Skip to content
The Believer's Library

Biblica® Open Odia Contemporary Bible

Mark 3 OOCB

Show OOCB only
Verse × ×
1 Once again Jesus entered the synagogue, and a man with a withered hand was there. ଆଉ ଥରେ ଯୀଶୁ ଉପାସନାଗୃହକୁ ଗଲେ ସେଠାରେ ଜଣେ ଲୋକ ଥିଲା, ଯାହାର ଗୋଟିଏ ହାତ ଶୁଖି ଅଚଳ ହୋଇ ଯାଇଥିଲା।
2 They watched closely to see if he'd heal the man on the Sabbath, to accuse Jesus. ଯୀଶୁଙ୍କୁ ଅଭିଯୁକ୍ତ କରିବା ପାଇଁ ସେମାନଙ୍କ ମଧ୍ୟରୁ କେତେଜଣ ପ୍ରମାଣ ଖୋଜୁଥିଲେ, ତେଣୁ ସେ ସେହି ଲୋକକୁ ଶାବତବାରରେ ସୁସ୍ଥ କରିବେ କି ନାହିଁ, ତାହା ଦେଖିବା ପାଇଁ ତାଙ୍କୁ ଲକ୍ଷ୍ୟ କରୁଥିଲେ,
3 Jesus said to the man with the withered hand, "Stand up and come forward." ଯାହାର ହାତ ଶୁଖି ଯାଇଥିଲା ତାକୁ ଯୀଶୁ କହିଲେ, “ସମସ୍ତଙ୍କ ଆଗରେ ଠିଆ ହୁଅ।”
4 Then he asked them, "Is it lawful on the Sabbath to do good or to do harm, to save life or to kill?" But they stayed silent. ତତ୍ପରେ ଯୀଶୁ ସେମାନଙ୍କୁ ପଚାରିଲେ, “ଶାବତବାରରେ କଅଣ କରିବା ବିଧିସଙ୍ଗତ: କାହାରି ମଙ୍ଗଳ କରିବା, ନା ଅମଙ୍ଗଳ କରିବା, କାହାରି ଜୀବନ ରକ୍ଷା କରିବା ନା ଜୀବନ ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ରହିଲେ।
5 He looked around at them in anger, grieved by their hardness of heart, and told the man, "Stretch out your hand." He stretched it out, and his hand was restored. ଯୀଶୁ ବିରକ୍ତ ହୋଇ ଚାରିଆଡ଼େ ସେମାନଙ୍କୁ ଚାହିଁଲେ ଏବଂ ସେମାନଙ୍କ କଠିନ ହୃଦୟ ସକାଶେ ମର୍ମାହତ ହୋଇ ଲୋକଟିକୁ କହିଲେ, “ତୁମର ହାତ ବଢ଼ାଅ।” ସେ ହାତ ବଢ଼ାଇଲା ଓ ତାହାର ହାତ ସଂପୂର୍ଣ୍ଣ ସୁସ୍ଥ ହେଲା!
6 Then the Pharisees went out and immediately began plotting with the Herodians how they might destroy him. ଏହାପରେ ଫାରୂଶୀମାନେ ବାହାରିଗଲେ ଓ ଯୀଶୁଙ୍କୁ କିପରି ବଧ କରିବେ, ସେହି ବିଷୟରେ ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
7 Jesus withdrew with his disciples to the sea; a large crowd from Galilee followed, and from Judea, ଇତିମଧ୍ୟରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ ହ୍ରଦକୂଳକୁ ଚାଲିଗଲେ ଏବଂ ଗାଲିଲୀରୁ ଏକ ବିରାଟ ଜନତା ତାହାଙ୍କର ଅନୁସରଣ କଲେ।
8 from Jerusalem, Idumea, beyond the Jordan, and the region around Tyre and Sidon—hearing all he was doing, a great crowd came to him. ଲୋକେ ତାହାଙ୍କର ଅଲୌକିକ କାର୍ଯ୍ୟର ସମ୍ବାଦ ଶୁଣି ଯିହୁଦା ପ୍ରଦେଶ, ଯିରୂଶାଲମ, ଇଦୁମୀଆ ଓ ଯର୍ଦ୍ଦନ ନଦୀର ଅପରପାର୍ଶ୍ୱ, ପୁଣି ସୋର ଓ ସୀଦୋନ ଅଞ୍ଚଳର ଆଖପାଖରୁ ବହୁସଂଖ୍ୟାରେ ତାହାଙ୍କ ନିଟକରେ ଆସିଲେ।
9 He told his disciples to keep a small boat ready, because of the crowd, so they wouldn't crush him. ଜନଗହଳି ଯୋଗୁଁ କାଳେ ଲୋକେ ତାଙ୍କ ଉପରେ ମାଡ଼ି ପଡ଼ିବେ, ଏଥିପାଇଁ ତାଙ୍କ ନିମନ୍ତେ ପାଖରେ ଏକ ନୌକା ପ୍ରସ୍ତୁତ ରଖିବାକୁ ସେ ଶିଷ୍ୟମାନଙ୍କୁ କହିଲେ।
10 For he had healed so many that all who had diseases were pressing forward to touch him. କାରଣ ଯୀଶୁ ଅନେକ ଲୋକଙ୍କୁ ସୁସ୍ଥ କରିଥିବାରୁ ରୋଗୀମାନେ ଆଗକୁ ଆସି ତାଙ୍କୁ ସ୍ପର୍ଶ କରିବାକୁ ଠେଲାପେଲା କରୁଥିଲେ।
11 Whenever the unclean spirits saw him, they fell before him, shouting, "You are the Son of God!" ଭୂତାତ୍ମାମାନେ ତାହାଙ୍କୁ ଦେଖିଲାମାତ୍ରେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, “ତୁମ୍ଭେ ଈଶ୍ୱରଙ୍କ ପୁତ୍ର।”
12 But he firmly warned them not to reveal him. ମାତ୍ର ସେ କିଏ, ତାହା ନ କହିବାକୁ ସେ ସେମାନଙ୍କୁ ଦୃଢ଼ ଆଦେଶ ଦେଉଥିଲେ।
13 Jesus went up the mountain and called those he wanted; they came to him. ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ତାଙ୍କ ପାଖକୁ ଡାକିଲେ।
14-15 He appointed twelve, named apostles, so they could be with him and he could send them out to preach, ସେ ବାରଜଣଙ୍କୁ ନିଯୁକ୍ତ କଲେ ଏବଂ ସେମାନଙ୍କୁ ପ୍ରେରିତଶିଷ୍ୟ ଆଖ୍ୟା ଦେଲେ, ଯେପରି ସେମାନେ ତାହାଙ୍କ ସହିତ ରହିବେ, ସେ ସେମାନଙ୍କୁ ପ୍ରଚାର କରିବାକୁ ପଠାଇବେ ଏବଂ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
15 and to have authority to drive out demons. Not in this edition
16 These are the twelve he appointed: Simon, to whom he gave the name Peter; ସେ ଯେଉଁ ବାରଜଣଙ୍କୁ ନିଯୁକ୍ତ କଲେ, ସେମାନେ ହେଲେ ଏହିସବୁ: ଶିମୋନ ଯାହାଙ୍କୁ ସେ ପିତର ନାମ ଦେଇଥିଲେ,
17 James son of Zebedee, and John his brother, whom he named Boanerges, meaning Sons of Thunder; ଜେବଦୀଙ୍କ ପୁତ୍ର ଯାକୁବ ଓ ଯୋହନ, ଯୀଶୁ ଏମାନଙ୍କୁ “ବିନେରିଗୋଷ,” ଅର୍ଥାତ୍, ବଜ୍ରନାଦ ପୁତ୍ରର ଆଖ୍ୟା ଦେଇଥିଲେ,
18 Andrew, Philip, Bartholomew, Matthew, Thomas, James son of Alphaeus, Thaddaeus, Simon the Zealot, ଆନ୍ଦ୍ରିୟ, ଫିଲିପ, ବାର୍ଥଲୋମୀ, ମାଥିଉ, ଥୋମା, ଆଲଫିୟସ୍‌ଙ୍କ ପୁତ୍ର ଯାକୁବ, ଥଦ୍ଦିୟସ୍, ସ୍ଵଦେଶପ୍ରେମୀ ଶିମୋନ
19 and Judas Iscariot, who betrayed him. ଓ ଇଷ୍କାରିୟୋଥ ଯିହୁଦା, ଯେ ଯୀଶୁଙ୍କୁ ଶତ୍ରୁହସ୍ତରେ ଧରାଇ ଦେଇଥିଲେ।
20 He went home; the crowd gathered again, so he and his disciples couldn't even eat. ତତ୍ପରେ ଯୀଶୁ ଏକ ଗୃହରେ ପ୍ରବେଶ କଲେ ଏବଂ ଲୋକମାନେ ପୁଣି ସେଠାରେ ଭିଡ଼ ଜମାଇଲେ ଏପରି ହେଲା ଯେ, ସେ ଓ ତାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
21 When his family heard, they went out to restrain him, for they said, "He's out of his mind." ତାହା ଶୁଣି ତାଙ୍କର ଆତ୍ମୀୟମାନେ ତାଙ୍କୁ ଜୋର କରି ନେଇ ଆସିବାକୁ ବାହାରିଲେ, କାରଣ ସେମାନେ କହିଲେ, “ତାଙ୍କର ମତିଭ୍ରମ ହେଲାଣି।”
22 The scribes who came down from Jerusalem said, "He has Beelzebul," and, "By the prince of demons he drives out demons." ପୁଣି, ଯିରୂଶାଲମରୁ ଆସିଥିବା ଶାସ୍ତ୍ରଜ୍ଞମାନେ କହିଲେ, “ତାକୁ ବାଲ୍‌ଜିବୁବ୍ ଧରିଛି। ସେ ଭୂତପତିର ସାହାଯ୍ୟରେ ଭୂତ ଛଡ଼ାଉଛି।”
23 So Jesus called them to him and spoke in parables: "How can Satan drive out Satan? ତେଣୁ ଯୀଶୁ ସେମାନଙ୍କୁ ଡାକି ଦୃଷ୍ଟାନ୍ତ ଗଳ୍ପ ଦ୍ଵାରା କହିଲେ, “ଶୟତାନ କିପରି ଶୟତାନକୁ ଛଡ଼ାଇପାରେ?
24 If a kingdom is divided against itself, that kingdom cannot stand. କୌଣସି ରାଜ୍ୟ ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ତାହା ତିଷ୍ଠିପାରେ ନାହିଁ।
25 And if a house is divided against itself, that house will not be able to stand. କୌଣସି ପରିବାର ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ସେହି ପରିବାର ତିଷ୍ଠିପାରେ ନାହିଁ।
26 And if Satan opposes himself and is divided, he cannot stand; his end has come. ସେହିପରି ଶୟତାନ ଯଦି ନିଜ ବିରୁଦ୍ଧରେ ଉଠି ବିଭାଜିତ ହେଲାଣି, ସେ ତିଷ୍ଠି ପାରିବ ନାହିଁ ତାହାର ଶେଷଦଶା ଆସିଲାଣି।
27 No one can enter a strong man's house and take his goods without first tying up the strong man—then he can plunder the house. କୌଣସି ବଳବାନ୍ ଲୋକକୁ ପ୍ରଥମେ ନ ବାନ୍ଧିଲେ, ଘରେ ପଶି କେହି ତାହାର ଧନଦ୍ରବ୍ୟ ହରଣ କରିପାରେ ନାହିଁ, ବାନ୍ଧିଲା ପରେ ସେ ହରଣ କରିପାରେ।
28 Truly I tell you, all sins and insults against God will be forgiven children of mankind, whatever they say, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ଈଶ୍ୱରନିନ୍ଦା କ୍ଷମା ଦିଆଯିବ।
29 but whoever blasphemes against the Holy Spirit never has forgiveness; they are guilty of an eternal sin," କିନ୍ତୁ ଯେ ପବିତ୍ରଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କରେ, ତାକୁ କେବେହେଲେ କ୍ଷମା ଦିଆଯିବ ନାହିଁ ସେ ଏକ ଅନନ୍ତକାଳୀନ ପାପରେ ଦୋଷୀ ହେବ।”
30 for they were saying, "He has an unclean spirit." ସେ ଏହା କହିବାର କାରଣ ହେଉଛି, ସେମାନେ କହୁଥିଲେ, “ତା ଠାରେ ଏକ ଭୂତାତ୍ମା ଅଛି।”
31 His mother and brothers arrived and, standing outside, sent to him, calling him. ସେତେବେଳେ ଯୀଶୁଙ୍କର ମାଆ ଓ ଭାଇମାନେ ଆସି ପହଞ୍ଚିଲେ ଓ ବାହାରେ ଠିଆ ହୋଇ ତାଙ୍କୁ ଡକାଇ ପଠାଇଲେ।
32 A crowd sat around him and said to him, "Look, your mother and your brothers are outside, asking for you." ଯୀଶୁଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକେ ତାଙ୍କୁ କହିଲେ, “ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଆପଣଙ୍କ ପାଇଁ ଅପେକ୍ଷା କରୁଅଛନ୍ତି?”
33 He answered them, "Who are my mother and my brothers?" ସେ ଉତ୍ତର ଦେଲେ, “କିଏ ମୋର ମାଆ ଓ ମୋର ଭାଇ?”
34 Looking around at those sitting in a circle around him, he said, "Here are my mother and my brothers! ତାଙ୍କୁ ଘେରି ବସିଥିବା ଲୋକମାନଙ୍କୁ ଅନାଇ ସେ କହିଲେ, “ଏଠାରେ ଅଛନ୍ତି, ମୋର ମା ଓ ମୋର ଭାଇମାନେ!
35 Whoever does the will of our Father is my brother and sister and mother." ଯେକେହି ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]