Skip to content
The Believer's Library

Biblica® Open Odia Contemporary Bible

Mark 7 OOCB

Show OOCB only
Verse × ×
1 The Pharisees and some of the scribes who had come from Jerusalem gathered around Jesus, ଫାରୂଶୀମାନେ ଓ ଯିରୂଶାଲମରୁ ଆସିଥିବା କେତେକ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କ ନିକଟରେ ସମବେତ ହେଲେ
2 and they saw that some of his disciples were eating bread with unclean hands—that is, unwashed. ସେମାନେ ଦେଖିଲେ ଯେ, ତାଙ୍କର କେତେକ ଶିଷ୍ୟ ଅଶୁଚି ହାତରେ, ଅର୍ଥାତ୍, ହାତ ନ ଧୋଇ ଭୋଜନ କରୁଛନ୍ତି।
3 (For the Pharisees and all the Jews don't eat unless they wash their hands ceremonially, keeping the elders' tradition. ଫାରୂଶୀ ଓ ଯିହୁଦୀମାନେ ସମସ୍ତେ କୁଳବୃଦ୍ଧମାନଙ୍କ ପରମ୍ପରାଗତ ରୀତି ପାଳନ କରି ବିଧି ଅନୁସାରେ ହାତ ନ ଧୋଇ ଭୋଜନ କରନ୍ତି ନାହିଁ।
4 When they come from the market, they don't eat without washing. They also hold to many other traditions they've received—washing cups, pitchers, and copper vessels.). ସେମାନେ ହାଟବଜାରରୁ ଆସିବା ପରେ ବିଧି ଅନୁସାରେ ଧୋଇ ନହେଲେ ଭୋଜନ କରନ୍ତି ନାହିଁ। ଏହାଛଡ଼ା, ସେମାନେ ତାଟିଆ, ଢାଳ ଓ ଥାଳି ପ୍ରଭୃତି ପାଣିରେ ବୁଡ଼ାଇ ଧୋଇବା ପରି ଆହୁରି ଅନେକ ପ୍ରଥା, ପଦ୍ଧତି ପାଳନ କରନ୍ତି।
5 Then the Pharisees and scribes asked him, "Why don't your disciples follow the elders' tradition, but eat bread with unclean hands?" ତେଣୁ ଫାରୂଶୀ ଓ ଶାସ୍ତ୍ରଜ୍ଞମାନେ ଯୀଶୁଙ୍କୁ ପଚାରିଲେ, “ଆପଣଙ୍କର ଶିଷ୍ୟମାନେ କାହିଁକି କୁଳବୃଦ୍ଧମାନଙ୍କର ପରମ୍ପରାଗତ ନିୟମ ଅନୁସାରେ ନ ଚଳି ‘ଅଶୁଚି’ ହାତରେ ଭୋଜନ କରନ୍ତି?”
6 He replied, "Isaiah prophesied truly about you hypocrites, as written: 'These people honor me with their lips, but their heart is far from me.' ସେ ଉତ୍ତର ଦେଲେ, “ହେ କପଟାଚାରୀମାନେ: ଯିଶାଇୟ ଯଥାର୍ଥରେ ତୁମ୍ଭମାନଙ୍କ ବିଷୟରେ ଭାବବାଣୀ କହିଛନ୍ତି, କାରଣ ଏହା ଲେଖାଅଛି: “ ‘ଏହି ଲୋକମାନେ ମୋତେ ମାନ୍ୟ କରିବା କଥା ମୁହଁରେ ଧରନ୍ତି, କିନ୍ତୁ ଏମାନଙ୍କ ହୃଦୟ ମୋ ଠାରୁ ବହୁ ଦୂରରେ।
7 'They worship me in vain, teaching as doctrines the commandments of men.' ଏମାନେ ବୃଥାରେ ମୋର ଆରାଧନା କରନ୍ତି। ଏମାନଙ୍କ ଶିକ୍ଷାଗୁଡ଼ିକ କେବଳ ମନୁଷ୍ୟରଚିତ କେତେଗୁଡ଼ିଏ ନୀତିନିୟମ ମାତ୍ର।’
8 You abandon the commandment of our Father and hold to the tradition of men." ତୁମ୍ଭେମାନେ ଈଶ୍ୱରଙ୍କ ଆଜ୍ଞାସବୁ ଅଗ୍ରାହ୍ୟ କରି ମନୁଷ୍ୟମାନଙ୍କର ପରମ୍ପରାଗତ ପ୍ରଥାଗୁଡ଼ିକୁ ଧରି ବସିଛ।”
9 He said to them, "You do a fine job setting aside our Father's commandment to keep your own tradition!" ପୁଣି, ସେ ସେମାନଙ୍କୁ କହିଲେ, “ତୁମ ନିଜର ପରମ୍ପରା ରକ୍ଷା କରିବା ଉଦ୍ଦେଶ୍ୟରେ ଈଶ୍ୱରଙ୍କର ଆଜ୍ଞାସବୁ ରଦ୍ଦ କରିବା ଉପାୟ ତୁମକୁ ବେଶ ଜଣା!
10 For Moses said, 'Honor your father and your mother,' and 'Whoever curses father or mother must be executed.' କାରଣ ମୋଶା କହିଛନ୍ତି, ପିତାମାତାଙ୍କୁ ମାନ୍ୟ କର ଏବଂ ଯେକେହି ଆପଣା ପିତା ବା ମାତାକୁ ଅଭୀଶାପ ଦିଏ, ସେ ପ୍ରାଣଦଣ୍ଡ ପାଇବ।
11 "But you say: if anyone tells his father or mother, 'Whatever you'd have gained from me is Corban' (a gift devoted to our Father), କିନ୍ତୁ ତୁମ୍ଭେମାନେ କହିଥାଅ ଯେ, କୌଣସି ମନୁଷ୍ୟ ଯଦି ନିଜ ପିତା ବା ମାତାକୁ କହେ ‘ମୋ’ ଠାରୁ ତୁମେ ଯେଉଁ ସାହାଯ୍ୟ ପାଇଥାନ୍ତ, ତାହା କୋର୍ବାନ୍, ଅର୍ଥାତ୍ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ।
12 then you no longer let him do anything for his father or mother. ତାହାହେଲେ ତୁମେ ସେହି ମନୁଷ୍ୟକୁ ତାହାର ପିତା ବା ମାତା ପାଇଁ କିଛି କରିବାକୁ ଆଉ ଦେଇ ନ ଥାଅ।
13 So you cancel the word of our Father with your handed-down tradition. You do many things like this." ଏହିରୂପେ, ତୁମେ ଚଳି ଆସୁଥିବା ପରମ୍ପରାଗତ ପ୍ରଥା ଦ୍ଵାରା ଈଶ୍ୱରଙ୍କ ବାକ୍ୟକୁ ରଦ୍ଦ କରିଥାଅ ତୁମ୍ଭେମାନେ ଏହିପ୍ରକାର ଅନେକ କାର୍ଯ୍ୟ କରିଥାଅ।”
14 He called the crowd again and said to them, "Listen to me, all of you, and understand: ପୁନର୍ବାର ଯୀଶୁ ଲୋକମାନଙ୍କୁ ତାଙ୍କ ନିକଟକୁ ଡାକି କହିଲେ, “ତୁମେ ସମସ୍ତେ ମନ ଦେଇ ଶୁଣ ଓ ବୁଝ।
15 Nothing outside a person entering him can make him unclean; rather, what comes out of a person is what makes him unclean." ବାହାରର ଏପରି କୌଣସି ବିଷୟ ନାହିଁ, ଯାହା ମନୁଷ୍ୟ ମଧ୍ୟରେ ପ୍ରବେଶ କରି ତାକୁ ‘ଅଶୁଚି’ କରିପାରେ, ବରଞ୍ଚ ଯାହା ମନୁଷ୍ୟ ମଧ୍ୟରୁ ବାହାରେ, ତାହା ତାକୁ ‘ଅଶୁଚି’ କରେ।
16 Not in this edition ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
17 When he had left the crowd and entered the house, his disciples asked him about the parable. ସେ ଲୋକମାନଙ୍କୁ ଛାଡ଼ି ଗୃହ ମଧ୍ୟରେ ପ୍ରବେଶ କଲାପରେ ତାଙ୍କର ଶିଷ୍ୟମାନେ ତାଙ୍କୁ ଏହି ଦୃଷ୍ଟାନ୍ତ ବିଷୟ ପଚାରିଲେ
18 He said to them, "Are you also this dull? Don't you understand nothing entering a person from outside can make him unclean, ସେ କହିଲେ, “ତୁମ୍ଭେମାନେ କଣ ଏଡ଼େ ନିର୍ବୋଧ?” ତୁମ୍ଭେମାନେ କଣ ବୁଝିପାରୁ ନାହଁ ଯେ, ବାହାରୁ ଯାହାକିଛି ମନୁଷ୍ୟ ମଧ୍ୟରେ ପ୍ରବେଶ କରେ, ତାହା ତାକୁ ଅଶୁଚି କରିପାରେ ନାହିଁ!
19 since it doesn't enter his heart but his stomach, and then goes out into the sewer?" (Saying this, he declared all foods clean.). କାରଣ ତାହା ମନୁଷ୍ୟର ହୃଦୟରେ ପ୍ରବେଶ କରେ ନାହିଁ, ମାତ୍ର ଉଦରରେ ପ୍ରବେଶ କରି ଶରୀରରୁ ବାହାରିଯାଏ। (ଏହା କହିବାରେ, ଯିଶୁ ସମସ୍ତ ଖାଦ୍ୟକୁ ପବିତ୍ର ବୋଲି ଘୋଷଣା କଲେ।)
20 He said, "What comes out of a person—that makes him unclean. ସେ କହିବାକୁ ଲାଗିଲେ, “ଯାହା ମନୁଷ୍ୟ ମଧ୍ୟରୁ ବାହାରେ, ତାହା ହିଁ ତାକୁ ଅଶୁଚି କରେ।
21-22 For from within, out of the human heart, come evil thoughts—sexual sin, theft, murder, କାରଣ ଭିତରୁ, ମନୁଷ୍ୟମାନଙ୍କ ହୃଦୟରୁ କୁଚିନ୍ତା, ଅବୈଧ ଯୌନସମ୍ପର୍କ, ଚୋରୀ, ନରହତ୍ୟା, ବ୍ୟଭିଚାର, ଲୋଭ, ବିଦ୍ୱେଷ, ପ୍ରବଞ୍ଚନା, ଲୋଲୁପଦୃଷ୍ଟି, ପରଶ୍ରୀକାତରତା, ପରନିନ୍ଦା, ଅହଂକାର ଓ ମୂର୍ଖତା ବାହାରେ।
22 adultery, greed, malice, deceit, sensuality, envy, slander, pride, and foolishness. Not in this edition
23 All these evils come from inside and make a person unclean." ଏହିସମସ୍ତ ମନ୍ଦ ଗୁଣ ଅନ୍ତରରୁ ବାହାରେ ଏବଂ ମନୁଷ୍ୟକୁ ଅଶୁଚି କରେ।”
24 Jesus left there for the region of Tyre. He entered a house, wanting no one to know, but couldn't stay hidden. ଏହାପରେ ଯୀଶୁ ସେହି ସ୍ଥାନ ଛାଡ଼ି ସୋର ସୀମାନ୍ତ ଅଞ୍ଚଳକୁ ଗଲେ ସେଠାରେ ସେ ଏକ ଗୃହରେ ପ୍ରବେଶ କଲେ ଓ ତାହା କେହି ନ ଜାଣୁ ବୋଲି ଇଚ୍ଛା କଲେ କିନ୍ତୁ ସେଠାରେ ତାଙ୍କର ଉପସ୍ଥିତି ଗୁପ୍ତ ରଖିପାରିଲେ ନାହିଁ।
25 Instead, a woman whose little daughter had an unclean spirit heard about him at once, came, and fell at his feet. ସଙ୍ଗେସଙ୍ଗେ ଜଣେ ସ୍ତ୍ରୀଲୋକ, ଯାହାର ଝିଅକୁ ଭୂତ ଲାଗିଥିଲା, ସେ ଯୀଶୁଙ୍କ ବିଷୟ ଶୁଣି ତାହାଙ୍କ ପାଦତଳେ ଆସି ପଡ଼ିଗଲା।
26 The woman was Greek, Syrophoenician by birth. She kept asking him to drive the demon out of her daughter. ସେହି ସ୍ତ୍ରୀ ଥିଲା ଗ୍ରୀକ ଜାତିର ଓ ତାହାର ଜନ୍ମସ୍ଥାନ ଥିଲା ସିରିଆ ଦେଶର ଫିନିସିଆ। ତାହାର ଝିଅଠାରୁ ଭୂତ ଛଡ଼ାଇବାକୁ ସେ ଯୀଶୁଙ୍କୁ ଗୁହାରି କଲା।
27 He told her, "Let the children eat first, for it's not right to take their bread and toss it to the dogs." ଯୀଶୁ ତାକୁ କହିଲେ, “ପ୍ରଥମେ ପିଲାମାନେ ତୃପ୍ତ ହେବାଯାଏ ଭୋଜନ କରନ୍ତୁ, କାରଣ ପିଲାମାନଙ୍କ ରୋଟୀ ନେଇ କୁକୁରମାନଙ୍କ ଆଗରେ ପକାଇବା ଉଚିତ ନୁହେଁ!”
28 But she replied to him, "Sir, even the dogs under the table eat the children's crumbs." ସେ ଉତ୍ତର କଲା, “ହଁ ପ୍ରଭୁ, ମେଜ ତଳେ ଥାଇ କୁକୁରମାନେ ମଧ୍ୟ ପିଲାଙ୍କ ରୋଟୀଗୁଣ୍ଡ ଖାଇ ଥାଆନ୍ତି!”
29 He said to her, "Because of this answer, go—the demon has left your daughter." ସେ ତାକୁ କହିଲେ, “ଏହିପ୍ରକାର ଉତ୍ତର ସକାଶେ, କୁଶଳରେ ଯାଅ ଭୂତ ତୁମ ଝିଅକୁ ଛାଡ଼ି ଚାଲିଗଲାଣି।”
30 And she went home and found the child lying on the bed, and the demon gone. ସେ ଘରକୁ ଯାଇ ଦେଖିଲା, ତାହାର ଝିଅ ଶେଯରେ ଶୋଇଛି ଓ ଭୂତ ତାକୁ ଛାଡ଼ି ଚାଲି ଯାଇଛି।
31 Then Jesus left the territory of Tyre, went through Sidon to the Sea of Galilee, into the region of the Decapolis. ତତ୍ପରେ ଯୀଶୁ ସୋର ସୀମାନ୍ତରୁ ବାହାରି ସୀଦୋନ ବାଟେ ଦେକାପଲ୍ଲୀ, ଅଞ୍ଚଳ ମଧ୍ୟଦେଇ ଗାଲିଲୀ ହ୍ରଦ ନିକଟକୁ ଗଲେ।
32 They brought him a deaf man who could hardly speak, begging him to lay his hand on him. ସେଠାରେ ଲୋକମାନେ ଜଣେ ବଧିର ଓ ଖନା ମନୁଷ୍ୟକୁ ଯୀଶୁଙ୍କ ନିକଟକୁ ଆଣିଲେ ଏବଂ ତା ଉପରେ ହାତ ରଖିବାକୁ ତାହାଙ୍କୁ ବିନତି କଲେ।
33 Jesus took him aside privately, away from the crowd, put his fingers in the man's ears, spit, and touched his tongue. ଯୀଶୁ ତାକୁ ଅଲଗା କରି ଲୋକଗହଳିଠାରୁ ଦୂରକୁ ନେଇଗଲେ ଓ ତାହାର ଦୁଇ କାନରେ ଅଙ୍ଗୁଳି ଦେଲେ ତା ପରେ ସେ ଛେପ ଦେଇ ତାହାର ଜିଭ ଛୁଇଁଲେ
34 Then, looking up to heaven, he sighed deeply and said to him, "Ephphatha!" (that is, "Be opened!"). ସ୍ଵର୍ଗଆଡ଼େ ଅନାଇ ସେ ଦୀର୍ଘଶ୍ୱାସ ଛାଡ଼ି ତାହାକୁ କହିଲେ, “ଇପ୍‌ଫଥା!” (ଅର୍ଥାତ୍, “ଫିଟି ଯା।”)
35 And immediately his ears were opened, his tongue was released, and he began to speak plainly. ତହିଁରେ ସେହି ଲୋକର କାନ ଫିଟିଗଲା, ତାହାର ଜିଭ ବନ୍ଧନମୁକ୍ତ ହେଲା ଓ ସେ ସ୍ପଷ୍ଟଭାବେ କଥା କହିବାକୁ ଲାଗିଲା।
36 Jesus ordered them to tell no one; but the more he ordered, the more they proclaimed it. ଏହି କଥା କାହାରିକି ନ କହିବା ପାଇଁ ଯୀଶୁ ସେମାନଙ୍କୁ ଯେତେ ମନା କଲେ, ସେମାନେ ସେତେ ଅଧିକ ତାହା ପ୍ରଚାର କଲେ
37 They were completely amazed: "He has done everything well—he makes the deaf hear and the mute speak." ଲୋକମାନେ ବିସ୍ମୟରେ ଅଭିଭୂତ ହୋଇ କହୁଥିଲେ, “ସେ ସବୁକିଛି ଉତ୍ତମଭାବେ କରିଛନ୍ତି, ଏପରିକି ସେ ବଧିରକୁ ଶୁଣିବା ଶକ୍ତି ଓ ମୂକକୁ କହିବା ଶକ୍ତି ମଧ୍ୟ ଦିଅନ୍ତି!”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]