Skip to content
The Believer's Library

Biblica® Open Odia Contemporary Bible

Mark 4 OOCB

Show OOCB only
Verse × ×
1 Jesus again taught by the sea. So large a crowd gathered around him that he got into a boat on the water and sat, while the whole crowd was on land by the sea. ଆଉ ଥରେ ଯୀଶୁ ହ୍ରଦକୂଳରେ ଶିକ୍ଷାଦେବାକୁ ଲାଗିଲେ ତାଙ୍କ ଚାରିଆଡ଼େ ଏତେ ଲୋକଭିଡ଼ ହେଲା ଯେ, ସେ ଯାଇ ହ୍ରଦରେ ଥିବା ଏକ ନୌକାରେ ବସିଲେ ଓ ଲୋକେ କୂଳରେ ପାଣିର ଧାରେ ଧାରେ ରହିଲେ।
2 He taught them many things in parables, and in his teaching he said to them: ସେ ଦୃଷ୍ଟାନ୍ତ ଗଳ୍ପ ଛଳରେ ଲୋକମାନଙ୍କୁ ଅନେକ ବିଷୟ ଶିକ୍ଷା ଦେଲେ ସେ ଶିକ୍ଷା ଦେଇ କହିଲେ:
3 "Listen! A sower went out to sow. “ଶୁଣ, ଜଣେ କୃଷକ ବିହନ ବୁଣିବାକୁ ବାହାରିଲା।
4 And as he sowed, some seed fell along the path, and the birds came and devoured it. ସେ ବିହନ ବୁଣିଲା ବେଳେ ସେଥିରୁ କିଛି ରାସ୍ତାକଡ଼ରେ ପଡ଼ିଲା ଏବଂ ପକ୍ଷୀମାନେ ଆସି ସେଗୁଡ଼ିକ ଖୁଣ୍ଟି ଖାଇଦେଲେ
5 Other seed fell on rocky ground, lacking much soil, and sprang up at once since the soil had no depth. ବେଶୀ ମାଟି ନ ଥିବା ପଥୁରିଆ ଭୂମିରେ ଆଉ କେତେକ ପଡ଼ିଲା। ମାଟି ବହଳ ନ ଥିବାରୁ ଶୀଘ୍ର ଗଜା ବାହାରିଲା,
6 When the sun rose, the plants were scorched, and since they had no root, they withered. କିନ୍ତୁ ସୂର୍ଯ୍ୟ ଉଠିବା ପରେ ଚାରାଗଛଗୁଡ଼ିକ ଖରାରେ ପୋଡ଼ିଗଲା ଏବଂ ଚେର ନ ଥିବାରୁ ଶୁଖିଗଲା।
7 Other seed fell among thorns, and the thorns grew up and choked it, yielding no grain. ଅନ୍ୟ କେତେକ ବିହନ କଣ୍ଟାବୁଦା ମଧ୍ୟରେ ପଡ଼ିଲା। କଣ୍ଟାବୁଦା ବଢ଼ି ଚାରାଗଛଗୁଡ଼ିକୁ ଚାପି ପକାଇଲା, ଯଦ୍ଦ୍ୱାରା ସେଗୁଡ଼ିକ ଶସ୍ୟ ଉତ୍ପନ୍ନ କଲା ନାହିଁ।
8 Other seed fell into good soil, producing grain that sprouted, grew, and yielded thirty, sixty, one hundred times what was sown." କିନ୍ତୁ ଆଉ କେତେକ ବିହନ ଭଲ ମାଟିରେ ପଡ଼ି ଅଙ୍କୁରିତ ହେଲା ଓ ବଢ଼ି ତିରିଶ ଗୁଣ, ଷାଠିଏ ଗୁଣ, ଏପରିକି ଶଏଗୁଣ ପର୍ଯ୍ୟନ୍ତ ଫସଲ ଉତ୍ପନ୍ନ କଲା।”
9 And he said, "Whoever has ears to hear, let him hear." ତା ପରେ ଯୀଶୁ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
10 When he was alone, those around him, together with the Twelve, asked him about the parables. ପରେ ଯୀଶୁ ଏକାକୀ ଥିବା ସମୟରେ ଦ୍ଵାଦଶ ଶିଷ୍ୟ ଓ ତାହାଙ୍କୁ ଘେରି ରହିଥିବା ଲୋକେ ଏହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିଲେ।
11 He said to them, "To you is given the secret of the kingdom of our Father, but to those outside, everything comes in parables, ସେ ସେମାନଙ୍କୁ କହିଲେ, “ଈଶ୍ୱରଙ୍କ ରାଜ୍ୟର ନିଗୂଢ଼ତତ୍ତ୍ୱ ତୁମ୍ଭମାନଙ୍କୁ ଦିଆଯାଇଛି। କିନ୍ତୁ ବାହାର ଲୋକମାନଙ୍କୁ ସବୁକିଛି ଦୃଷ୍ଟାନ୍ତ ଛଳରେ କୁହାଯାଉଛି,
12 so that 'they may look but not perceive, and hear but not understand, and not turn and be forgiven.'" ଯଦ୍ଦ୍ୱାରା, “ ‘ସେମାନେ ଚାହିଁ ରହିଥିବେ, କିନ୍ତୁ ଦେଖିପାରିବେ ନାହିଁ, ଓ ଶୁଣୁଥିବେ କିନ୍ତୁ କେବେ ବୁଝିପାରିବେ ନାହିଁ, ନଚେତ୍ ସେମାନେ ତ ଫେରିଆସି କ୍ଷମା ପାଆନ୍ତେ!’ ”
13 He said to them, "You don't understand this parable? Then how will you understand all the parables? ଯୀଶୁ ସେମାନଙ୍କୁ କହିଲେ, “କିନ୍ତୁ ତୁମେମାନେ କଣ ଏହି ଦୃଷ୍ଟାନ୍ତ ଗଳ୍ପ ବୁଝିପାରୁ ନାହଁ? ତେବେ ଅନ୍ୟ ସମସ୍ତ ଦୃଷ୍ଟାନ୍ତ ଗଳ୍ପ ବୁଝିବ କିପରି?
14 The sower sows the word. ବୁଣାଳି ବାକ୍ୟ ବୁଣେ।
15 These are the ones on the path where the word is sown: once they hear, Satan comes immediately and takes away the word sown in them. କେତେ ଲୋକ ବାକ୍ୟ ବୁଣା ହେଲାବେଳେ ବାଟ କଡ଼ରେ ପଡ଼ି ଯାଇଥିବା ବିହନ ପରି। ସେମାନେ ଶୁଣିବା ମାତ୍ରେ ଶୟତାନ ଆସେ ଓ ସେମାନଙ୍କ ମଧ୍ୟରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ।
16 These are the ones sown on rocky ground, who hear the word and immediately receive it with joy. ଅନ୍ୟମାନେ ପଥୁରିଆ ଭୂମିରେ ପଡ଼ିଥିବା ବିହନ ପରି। ସେମାନେ ବାକ୍ୟ ଶୁଣି ସଙ୍ଗେସଙ୍ଗେ ତାହା ଆନନ୍ଦରେ ଗ୍ରହଣ କରନ୍ତି।
17 But they have no root in themselves, lasting only briefly; when trouble or persecution comes because of the word, they fall away at once. କିନ୍ତୁ ସେମାନଙ୍କର ଚେର ନ ମାଡ଼ିବାରୁ ଅଳ୍ପକାଳ ପାଇଁ ସ୍ଥିର ରହନ୍ତି। ବାକ୍ୟ ସକାଶେ ଯେତେବେଳେ ଦୁଃଖ ଓ ନିର୍ଯ୍ୟାତନା ଆସେ, ସେମାନେ ସଙ୍ଗେସଙ୍ଗେ ପଛଘୁଞ୍ଚା ଦିଅନ୍ତି।
18 And others are the ones sown among thorns. These are those who hear the word, ଅନ୍ୟ କେତେକ କଣ୍ଟାବୁଦା ମଧ୍ୟରେ ବୁଣାଯାଇଥିବା ବିହନ ପରି। ସେମାନେ ବାକ୍ୟ ଶୁଣନ୍ତି,
19 but worries of this age, the deceit of wealth, and desires for other things enter and choke the word, and it produces no fruit. କିନ୍ତୁ ଏହି ଜଗତର ସାଂସାରିକ ଚିନ୍ତା, ଧନର ମୋହମାୟା ଓ ନାନାଦି ବିଷୟର ଭୋଗଲିପ୍‌ସା ବାକ୍ୟକୁ ଚାପି ପକାଇ ଫଳହୀନ କରିଦିଏ।
20 And these are the ones sown on good soil: they hear the word, accept it, and produce fruit—thirty, sixty, one hundred times over." ଅନ୍ୟମାନେ ଉତ୍ତମ ଭୂମିରେ ବୁଣାଯାଇଥିବା ବିହନ ପରି। ସେମାନେ ବାକ୍ୟ ଶୁଣି ଗ୍ରହଣ କରନ୍ତି ଓ ଯାହା ବୁଣା ଯାଇଥିଲା, ତାହାର ତିରିଶ, ଷାଠିଏ, ଏପରିକି ଶହେ ଗୁଣ ଫସଲ ଉତ୍ପନ୍ନ କରନ୍ତି।”
21 He told them, "Does anyone bring in a lamp to put it under a basket or bed—not on a stand? ସେ ସେମାନଙ୍କୁ କହିଲେ, “ତୁମେ କଣ କଂସା ତଳେ ବା ଖଟ ତଳେ ରଖିବାକୁ ଦୀପଟିଏ ଆଣିଥାଅ? ତୁମେ କଣ ତାହା ଦୀପରୁଖା ଉପରେ ରଖ ନାହିଁ?
22 Nothing is hidden except to be revealed; nothing is secret except to surface. କାରଣ ଯାହା ଗୁପ୍ତ ରଖାଯାଇଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ରହିଛି ଓ ଯାହା ଲୁକ୍‌କାୟିତ ରହିଛି, ତାହା ଲୋକଲୋଚନକୁ ଅଣାଯିବା ଉଦ୍ଦେଶ୍ୟରେ ଲୁକ୍‌କାୟିତ ହୋଇଛି।
23 If anyone has ears to hear, let him hear." ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
24 He told them, "Watch what you hear. The measure you use will be measured to you—and more added. ସେ ଆହୁରି ମଧ୍ୟ କହିଲେ, “ତୁମ୍ଭେମାନେ ଯାହା ଶୁଣୁଛ, ତାହା ସାବଧାନ ପୂର୍ବକ ବିବେଚନା କର। ତୁମେ ଯେଉଁ ମାପରେ ମାପୁଛ, ସେହି ମାପରେ ତୁମକୁ ମାପି ଦିଆଯିବ, ଏପରିକି ଅଧିକ ଦିଆଯିବ।
25 For whoever has will be given more; whoever doesn't, even what he has will be taken from him." ଯାହାର ଅଛି, ତାହାକୁ ଆହୁରି ଦିଆଯିବ ଯାହାର ନାହିଁ, ତା ନିକଟରେ ଯାହାକିଛି ଅଛି, ତାହା ମଧ୍ୟ ତା ଠାରୁ କାଢ଼ି ନିଆଯିବ।”
26 He said, "This is what the kingdom of our Father is like: a man scatters seed on the ground. ସେ ଆହୁରି ମଧ୍ୟ କହିଲେ, “ଈଶ୍ୱରଙ୍କ ରାଜ୍ୟ ଏହିପ୍ରକାର। ଜଣେ ଲୋକ ଭୂମିରେ ବିହନ ବୁଣେ।
27 Night and day, asleep or awake, the seed sprouts and grows, though he doesn't know how. ରାତିରେ ଓ ଦିନରେ ସେ ଶୋଇଥାଉ, କି ଉଠିଥାଉ, ବୀଜ ଅଙ୍କୁରିତ ହୋଇ ବଢ଼ୁଥାଏ ଅଥଚ ତାହା କିପରି ହୁଏ, ସେ ଜାଣେ ନାହିଁ।
28 The soil yields grain on its own—first blade, then head, then full kernel in the head. ମାଟି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ-ପ୍ରଥମେ ବୀଜପତ୍ର ବାହାରେ, ତା ପରେ ଶିଷା ଧରେ, ତା ପରେ କେଣ୍ଡା ଶସ୍ୟରେ ପୂର୍ଣ୍ଣ ହୁଏ।
29 But when the grain ripens, he immediately sends the sickle, since harvest has come." ଯେତେବେଳେ ଶସ୍ୟ ପାଚିଯାଏ, ସେ ଦାଆ ଲଗାଏ, କାରଣ ତାହା ଶସ୍ୟ କାଟିବାର ସମୟ।”
30 He said, "What can we compare the kingdom of our Father to, or what parable can we use for it? ଯୀଶୁ ପୁଣି କହିଲେ, “ଆମେ କାହା ସଙ୍ଗେ ଈଶ୍ୱରଙ୍କ ରାଜ୍ୟର ତୁଳନା କରିପାରିବା, କିମ୍ବା କେଉଁ ଦୃଷ୍ଟାନ୍ତ ଗଳ୍ପ ଦ୍ଵାରା ଆମେ ତାହା ବର୍ଣ୍ଣନା କରିବା?
31 It's like a mustard seed, the smallest of all seeds when sown on the ground. ଈଶ୍ୱରଙ୍କ ରାଜ୍ୟ ଏକ ସୋରିଷମଞ୍ଜି ପରି। ତୁମେ ଭୂମିରେ ରୋପଣ କରୁଥିବା ବୀଜଗୁଡ଼ିକ ମଧ୍ୟରୁ ଏହା ସବୁଠାରୁ କ୍ଷୁଦ୍ର।
32 Yet once sown, it grows up and becomes the largest of all garden plants, producing branches so big that birds of the air can nest in its shade." ତଥାପି ରୋପିତ ହେଲାପରେ ଏହା ବଢ଼ି ଉଠି ବାଡ଼ିବଗିଚାର ଗଛଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଗଛ ହୁଏ। ଏହାର ଡାଳଗୁଡ଼ିକ ଏତେ ବଡ଼ ହୁଏ ଯେ, ଆକାଶର ପକ୍ଷୀମାନେ ତାହାର ଛାୟାରେ ବସି ପାରନ୍ତି।”
33 With many such parables he spoke the word to them, as they were able to hear. ଲୋକମାନଙ୍କ ବୋଧଶକ୍ତି ଅନୁସାରେ ଯୀଶୁ ଏହିପରି ଅନେକ ଦୃଷ୍ଟାନ୍ତ ଗଳ୍ପ ମାଧ୍ୟମରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କଲେ
34 He spoke to them only in parables, but privately explained everything to his own disciples. ଦୃଷ୍ଟାନ୍ତ ନ ଦେଇ ସେ ସେମାନଙ୍କୁ କୌଣସି ଶିକ୍ଷା ଦେଉ ନ ଥିଲେ; କିନ୍ତୁ ସେ ନିଜ ଶିଷ୍ୟମାନଙ୍କ ସହିତ ଗୋପନରେ ଥିଲାବେଳେ ସେମାନଙ୍କୁ ତାହାର ଅର୍ଥ ବୁଝାଇ ଦେଉଥିଲେ।
35 That day, when evening came, he said to them, "Let us cross over to the other side." ସେହିଦିନ ସନ୍ଧ୍ୟା ହୋଇ ଆସିଲା ବେଳକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ଚାଲ, ହ୍ରଦର ଆରପାରିକି ଯିବା।”
36 They left the crowd and took him along, just as he was, in the boat, other boats accompanying him. ତେଣୁ ଶିଷ୍ୟମାନେ ଲୋକସମୂହଙ୍କୁ ଛାଡ଼ି ଯୀଶୁ ନୌକାରେ ଯେପରି ବସିଥିଲେ, ସେହିପରି ତାଙ୍କୁ ସଙ୍ଗରେ ନେଇ ବାହାରିଗଲେ ଅନ୍ୟ କେତେକ ନୌକା ମଧ୍ୟ ତାଙ୍କ ସଙ୍ଗରେ ଥିଲା।
37 A fierce windstorm came up. Waves broke over the boat, so that it was already being swamped. ଏକ ଭୟାନକ ଝଡ଼ ଉଠିଲା। ଲହରୀସବୁ ନୌକା ଉପରେ ଭାଙ୍ଗି ତାକୁ ଜଳପୂର୍ଣ୍ଣ କଲା।
38 But Jesus was asleep in the stern on the cushion. They woke him and said, "Teacher, don't you care that we're dying?" ଯୀଶୁ ମୁଣ୍ଡ ତଳେ ତକିଆ ଦେଇ ନୌକାର ପଛ ଭାଗରେ ଶୋଇପଡ଼ିଥିଲେ ଶିଷ୍ୟମାନେ ତାଙ୍କୁ ନିଦରୁ ଉଠାଇ କହିଲେ, “ଗୁରୁ, ଆମେ ବୁଡ଼ି ଯାଉଛୁ, ଆପଣଙ୍କର କଣ ଚିନ୍ତା ନାହିଁ?”
39 He got up, rebuked the wind, and told the sea, "Peace! Be still!" The wind stopped, and it grew totally calm. ଯୀଶୁ ଉଠି ପବନକୁ ଧମକ ଦେଲେ ଓ ଲହରୀକୁ କହିଲେ, “ଶାନ୍ତ ହେଇଯା! ସୁସ୍ଥିର ହେଇଯା!” ବତାସ ବନ୍ଦ ହୋଇ ସବୁ ଶାନ୍ତ ହୋଇଗଲା।
40 He said to them, "Why are you so afraid? Do you still have no faith?" ସେ ଶିଷ୍ୟମାନଙ୍କୁ ପଚାରିଲେ, “ତୁମ୍ଭେମାନେ କାହିଁକି ଏତେ ଭୀତତ୍ରସ୍ତ? ଏବେ ସୁଦ୍ଧା କଣ ତୁମର ବିଶ୍ୱାସ ହୋଇନାହିଁ?”
41 They were terrified and asked one another, "Who then is this, that even the wind and the sea obey him?" ସେମାନେ ଆତଙ୍କିତ ହୋଇ ଆପଣା ଆପଣା ମଧ୍ୟରେ କଥାବାର୍ତ୍ତା ହେଲେ, “ଏ କିଏ ଯେ, ବତାସ ଓ ଲହରୀ ସୁଦ୍ଧା ତାହାଙ୍କର ଆଦେଶ ମାନନ୍ତି!”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]