Skip to content
The Believer's Library

Biblica® Open Odia Contemporary Bible

Mark 2 OOCB

Show OOCB only
Verse × ×
1 A few days later, when Jesus came back to Capernaum, word spread that he was home. କିଛିଦିନ ଉତ୍ତାରେ ଯୀଶୁ ଯେତେବେଳେ ପୁନର୍ବାର କଫର୍ନାହୁମକୁ ଗଲେ, ସେ ଘରକୁ ଆସିଛନ୍ତି ବୋଲି ଲୋକେ ଶୁଣିବାକୁ ପାଇଲେ।
2 So many gathered that there was no room left, not even at the door, and he was speaking the word to them. ସେମାନେ ଏତେ ବେଶି ସଂଖ୍ୟାରେ ଏକତ୍ର ହେଲେ ଯେ, ଦ୍ୱାର ତଥା ତାହା ପାଖରେ ଟିକିଏ ବି ଜାଗା ରହିଲା ନାହିଁ। ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କଲେ
3 Then some men came, bringing to him a paralyzed man carried by four of them. ସେତେବେଳେ କେତେକ ଲୋକ ଜଣେ ପକ୍ଷାଘାତ ରୋଗୀକୁ ଚାରି ଜଣଙ୍କ ଦ୍ଵାରା ବହନ କରାଇ ଯୀଶୁଙ୍କ ନିକଟକୁ ଆଣିଲେ
4 Unable to bring him to Jesus because of the crowd, they removed the roof over him, dug through it, and lowered the mat the paralyzed man lay on. କିନ୍ତୁ ଲୋକଗହଳି ହେତୁ ସେମାନେ ତାକୁ ଯୀଶୁଙ୍କ ନିକଟକୁ ନେଇପାରିଲେ ନାହିଁ, ତେଣୁ ସେମାନେ ଯୀଶୁଙ୍କ ମୁଣ୍ଡ ଉପର ଛାତରେ ଗୋଟିଏ କଣା କରି ପକ୍ଷାଘାତ ରୋଗୀ ଶୋଇଥିବା ବିଛଣାସହ ତଳକୁ ଖସାଇ ଦେଲେ।
5 When Jesus saw their faith, he said to the paralyzed man, "Son, your sins are forgiven." ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ପୁଅ, ତୁମର ପାପସବୁ କ୍ଷମା ହେଲା।”
6 Now some of the scribes were sitting there, reasoning in their hearts, ସେଠାରେ କେତେଜଣ ଶାସ୍ତ୍ରଜ୍ଞ ବସିଥିଲେ, ସେମାନେ ମନେ ମନେ କହିଲେ,
7 "Why does this man speak this way? He is blaspheming! Who can forgive sins but God alone?" “ଏ ଲୋକ କାହିଁକି ଏପରି କହୁଛି? ଏ ଲୋକ ଈଶ୍ୱରନିନ୍ଦା କରୁଛି! କେବଳ ଈଶ୍ୱରଙ୍କ ଛଡ଼ା ଆଉ କିଏ ପାପକ୍ଷମା କରିପାରେ?”
8 Immediately Jesus knew in his spirit they were reasoning this way within themselves, and said to them, "Why are you reasoning these things in your hearts? ଯୀଶୁ ସେହିକ୍ଷଣି ସେମାନଙ୍କ ମନର ଭାବନା ନିଜ ଆତ୍ମାରେ ଜାଣିପାରି ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏ ବିଷୟରେ ମନେ ମନେ ଯୁକ୍ତି କରୁଛ?
9 Which is easier—telling the paralyzed man, 'Your sins are forgiven,' or, 'Get up, take your mat, and walk'? କଣ ସହଜ, ‘ପକ୍ଷାଘାତ ରୋଗୀକୁ ତୋର ପାପସବୁ କ୍ଷମା ହେଲା’ ବୋଲି କହିବା, ନା ‘ତୋର ବିଛଣା ଧରି ଚାଲ’ ବୋଲି କହିବା?
10 But so you'll know the Son of Man has authority on earth to forgive sins"—he told the paralyzed man, ତୁମ୍ଭେମାନେ ଜାଣିବ ଯେ, ଏହି ପୃଥିବୀରେ ପାପକ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର କ୍ଷମତା ଅଛି,” ଏହାପରେ ସେ ପକ୍ଷାଘାତ ରୋଗୀକୁ କହିଲେ,
11 "I say to you, get up, take your mat, and go home." “ମୁଁ ତୁମକୁ କହୁଛି ଉଠ, ତୁମର ବିଛଣା ନେଇ ଘରକୁ ଯାଅ।”
12 He got up, immediately took his mat, and went out before them all, so that everyone was amazed and praised our Father, saying, "We've never seen anything like this." ଏଥିରେ ସେହି ଲୋକ ଉଠିଲା ଓ ତାହାର ବିଛଣା ଧରି ସମସ୍ତଙ୍କ ଦୃଷ୍ଟିଗୋଚରରେ ଚାଲିଗଲା! ସମସ୍ତେ ଚମତ୍କୃତ ହେଲେ ଏବଂ ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ଆମେ କେବେ ଏପରି ଦେଖି ନ ଥିଲୁ।”
13 Jesus went out beside the sea again; the whole crowd came to him, and he taught them. ଯୀଶୁ ପୁନର୍ବାର ହ୍ରଦକୂଳକୁ ଗଲେ ଲୋକମାନେ ବହୁସଂଖ୍ୟାରେ ତାହାଙ୍କ ନିକଟକୁ ଆସିବାରୁ ସେ ସେମାନଙ୍କୁ ଶିକ୍ଷାଦେବାକୁ ଲାଗିଲେ।
14 Passing by, he saw Levi son of Alphaeus sitting at the tax booth and said, "Follow me." He got up and followed him. ସେ ଯାଉଁ ଯାଉଁ ଆଲ୍‌ଫିୟସ୍‌ଙ୍କ ପୁତ୍ର ଲେବୀଙ୍କୁ କରଆଦାୟ ସ୍ଥାନରେ ବସିଥିବାର ଦେଖିଲେ ଯୀଶୁ ତାଙ୍କୁ କହିଲେ, “ମୋର ଅନୁଗମନ କର।” ଲେବୀ ଉଠି ତାଙ୍କର ଅନୁଗମନ କଲେ।
15 While Jesus reclined at the table in Levi's house, many tax collectors and sinners reclined with Jesus and his disciples, since many were following him. ଯୀଶୁ ଲେବୀଙ୍କ ଗୃହରେ ଭୋଜନରେ ବସିଥିଲାବେଳେ ଅନେକ କରଆଦାୟକାରୀ ଓ ପାପୀଷ୍ଠ ଲୋକ ମଧ୍ୟ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହିତ ଭୋଜନ କରୁଥିଲେ, କାରଣ ଅନେକେ ତାଙ୍କର ଅନୁଗାମୀ ଥିଲେ।
16 Seeing him eat with sinners and tax collectors, the Pharisees' scribes asked his disciples, "Why does he eat with tax collectors and sinners?" କିନ୍ତୁ ଫାରୂଶୀ ଦଳର କେତେକ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପାପୀଷ୍ଠ ଲୋକ ଓ କର ଆଦାୟକାରୀମାନଙ୍କ ସହିତ ଭୋଜନ କରୁଥିବା ଦେଖି ତାଙ୍କ ଶିଷ୍ୟମାନଙ୍କୁ ପଚାରିଲେ, “ସେ କାହିଁକି କରଆଦାୟକାରୀ ଓ ପାପୀଷ୍ଠ ଲୋକଙ୍କ ସହିତ ଭୋଜନ କରନ୍ତି?”
17 Hearing this, Jesus said to them, "The healthy don't need a doctor, but the sick do. I didn't come to call the righteous, but sinners." ଏ କଥା ଶୁଣି ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ଚିକିତ୍ସକଠାରେ ପ୍ରୟୋଜନ ନ ଥାଏ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଥାଏ। ମୁଁ ଧାର୍ମିକ ଲୋକଙ୍କୁ ଆହ୍ଵାନ କରିବାକୁ ଆସି ନାହିଁ, ମାତ୍ର ପାପୀ ଲୋକଙ୍କୁ ଆହ୍ଵାନ କରିବାକୁ ଆସିଅଛି।”
18 John's disciples and the Pharisees were fasting. They came and asked him, "Why do John's disciples and the Pharisees' disciples fast, but yours don't?" ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ କେତେକ ଲୋକ ଆସି ଯୀଶୁଙ୍କୁ ପଚାରିଲେ, “ଯୋହନଙ୍କର ଓ ଫାରୂଶୀମାନଙ୍କର ଶିଷ୍ୟମାନେ ଉପବାସ କରୁଛନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ କାହିଁକି କରୁନାହାନ୍ତି?”
19 Jesus said to them, "Can wedding guests fast while the bridegroom is with them? As long as they have the bridegroom with them, they cannot fast. ଯୀଶୁ ଉତ୍ତର ଦେଲେ, “ବର ସଙ୍ଗରେ ଥିବା ପର୍ଯ୍ୟନ୍ତ ବରଯାତ୍ରୀମାନେ କଅଣ ଉପବାସ କରିପାରନ୍ତି? ବର ସେମାନଙ୍କ ସଙ୍ଗେ ଥିବାଯାଏ ସେମାନେ ଉପବାସ କରିପାରନ୍ତି ନାହିଁ।
20 But days will come when the bridegroom is taken from them; then, on that day, they will fast. ମାତ୍ର ସମୟ ଆସିବ, ଯେତେବେଳେ ବର ସେମାନଙ୍କ ନିକଟରୁ ନିଆଯିବେ, ସେହିଦିନ ସେମାନେ ଉପବାସ କରିବେ।
21 No one sews unshrunk cloth on an old garment; otherwise the new patch tears away from the old, and the tear worsens. “ପୁରୁଣା ଲୁଗାରେ କେହି ନୂଆ ଲୁଗାର ତାଳି ପକାଏ ନାହିଁ। ସେ ତାହା କଲେ ନୂଆ ଲୁଗାର ତାଳି ପୁରୁଣା ଲୁଗାକୁ ଟାଣି ଛିଣ୍ଡାଇ ଦିଏ ଓ କଣାକୁ ବଡ଼ କରିଦିଏ।
22 No one puts new wine into old wineskins; the wine bursts the skins, and both are ruined. New wine goes into new wineskins." ଆହୁରି ମଧ୍ୟ, ପୁରୁଣା ଦ୍ରାକ୍ଷାରସ କୁମ୍ପାରେ କେହି ନୂଆ ଦ୍ରାକ୍ଷାରସ ରଖେ ନାହିଁ। ସେ ତାହା କଲେ, କୁମ୍ପାକୁ ମଦ ଫଟାଇଦିଏ, ମଦ ଓ କୁମ୍ପା, ଉଭୟେ ନଷ୍ଟ ହୋଇଯାଏ। ତେଣୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖାଯାଏ।”
23 One Sabbath, he walked through the grainfields, and as they went, his disciples began picking heads of grain. ଏକଦା ଶାବତବାରରେ ଯୀଶୁ ଶସ୍ୟକ୍ଷେତ୍ର ମଧ୍ୟରେ ଯାଉଥିଲେ ଓ ଶିଷ୍ୟମାନେ ଯାଉଁ ଯାଉଁ ଶସ୍ୟର ଶିଂଷା ଛିଣ୍ଡାଇବାକୁ ଲାଗିଲେ
24 The Pharisees said to him, "Look, why are they doing what's not lawful on the Sabbath?" ଏଥିରେ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ଦେଖନ୍ତୁ, ଶାବତବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ସେମାନେ କାହିଁକି ତାହା କରୁଛନ୍ତି?”
25 And he said to them, "Have you never read what David did when he was in need and hungry, he and those with him, ସେ ଉତ୍ତର ଦେଲେ, “ଦାଉଦ ଓ ତାଙ୍କ ସହଚରମାନେ ଅଭାବରେ ଥିଲାବେଳେ କ୍ଷୁଧିତ ହୋଇ କଅଣ କରିଥିଲେ, ତାହା କଅଣ ତୁମ୍ଭେମାନେ କେବେ ପଢ଼ି ନାହଁ?
26 how he entered the house of our Father in the days of Abiathar the high priest, ate the bread of the Presence—which only priests may eat—and gave some to those with him?" ମହାଯାଜକ ଅବିୟାଥରଙ୍କ ଅମଳରେ ଦାଉଦ ଈଶ୍ୱରଙ୍କ ମନ୍ଦିରରେ ପ୍ରବେଶ କରି ଯେଉଁ ଦର୍ଶନୀୟ ରୋଟୀ କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ, ତାହା ଭୋଜନ କରିଥିଲେ ପୁଣି, ସେ ତାଙ୍କର ସହଚରମାନଙ୍କୁ ମଧ୍ୟ ଦେଇଥିଲେ।”
27 And he said to them, "The Sabbath was made for people, not man for the Sabbath. ତା ପରେ ସେ ସେମାନଙ୍କୁ କହିଲେ, “ଶାବତବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ଶାବତବାର ନିମନ୍ତେ ନୁହେଁ।
28 So the Son of Man is Lord even of the Sabbath." ଅତଏବ ମନୁଷ୍ୟପୁତ୍ର ଶାବତବାରର ମଧ୍ୟ ପ୍ରଭୁ ଅଟନ୍ତି।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]