Skip to content
The Believer's Library

Biblica® Open Odia Contemporary Bible

John 4 OOCB

Show OOCB only
Verse × ×
1 So when Jesus knew the Pharisees heard he was making and baptizing more disciples than John. ଯୀଶୁ ଯୋହନଙ୍କ ଅପେକ୍ଷା ଅଧିକ ସଂଖ୍ୟକ ଲୋକଙ୍କୁ ଶିଷ୍ୟ କରୁଅଛନ୍ତି ଓ ଡୁବନ ଦେଉଛନ୍ତି ବୋଲି ଫାରୂଶୀମାନେ ଶୁଣିଲେ;
2 (though Jesus himself was not baptizing, but his disciples were), କିନ୍ତୁ ଯୀଶୁ ନିଜେ ଯେ ଡୁବନ ଦେଉଥିଲେ ତା ନୁହେଁ, ତାହାଙ୍କର ଶିଷ୍ୟମାନେ ଦେଉଥିଲେ।
3 he left Judea and went back to Galilee. ପ୍ରଭୁ ଯେତେବେଳେ ଏହା ଶୁଣିଲେ ସେ ଯିହୁଦା ପ୍ରଦେଶ ପରିତ୍ୟାଗ କରି ପୁନର୍ବାର ଗାଲିଲୀକୁ ଚାଲିଗଲେ।
4 And he had to pass through Samaria. ତାହାଙ୍କୁ ଶମରିଆ ମଧ୍ୟଦେଇ ଯିବାକୁ ପଡ଼ିଲା।
5 So he came to a town of Samaria called Sychar, near the field Jacob gave his son Joseph. ସେ ଶମରିଆର ସୁଖାର ନାମକ ଗୋଟିଏ ସହରରେ ପହଞ୍ଚିଲେ, ଏହା ଯାକୁବ ନିଜର ପୁତ୍ର ଯୋସେଫଙ୍କୁ ଦେଇଥିବା ଜମି ନିକଟରେ ଥିଲା।
6 Jacob's well was there. Jesus, tired from the trip, sat down at the well—about noon. ସେଠାରେ ଯାକୁବଙ୍କ କୂପ ଥିଲା, ଏବଂ ଯୀଶୁ, ପଥଶ୍ରାନ୍ତ ହୋଇଥିବାରୁ, ସେହି କୂପ ନିକଟରେ ବସିଲେ। ସେତେବେଳେ ପ୍ରାୟ ମଧ୍ୟାହ୍ନ ସମୟ।
7 A woman of Samaria came to draw water. Jesus said to her, "Give me a drink." ସେହି ସମୟରେ ଜଣେ ଶମିରୋଣୀୟା ସ୍ତ୍ରୀ ପାଣି କାଢ଼ିବାକୁ ଆସିଲା, ଯୀଶୁ ତାକୁ କହିଲେ, “ମୋତେ ପାଣି ଟିକେ ପିଇବାକୁ ଦିଅ।”
8 (For his disciples had gone into the town to buy food.). ସେତେବେଳେ ତାହାଙ୍କର ଶିଷ୍ୟମାନେ ଖାଦ୍ୟ କିଣିବାକୁ ସହର ଭିତରକୁ ଯାଇଥିଲେ।
9 The Samaritan woman said, "You're a Jew; why ask me, a Samaritan woman, for a drink?" (Jews don't associate with Samaritans.). ସେହି ଶମିରୋଣୀୟା ସ୍ତ୍ରୀ ତାହାଙ୍କୁ କହିଲା, “ଆପଣ ଜଣେ ଯିହୁଦୀ ଓ ମୁଁ ଜଣେ ଶମିରୋଣୀୟା ସ୍ତ୍ରୀ। ଆପଣ କିପରି ମୋ ହାତରୁ ପାଣି ପିଇବାକୁ ମାଗୁଛନ୍ତି?” କାରଣ ଯିହୁଦୀମାନେ ଶମିରୋଣୀୟମାନଙ୍କ ସହିତ ମିଳାମିଶା କରନ୍ତି ନାହିଁ।
10 Jesus answered her, "If you knew our Father's gift, and who asks you, 'Give me a drink,' you'd have asked him, and he'd have given you living water." ଯୀଶୁ ତାକୁ ଉତ୍ତର ଦେଲେ, “ଈଶ୍ୱରଙ୍କ ଦାନ କଅଣ ଓ କିଏ ତୁମକୁ ପାଣି ପିଇବାକୁ ମାଗୁଛନ୍ତି ତାହା ଯଦି ତୁମେ ଜାଣିଥାଆନ୍ତ, ତେବେ ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନଦାୟକ ଜଳ ଦିଅନ୍ତେ।”
11 The woman said to him, "Sir, you have nothing to draw with, and the well is deep. Where then do you get this living water? ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ପାଣି କାଢ଼ିବାକୁ ଆପଣଙ୍କ ପାଖରେ ବାଲଟି ବା କିଛି ନାହିଁ ପୁଣି ଏହି କୂପ ତ ଗଭୀର। ଆପଣ କେଉଁଠାରୁ ଏହି ଜୀବନଦାୟକ ଜଳ ପାଇବେ?
12 Are you greater than our father Jacob, who gave us the well, drank from it himself, with his sons and livestock?" ଆମର ଯେଉଁ ପିତୃପୁରୁଷ ଯାକୁବ ଆମକୁ ଏହି କୂପ ଦେଇଛନ୍ତି, ଓ ନିଜେ ପୁଣି ତାଙ୍କର ପୁତ୍ରମାନେ ତଥା ଗୋମେଷାଦି ପଲ ଏଥିରୁ ପାନ କରିଥିଲେ, ଆପଣ କଅଣ ତାଙ୍କଠାରୁ ମହାନ୍?
13 Jesus said to her, "Everyone who drinks of this water will be thirsty again, ଯୀଶୁ ଉତ୍ତର ଦେଲେ, “ଯେକେହି ଏହି ଜଳ ପାନ କରେ ସେ ପୁନର୍ବାର ତୃଷିତ ହେବ,
14 but whoever drinks the water I give him will never thirst again; that water will become in him a spring of water welling up to eternal life." କିନ୍ତୁ ମୁଁ ଯେଉଁ ଜଳ ଦିଏ ତାହା ଯିଏ ପାନ କରେ ସେ କେବେହେଲେ ତୃଷିତ ହେବ ନାହିଁ। ବରଞ୍ଚ, ମୁଁ ତାକୁ ଯେଉଁ ଜଳ ଦିଏ ସେହି ଜଳ ତା ମଧ୍ୟରେ ନିର୍ଝର ସ୍ଵରୂପ ହୋଇ ଅନନ୍ତ ଜୀବନକୁ ଉଚ୍ଛୁଳି ଉଠୁଥିବ।”
15 The woman said to him, "Sir, give me this water, so I won't get thirsty or come here to draw water." ସେହି ସ୍ତ୍ରୀଲୋକ ତାଙ୍କୁ କହିଲା, “ମହାଶୟ, ମୁଁ ଯେପରି ତୃଷାର୍ତ୍ତ ହେବି ନାହିଁ ଏବଂ ମୋତେ ଯେପରି ପାଣି କାଢ଼ିବା ପାଇଁ ଥରକୁ ଥର ଏଠାକୁ ଆସିବାକୁ ପଡ଼ିବ ନାହିଁ ସେଥିପାଇଁ ମୋତେ ଏହି ଜଳ ଦିଅନ୍ତୁ।”
16 Jesus said to her, "Go, call your husband, and come back here." ଯୀଶୁ ତାହାକୁ କହିଲେ, “ଯାଅ, ତୁମର ସ୍ୱାମୀକୁ ଡାକି ଏଠାକୁ ଆସ।”
17 The woman answered, "I have no husband." Jesus told her, "You're right to say you have no husband. ସ୍ତ୍ରୀଲୋକଟି କହିଲା, “ମୋର ସ୍ୱାମୀ କେହି ନାହିଁ।” ଯୀଶୁ ତାକୁ କହିଲେ, “ତୁମର ସ୍ୱାମୀ କେହି ନାହିଁ ବୋଲି ଯାହା କହିଲ ତାହା ଠିକ କଥା।
18 For you've had five husbands, and the man you have now isn't your husband. You've spoken the truth." ପ୍ରକୃତରେ, ତୁମର ପାଞ୍ଚ ସ୍ୱାମୀ ଥିଲେ, ଓ ବର୍ତ୍ତମାନ ଯେଉଁ ପୁରୁଷ ତୁମ ପାଖେ ରହିଛ ସେ ତୁମର ସ୍ୱାମୀ ନୁହେଁ। ଏବେ ଯାହା କହିଲ ତାହା ସତ କଥା।”
19 The woman said to him, "Sir, I see that you are a prophet. ସେହି ସ୍ତ୍ରୀଲୋକ କହିଲା, “ମହାଶୟ,” ଆପଣ ଯେ ଜଣେ ଭାବବାଦୀ “ଏହା ମୁଁ ଜାଣିପାରୁଛି।
20 Our fathers worshiped on this mountain, but you say Jerusalem is where people must worship." ଆମର ପୂର୍ବପୁରୁଷମାନେ ଏହି ପର୍ବତରେ ଆରାଧନା କରୁଥିଲେ, କିନ୍ତୁ ଆପଣମାନେ ଅର୍ଥାତ୍, ଯିହୁଦୀମାନେ କହନ୍ତି ଯେ ଆମେ ଯେଉଁ ସ୍ଥାନରେ ଆରାଧନା କରିବା ଉଚିତ ତାହା ଯିରୂଶାଲମରେ ଅଛି।”
21 Jesus told her, "Woman, believe me: an hour is coming when you'll worship the Father neither on this mountain nor in Jerusalem. ଯୀଶୁ ତାହାକୁ କହିଲେ, “ଆଗୋ ନାରୀ,” ମୋ କଥା ବିଶ୍ୱାସ କର, ସମୟ ଆସୁଛି, ଯେତେବେଳେ ଏହି ପର୍ବତରେ କି ଯିରୂଶାଲମରେ ତୁମ୍ଭେମାନେ ପିତାଙ୍କର ଆରାଧନା କରିବ ନାହିଁ।
22 You worship what you don't know; we worship what we know—salvation comes from the Jews. ତୁମ୍ଭେମାନେ ନ ଜାଣି ଉପାସନା କରୁଥାଅ; କିନ୍ତୁ ଆମେ ତାହା ଜାଣି ଉପାସନା କରୁ, କାରଣ ପରିତ୍ରାଣ ଯିହୁଦୀମାନଙ୍କ ମଧ୍ୟରୁ ଆସେ।
23 But a time is coming, and now is, when true worshipers worship the Father in spirit and truth—for the Father seeks such worshipers. ତଥାପି ଏପରି ଏକ ସମୟ ଆସୁଛି ପ୍ରକୃତରେ କହିବାକୁ ଗଲେ ଏବେ ଆସିଗଲାଣି ଯେତେବେଳେ ସତ୍ୟ ଉପାସକମାନେ ଆତ୍ମା ଓ ସତ୍ୟରେ ପିତାଙ୍କର ଉପାସନା କରିବେ, କାରଣ ପିତା ଏହିପ୍ରକାର ଉପାସକ ଚାହାନ୍ତି।
24 The Father is spirit, and those who worship him must worship in spirit and truth." ଈଶ୍ୱର ଆତ୍ମା ଅଟନ୍ତି ଏବଂ ତାହାଙ୍କର ଉପାସକମାନେ ତାହାଙ୍କୁ ଆତ୍ମା ଓ ସତ୍ୟରେ ତାହାଙ୍କର ଉପାସନା କରିବା ଉଚିତ।
25 The woman said to him, "I know Messiah—the one called Christ—is coming. When he comes, he will tell us everything." ସ୍ତ୍ରୀଲୋକଟି କହିଲା, “ମୁଁ ଜାଣେ ଯେ ମସୀହ” (ଯାହାଙ୍କୁ ଖ୍ରୀଷ୍ଟ କହନ୍ତି) “ସେ ଆସୁଛନ୍ତି। ସେ ଯେତେବେଳେ ଆସିବେ, ସେ ଆମ୍ଭମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେବେ।”
26 Jesus said to her, "I am he—the one speaking to you." ତତ୍ପରେ ଯୀଶୁ ପ୍ରକାଶ କଲେ, “ମୁଁ, ଯେ କି ତୁମ ସହିତ କଥା କହୁଛି, ମୁଁ ସେହି।”
27 Just then his disciples returned, amazed he was talking with a woman. Yet no one said, "What do you want?" or, "Why talk with her?" ଠିକ ସେତିକିବେଳେ ତାଙ୍କର ଶିଷ୍ୟମାନେ ଫେରି ଆସିଲେ ଏବଂ ଜଣେ ସ୍ତ୍ରୀଲୋକ ସହିତ ତାଙ୍କୁ କଥାବାର୍ତ୍ତା କରୁଥିବାର ଦେଖି ଆଶ୍ଚର୍ଯ୍ୟ ହେଲେ। କିନ୍ତୁ କେହି ତାଙ୍କୁ ପଚାରିଲେ ନାହିଁ, “ଆପଣ କଅଣ ଚାହାନ୍ତି?” କିମ୍ବା “ଆପଣ କାହିଁକି ତା ସହିତ କଥାବାର୍ତ୍ତା କରୁଛନ୍ତି?”
28 So the woman left her water jar and went back to town and said to the people, ତତ୍ପରେ, ସ୍ତ୍ରୀଲୋକଟି ତାହାର କଳସୀ ଛାଡ଼ିଦେଇ, ସହରକୁ ଫେରିଗଲା ଓ ଲୋକମାନଙ୍କୁ କହିବାକୁ ଲାଗିଲା,
29 "Come, see a man who told me everything I ever did. Could this be the Christ?" “ଆସ, ଜଣେ ବ୍ୟକ୍ତିଙ୍କୁ ଦେଖିବ ମୁଁ ଯେବେ ଯାହାକିଛି କରିଛି ସେହିସବୁ ସେ ମୋତେ କହିଛନ୍ତି। ଏ ଖ୍ରୀଷ୍ଟ ହୋଇଥାଇ ପାରନ୍ତି କି?”
30 They left the town and were coming to him. ଲୋକମାନେ ସହରରୁ ବାହାରି ଯୀଶୁଙ୍କ ନିକଟକୁ ଚାଲିଲେ।
31 Meanwhile the disciples were urging him, "Rabbi, eat." ଇତିମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ଗୁରୁ, କିଛି ଭୋଜନ କରନ୍ତୁ।”
32 But he said to them, "I have food to eat that you know nothing about." କିନ୍ତୁ ସେ ସେମାନଙ୍କୁ କହିଲେ, “ମୋର ଏପରି ଖାଦ୍ୟ ଅଛି ଯେଉଁ ବିଷୟରେ ତୁମେମାନେ ଆଦୌ ଜାଣ ନାହିଁ।”
33 So the disciples said to one another, "Has anyone brought him something to eat?" ତତ୍ପରେ ଶିଷ୍ୟମାନେ ପରସ୍ପରକୁ କହିବାକୁ ଲାଗିଲେ, “କେହି ତାଙ୍କ ପାଇଁ ଖାଦ୍ୟ ଆଣି ଦେଇଛି କି?”
34 Jesus said to them, "My food is doing the will of the one who sent me and finishing his work. ଯୀଶୁ କହିଲେ, “ଯେ ମୋତେ ପଠାଇଛନ୍ତି” ତାହାଙ୍କର ଇଚ୍ଛା ସାଧନ କରିବା ଓ “ତାହାଙ୍କର କାର୍ଯ୍ୟ ସଂପୂର୍ଣ୍ଣ କରିବା ହିଁ ମୋର ଖାଦ୍ୟ।
35 Don't you say, 'Four months more, then harvest comes'? Look, I tell you: raise your eyes, see the fields—white for harvest. ଆଉ ଚାରି ମାସ ପରେ ଶସ୍ୟ କଟା ହେବ, ‘ଏହି କଥା କଅଣ ତୁମ୍ଭେମାନେ କହି ନ ଥାଅ’? ମୁଁ ତୁମ୍ଭମାନଙ୍କୁ କହୁଛି, ଆଖି ଖୋଲି କ୍ଷେତଗୁଡ଼ିକୁ ଦେଖ! କଟା ହେବା ପାଇଁ ସେହିସବୁ ପାଚିଗଲାଣି।
36 Already the harvester earns wages, gathering fruit for eternal life, so that planter and harvester may rejoice together. ଏବେ ମଧ୍ୟ କଟାଳି ମୂଲ ପାଉଛି ଏବେ ମଧ୍ୟ ସେ ଅନନ୍ତଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି, ତା ହେଲେ ବୁଣାଳି ଓ କଟାଳି ଉଭୟେ ଏକତ୍ର ଆନନ୍ଦ ଲାଭ କରିବେ।
37 For here the saying holds true: 'One plants and another harvests.' ଏହିରୂପେ ‘ଜଣେ ବୁଣେ ଓ ଅନ୍ୟ ଜଣେ କାଟେ’ ବୋଲି ଯେଉଁ ଉକ୍ତି ଅଛି ତାହା ସତ୍ୟ।
38 I sent you to reap what you didn't work for. Others worked, and you have entered into their labor." ଯାହା ପାଇଁ ତୁମ୍ଭେମାନେ ପରିଶ୍ରମ କରି ନ ଥିଲ ତାହା କାଟିବା ପାଇଁ ମୁଁ ତୁମ୍ଭମାନଙ୍କୁ ପଠାଇଲି। ଅନ୍ୟମାନେ କଠିନ ପରିଶ୍ରମ କରିଛନ୍ତି, ଓ ତୁମ୍ଭେମାନେ ସେମାନଙ୍କ ପରିଶ୍ରମର ଫଳ ଉପଭୋଗ କରିଛ।”
39 Many Samaritans from that town believed in him because of the woman's testimony: "He told me everything I ever did." “ମୁଁ ଯେବେ ଯାହାକିଛି କରିଛି ସେସବୁ ସେ ମୋତେ କହିଲେ” ସ୍ତ୍ରୀ ଲୋକଟିର ଏହି ସାକ୍ଷ୍ୟ ଯୋଗୁଁ, ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କଲେ।
40 When the Samaritans came to him, they asked him to stay with them; he stayed two days. ତେଣୁ ଶମିରୋଣୀୟମାନେ ତାହାଙ୍କ ନିକଟକୁ ଆସି, ସେମାନଙ୍କ ସହିତ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ, ଏବଂ ସେ ସେଠାରେ ଦୁଇଦିନ ରହିଲେ।
41 And many more believed because of his word. ପୁଣି ତାହାଙ୍କର କଥା ଯୋଗୁଁ ଆହୁରି ଅନେକ ସଂଖ୍ୟକ ଲୋକ ବିଶ୍ୱାସୀ ହେଲେ।
42 They told the woman, "It is no longer because of what you said that we believe—we've heard for ourselves, and we know this man truly is the Savior of the world." ସେମାନେ ସେହି ସ୍ତ୍ରୀଲୋକକୁ କହିଲେ, “କେବଳ ତୁମ କଥା ହେତୁ ଯେ ଆମେ ବିଶ୍ୱାସ କରୁଛୁ ତା ନୁହେଁ; ଏବେ ଆମେ ନିଜେ ଶୁଣିଛୁ, ଓ ଜାଣିଛୁ ଯେ ପ୍ରକୃତରେ ଏହି ବ୍ୟକ୍ତି ଜଗତର ତ୍ରାଣକର୍ତ୍ତା।”
43 After the two days he departed from there for Galilee. ସେହି ଦୁଇଦିନ ପରେ ଯୀଶୁ ଗାଲିଲୀ ଅଭିମୁଖେ ବାହାରିଲେ।
44 (For Jesus himself had testified that a prophet has no honor in his own hometown.). କାରଣ ନିଜ ଦେଶରେ ଭାବବାଦୀ ସମ୍ମାନ ପାଏ ନାହିଁ ବୋଲି ଯୀଶୁ ନିଜେ ସୂଚନା ଦେଇ କହିଥିଲେ।
45 When he arrived in Galilee, the Galileans welcomed him, having seen all he did in Jerusalem at the feast—they too had gone to the feast. ସେ ଗାଲିଲୀରେ ପହଞ୍ଚିବା ପରେ, ଗାଲିଲୀୟମାନେ ତାଙ୍କୁ ସ୍ୱାଗତ କଲେ। ନିସ୍ତାର ପର୍ବ ସମୟରେ ସେ ଯିରୂଶାଲମରେ ଯାହା ଯାହା କରିଥିଲେ ସେମାନେ ସେହିସବୁ ଦେଖିଥିଲେ, କାରଣ ସେମାନେ ମଧ୍ୟ ସେଠାରେ ଥିଲେ।
46 He went again to Cana in Galilee, where he had turned water to wine. A royal official's son was sick at Capernaum. ଗାଲିଲୀର ଯେଉଁ କାନ୍ନା ନଗରରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ, ସେଠାକୁ ପୁଣି ଥରେ ଗଲେ। ସେଠାରେ ଜଣେ ରାଜକର୍ମଚାରୀ ଥିଲେ ତାଙ୍କର ପୁତ୍ର କଫର୍ନାହୁମରେ ପୀଡ଼ିତ ଥିଲା।
47 Hearing that Jesus had come from Judea to Galilee, he went to him and begged him to come down and heal his son, who was about to die. ଏହି ବ୍ୟକ୍ତି ଯେତେବେଳେ ଶୁଣିଲେ ଯେ ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି, ସେ ତାହାଙ୍କ ନିକଟକୁ ଗଲେ ଏବଂ ଆସି ତାଙ୍କର ପୁତ୍ରକୁ ସୁସ୍ଥକରିବା ପାଇଁ ଗୁହାରି କଲେ, କାରଣ ପୁତ୍ରଟି ମୁମୂର୍ଷୁ ଅବସ୍ଥାରେ ଥିଲା।
48 So Jesus said to him, "Unless you people see signs and wonders, you will never believe." ଯୀଶୁ ତାଙ୍କୁ କହିଲେ, “ଅଲୌକିକ ଚିହ୍ନ ଓ କର୍ମସକଳ ନ ଦେଖିଲେ,” ତୁମେ ସମସ୍ତେ କେବେ ବିଶ୍ୱାସ କରିବ ନାହିଁ।
49 The royal official said to him, "Sir, come down before my child dies." ରାଜକର୍ମଚାରୀ କହିଲେ, “ମହାଶୟ, ମୋ ପିଲାଟି ମରିଯିବା ପୂର୍ବରୁ ଆସନ୍ତୁ।”
50 Jesus said to him, "Go; your son will live." The man believed what Jesus told him and left. ଯୀଶୁ ଉତ୍ତର ଦେଲେ, ତୁମେ ଯାଅ, ତୁମର ପୁଅ ବଞ୍ଚିବ। ସେହି ବ୍ୟକ୍ତି ଯୀଶୁଙ୍କ କଥାରେ ବିଶ୍ୱାସ କରି ଚାଲିଗଲେ।
51 As he was going down, his servants met him and told him that his boy was living. ବାଟରେ ଯାଉଁ ଯାଉଁ, ତାଙ୍କର ପୁଅ ବଞ୍ଚିଲା ବୋଲି ଖବର ନେଇ ଦାସମାନେ ତାଙ୍କୁ ଭେଟିଲେ।
52 So he asked them the hour he improved, and they said, "Yesterday at the seventh hour, the fever left him." କେଉଁ ସମୟରୁ ତାଙ୍କର ପୁତ୍ର ଆରୋଗ୍ୟତା ଲାଭ କଲା ବୋଲି ପ୍ରଶ୍ନ କରିବାରୁ, ସେମାନେ ତାଙ୍କୁ କହିଲେ, “ଗତକାଲି, ସାତ ଘଣ୍ଟା ସମୟରେ, ତାହାର ଜ୍ୱର ଛାଡ଼ିଗଲା।”
53 So the father knew this was the hour when Jesus told him, "Your son will live." He and his whole household believed. ସେତେବେଳେ ପିତା ବୁଝୀପାରିଲେ ଯେ ଠିକ ସେହି ସମୟରେ ହିଁ ଯୀଶୁ ତାଙ୍କୁ କହିଥିଲେ, “ତୁମର ପୁଅ ବଞ୍ଚିବ।” ଅତଏବ ସେ ଓ ତାଙ୍କର ପରିବାରର ସମସ୍ତେ ବିଶ୍ୱାସ କଲେ।
54 This was now the second sign that Jesus did when he had come from Judea to Galilee. ଯିହୁଦାରୁ ଗାଲିଲୀକୁ ଆସିବା ପରେ ଏହା ଥିଲା ଯୀଶୁଙ୍କର ଦ୍ୱିତୀୟ ଅଲୌକିକ କର୍ମ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]