉପରେ ବସିଲେ
8 Many spread their cloaks on the road; others spread leafy branches cut from the fields. ଲୋକମାନଙ୍କ ମଧ୍ୟରୁ ଅନେକେ ନିଜର ପୋଷାକ ରାସ୍ତାରେ ବିଛାଇ ଦେଲେ, ଅନ୍ୟମାନେ ପଡ଼ିଆରୁ ଡାଳ କାଟି ଆଣି ରାସ୍ତାରେ ପକାଇଲେ
9 Those who went ahead and those who followed were shouting, "Hosanna! Blessed is he who comes in the name of our Father! ତାହାଙ୍କ ଆଗରେ ଓ ପଛରେ ଚାଲୁଥିବା ଲୋକମାନେ ଉଚ୍ଚଧ୍ୱନି କରି କହୁଥିଲେ, “ହୋଶାନ୍ନା!” “ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ।”
10 Blessed is the coming kingdom of our father David! Hosanna in the highest!" “ଆମ ପିତୃପୁରୁଷ ଦାଉଦଙ୍କର ଆଗାମୀ ରାଜ୍ୟ ଉପରେ ଆଶୀର୍ବାଦ ବର୍ତ୍ତୁ।” “ଊର୍ଦ୍ଧ୍ୱଲୋକରେ ହୋଶାନ୍ନା।”
11 Jesus entered Jerusalem and the temple, looked around at everything, and—since it was already late—went out to Bethany with the Twelve. ଯୀଶୁ ଯିରୂଶାଲମ ନଗରରେ ପ୍ରବେଶ କରି ମନ୍ଦିରକୁ ଗଲେ ସେଠାରେ ସେ ଚାରିଆଡ଼େ ସମସ୍ତ ବିଷୟ ଭଲ ରୂପେ ନିରୀକ୍ଷଣ କଲେ, କିନ୍ତୁ ସନ୍ଧ୍ୟା ହୋଇ ଆସୁଥିବାରୁ ସେ ଦ୍ଵାଦଶ ଶିଷ୍ୟଙ୍କ ସହିତ ବେଥାନୀ ଗ୍ରାମକୁ ଚାଲିଗଲେ।
12 The next day, as they were leaving Bethany, Jesus was hungry. ପରବର୍ତ୍ତୀ ଦିନ ସେମାନେ ବେଥାନୀ ଗ୍ରାମରୁ ବାହାରିବା ବେଳକୁ ଯୀଶୁ କ୍ଷୁଧିତ ହେଲେ
13 Seeing a leafy fig tree in the distance, he went to see if it had anything on it. Reaching it, he found nothing but leaves, since it wasn't fig season. ସେ ଦୂରରୁ ପତ୍ରଭରା ଏକ ଡିମ୍ବିରି ବୃକ୍ଷ ଦେଖି ଫଳ ଆଶାରେ ତା ନିକଟକୁ ଗଲେ କିନ୍ତୁ ପାଖକୁ ଯାଇ ସେ ପତ୍ର ଛଡ଼ା ଆଉ କିଛି ପାଇଲେ ନାହିଁ କାରଣ ସେତେବେଳେ ଡିମ୍ବିରି ଫଳିବା ସମୟ ନ ଥିଲା।
14 Then he told it, "May no one ever eat fruit from you again." His disciples heard him say it. ତା ପରେ ଯୀଶୁ ସେହି ବୃକ୍ଷକୁ କହିଲେ, “ତୋ ଠାରୁ ଆଉ କେହି କେବେ ଖାଇବାକୁ ଫଳ ନ ପାଉ।” ସେ ଏ କଥା କହିବାର ତାଙ୍କ ଶିଷ୍ୟମାନେ ଶୁଣିଲେ।
15 They arrived in Jerusalem, and Jesus entered the temple and began driving out the sellers and buyers there. He overturned the money-changers' tables and the seats of those selling doves, ଯିରୂଶାଲମରେ ପହଞ୍ଚି ଯୀଶୁ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କଲେ ଏବଂ ସେଠାରେ କିଣାବିକା କରୁଥିବା ଲୋକମାନଙ୍କୁ ତଡ଼ିବାକୁ ଲାଗିଲେ ସେ ମୁଦ୍ରା ବିନିମୟକାରୀମାନଙ୍କ ମେଜ ଓ କାପ୍ତା ବ୍ୟବସାୟୀମାନଙ୍କ ଆସନ ସବୁ ଓଲଟାଇ ଦେଲେ
16 and he would not allow anyone to carry merchandise through the temple courts. ପୁଣି, ମନ୍ଦିର ପ୍ରାଙ୍ଗଣ ଦେଇ ପଣ୍ୟଦ୍ରବ୍ୟାଦି ବୋହି ନେବାକୁ କାହାରିକୁ ଛାଡ଼ିଲେ ନାହିଁ।
17 And he taught them, saying, "Isn't it written: 'My house will be called a house of prayer for all the nations'? But you've made it a den of robbers." ସେ ସେମାନଙ୍କୁ ଶିକ୍ଷା ଦେଲା ବେଳେ କହିଲେ, “ଏହା କଅଣ ଲେଖା ନାହିଁ ମୋର ଗୃହ ସର୍ବଜାତୀୟ ଲୋକମାନଙ୍କ ପାଇଁ ପ୍ରାର୍ଥନାଗୃହ ବୋଲି ଖ୍ୟାତ ହେବ। ମାତ୍ର ତୁମ୍ଭେମାନେ ତାକୁ ଦସ୍ୟୁମାନଙ୍କ ଗହ୍ଵର କରିଅଛ।”
18 The chief priests and scribes heard this and sought a way to destroy him, for they feared him, since the whole crowd was amazed at his teaching. ପ୍ରଧାନଯାଜକ ଓ ଶାସ୍ତ୍ରଜ୍ଞମାନେ ଏ କଥା ଶୁଣି କି ପ୍ରକାରେ ତାଙ୍କର ବିନାଶ ସାଧନ କରିପାରିବେ, ତାହାର ଉପାୟ ଖୋଜିବାକୁ ଲାଗିଲେ କାରଣ ଲୋକମାନେ ଯୀଶୁଙ୍କ ଶିକ୍ଷାରେ ଆଚମ୍ବିତ ହୋଇଥିବାରୁ ସେମାନେ ତାଙ୍କୁ ଭୟ କରୁଥିଲେ।
19 And when evening came, they went out of the city. ସନ୍ଧ୍ୟା ହେବାରୁ ଯୀଶୁ ଓ ଶିଷ୍ୟମାନେ ନଗର ଛାଡ଼ି ଚାଲିଗଲେ।
20 In the morning, as they passed by, they saw the fig tree withered from its roots. ସକାଳ ହୁଅନ୍ତେ ସେମାନେ ବାଟରେ ଗଲାବେଳେ ଡିମ୍ବିରି ବୃକ୍ଷଟୀ ମୂଳରୁ ଶୁଖି ଯାଇଥିବା ଦେଖିଲେ
21 Peter remembered and said to him, "Rabbi, look! The fig tree you cursed has withered." ପିତର ମନେ ପକାଇ ଯୀଶୁଙ୍କୁ କହିଲେ, “ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରି ଗଛକୁ ଅଭୀଶାପ ଦେଇଥିଲେ, ତାହା ଶୁଖିଯାଇଛି!”
22 Jesus answered them, "Have faith in our Father. ଯୀଶୁ ଉତ୍ତର ଦେଲେ, “ଈଶ୍ୱରଙ୍କଠାରେ ବିଶ୍ୱାସ ରଖ।
23 Truly I tell you, whoever tells this mountain, 'Be lifted up and thrown into the sea,' without doubting in his heart but believing what he says will happen—it will be done for him. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, କେହି ଯଦି ଏହି ପର୍ବତକୁ କହେ, ‘ଉଠି ଯାଇ ସମୁଦ୍ରରେ ପଡ଼’ ଏବଂ ମନରେ କୌଣସି ସନ୍ଦେହ ନ ରଖି ସେ ଯାହା କହୁଛି, ତାହା ଘଟିବ ବୋଲି ବିଶ୍ୱାସ କରେ, ତେବେ ତା ପାଇଁ ତାହା ସଫଳ କରାଯିବ।
24 So I tell you: whatever you pray and ask for, believe you've received it - it will be yours. ସେଥିପାଇଁ ମୁଁ ତୁମ୍ଭମାନଙ୍କୁ କହୁଛି, ପ୍ରାର୍ଥନା କରି ଯାହାକିଛି ମାଗୁଛ, ତାହା ପାଇସାରିଛ ବୋଲି ବିଶ୍ୱାସ କର, ତା ହେଲେ ତାହା ପାଇବ!
25 When you stand praying, forgive whatever you hold against anyone, so your Father in heaven may also forgive you your sins." ପ୍ରାର୍ଥନା କରିବାକୁ ଠିଆ ହେଲାବେଳେ ତୁମ୍ଭମାନଙ୍କର ମନରେ ଯଦି କାହାରି ବିରୁଦ୍ଧରେ କିଛି ଥାଏ, ତେବେ ତାକୁ କ୍ଷମା କର। ତା ହେଲେ, ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପସବୁ କ୍ଷମା କରିବେ।
26 Not in this edition କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ଵର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ପାପସବୁ କ୍ଷମା କରିବେ ନାହିଁ।”
27 They returned to Jerusalem. While Jesus walked in the temple, the chief priests, scribes, and elders came to him, ସେମାନେ ପୁନର୍ବାର ଯିରୂଶାଲମକୁ ଆସିଲେ ଏବଂ ଯୀଶୁ ମନ୍ଦିରପ୍ରାଙ୍ଗଣରେ ବୁଲୁଥିବା ସମୟରେ ପ୍ରଧାନଯାଜକ, ଶାସ୍ତ୍ରଜ୍ଞ ଓ କୁଳବୃଦ୍ଧମାନେ ତାଙ୍କ ନିକଟକୁ ଆସିଲେ
28 and asked, "By what authority are you doing this? Or who gave you this authority to do it?" ସେମାନେ ପଚାରିଲେ, “କେଉଁ ଅଧିକାର ବଳରେ ତୁମେ ଏସବୁ କରୁଅଛ? କିଏ ତୁମକୁ ଏହି ଅଧିକାର ଦେଲା?”
29 Jesus said to them, "I'll ask you one question. Answer me, and I'll tell you by what authority I do these things. ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି। ମୋତେ ଉତ୍ତର ଦିଅ, ତା ହେଲେ ମୁଁ କେଉଁ ଅଧିକାରରେ ଏସବୁ କରୁଛି, ତାହା ତୁମ୍ଭମାନଙ୍କୁ କହିବି।
30 John's baptism—was it from heaven, or of human origin? Answer me." ଯୋହନଙ୍କ ଡୁବନ ଦେବା ଅଧିକାର ସ୍ଵର୍ଗରୁ ନା ମନୁଷ୍ୟମାନଙ୍କଠାରୁ? ମୋତେ କୁହ।”
31 They discussed it among themselves: "If we say, 'From heaven,' he'll ask, 'Then why didn't you believe him?' ସେମାନେ ଏ ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, “ଆମେ ଯେବେ କହୁଁ, ‘ସ୍ଵର୍ଗରୁ,’ ତେବେ ସେ ପଚାରିବେ, ‘ତୁମ୍ଭେମାନେ ତା ହେଲେ କାହିଁକି ତାଙ୍କୁ ବିଶ୍ୱାସ କଲ ନାହିଁ?’
32 But if we say, 'From humans'"—they feared the crowd, since all considered John a true prophet. କିନ୍ତୁ ଆମେ ଯଦି କହୁଁ, ‘ମନୁଷ୍ୟମାନଙ୍କଠାରୁ’ ” (ସେମାନେ ଲୋକଙ୍କୁ ଭୟ କରୁଥିଲେ, କାରଣ ଯୋହନ ଜଣେ ଭାବବାଦୀ ଥିଲେ ବୋଲି ସମସ୍ତେ ମାନୁଥିଲେ)।
33 They answered Jesus, "We don't know." Jesus said, "Neither will I tell you by what authority I do these things." ଅତଏବ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, “ଆମେ ଜାଣି ନାହୁଁ।” ଯୀଶୁ କହିଲେ, “ତାହାହେଲେ, କେଉଁ ଅଧିକାର ବଳରେ ମୁଁ ଏସବୁ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି ନାହିଁ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]