Skip to content
The Believer's Library

Biblica® Open Odia Contemporary Bible

Mark 5 OOCB

Show OOCB only
Verse × ×
1 They came to the other side of the sea, to the region of the Gerasenes. ସେମାନେ ହ୍ରଦଟିକୁ ପାରି ହୋଇ ଗେରାସିନ୍ ଅଞ୍ଚଳକୁ ଗଲେ।
2 As Jesus left the boat, a man with an unclean spirit met him at once, from the tombs. ଯେତେବେଳେ ଯୀଶୁ ଡଙ୍ଗାରୁ ଉତରିଲେ, ଏକ ଅଶୁଚି ଆତ୍ମା ଲୋକ ଶ୍ମଶାନରୁ ତାଙ୍କୁ ଭେଟିବାକୁ ଆସିଲା।
3 He lived among the tombs, and no one could bind him anymore, not even with a chain. ଏହି ଲୋକ କବର ସ୍ଥାନରେ ବାସ କରୁଥିଲା। କେହି ତାକୁ ଶିକୁଳିର ସୁଦ୍ଧା ଆଉ ବାନ୍ଧି ରଖିପାରୁ ନ ଥିଲେ
4 For he'd often been bound with shackles and chains, but tore the chains apart and shattered the shackles—no one had strength to subdue him. ଅନେକଥର ତାର ହାତ ଓ ପାଦ ଶିକୁଳିରେ ବନ୍ଧାଗଲେ ମଧ୍ୟ ସେ ଶିକୁଳିକୁ ଛିଣ୍ଡାଇ ଦେଉଥିଲା ଓ ଲୁହା ବେଡ଼ିକୁ ଭାଙ୍ଗି ଦେଉଥିଲା। ତାକୁ ଆୟତ୍ତରେ ରଖିବା ପାଇଁ କାହାରି ବଳ ନ ଥିଲା।
5 Night and day, among the tombs and on the mountains, he cried out constantly, cutting himself with stones. ସେ ଦିନରାତି କବରଗୁଡ଼ିକ ମଧ୍ୟରେ ଓ ପାହାଡ଼ମାନଙ୍କରେ ରହି ଚିତ୍କାର କରୁଥିଲା ଓ ନିଜକୁ ପଥରରେ କ୍ଷତବିଷତ କରୁଥିଲା।
6 And when he saw Jesus from a distance, he ran and fell down before him. ସେ ଯୀଶୁଙ୍କୁ ଦୂରରୁ ଦେଖି ଦୈଡ଼ି ଗଲା ଓ ତାଙ୍କ ଆଗରେ ଆଣ୍ଠୋଇ ପଡ଼ିଲା।
7 Shouting loudly, he said, "What do you want with me, Jesus, Son of the Most High God? I beg you by God, don't torment me!" ସେ ଉଚ୍ଚସ୍ଵରରେ ଚିତ୍କାର କରି କହିଲା, “ହେ ସର୍ବୋପରିସ୍ଥ ଈଶ୍ୱରଙ୍କ ପୁତ୍ର ଯୀଶୁ, ମୋ ସହିତ ତୁମ୍ଭର କଅଣ ଅଛି? ତୁମ୍ଭେ ମୋତେ ଯନ୍ତ୍ରଣା ଦେବ ନାହିଁ ବୋଲି ଈଶ୍ୱରଙ୍କ ନାମରେ ଶପଥ କର!”
8 For Jesus had been saying to him, "Come out of the man, you unclean spirit!" କାରଣ ଯୀଶୁ ଠିକ ସେତିକିବେଳେ ତାକୁ କହୁଥିଲେ, “ଆରେ ଭୂତାତ୍ମା ଏହି ଲୋକଠାରୁ ବାହାରି ଯା।”
9 Jesus asked, "What is your name?" "Legion," he said, "we are many." ତହୁଁ ଯୀଶୁ ତାକୁ ପଚାରିଲେ, “ତୋର ନା କଅଣ?” ସେ ଉତ୍ତର ଦେଲା, “ମୋ ନା ବାହିନୀ, କାରଣ ଆମେ ଅନେକ!”
10 He kept begging him not to send them out of the region. ଯୀଶୁ ଯେପରି ସେମାନଙ୍କୁ ସେହି ଅଞ୍ଚଳରୁ ତଡ଼ି ନ ଦିଅନ୍ତି, ଏଥିପାଇଁ ସେ ତାଙ୍କୁ ଥରକୁ ଥର ବିନତି କଲା।
11 Now a great herd of pigs was feeding there on the hillside. ସେତିକିବେଳେ ନିକଟବର୍ତ୍ତୀ ପାହାଡ଼ କଡ଼ରେ ଏକ ବଡ଼ ଘୁଷୁରିପଲ ଚରୁଥିଲା।
12 And they begged him, "Send us to the pigs; let us enter them." ଭୂତମାନେ ଯୀଶୁଙ୍କୁ ବିନତି କରି କହିଲେ, “ଆମକୁ ସେହି ଘୁଷୁରିମାନଙ୍କ ମଧ୍ୟକୁ ପଠାଇ ଦିଅନ୍ତ ସେମାନଙ୍କ ମଧ୍ୟରେ ପଶିବାକୁ ଆମକୁ ଅନୁମତି ଦିଅ।”
13 He gave permission. The unclean spirits came out and entered the pigs; the herd—about 2,000—rushed down the cliff into the sea and drowned in the sea. ସେ ସେମାନଙ୍କୁ ଅନୁମତି ଦେଲେ ଏବଂ ଭୂତାତ୍ମାମାନେ ବାହାରିଯାଇ ଘୁଷୁରିମାନଙ୍କ ମଧ୍ୟରେ ପ୍ରବେଶ କଲେ ଏବଂ ପଲଟାଯାକ ତିଖ ରୁ ଅତି ବେଗରେ ଦୈଡ଼ିଯାଇ ହ୍ରଦରେ ପଡ଼ି ବୁଡ଼ିମଲେ ସେହି ପଲରେ ପ୍ରାୟ ଦୁଇ ହଜାର ଘୁଷୁରି ଥିଲେ।
14 The herders fled and told it in town and country; people came to see what happened. ଘୁଷୁରି ଜଗିବା ଲୋକମାନେ ଦୈଡ଼ିଯାଇ ସହର ଓ ଗ୍ରାମମାନଙ୍କରେ ଏହି ଖବର ପ୍ରଚାର କଲେ ଏବଂ କଅଣ ଘଟିଛି, ତାହା ଦେଖିବା ପାଇଁ ଲୋକେ ବାହାରି ଆସିଲେ
15 They came to Jesus and saw the man who had been possessed by the demons, the one who'd had the legion, sitting there, dressed and thinking clearly—and they were afraid. ସେମାନେ ଯେତେବେଳେ ଯୀଶୁଙ୍କ ନିକଟକୁ ଆସିଲେ ଓ ଯାହାକୁ ବାହିନୀ ଭୂତ ଲାଗିଥିଲେ, ତାକୁ ଲୁଗାପଟା ପିନ୍ଧି ସଂପୂର୍ଣ୍ଣ ପ୍ରକୃତିସ୍ଥ ଅବସ୍ଥାରେ ବସିଥିବା ଦେଖିଲେ, ସେମାନେ ଭୀତ ହେଲେ
16 Eyewitnesses told them what had happened to the demon-possessed man, and about the pigs. ସେମାନେ ସେହି ଭୂତଗ୍ରସ୍ତ ଲୋକ ପ୍ରତି କଅଣ ଘଟିଥିଲା, ଯେଉଁମାନେ ତାହା ଦେଖିଥିଲେ, ତାହା ଲୋକମାନଙ୍କୁ କହିଲେ ଓ ଘୁଷୁରିମାନଙ୍କ କଥା ମଧ୍ୟ କହିଲେ
17 And they began to beg Jesus to leave their region. ସେତେବେଳେ ଯୀଶୁ ଯେପରି ସେମାନଙ୍କ ଅଞ୍ଚଳ ଛାଡ଼ି ଚାଲିଯାଆନ୍ତି, ଲୋକମାନେ ତାଙ୍କୁ ଅନୁନୟ କରିବାକୁ ଲାଗିଲେ।
18 As he was getting into the boat, the once-possessed man begged to be with him. ଯୀଶୁ ନୌକାରେ ଚଢ଼ିବାକୁ ଯାଉଥିଲା ବେଳେ ଯେଉଁ ଲୋକକୁ ଭୂତ ଧରିଥିଲା, ସେ ଯୀଶୁଙ୍କ ସଙ୍ଗେ ଯିବା ପାଇଁ ଗୁହାରି କଲା।
19 But Jesus refused, telling him instead, "Go home to your own people and tell them how much our Father has done for you, and how he has had mercy on you." ଯୀଶୁ ତାକୁ ଅନୁମତି ଦେଲେ ନାହିଁ, କିନ୍ତୁ କହିଲେ, “ନିଜ ଘରକୁ, ନିଜ ଆତ୍ମୀୟମାନଙ୍କ ନିକଟକୁ ଯାଅ। ପ୍ରଭୁ ତୁମ ପାଇଁ ଯାହା କରିଛନ୍ତି ଓ ଯେଉଁ ଦୟା ଦେଖାଇଛନ୍ତି, ତାହା ସେମାନଙ୍କୁ ଜଣାଅ।”
20 He went and began proclaiming in the Decapolis all Jesus had done for him, and everyone was amazed. ଅତଏବ ଲୋକଟି ଚାଲିଯାଇ ଯୀଶୁ ତା ନିମନ୍ତେ ଯାହା କରିଥିଲେ, ତାହା ଦେକାପଲ୍ଲୀ, ରେ କହି ବୁଲିଲା ଏବଂ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ।
21-22 When Jesus crossed again by boat to the other side, a large crowd gathered around him by the sea. ଯୀଶୁ ଯେତେବେଳେ ନୌକାରେ ଆଉ ଥରେ ପାରି ହୋଇ ହ୍ରଦର ଅପର ତୀରକୁ ଗଲେ, ସେତେବେଳେ ତାହାଙ୍କ ଚାରିଆଡ଼େ ବହୁସଂଖ୍ୟକ ଲୋକ ରୁଣ୍ଡ ହେଲେ ସେ ହ୍ରଦକୂଳରେ ଥିଲାବେଳେ ଉପାସନାଗୃହର ଅଧ୍ୟକ୍ଷମାନଙ୍କ ମଧ୍ୟରୁ ଯାଇରସ୍ ନାମକ ଜଣେ ଅଧ୍ୟକ୍ଷ ସେଠାକୁ ଗଲେ ସେ ଯୀଶୁଙ୍କୁ ଦେଖି ତାଙ୍କ ପାଦତଳେ ପଡ଼ିଲେ
22 One of the synagogue leaders, named Jairus, came, saw Jesus, and fell at his feet, Not in this edition
23 and begged him urgently, "My little daughter is dying. Come, lay your hands on her, so she may be healed and live." ଏବଂ ବିନୀତ ଅନୁରୋଧ କରି କହିଲେ, “ମୋର ଝିଅଟି ମୃତପ୍ରାୟ, ଆପଣ ଦୟାକରି ଆସନ୍ତୁ ଓ ତା ଉପରେ ହାତ ରଖନ୍ତୁ, ତା ହେଲେ ସେ ସୁସ୍ଥ ହୋଇ ବଞ୍ଚିବ।”
24 So Jesus went with him. And a great crowd followed him and pressed around him. ତେଣୁ ଯୀଶୁ ତାଙ୍କ ସହିତ ଗଲେ। ବହୁସଂଖ୍ୟକ ଲୋକ ତାଙ୍କ ପଛେ ପଛେ ଚାଲିଲେ ଓ ତାହାଙ୍କ ଉପରେ ଚାରିଆଡ଼େ ମାଡ଼ି ପଡ଼ୁଥିଲେ
25 And there was a woman with a discharge of blood that had gone on for twelve years. ସେଠାରେ ବାର ବର୍ଷ ପର୍ଯ୍ୟନ୍ତ ରକ୍ତପ୍ରଦର ରୋଗରେ ପୀଡ଼ିତା ଜଣେ ସ୍ତ୍ରୀ ଥିଲା।
26 She had suffered much under many doctors, spent all she owned, gained nothing, and only grew worse. ସେ ଅନେକ ବୈଦ୍ୟଙ୍କର ଚିକିତ୍ସ। ଧୀନରେ ଥାଇ ବହୁତ କଷ୍ଟ ଭୋଗିଥିଲା ଓ ସମସ୍ତ ଅର୍ଥ ବ୍ୟୟ କରି ସୁଦ୍ଧା ଭଲ ହେବା ପରିବର୍ତ୍ତେ ତାହାର ଅବସ୍ଥା ଖରାପ ହେଉଥିଲା।
27 Hearing about Jesus, she came up behind him in the crowd and touched his cloak. ଯେତେବେଳେ ସେ ଯୀଶୁଙ୍କ କଥା ଶୁଣିଲା, ସେ ଲୋକଗହଳି ମଧ୍ୟରେ ଯାଇ ଯୀଶୁଙ୍କ ପଛଆଡ଼ୁ ତାଙ୍କ ପୋଷାକକୁ ସ୍ପର୍ଶ କଲା।
28 For she kept saying, "If I just touch his garments, I will be made well." କାରଣ ସେ ଭାବିଲା, “ମୁଁ ଯଦି ଅନ୍ତତଃ ତାଙ୍କର ଲୁଗାକୁ ଛୁଇଁପାରେ, ତେବେ ଭଲ ହୋଇଯିବି।”
29 Her flow of blood dried up instantly, and she felt in her body that she was healed of her suffering. ସେ ସ୍ପର୍ଶ କଲାକ୍ଷଣି ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା ଓ ସେ ରୋଗମୁକ୍ତ ବୋଲି ନିଜ ଶରୀରରେ ଅନୁଭବ କଲା।
30 At once Jesus, aware that power had left him, turned around in the crowd and asked, "Who touched my clothes?" ସଙ୍ଗେସଙ୍ଗେ ଯୀଶୁ ଜାଣିପାରିଲେ ଯେ, ତାଙ୍କଠାରୁ ଶକ୍ତି ନିର୍ଗତ ହେଲା। ସେ ଲୋକମାନଙ୍କ ଆଡ଼କୁ ବୁଲି ପଚାରିଲେ, “କିଏ ମୋର ଲୁଗା ଛୁଇଁଲା?”
31 His disciples said to him, "You see the crowd crushing you, yet you ask, 'Who touched me?'" ତାଙ୍କର ଶିଷ୍ୟମାନେ ଉତ୍ତର ଦେଲେ, “ଲୋକମାନେ ଆପଣଙ୍କ ଚାରିଆଡ଼େ ମାଡ଼ି ପଡ଼ୁଅଛନ୍ତି ବୋଲି ଆପଣ ଦେଖୁଅଛନ୍ତି, ତଥାପି ପଚାରୁଛନ୍ତି, ‘କିଏ ମୋତେ ଛୁଇଁଲା?’ ”
32 And he looked around to see who had done it. କିନ୍ତୁ କିଏ ତାହା କରିଥିଲା, ଏହା ଜାଣିବା ପାଇଁ ଯୀଶୁ ଚାରିଆଡ଼କୁ ଚାହିଁବାକୁ ଲାଗିଲେ
33 But the woman, afraid and trembling, knowing what had happened to her, came, fell before him, and told him the whole truth. ସେତେବେଳେ ସେହି ସ୍ତ୍ରୀଲୋକ ତା ପ୍ରତି କଅଣ ଘଟିଥିଲା ତାହା ଜାଣି ଭୟରେ ଥରି ଥରି ଆସିଲା ଓ ଯୀଶୁଙ୍କ ପାଦତଳେ ପଡ଼ି ସବୁ ସତ କଥା କହିଗଲା।
34 He told her, "Daughter, your faith made you well. Go in peace, healed of your suffering." ଯୀଶୁ ତାକୁ କହିଲେ, “ଝିଅ, ତୋର ବିଶ୍ୱାସ ତୋତେ ସୁସ୍ଥ କରିଅଛି, ଶାନ୍ତିରେ ଯାଅ ଓ ରୋଗମୁକ୍ତ ରୁହ।”
35 While he was still speaking, people came from the synagogue leader's house, saying, "Your daughter has died. Why bother the Teacher any longer?" ଯୀଶୁ ଏହା କହୁଥିବା ସମୟରେ ଉପାସନାଗୃହର ଅଧ୍ୟକ୍ଷ ଯାଇରସଙ୍କ ଗୃହରୁ କେତେକ ଲୋକ ଆସି ପହଞ୍ଚିଲେ ସେମାନେ କହିଲେ, “ଆପଣଙ୍କ ଝିଅଟି ମରିଗଲା। ଗୁରୁଙ୍କୁ ଆଉ କାହିଁକି ହଇରାଣ କରୁଅଛନ୍ତି?”
36 But Jesus overheard what they said and told the synagogue leader, "Don't fear, only believe." ଯୀଶୁ ସେମାନଙ୍କ କଥାକୁ ଭ୍ରକ୍ଷେପ ନ କରି ଉପାସନାଗୃହର ଅଧ୍ୟକ୍ଷଙ୍କୁ କହିଲେ, “ଭୟ କର ନାହିଁ କେବଳ ବିଶ୍ୱାସ କର।”
37 And he allowed no one to follow him except Peter, James, and John the brother of James. ଯୀଶୁ ପିତର, ଯାକୁବ ଓ ତାଙ୍କ ଭାଇ ଯୋହନଙ୍କ ବ୍ୟତୀତ ଆଉ କାହାକୁ ତାଙ୍କ ସହିତ ଯିବାକୁ ଦେଲେ ନାହିଁ।
38 They came to the synagogue leader's house and Jesus saw chaos—people weeping, wailing loudly. ସେମାନେ ଯେତେବେଳେ ଉପାସନାଗୃହର ଅଧ୍ୟକ୍ଷଙ୍କ ଗୃହରେ ପହଞ୍ଚିଲେ, ଲୋକେ ଉଚ୍ଚସ୍ଵରରେ କ୍ରନ୍ଦନ ଓ ବିଳାପ କରି କୋଳାହଳ କରୁଥିବାର ଯୀଶୁ ଦେଖିଲେ
39 Entering, he said to them, "Why this commotion and crying? The child isn't dead, just asleep." ସେ ଭିତରକୁ ଯାଇ ସେମାନଙ୍କୁ କହିଲେ, “କାହିଁକି ଏ କୋଳାହଳ ଓ କନ୍ଦାକଟା? ପିଲାଟି ମରି ନାହିଁ, ଶୋଇପଡ଼ିଛି!”
40 They laughed at him. But he sent them all out, took the child's father and mother and his companions, and entered where the child was. ମାତ୍ର ସେମାନେ ତାଙ୍କୁ ପରିହାସ କଲେ। ସେସମସ୍ତଙ୍କୁ ସେଠାରୁ ବାହାର କରିଦେଲେ ଓ ତା ପରେ ପିଲାଟିର ପିତା, ମାତା ଓ ତାଙ୍କ ସଙ୍ଗରେ ଥିବା ଶିଷ୍ୟମାନଙ୍କୁ ନେଇ ପିଲାଟି ଥିବା ସ୍ଥାନରେ ପ୍ରବେଶ କଲେ
41 He took her hand and said to her, "Talitha koum," which means, "Little girl, I say to you, get up!" ଯୀଶୁ ବାଳିକାର ହାତ ଧରି ତାକୁ କହିଲେ, “ଟାଲିଥା କୁମ୍!” (ଯାହାର ଅର୍ଥ, “ଛୋଟ ପିଲା, ମୁଁ ତୁମକୁ କହୁଛି, ଉଠ!”)।
42 At once the girl got up and walked—for she was twelve—and they were instantly overwhelmed with great amazement. ସେହିକ୍ଷଣି ବାଳିକାଟି ଉଠି ଠିଆ ହେଲା ଓ ଚଲାବୁଲା କଲା! ସେହି ବାଳିକାର ବୟସ ବାର ବର୍ଷ ଥିଲା। ଏଥିରେ ସମସ୍ତେ ଅତିଶୟ ଆଚମ୍ବିତ ହୋଇଗଲେ!
43 He strictly ordered them to tell no one of this, and said to give her something to eat. ଏହି ଘଟନା କାହାରିକୁ ନ ଜଣାଇବା ପାଇଁ ଯୀଶୁ ସେମାନଙ୍କୁ ଦୃଢ଼ଭାବେ ଆଦେଶ ଦେଇ ଝିଅକୁ କିଛି ଖାଇବାକୁ ଦେବା ପାଇଁ କହିଲେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]