Skip to content
The Believer's Library

Biblica® Open Odia Contemporary Bible

John 5 OOCB

Show OOCB only
Verse × ×
1 After this there was a feast of the Jews, and Jesus went up to Jerusalem. ଏହାର କିଛିକାଳ ପରେ, ଯିହୁଦୀମାନଙ୍କର ଏକ ପର୍ବ ପାଇଁ ଯୀଶୁ ଯିରୂଶାଲମକୁ ଗଲେ।
2 By the Sheep Gate in Jerusalem is a pool with five covered porches, called Bethesda in Aramaic. ଯିରୂଶାଲମର ମେଷଦ୍ଵାର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି, ଏହାକୁ ହିବ୍ରୁ ଭାଷାରେ ବେଥେସ୍‌ଦା କହନ୍ତି ଓ ଏହା ଛାତ ଥିବା ପାଞ୍ଚୋଟି ମଣ୍ଡପ ଦ୍ଵାରା ପରିବେଷ୍ଟିତ।
3 In these lay a multitude of the sick—blind, lame, and paralyzed. ଏହିଠାରେ ବହୁସଂଖ୍ୟକ ବିକଳାଙ୍ଗ ଲୋକ ଅନ୍ଧ, ଖଞ୍ଜ ଓ ପକ୍ଷାଘାତଗ୍ରସ୍ତ ରୋଗୀ, ପଡ଼ି ରହୁଥିଲେ ଏମାନେ ପାଣି ହଲିବା ଅପେକ୍ଷାରେ ରହୁଥିଲେ।
4 Not in this edition କାରଣ ପ୍ରଭୁଙ୍କର ଜଣେ ଦୂତ କେବେ କେବେ ଓହ୍ଲାଇ ଆସି ପାଣିକୁ ହଲାଇ ଦେଉଥିଲେ। ପାଣି ହଲିବା ପରେ, ଯିଏ ପ୍ରଥମେ ପୁଷ୍କରିଣୀରେ ପ୍ରବେଶ କରୁଥିଲା, ତାହାର ଯେକୌଣସି ରୋଗ ଥିଲେ ମଧ୍ୟ ସେ ସୁସ୍ଥ ହେଉଥିଲା
5 One man was there who had been sick for thirty-eight years. ସେଠାରେ ଏପରି ଜଣେ ଲୋକ ଥିଲା ଯେ କି ଅଠତିରିଶ ବର୍ଷ ପର୍ଯ୍ୟନ୍ତ ଅକ୍ଷମ ଅବସ୍ଥାରେ ରହିଥିଲା।
6 Seeing him lying there and knowing he had already been there a long time, Jesus asked, "Do you want to be healed?" ଯେତେବେଳେ ଯୀଶୁ ତାକୁ ସେଠାରେ ପଡ଼ିଥିବାର ଦେଖିଲେ ଓ ବହୁକାଳ ଧରି ସେପରି ଅବସ୍ଥାରେ ରହିଥିବାର ଜାଣିଲେ, ସେ ତାକୁ ପଚାରିଲେ, “ତୁମେ କଣ ସୁସ୍ଥ ହେବାକୁ ଚାହୁଁଛ?”
7 The sick man answered him, "Sir, I have no one to put me in the pool once the water stirs—while I'm on my way, someone else gets in first." ସେହି ଅକ୍ଷମ ଲୋକ ଉତ୍ତର ଦେଲା, ଆଜ୍ଞା, ପାଣି ହଲିଲା ବେଳେ ପୋଖରୀ ଭିତରକୁ ଯିବା ପାଇଁ ମୋତେ ସାହାଯ୍ୟ କରିବାକୁ ମୋର କେହି ନାହିଁ। ମୁଁ ଭିତରକୁ ଯିବା ପାଇଁ ଚେଷ୍ଟା କଲା ବେଳକୁ, ଅନ୍ୟ କେହି ଜଣେ ମୋ ଆଗରୁ ପଶିଯାଏ।
8 Jesus said to him, "Get up, take up your mat, and walk." ତତ୍ପରେ ଯୀଶୁ ତାକୁ କହିଲେ, “ଉଠ! ତୁମର ବିଛଣା ନେଇ ଚାଲ।”
9 At once the man became well, picked up his mat, and walked. That day was the Sabbath. ତତ୍‌କ୍ଷଣାତ୍ ଲୋକଟି ସୁସ୍ଥ ହେଲା; ସେ ବିଛଣା ଉଠାଇ ଚାଲିଲା। ଯେଉଁଦିନ ଏହି ଘଟଣା ଘଟିଥିଲା ସେଦିନ ଶାବତବାର ଥିଲା,
10 So the Jews told the healed man, "It's the Sabbath—you're not allowed to carry your mat." ତେଣୁ ସୁସ୍ଥ ହୋଇଥିବା ଲୋକକୁ ଯିହୁଦୀମାନେ କହିଲେ, “ଆଜି ଶାବତବାର; ବିଛଣା ବୋହିବା ବିଧିନିଷିଦ୍ଧ କାର୍ଯ୍ୟ।”
11 He answered them, "The man who healed me told me, 'Take up your mat and walk.'" କିନ୍ତୁ ସେ ଉତ୍ତର ଦେଲା, “ଯେଉଁ ବ୍ୟକ୍ତି ମୋତେ ସୁସ୍ଥ କଲେ ସେ ତ ମୋତେ କହିଲେ, ‘ତୁମର ବିଛଣା ଉଠାଇ ଚାଲ।’ ”
12 They asked him, "Who is the man who told you, 'Take it up and walk'?" ଅତଏବ ସେମାନେ ତାକୁ ପଚାରିଲେ, “ଯିଏ ତୋତେ ବିଛଣା ଧରି ଚାଲିବାକୁ କହିଲା ସେ ଲୋକ କିଏ?”
13 But the healed man didn't know who it was, since Jesus had slipped away into the crowd there. ସେହି ବ୍ୟକ୍ତି କିଏ ବୋଲି ସୁସ୍ଥ ହୋଇଥିବା ଲୋକଟିର ଧାରଣା ନ ଥିଲା, କାରଣ ଯୀଶୁ ସେଠାରେ ଲୋକଗହଳି ମଧ୍ୟରେ ମିଶି ଯାଇଥିଲେ।
14 Later Jesus found him in the temple and said, "You are healed now. Stop sinning, or something worse may happen to you." ପରେ ଯୀଶୁ ମନ୍ଦିରରେ ତାକୁ ଦେଖି କହିଲେ, “ଦେଖ, ତୁମେ ସୁସ୍ଥ ହୋଇଛ। ଆଉ ପାପ କର ନାହିଁ ନଚେତ୍ ତୁମ ପ୍ରତି ଆହୁରି ଅଧିକ ମନ୍ଦ କିଛି ଘଟିପାରେ।”
15 The man went away and told the Jews that it was Jesus who had made him well. ଲୋକଟି ଚାଲିଗଲା ଓ ଯେ ତାକୁ ସୁସ୍ଥ କରିଥିଲେ ସେ ଯୀଶୁ ବୋଲି ଯିହୁଦୀମାନଙ୍କୁ କହିଲା।
16 And so the Jews began persecuting Jesus, because he was doing these things on the Sabbath. ଯୀଶୁ ଶାବତବାରରେ ଏହିସବୁ କାର୍ଯ୍ୟ କରୁଥିବାରୁ, ଯିହୁଦୀମାନେ ତାଙ୍କୁ ଉତ୍ପୀଡ଼ନ କଲେ।
17 But Jesus answered them, "My Father is working until now, and I too am working." ଯୀଶୁ ସେମାନଙ୍କୁ କହିଲେ, “ମୋର ପିତା ଏପର୍ଯ୍ୟନ୍ତ ତାହାଙ୍କର କାର୍ଯ୍ୟ ସାଧନ କରୁଛନ୍ତି, ଓ ମୁଁ ମଧ୍ୟ କାର୍ଯ୍ୟ କରୁଅଛି।”
18 So the Jews sought even more to kill him: he not only broke the Sabbath but called our Father his own Father, making himself equal to him. ଏହି କାରଣରୁ ଯିହୁଦୀମାନେ ତାହାଙ୍କୁ ବଧ କରିବାକୁ ଆହୁରି ଅଧିକ ଚେଷ୍ଟା କଲେ; ଯେହେତୁ ସେ ଯେ କେବଳ ଶାବତବାର ନିୟମ ଭଙ୍ଗ କରୁଥିଲେ, ତା ନୁହେଁ ମାତ୍ର ଈଶ୍ୱରଙ୍କୁ ନିଜର ପିତା ବୋଲି ସମ୍ବୋଧନ କରି, ନିଜକୁ ଈଶ୍ୱରଙ୍କ ସମକକ୍ଷ କରୁଥିଲେ।
19 So Jesus said to them, "Truly, truly, I tell you: the Son can do nothing on his own, but only what he sees the Father doing. Whatever the Father does, the Son does the same. ଯୀଶୁ ସେମାନଙ୍କୁ ଏହି ଉତ୍ତର ଦେଲେ: “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ପୁତ୍ର ନିଜ ଇଚ୍ଛାରୁ କିଛି କରିପାରନ୍ତି ନାହିଁ; ସେ ତାହାଙ୍କ ପିତାଙ୍କୁ ଯାହା କରିବାର ଦେଖନ୍ତି କେବଳ ତାହା ହିଁ କରିପାରନ୍ତି, କାରଣ ପିତା ଯାହା କରନ୍ତି ପୁତ୍ର ମଧ୍ୟ ତାହା କରନ୍ତି।
20 "For the Father loves the Son and shows him everything he does; he will show him greater works than these, so you will be amazed. ଯେହେତୁ ପିତା ପୁତ୍ରଙ୍କୁ ସ୍ନେହ କରନ୍ତି ଏବଂ ସେ ଯାହା କରନ୍ତି ସେହିସବୁ ତାଙ୍କ ନିକଟରେ ପ୍ରକାଶ କରନ୍ତି। ତୁମ୍ଭେମାନେ ଯେପରି ଆଚମ୍ବିତ ହେବ, ଏଥିପାଇଁ ଏହିସବୁ ଅପେକ୍ଷା, ସେ ଆହୁରି ମହତ୍ ବିଷୟମାନ ତାହାଙ୍କ ନିକଟରେ ପ୍ରକାଶ କରିବେ।
21 For as the Father raises the dead and gives life, so the Son too gives life to anyone he wants. କାରଣ ପିତା ଯେପରି ମୃତ ଲୋକମାନଙ୍କୁ ପୁନରୁତ୍ଥିତ କରି ଜୀବନ ଦାନ କରନ୍ତି, ସେହିପରି ପୁତ୍ର ମଧ୍ୟ ଯାହାକୁ ଇଚ୍ଛା ତାହାକୁ ଜୀବନ ଦାନ କରନ୍ତି।
22 For the Father judges no one, but has entrusted all judgment to the Son, ଆହୁରି ମଧ୍ୟ, ପିତା କାହାର ବିଚାର କରନ୍ତି ନାହିଁ, କିନ୍ତୁ ସେସମସ୍ତ ବିଚାର ଭାର ପୁତ୍ରଙ୍କୁ ଅର୍ପଣ କରିଛନ୍ତି,
23 so everyone honors the Son as they honor the Father; whoever doesn't honor the Son doesn't honor the Father who sent him. ଏତଦ୍ଦ୍ୱାରା ସମସ୍ତେ ପିତାଙ୍କୁ ଯେପରି ସମ୍ଭ୍ରମ କରନ୍ତି ପୁତ୍ରଙ୍କୁ ମଧ୍ୟ ସେହିପରି ସମ୍ଭ୍ରମ କରିବେ। ଯେ ପୁତ୍ରଙ୍କୁ ସମ୍ଭ୍ରମ କରେ ନାହିଁ, ସେ ତାହାଙ୍କର ପ୍ରେରଣକର୍ତ୍ତା ପିତାଙ୍କୁ ମଧ୍ୟ ସମ୍ଭ୍ରମ କରେ ନାହିଁ।
24 Truly, truly, I tell you: whoever hears my word and believes the one who sent me has eternal life and won't face judgment—they have passed from death to life. “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେକେହି ମୋର କଥା ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତଜୀବନ ଲାଭ କରିଛି ଓ ସେ ଦଣ୍ଡିତ ହେବ ନାହିଁ ସେ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।
25 Truly, truly, I tell you, an hour comes, and is now here, when the dead will hear the voice of the Son of our Father, and those hearing will live. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେଉଁ ସମୟରେ ମୃତଲୋକେ ଈଶ୍ୱରଙ୍କ ପୁତ୍ରଙ୍କ ସ୍ଵର ଶୁଣିବେ ଓ ଯେଉଁମାନେ ତାହା ଶୁଣିବେ ସେମାନେ ସଜୀବ ହେବେ ଏପରି ସମୟ ଆସୁଅଛି ଏବଂ ପ୍ରକୃତରେ ତାହା ଆସିଗଲାଣି।
26 For as the Father has life in himself, he gave the Son to also have life in himself. କାରଣ ପିତା ଯେପରି ସ୍ଵୟଂଜୀବୀ, ସେହିପରି ପୁତ୍ରଙ୍କୁ ମଧ୍ୟ ସ୍ଵୟଂଜୀବୀ ହେବାକୁ ସେ ଅଧିକାର ଦେଇଛନ୍ତି।
27 And he has given him authority to execute judgment, because he is the Son of Man. ପୁଣି ସେ ତାହାଙ୍କୁ ବିଚାର କରିବା ଅଧିକାର ଦେଇଛନ୍ତି କାରଣ ସେ ମନୁଷ୍ୟପୁତ୍ର ଅଟନ୍ତି।
28 Don't be astonished at this—an hour is coming when everyone in the tombs will hear his voice, “ଏ ବିଷୟରେ ବିସ୍ମୟାନ୍ୱିତ ହୁଅ ନାହିଁ, କାରଣ ଏପରି ଏକ ସମୟ ଆସୁଛି ଯେତେବେଳେ ସମାଧିରେ ଥିବା ସମସ୍ତେ ତାହାଙ୍କର ସ୍ଵର ଶୁଣିବେ
29 and come out—those who did good, to the resurrection of life; those who did evil, to the resurrection of judgment. ଏବଂ ବାହାରି ଆସିବେ ଯେଉଁମାନେ ସତ୍କର୍ମ କରିଛନ୍ତି ସେମାନେ ଜୀବନଲାଭ କରିବାକୁ ଉଠିବେ, ଓ ଯେଉଁମାନେ ଅସତ୍ କର୍ମ କରିଛନ୍ତି ସେମାନେ ଦଣ୍ଡଭୋଗ କରିବାକୁ ଉଠିବେ।
30 By myself I can do nothing. I judge as I hear; my judgment is fair, because I seek not my own will but the will of the One who sent me. ମୁଁ ନିଜରୁ କିଛି କରିପାରେ ନାହିଁ; ମୁଁ ଯେପରି ଶୁଣେ ସେପରି ବିଚାର କରେ, ମୋର ବିଚାର ନ୍ୟାୟସଙ୍ଗତ, କାରଣ ମୁଁ ନିଜ ଇଚ୍ଛା ନ ଲୋଡ଼ି ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ଲୋଡ଼ିଥାଏ।
31 "If I testify about myself, my testimony is not valid. “ମୁଁ ଯଦି ନିଜ ସମ୍ବନ୍ଧରେ ସାକ୍ଷ୍ୟ ଦିଏ, ତେବେ ମୋର ସାକ୍ଷ୍ୟ ବିଧିସଙ୍ଗତ ନୁହେଁ।
32 There is another who testifies about me, and I know his testimony about me is true. ଆଉ ଜଣେ ଅଛନ୍ତି ଯେ ମୋ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି, ଏବଂ ମୋ ସମ୍ବନ୍ଧରେ ତାଙ୍କର ସାକ୍ଷ୍ୟ ଯେ ସତ୍ୟ ଏହା ମୁଁ ଜାଣେ।
33 You sent messengers to John, and he has testified to the truth. “ତୁମ୍ଭେମାନେ ଯୋହନଙ୍କ ନିକଟକୁ ଲୋକ ପଠାଇଛ ଏବଂ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେଇଛନ୍ତି।
34 Not that I accept human testimony, but I say these things so that you may be saved. ମନୁଷ୍ୟର ସାକ୍ଷ୍ୟ ଯେ ମୋ ନିକଟରେ ଗ୍ରହଣୀୟ ତା ନୁହେଁ; କିନ୍ତୁ ତୁମ୍ଭେମାନେ ଯେପରି ପରିତ୍ରାଣ ପାଇବ ଏଥିପାଇଁ ମୁଁ ଏସବୁ କହୁଛି।
35 John was a burning, shining lamp, and you were willing to rejoice briefly in his light. ଯୋହନ ଥିଲେ ଏକ ପ୍ରଦୀପ ଯାହା ଜଳି ଆଲୋକ ପ୍ରଦାନ କଲା, ଏବଂ ତାହାଙ୍କ ଆଲୋକ କିଛିକାଳ ଉପଭୋଗ କରିବାକୁ ତୁମ୍ଭେମାନେ ପସନ୍ଦ କଲ।
36 But I have testimony greater than John's: the works my Father gave me to finish—the very works I'm doing—testify that my Father sent me. “କିନ୍ତୁ ମୋର ଯେଉଁ ସାକ୍ଷ୍ୟ ଅଛି ତାହା ଯୋହନଙ୍କ ସାକ୍ଷ୍ୟ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ। କାରଣ ପିତା ମୋତେ ଯେଉଁ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ପଠାଇଛନ୍ତି ଓ ଯାହା ମୁଁ କରୁଛି ତାହା ହିଁ ସାକ୍ଷ୍ୟ ଦେଉଛି ଯେ ପିତା ମୋତେ ପଠାଇଛନ୍ତି।
37 And my Father who sent me has himself testified about me. You've never heard his voice or seen his form, ପୁଣି ମୋର ପ୍ରେରଣକର୍ତ୍ତା ପିତା ନିଜେ ମୋ ସମ୍ବନ୍ଧରେ ସାକ୍ଷ୍ୟ ଦେଇଛନ୍ତି। ତୁମ୍ଭେମାନେ କେବେ ତାହାଙ୍କର ସ୍ଵର ଶୁଣି ନାହଁ କି ତାହାଙ୍କର ଆକୄତି ଦେଖି ନାହଁ,
38 and you don't have his word remaining in you, since you don't believe the one he sent. କିମ୍ବା ତାହାଙ୍କର ବାକ୍ୟ ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି ତୁମେ ତାଙ୍କୁ ବିଶ୍ୱାସ କରୁ ନାହଁ।
39 You search the Scriptures, thinking they hold eternal life—yet they themselves testify about me, ତୁମ୍ଭେମାନେ ଧର୍ମଶାସ୍ତ୍ର ଅଧ୍ୟୟନ କରୁଛ କାରଣ ସେଗୁଡ଼ିକ ମାଧ୍ୟମରେ ଅନନ୍ତଜୀବନ ଲାଭ କରୁଛ ବୋଲି ତୁମେ ମନେ କରୁଛ। ଏହି ଧର୍ମଶାସ୍ତ୍ର ହିଁ ମୋ ବିଷୟରେ ସାକ୍ଷ୍ୟ ଦିଏ,
40 yet you refuse to come to me so that you may have life. ତଥାପି ଜୀବନଲାଭ କରିବାକୁ ମୋ ନିକଟକୁ ଆସିବା ପାଇଁ ତୁମ୍ଭେମାନେ ଅସମ୍ମତ।
41 I do not accept glory from people, “ମୁଁ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ଗ୍ରହଣ କରେ ନାହିଁ,
42 but I know you—that you do not have the love of our Father within you. କାରଣ ମୁଁ ତୁମ୍ଭମାନଙ୍କୁ ଜାଣେ। ତୁମ୍ଭମାନଙ୍କ ଅନ୍ତରରେ ଈଶ୍ୱରଙ୍କ ପ୍ରେମ ନାହିଁ ବୋଲି ମୁଁ ଜାଣେ।
43 I have come in my Father's name, and you don't receive me; if another comes in his own name, you'll receive him. ମୁଁ ମୋର ପିତାଙ୍କ ନାମରେ ଆସିଛି, ଅଥଚ ତୁମ୍ଭେମାନେ ମୋତେ ଗ୍ରହଣ କରୁ ନାହଁ; କିନ୍ତୁ ଅନ୍ୟ କେହି ଯଦି ନିଜ ନାମରେ ଆସେ, ତୁମ୍ଭେମାନେ ତ ତାହାକୁ ଗ୍ରହଣ କରିବ।
44 How can you believe, when you accept glory from one another and don't seek the glory from the only God? ତୁମ୍ଭେମାନେ ଯଦି ପରସ୍ପରଠାରୁ ପ୍ରଶଂସା ଗ୍ରହଣ କରୁଛ ଅଥଚ ଯେଉଁ ପ୍ରଶଂସା ଏକମାତ୍ର ଈଶ୍ୱରଙ୍କଠାରୁ ଆସେ ତାହା ପାଇବାକୁ ଆଦୌ ଚେଷ୍ଟା କରୁ ନାହଁ ତା ହେଲେ ତୁମ୍ଭେମାନେ କିପରି ବିଶ୍ୱାସ କରିପାରିବ?
45 Don't think I will accuse you before my Father. Moses, in whom you've hoped, accuses you. “କିନ୍ତୁ ପିତାଙ୍କ ସାକ୍ଷାତରେ ମୁଁ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବି ବୋଲି ମନେକର ନାହିଁ। ଯେଉଁ ମୋଶାଙ୍କ ଉପରେ ଭରସା ରଖିଛ, ସେ ହିଁ ତୁମ୍ଭମାନଙ୍କର ଅଭିଯୋଗକାରୀ।
46 For if you believed Moses, you would believe me, because he wrote about me. ତୁମ୍ଭେମାନେ ଯଦି ମୋଶାଙ୍କୁ ବିଶ୍ୱାସ କର, ତେବେ ମୋତେ ବିଶ୍ୱାସକରନ୍ତ, କାରଣ ସେ ମୋ ବିଷୟରେ ଲେଖିଥିଲେ।
47 But if you do not believe his writings, how will you believe my words?" କିନ୍ତୁ ସେ ଯାହା ଲେଖିଥିଲେ ତାହା ତୁମ୍ଭେମାନେ ବିଶ୍ୱାସ କରୁ ନ ଥିବାରୁ, ମୁଁ ଯାହା କହୁଛି ତାହା କିପରି ବିଶ୍ୱାସ କରିବ?”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]