Skip to content
The Believer's Library

Biblica® Open Odia Contemporary Bible

1 Corinthians 8 OOCB

Side by side with the Father's Heart Bible™

ଦେବପ୍ରସାଦ ଭୋଜନ ସମ୍ବନ୍ଧରେ

1ପ୍ରତିମାଗୁଡ଼ିକ ନିକଟରେ ଉତ୍ସର୍ଗିତ ଖାଦ୍ୟ ସମ୍ବନ୍ଧରେ: “ଆମ ସମସ୍ତଙ୍କର ଜ୍ଞାନ ଅଛି।” ଏ କଥା ତୁମ୍ଭେମାନେ ଯାହା କହୁଛ ତାହା ଆମେ ଜାଣୁ, ଜ୍ଞାନ ଅହଂକାର ଜନ୍ମାଏ କିନ୍ତୁ ପ୍ରେମ ଗଠନ କରେ। 2ଯେଉଁ ଲୋକ କୌଣସି ବିଷୟ ଜାଣିଛି ବୋଲି ଯଦି ମନେ କରେ ତେବେ ସେ ଯେଉଁ ଭାବରେ ଜାଣିବା ଉଚିତ ତାହା ସେପର୍ଯ୍ୟନ୍ତ ସେ ଜାଣି ନାହିଁ। 3କିନ୍ତୁ ଯେଉଁ ଲୋକ ଈଶ୍ୱରଙ୍କୁ ପ୍ରେମ କରେ ସେ ଈଶ୍ୱରଙ୍କର ପରିଚିତ।

4ଅତଏବ, ଦେବପ୍ରସାଦ ଭୋଜନ ସମ୍ବନ୍ଧରେ ଆମେ ଏହା ଜାଣୁ ଯେ “ଏହି ଜଗତରେ ଦେବମୂର୍ତ୍ତି କିଛି ହିଁ ନୁହେଁ” ଏବଂ “ଏକ ଈଶ୍ୱରଙ୍କ ବ୍ୟତୀତ ଆଉ କେହି ଈଶ୍ୱର ନୁହେଁ।” 5କାରଣ ସ୍ଵର୍ଗରେ ହେଉ ବା ମର୍ତ୍ତ୍ୟରେ ହେଉ ଯଦିବା ତଥାକଥିତ ଦେବତାମାନେ ରହିଛନ୍ତି, (ଏପରି ତ ଅନେକ “ଦେବତା” ଓ ଅନେକ “ପ୍ରଭୁ” ରହିଛନ୍ତି), 6ତଥାପି ଆମର ଜଣେମାତ୍ର ଈଶ୍ୱର, ସେ ପରମପିତା, ତାହାଙ୍କଠାରୁ ସମସ୍ତ ବିଷୟ ଆଗତ ଓ ତାହାଙ୍କ ନିମନ୍ତେ ଆମେ ଜୀବନଧାରଣ କରିଛୁ; ପୁଣି ଜଣେମାତ୍ର ପ୍ରଭୁ, ସେ ଯୀଶୁ ଖ୍ରୀଷ୍ଟ, ତାହାଙ୍କ ଦ୍ଵାରା ସମସ୍ତ ବିଷୟ ଆଗତ ଓ ତାହାଙ୍କ ଦ୍ଵାରା ଆମେ ଜୀବନଧାରଣ କରିଛୁ।

7କିନ୍ତୁ ଏହା ସମସ୍ତେ ଜାଣନ୍ତି ନାହିଁ। କେତେକ ଲୋକ ଏ ଯାଏ ଦେବ ପ୍ରତିମାମାନଙ୍କ ବିଷୟରେ ଏତେ ଅଭ୍ୟସ୍ତ ଯେ ସେମାନେ ଏହିପ୍ରକାର ଖାଦ୍ୟ ଭୋଜନ କଲାବେଳେ ତାହା ପ୍ରତିମା ନିକଟରେ ଉତ୍ସର୍ଗିତ ଖାଦ୍ୟ ବୋଲି ମନେ କରନ୍ତି, ଏବଂ ସେମାନଙ୍କର ବିବେକ ଦୁର୍ବଳ ହୋଇଥିବାରୁ, ତାହା କଳୁଷିତ ହୁଏ। 8କିନ୍ତୁ ଖାଦ୍ୟପଦାର୍ଥ ଆମକୁ ଈଶ୍ୱରଙ୍କ ସାନିଧ୍ୟକୁ ଆଣେ ନାହିଁ; ତାହା ଭୋଜନ ନ କଲେ ଆମର କିଛି କ୍ଷତି ହୁଏ ନାହିଁ, ଏବଂ ତାହା ଭୋଜନ କଲେ କିଛି ଲାଭ ହୁଏ ନାହିଁ।

9କିନ୍ତୁ ତୁମର ଏହି ସ୍ୱାଧୀନତା କିପରି ବ୍ୟବହାର କରୁଛ, ସେବିଷୟରେ ସାବଧାନ ହୁଅ, ତାହା ଦୁର୍ବଳମନା ଲୋକଙ୍କର ଝୁଣ୍ଟିବାର ପ୍ରସ୍ତର ସ୍ଵରୂପ ନ ହେଉ। 10କାରଣ ଯାହାର ବିବେକ ଦୁର୍ବଳ, ଏପରି ଜଣେବ୍ୟକ୍ତି ଯଦି ତୁମ ପରି ଜ୍ଞାନବନ୍ତ ବ୍ୟକ୍ତିକୁ, ଦେବାଳୟରେ ଭୋଜନ କରୁଥିବାର ଦେଖେ, ତେବେ ସେ କଅଣ ଦେବପ୍ରସାଦ ଭୋଜନ କରିବାକୁ ସାହସୀ ହେବ ନାହିଁ? 11ତେଣୁ ଯେଉଁ ଦୁର୍ବଳମନା ଭାଇ ପାଇଁ, ଖ୍ରୀଷ୍ଟ ପ୍ରାଣ ଦେଲେ, ତୁମର ଜ୍ଞାନ ଦ୍ଵାରା ସେ ନଷ୍ଟ ହେଉଛି। 12ତୁମେ ଯେତେବେଳେ ଏହି ପ୍ରକାରେ ତୁମ ଭାଇମାନଙ୍କ ବିରୁଦ୍ଧରେ ପାପ କରୁଛ ଓ ସେମାନଙ୍କର ଦୁର୍ବଳ ବିବେକକୁ ଆଘାତ କରୁଛ, ସେତେବେଳେ ତୁମେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ପାପ କରୁଛ। 13ତେଣୁ, ମୁଁ ଯାହା ଭୋଜନ କରେ ତାହା ଯଦି ମୋର ଭାଇକୁ ପାପରେ ପକାଏ, ତେବେ ମୁଁ ଯେପରି ତାହାର ପତନର କାରଣ ନ ହୁଏ, ଏଥିପାଇଁ ଆଉ କେବେ ମାଂସ ଭୋଜନ କରିବି ନାହିଁ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]