Skip to content
The Believer's Library

Biblica® Open Odia Contemporary Bible

Mark 1 OOCB

Show OOCB only
Verse × ×
1 The beginning of the gospel of Jesus Christ, the Son of our Father. ଈଶ୍ୱରତନୟ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ସୁସମାଚାରର ଆରମ୍ଭ।
2 As written in Isaiah the prophet: "Look, I send my messenger ahead of you, who will prepare your way. ଭାବବାଦୀ ଯିଶାଇୟଙ୍କ ପୁସ୍ତକରେ ଏହିପରି ଲେଖାଅଛି: “ଦେଖ, ମୁଁ ତୁମ ଆଗରେ ମୋର ବାର୍ତ୍ତାବହଙ୍କୁ ପଠାଇବି। ସେ ତୁମର ପଥ ପ୍ରସ୍ତୁତ କରିବେ”
3 A voice calling out in the wilderness: 'Prepare the way of the Lord, make his paths straight.'" “ମରୁପ୍ରାନ୍ତରରେ ଚିତ୍କାର କରୁଥିବା ଜଣକର ସ୍ଵର, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର, ତାହାଙ୍କ ପାଇଁ ସଳଖ ପଥସବୁ ତିଆରି କର।’ ”
4 John appeared, baptizing in the wilderness and proclaiming a baptism of repentance for the forgiveness of sins. ଏହିରୂପେ ଡୁବକ ଯୋହନ ମରୁପ୍ରାନ୍ତରକୁ ଆସି ପାପକ୍ଷମା ନିମନ୍ତେ ଅନୁତାପର ଡୁବନ ବିଷୟରେ ଘୋଷଣା କଲେ।
5 All Judea and everyone in Jerusalem went out to him, and he baptized them in the Jordan River as they confessed their sins. ଯିହୁଦାର ସମଗ୍ର ଅଞ୍ଚଳର ଓ ଯିରୂଶାଲମର ସବୁ ଅଧିବାସୀମାନେ ବାହାରି ତାହାଙ୍କ ନିକଟକୁ ଯିବାକୁ ଲାଗିଲେ ସେମାନେ ନିଜର ପାପ ସ୍ୱୀକାର କରିବାରୁ ସେ ସେମାନଙ୍କୁ ଯର୍ଦ୍ଦନ ନଦୀରେ ଡୁବନ ଦେଲେ
6 John was dressed in camel's hair, with a leather belt around his waist, eating locusts and wild honey. ଯୋହନ ଓଟଲୋମରେ ତିଆରି ବସ୍ତ୍ର ପିନ୍ଧୁଥିଲେ, ଅଣ୍ଟାରେ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ ପଙ୍ଗପାଳ ଓ ବନମଧୁ ତାଙ୍କର ଖାଦ୍ୟ ଥିଲା।
7 He announced: "After me comes one stronger than I; I'm not worthy to stoop and untie his sandal strap. ଏହା ଥିଲା ତାଙ୍କର ବାର୍ତ୍ତା: “ମୋ ଠାରୁ ଅଧିକ ଶକ୍ତିମନ୍ତ ଜଣେବ୍ୟକ୍ତି ମୋ ପରେ ଆସିବେ, ଯାହାଙ୍କର ପାଦୁକାର ଫିତା ନଇଁପଡ଼ି ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
8 I have baptized you with water, but he will baptize you with the Holy Spirit." ମୁଁ ତୁମ୍ଭମାନଙ୍କୁ ଜଳରେ ଡୁବନ ଦେଉଛି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ରଆତ୍ମାରେ ଡୁବନ ଦେବେ।”
9 In those days Jesus came from Nazareth of Galilee and was baptized by John in the Jordan. ସେହି ସମୟରେ ଗାଲିଲୀ ପ୍ରଦେଶରେ ନାଜରିତରୁ ଯୀଶୁ ଆସିଲେ ଏବଂ ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ଵାରା ଡୁବନ ଗ୍ରହଣ କଲେ
10 Immediately, as he came up out of the water, he saw the heavens split open and the Holy Spirit come down on him like a dove. ଯୀଶୁ ଜଳରୁ ଉଠି ଆସିଲାକ୍ଷଣି ସ୍ଵର୍ଗ ବିଦାରିତ ହୋଇ ଉନ୍ମୁକ୍ତ ହେବାର ଓ ଆତ୍ମାକୁ କପୋତ ରୂପେ ତାହାଙ୍କ ଉପରେ ଅବତରଣ କରିବାର ସେ ଦେଖିଲେ
11 And a voice came from heaven: "You are my beloved Son; in you I delight." ପୁଣି ସ୍ଵର୍ଗରୁ ଏହି ବାଣୀ ହେଲା, “ତୁମ୍ଭେ ମୋର ପ୍ରିୟ ପୁତ୍ର, ତୁମ୍ଭଠାରେ ମୁଁ ପରମପ୍ରୀତ।”
12 And immediately the Holy Spirit drove him out into the wilderness. ତତ୍‌କ୍ଷଣାତ୍ ଆତ୍ମା ଯୀଶୁଙ୍କୁ ମରୁପ୍ରାନ୍ତରକୁ ପଠାଇଲେ।
13 He was in the wilderness forty days, tempted by Satan, with the wild animals, and the angels served him. ମରୁପ୍ରାନ୍ତରରେ ସେ ଚାଳିଶ ଦିନ ପର୍ଯ୍ୟନ୍ତ ରହି ଶୟତାନଦ୍ଵାରା ପରୀକ୍ଷିତ ହେଲେ ସେଠାରେ ସେ ବନ୍ୟ ଜନ୍ତୁଙ୍କ ସହିତ ରହିଲେ ଓ ସ୍ଵର୍ଗଦୂତମାନେ ତାଙ୍କର ସେବା କଲେ।
14 Now after John was arrested, Jesus came into Galilee, proclaiming the gospel of our Father, ଯୋହନ କାରାରୁଦ୍ଧ ହେଲାପରେ ଯୀଶୁ ଗାଲିଲୀକୁ ଯାଇ ଈଶ୍ୱରଙ୍କ ସୁସମାଚାର ପ୍ରଚାର କଲେ।
15 and saying, "The time is fulfilled, and our Father's kingdom is near; repent and believe the good news." ସେ କହିଲେ, “ସମୟ ଆସିଲାଣି, ଈଶ୍ୱରଙ୍କ ରାଜ୍ୟ ସନ୍ନିକଟ, ଅନୁତାପ କର ଓ ସୁସମାଚାରରେ ବିଶ୍ୱାସ କର!”
16 Passing the Sea of Galilee, he saw Simon and his brother Andrew casting a net in the sea, for they were fishermen. ଯୀଶୁ ଗାଲିଲୀ ହ୍ରଦ ତୀରରେ ଯାଉଥିଲା ବେଳେ ଶିମୋନ ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ହ୍ରଦରେ ଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ଧୀବର ଥିଲେ
17 And Jesus said to them, "Follow me, and I will make you become fishers of people." ଯୀଶୁ ସେମାନଙ୍କୁ କହିଲେ, “ଆସ, ମୋର ଅନୁଗମନ କର। ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
18 And immediately they left their nets and followed him. ସେହିକ୍ଷଣି ସେମାନେ ଜାଲ ଛାଡ଼ି ତାହାଙ୍କ ଅନୁଗମନ କଲେ।
19 Going a little farther, he saw James son of Zebedee and John his brother in their boat, mending the nets. ଆଉ ଟିକିଏ ଆଗକୁ ଯାଇ ସେ ଜେବଦୀଙ୍କ ପୁତ୍ର ଯାକୁବଙ୍କୁ ଓ ତାଙ୍କ ଭାଇ ଯୋହନଙ୍କୁ ନୌକାରେ ବସି ଜାଲ ସଜାଡ଼ୁଥିବା ଦେଖିଲେ
20 At once he called them; leaving their father Zebedee in the boat with the hired hands, they followed him. ସେ ସେହିକ୍ଷଣି ସେମାନଙ୍କୁ ଡାକିଲେ ଏବଂ ସେମାନେ ପିତା ଜେବଦୀଙ୍କୁ ନୌକାରେ ମଜୁରିଆମାନଙ୍କ ସହିତ ଛାଡ଼ି ଯୀଶୁଙ୍କ ଅନୁଗମନ କଲେ।
21 They went to Capernaum. At once, on the Sabbath, he entered the synagogue and began teaching. ସେମାନେ କଫର୍ନାହୁମ ସହରକୁ ଗଲେ ଏବଂ ଶାବତବାର ହେବାରୁ ଯୀଶୁ ଉପାସନାଗୃହକୁ ଯାଇ ଶିକ୍ଷାଦେବାକୁ ଲାଗିଲେ।
22 They were amazed at his teaching, for he taught them with authority, not like the scribes. ଲୋକେ ତାହାଙ୍କ ଶିକ୍ଷା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରଜ୍ଞମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପ୍ରାପ୍ତ ବ୍ୟକ୍ତି ପରି ଶିକ୍ଷା ଦେଉଥିଲେ।
23 And immediately there was in their synagogue a man with an unclean spirit, and he cried out. ଠିକ ସେତିକିବେଳେ ସେମାନଙ୍କ ସମାଜ ଗୃହରେ ଥିବା ଜଣେ ଭୂତାବିଷ୍ଟ ଲୋକ ଚିତ୍କାର କରି କହିଲା,
24 Why meddle with us, Jesus of Nazareth? Have you come to destroy us? I know who you are—God's Holy One! “ହେ ନାଜରିତୀୟ ଯୀଶୁ, ତୁମ ସଙ୍ଗେ ଆମର କଣ ଅଛି? ତୁମେ କଣ ଆମକୁ ବିନାଶ କରିବାକୁ ଆସିଛ? ତୁମେ କିଏ, ତାହା ମୁଁ ଜାଣେ ତୁମେ ହେଉଛ, ଈଶ୍ୱରଙ୍କ ପବିତ୍ର ଜନ!”
25 But Jesus rebuked him, saying, "Be silent, and come out of him!" ଯୀଶୁ ଦୃଢ଼ ସ୍ଵରରେ କହିଲେ, “ଚୁପ୍ ରହ! ଏହି ଲୋକଠାରୁ ବାହାରି ଯାଆ।”
26 And the unclean spirit, convulsing him and crying out with a loud voice, came out of him. ଏଥିରେ ଭୂତାତ୍ମା ସେହି ଲୋକଟିକୁ ମୋଡ଼ି ପକାଇ ଚିତ୍କାର କରି ତା ଠାରୁ ବାହାରିଗଲା।
27 All were amazed, and they questioned each other: "What is this? A new teaching with authority - he commands even the unclean spirits, and they obey him!" ଲୋକମାନେ ଏତେ ଆଚମ୍ବିତ ହେଲେ ଯେ, ପରସ୍ପର ମଧ୍ୟରେ କୁହାକୁହି ହେଲେ, “ଏ କି ନୂଆ ଶିକ୍ଷା! ପୁଣି, କ୍ଷମତା ସହ! ଏପରିକି, ସେ ଭୂତାତ୍ମାମାନଙ୍କୁ ମଧ୍ୟ ଆଦେଶ ଦେଲେ ସେମାନେ ପାଳନ କରୁଛନ୍ତି!”
28 And at once his fame spread everywhere throughout all the surrounding region of Galilee. ତାହାଙ୍କ ବିଷୟରେ ସମ୍ବାଦ ଅତିଶୀଘ୍ର ଗାଲିଲୀ ଅଞ୍ଚଳର ସର୍ବତ୍ର ବ୍ୟାପିଗଲା।
29 Immediately he left the synagogue and went to Simon and Andrew's house, with James and John. ସେମାନେ ଉପାସନାଗୃହରୁ ବାହାରି ଗଲାକ୍ଷଣି ଯାକୁବ ଓ ଯୋହନଙ୍କ ସହିତ ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ
30 Now Simon's mother-in-law lay sick with a fever, and immediately they told him about her. ସେଠାରେ ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଶାୟୀ ଥିଲେ ଓ ସେମାନେ ଯୀଶୁଙ୍କୁ ତାଙ୍କ ବିଷୟ ଜଣାଇଲେ
31 He came, took her hand, raised her up. The fever left her, and she served them. ତେଣୁ ଯୀଶୁ ତାଙ୍କ ନିକଟକୁ ଯାଇ ତାଙ୍କ ହାତ ଧରି ଉଠାଇଲେ ତତ୍‌କ୍ଷଣାତ୍ ତାଙ୍କର ଜ୍ୱର ଛାଡ଼ିଗଲା ଓ ସେ ସେମାନଙ୍କ ପରିଚର୍ଯ୍ୟା କଲେ।
32 That evening, when the sun set, they brought him all who were sick and those oppressed by demons. ସେହିଦିନ ସନ୍ଧ୍ୟାରେ, ସୂର୍ଯ୍ୟ ଅସ୍ତ ହେଲାପରେ ଲୋକେ ଯୀଶୁଙ୍କ ନିକଟକୁ ରୋଗୀ ଓ ଭୂତାବିଷ୍ଟ ଲୋକ ସମସ୍ତଙ୍କୁ ଆଣିବାକୁ ଲାଗିଲେ
33 And the whole city was gathered together at the door. ସହରବାସୀ ସମସ୍ତେ ଆସି ଦ୍ଵାର ପାଖେ ଜମା ହେଲେ
34 He healed many sick with various diseases and drove out many demons, not letting the demons speak, since they knew him. ନାନାଦି ରୋଗରେ ପୀଡ଼ିତ ଅନେକଙ୍କୁ ଯୀଶୁ ସୁସ୍ଥ କଲେ ସେ ଅନେକ ଭୂତ ମଧ୍ୟ ଛଡ଼ାଇଲେ, ମାତ୍ର ସେ ଭୂତାତ୍ମାମାନଙ୍କୁ କଥା କହିବା ପାଇଁ ଅନୁମତି ଦେଲେ ନାହିଁ, କାରଣ ସେ କିଏ, ସେମାନେ ଜାଣିଥିଲେ।
35 Long before dawn, while still dark, he got up, went out to a deserted place, and prayed there. ବଡ଼ି ଭୋର୍‌ରୁ, ଅନ୍ଧାର ଥାଉଁ ଥାଉଁ ଯୀଶୁ ଉଠି ଘରୁ ବାହାରିଗଲେ ଓ ଏକ ନିର୍ଜ୍ଜନ ସ୍ଥାନକୁ ଯାଇ ପ୍ରାର୍ଥନା କରିବାକୁ ଲାଗିଲେ
36 And Simon and those who were with him searched for him, ଶିମୋନ ଓ ତାଙ୍କ ସଙ୍ଗୀମାନେ ଯୀଶୁଙ୍କୁ ଖୋଜିବାକୁ ବାହାରିଲେ
37 and they found him and said to him, "Everyone is looking for you." ସେମାନେ ତାଙ୍କର ଦେଖା ପାଇ କହିଲେ, “ସମସ୍ତେ ଆପଣଙ୍କୁ ଖୋଜୁଛନ୍ତି।”
38 He said, "Let us go elsewhere, to the neighboring towns, so I can preach there too, for that is why I came." ଯୀଶୁ ଉତ୍ତର ଦେଲେ, “ଚାଲ, ଆମେ ଅନ୍ୟ ଜାଗାକୁ ଏଇ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଯିବା, ତା ହେଲେ ମୁଁ ସେଠାରେ ମଧ୍ୟ ପ୍ରଚାର କରିପାରିବି। କାରଣ ମୁଁ ତ ସେଥିପାଇଁ ଆସିଛି।”
39 And he went throughout all Galilee, preaching in their synagogues and casting out demons. ଅତଏବ ସେ ଗାଲିଲୀ ପ୍ରଦେଶରେ ସବୁଆଡ଼େ ବୁଲି ବୁଲି ସେମାନଙ୍କ ଉପାସନାଗୃହମାନଙ୍କରେ ପ୍ରଚାର କଲେ ଓ ଭୂତ ଛଡ଼ାଇଲେ।
40 A man with leprosy came, knelt, and begged him, "If you're willing, you can make me clean." ଜଣେ କୁଷ୍ଠରୋଗୀ ତାଙ୍କ ନିକଟକୁ ଆସି ଆଣ୍ଠୁପାତି ଅନୁନୟ କରି କହିଲା, “ଆପଣ ଇଚ୍ଛା କଲେ ମୋତେ ଶୁଚି କରିପାରିବେ।”
41 Moved with deep compassion, he stretched out his hand, touched him, and said to him, "I am willing; be clean." ଯୀଶୁ ଦୟାରେ ବିଗଳିତ ହୋଇ ଲୋକଟିକୁ ସ୍ପର୍ଶ କରି କହିଲେ, “ମୁଁ ଇଚ୍ଛା କରୁଛି, ଶୁଚି ହୁଅ।”
42 And immediately the leprosy left him, and he was made clean. ତତ୍‌କ୍ଷଣାତ୍ ତା ଠାରୁ କୁଷ୍ଠରୋଗ ଦୂର ହେଲା ଏବଂ ସେ ଶୁଚି ହେଲା ଓ ଆରୋଗ୍ୟ ଲାଭ କଲା।
43 Sternly warning him, he sent him away at once, ଯୀଶୁ ତାକୁ ଦୃଢ଼ ଆଦେଶ ଦେଇ ସଙ୍ଗେସଙ୍ଗେ ବିଦାୟ କରି କହିଲେ,
44 and told him, "Make sure you tell no one—but go, show yourself to the priest, and offer what Moses commanded for your cleansing, as proof to the people." “ସାବଧାନ, ଏ ବିଷୟ କାହାରିକୁ କୁହ ନାହିଁ। କିନ୍ତୁ ଯାଜକଙ୍କ ନିକଟକୁ ଯାଅ ଓ ନିଜକୁ ଦେଖାଅ ଏବଂ ତୁମର ଶୁଚିକରଣ ପାଇଁ ମୋଶା ଯେପରି ଆଦେଶ ଦେଇଛନ୍ତି, ସେହି ଅନୁଯାୟୀ ନୈବେଦ୍ୟ ଉତ୍ସର୍ଗ କର ତାହା ଲୋକଙ୍କ ନିକଟରେ ପ୍ରମାଣ ସ୍ଵରୂପ ହେବ।”
45 But he went out, proclaiming it freely and spreading the news, so Jesus could no longer enter a town openly, but stayed in lonely places. Yet people came to him from everywhere. କିନ୍ତୁ ଲୋକଟି ଚାଲିଯାଇ ସେହିବିଷୟ ମୁକ୍ତକଣ୍ଠରେ ପ୍ରଚାର କରିବାକୁ ଲାଗିଲା ଫଳରେ, ଯୀଶୁ ଆଉ ପ୍ରକାଶ୍ୟରେ କୌଣସି ସହରରେ ପ୍ରବେଶ କରିପାରିଲେ ନାହିଁ, କିନ୍ତୁ ବାହାରେ ନିର୍ଜ୍ଜନ ସ୍ଥାନମାନଙ୍କରେ ରହିଲେ। ତଥାପି ଚତୁର୍ଦ୍ଦିଗରୁ ଲୋକମାନେ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]