Skip to content
The Believer's Library

Biblica® Open Odia Contemporary Bible

John 3 OOCB

Show OOCB only
Verse × ×
1 Now there was a man of the Pharisees named Nicodemus, a ruler of the Jews. ଫାରୂଶୀମାନଙ୍କ ମଧ୍ୟରେ, ନୀକଦୀମ ନାମକ ଜଣେବ୍ୟକ୍ତି ଥିଲେ, ସେ ଯିହୁଦୀମାନଙ୍କ ବିଚାରସଭାର ଜଣେ ସଦସ୍ୟ ଥିଲେ।
2 This man came to Jesus at night and said, "Rabbi, we know you are a teacher who has come from our Father, for no one can do these signs you do unless our Father is with him." ସେ ରାତ୍ରିକାଳରେ ଯୀଶୁଙ୍କ ନିକଟକୁ ଯାଇ କହିଲେ, “ରାବ୍ବୀ, ଆମେ ଜାଣୁ ଯେ ଆପଣ ଈଶ୍ୱରଙ୍କ ନିକଟରୁ ଆଗତ ଜଣେ ଗୁରୁ। କାରଣ ଆପଣ ଯେଉଁସବୁ ଅଲୌକିକ କର୍ମ ସାଧନ କରୁଛନ୍ତି ଈଶ୍ୱର ସଙ୍ଗରେ ନ ଥିଲେ କେହି ସେସବୁ କରିପାରିବ ନାହିଁ।”
3 Jesus answered, "Truly, truly, I tell you: unless someone is born from above, he can't see the kingdom of our Father." ଯୀଶୁ ଉତ୍ତର ଦେଇ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ମନୁଷ୍ୟ ପୁନର୍ବାର ଜନ୍ମ ନହେଲେ ସେ ଈଶ୍ୱରଙ୍କ ରାଜ୍ୟ ଦେଖିପାରିବ ନାହିଁ।
4 Nicodemus asked, "How can a man be born when he's old? Can he enter his mother's womb again and be born?" ନୀକଦୀମ ପ୍ରଶ୍ନ କଲେ। “ମନୁଷ୍ୟ ବୃଦ୍ଧ ହେଲେ ସେ କିପରି ଜନ୍ମଲାଭ କରିବ? ସେ କଅଣ ଦ୍ୱିତୀୟ ଥର ମାତାର ଗର୍ଭରେ ପ୍ରବେଶ କରି ଜନ୍ମଲାଭ କରିପାରିବ!”
5 Jesus answered, "Truly, truly, I tell you, unless one is born of water and the Holy Spirit, he can't enter our Father's kingdom. ଯୀଶୁ ଉତ୍ତର ଦେଲେ, “ମୁଁ ତୁମକୁ ସତ୍ୟ କହୁଅଛି, ଜଳ ଓ ଆତ୍ମାରୁ ଜାତ ନହେଲେ କୌଣସି ମନୁଷ୍ୟ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରେ ନାହିଁ।
6 Born of the flesh is flesh, and born of the Holy Spirit is spirit. ମାଂସରୁ ଯାହା ଜାତ ହୁଏ ତାହା ମାଂସ, ଓ ଆତ୍ମାରୁ ଯାହା ଜାତ ତାହା ଆତ୍ମା।
7 Don't be amazed that I said to you, 'You must be born from above.' ତୁମ୍ଭମାନଙ୍କୁ ପୁନର୍ବାର ଜନ୍ମଲାଭ କରିବାକୁ ହେବ, ‘ବୋଲି ମୋର ଏହି ଉକ୍ତିରେ ତୁମେ ଆଶ୍ଚର୍ଯ୍ୟବୋଧ କର ନାହିଁ।’
8 Wind blows where it wants; you hear its sound but don't know where it comes from or where it goes. So it is with everyone born of the Spirit." ଯେଉଁଠାକୁ ଇଚ୍ଛା ପବନ ସେହିଠାକୁ ବହେ। ତୁମେ ତାହାର ଶଦ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ଓ କେଉଁଠାକୁ ଯାଏ ତାହା ତୁମେ କହିପାର ନାହିଁ। ଆତ୍ମାରୁ ଜାତ ପ୍ରତ୍ୟେକ ଜଣ ସମ୍ବନ୍ଧରେ ଠିକ ସେହିପରି।”
9 Nicodemus said to him, "How can these things be?" ନୀକଦୀମ ପଚାରିଲେ, “ଏହା କିପରି ହୋଇପାରେ?”
10 Jesus answered him, "Are you the teacher of Israel and yet you do not understand these things? ଯୀଶୁ କହିଲେ, ତୁମେ ଇସ୍ରାଏଲର ଜଣେ ଗୁରୁ ହୋଇ ସୁଦ୍ଧା ଏହିସବୁ ବିଷୟ କଅଣ ବୁଝିପାରୁ ନାହଁ?
11 Truly, truly, I tell you: we speak what we know, we testify to what we've seen, yet you don't accept our testimony. ମୁଁ ତୁମକୁ ସତ୍ୟ କହୁଛି, ଆମେ ଯାହା ଜାଣୁ ତାହା କହୁ, ଓ ଯାହା ଦେଖିଛୁ ସେହିବିଷୟ ସାକ୍ଷ୍ୟ ଦେଉଛ, ତଥାପି ତୁମ୍ଭେମାନେ ଆମର ସାକ୍ଷ୍ୟ ଗ୍ରହଣ କରୁ ନାହଁ।
12 If I told you earthly things and you don't believe, how will you believe if I tell you heavenly things? ମୁଁ ତୁମ୍ଭମାନଙ୍କୁ ପାର୍ଥିବ ବିଷୟ କହିଛି ଅଥଚ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ତେବେ ମୁଁ ସ୍ଵର୍ଗୀୟ ବିଷୟ କହିଲେ ତୁମ୍ଭେମାନେ କିପରି ବିଶ୍ୱାସ କରିବ?
13 No one has ascended into heaven except the one who descended from heaven, the Son of Man. ଯେ ସ୍ଵର୍ଗରୁ ଅବତୀର୍ଣ୍ଣ ହେଲେ ସେହି ମନୁଷ୍ୟପୁତ୍ରଙ୍କ ବ୍ୟତୀତ ଆଉ କେହି କେବେ ସ୍ଵର୍ଗକୁ ଆରୋହଣ କରି ନାହିଁ।
14 As Moses lifted up the serpent in the wilderness, so the Son of Man must be lifted up, ମୋଶା ଯେପରି ମରୁପ୍ରାନ୍ତରରେ ସର୍ପକୁ ଉପରକୁ ଉଠାଇଥିଲେ, ଠିକ ସେହିପରି ମନୁଷ୍ୟପୁତ୍ର ଅବଶ୍ୟ ଊର୍ଦ୍ଧ୍ୱକୁ ଉଠାଯିବେ।
15 that whoever believes in him may have eternal life. ଫଳରେ ଯେକେହି ତାହାଙ୍କଠାରେ ବିଶ୍ୱାସ କରିବ ସେ ଅନନ୍ତଜୀବନ ଲାଭ କରିବ।
16 For our Father so loved the world that he gave his one and only Son, that whoever believes in him will not perish but have eternal life. କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ନିଜର ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଅତଏବ ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ହେବ ନାହିଁ କିନ୍ତୁ ଅନନ୍ତଜୀବନ ଲାଭ କରିବ।
17 For our Father did not send his Son into the world to condemn the world, but so the world could be saved through him. କାରଣ ଈଶ୍ୱର ଜଗତକୁ ଦଣ୍ଡ ଦେବାକୁ ନିଜ ପୁତ୍ରଙ୍କୁ ପଠାଇ ନ ଥିଲେ, ମାତ୍ର ତାହାଙ୍କ ଦ୍ଵାରା ଜଗତକୁ ଉଦ୍ଧାର କରିବାକୁ ପଠାଇଥିଲେ।
18 Whoever believes in him isn't condemned; whoever doesn't believe is condemned already, for not believing in the name of the one and only Son of our Father. ଯେକେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଦଣ୍ଡିତ ହୁଏ ନାହିଁ, ମାତ୍ର ଯେକେହି ବିଶ୍ୱାସ କରେ ନାହିଁ ସେ ଦଣ୍ଡାଦେଶ ପାଇ ସାରିଲାଣି କାରଣ ସେ ଈଶ୍ୱରଙ୍କ ଏକମାତ୍ର ପୁତ୍ରଙ୍କ ନାମରେ ବିଶ୍ୱାସ କରି ନାହିଁ।
19 This is the judgment: light has entered the world, and people loved darkness more than light because their deeds were evil. ସେହି ଦଣ୍ଡାଦେଶର କାରଣ ହେଉଛି: ଜ୍ୟୋତି ଜଗତରେ ପ୍ରକାଶିତ ହୋଇଛି, କିନ୍ତୁ ଲୋକେ ଜ୍ୟୋତି ଅପେକ୍ଷା ଅନ୍ଧକାରକୁ ପ୍ରିୟଜ୍ଞାନ କଲେ କାରଣ ସେମାନଙ୍କର କର୍ମସକଳ ଅସତ୍।
20 Everyone who does evil hates the light and won't come to the light, so that his deeds aren't exposed. ଯେକେହି ଅସତ୍ କର୍ମ କରେ ସେ ଜ୍ୟୋତିକୁ ଘୃଣା କରେ, ଏବଂ କାଳେ ତାହାର କର୍ମସବୁ ପ୍ରକାଶ ପାଇଯିବ ଏହି ଭୟରେ ସେ ଜ୍ୟୋତି ନିକଟକୁ ଆସେ ନାହିଁ।
21 But whoever does the truth comes to the light, so it may be revealed that his works have been done in our Father." କିନ୍ତୁ ଯେକେହି ସଦାଚରଣ କରେ ସେ ଜ୍ୟୋତି ନିକଟକୁ ଆସେ, ଯେପରି ତାହାର କର୍ମସବୁ ଈଶ୍ୱର ପ୍ରଶୋଦିତ ବୋଲି ସ୍ପଷ୍ଟ ରୂପେ ପ୍ରତୀୟମାନ ହେବ।
22 After this, Jesus and his disciples went into the Judean countryside, where he stayed with them, baptizing. ଏଉତ୍ତାରେ, ଯୀଶୁ ଓ ତାଙ୍କର ଶିଷ୍ୟମାନେ ଯିହୁଦାର ଗ୍ରାମାଞ୍ଚଳକୁ ଗଲେ, ସେଠାରେ ସେ ସେମାନଙ୍କ ସହିତ କିଛିକାଳ ଅତିବାହିତ କରି, ଡୁବନ ଦେବାକୁ ଲାଗିଲେ।
23 John also baptized at Aenon near Salim, since water was plentiful there, and people came and were baptized, ସାଲିମ ନିକଟବର୍ତ୍ତୀ ଏନୋନ୍‌ରେ ପ୍ରଚୁର ଜଳ ଥିବାରୁ, ଯୋହନ ମଧ୍ୟ ସେଠାରେ ଡୁବନ ଦେଉଥିଲେ, ଏବଂ ଡୁବନ ନେବାକୁ ଲୋକେ ଅନବରତ ଆସୁଥିଲେ।
24 for John had not yet been put in prison. ସେପର୍ଯ୍ୟନ୍ତ ଯୋହନ କାରାରୁଦ୍ଧ ହୋଇ ନ ଥିଲେ।
25 Now a discussion arose between some of John's disciples and a Jew over purification. ପ୍ରକ୍ଷାଳନ ବିଧି ବିଷୟରେ ଯୋହନଙ୍କ କେତେକ ଶିଷ୍ୟ ଓ ଜଣେ ଯିହୁଦୀଙ୍କ ମଧ୍ୟରେ ତର୍କବିତର୍କ ଆରମ୍ଭ ହେଲା।
26 They came to John and said, "Rabbi, the man with you beyond the Jordan, the one you testified about—he's baptizing, and everyone goes to him." ସେମାନେ ଯୋହନଙ୍କ ନିକଟକୁ ଆସି କହିଲେ, “ଗୁରୁ, ଯର୍ଦ୍ଦନର ଆରପାରିରେ ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ଥିଲେ ଓ ଯାହାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଇଥିଲେ, ଦେଖନ୍ତୁ, ସେ ଡୁବନ ଦେଉଛନ୍ତି, ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”
27 John replied, "A person cannot receive even one thing unless it is given him from heaven. ଏହାର ଉତ୍ତର ଦେଇ ଯୋହନ କହିଲେ, “ସ୍ଵର୍ଗରୁ ଯାହା ପ୍ରଦତ୍ତ ହୁଏ ମନୁଷ୍ୟ ତାହା ହିଁ ପ୍ରାପ୍ତ ହୁଏ।
28 You yourselves can testify: I said 'I'm not the Christ, but sent ahead of him.' ‘ମୁଁ ଯେ ଖ୍ରୀଷ୍ଟ ନୁହେଁ କିନ୍ତୁ ତାହାଙ୍କ ଅଗ୍ରଣୀରୂପେ ପଠାଯାଇଛି।’ ଏ କଥା ମୁଁ କହିଥିଲି ବୋଲି ତୁମେମାନେ ନିଜେ ସାକ୍ଷୀ,
29 The one with the bride is the bridegroom—Jesus. The bridegroom's friend, who stands and hears him, rejoices greatly at the bridegroom's voice. So my joy is now complete. କନ୍ୟା ଯାହାଙ୍କର ସେ ହେଉଛନ୍ତି ବର। ଏବଂ ଯେଉଁ ମିତ୍ର ବରଙ୍କ ପାଖରେ ଠିଆ ହୋଇ ତାଙ୍କର କଥା ଶୁଣେ, ସେ ତାଙ୍କର ସ୍ଵର ଶୁଣି ଆନନ୍ଦରେ ପୂର୍ଣ୍ଣ ହୁଏ। ସେହି ଆନନ୍ଦ ହିଁ ମୋର, ଏବଂ ତାହା ଏବେ ପୂର୍ଣ୍ଣତା ଲାଭ କରିଛି।
30 He must increase, but I must decrease." ସେ ଅବଶ୍ୟ ବୃଦ୍ଧି ପାଇବେ; ଓ ମୁଁ ହ୍ରାସ ପାଇବି।”
31 The one who comes from above is above all. The one from earth belongs to earth and speaks in an earthly way. The one who comes from heaven is above all. ଯେ ଊର୍ଦ୍ଧ୍ୱରୁ ଆସନ୍ତି ସେ ସର୍ବଶ୍ରେଷ୍ଠ, ଯେ ପୃଥିବୀରୁ ଜାତ ହୁଏ ସେ ପାର୍ଥିବ ଏବଂ ସେ ପୃଥିବୀର ଲୋକ ପରି କଥା କହେ। ଯେ ସ୍ଵର୍ଗରୁ ଆସନ୍ତି ସେ ସର୍ବଶ୍ରେଷ୍ଠ।
32 He bears witness to what he has seen and heard, yet no one receives his testimony. ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି ସେହିବିଷୟ ସେ ସାକ୍ଷ୍ୟ ଦିଅନ୍ତି, ତଥାପି ତାଙ୍କର ସାକ୍ଷ୍ୟ କେହି ଗ୍ରହଣ କରେ ନାହିଁ।
33 Whoever receives his testimony confirms that our Father is true. ଯେଉଁ ମନୁଷ୍ୟ ତାହା ଗ୍ରହଣ କରିଛି ଈଶ୍ୱର ଯେ ସତ୍ୟ ସେ ତାହାର ପ୍ରମାଣ ଦେଇଛି।
34 The one our Father sent speaks our Father's words, for he gives the Holy Spirit without measure. କାରଣ ଈଶ୍ୱର ଯାହାଙ୍କୁ ପଠାଇଛନ୍ତି ସେ ଈଶ୍ୱରଙ୍କର ବାକ୍ୟ କହନ୍ତି, ତାହାଙ୍କୁ ଈଶ୍ୱର ଅପରିମିତ ରୂପେ ଆତ୍ମା ପ୍ରଦାନ କରନ୍ତି।
35 Our Father loves the Son and has given all things into his hand. ପିତା ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ହସ୍ତରେ ସମସ୍ତ ବିଷୟ ନ୍ୟସ୍ତ କରିଛନ୍ତି।
36 Whoever believes in the Son has eternal life; whoever disobeys the Son won't see life—our Father's wrath remains on him. ଯେକେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ ସେ ଅନନ୍ତଜୀବନ ପାଇଛି, କିନ୍ତୁ ଯେକେହି ପୁତ୍ରଙ୍କୁ ଅଗ୍ରାହ୍ୟ କରେ ସେ ଜୀବନ ଦେଖିବ ନାହିଁ, କାରଣ ସେ ଈଶ୍ୱରଙ୍କ କ୍ରୋଧରପାତ୍ର ହୋଇ ରହିଥାଏ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]