Skip to content
The Believer's Library

Biblica® Open Odia Contemporary Bible

John 2 OOCB

Show OOCB only
Verse × ×
1 On the third day, a wedding took place in Cana of Galilee; Jesus's mother was there. ତୃତୀୟ ଦିନ ଗାଲିଲୀର କାନ୍ନା ନଗରରେ ଏକ ବିବାହ ଉତ୍ସବ ହେଉଥିଲା, ଏବଂ ଯୀଶୁଙ୍କର ମାତା ସେଠାରେ ଥିଲେ,
2 Jesus and his disciples were also invited to the wedding. ପୁଣି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ସେହି ବିବାହକୁ ନିମନ୍ତ୍ରିତ ହୋଇଥିଲେ।
3 When the wine ran out, the mother of Jesus said to him, "They have no wine." ଯେତେବେଳେ ଦ୍ରାକ୍ଷାରସ ସରିଗଲା, ଯୀଶୁଙ୍କର ମାତା ତାଙ୍କୁ କହିଲେ, “ଏମାନଙ୍କର ଆଉ ଦ୍ରାକ୍ଷାରସ ନାହିଁ।”
4 "Woman, why are you bringing me into this?" Jesus replied. "My hour has not yet come." ଯୀଶୁ ଉତ୍ତର ଦେଲେ, “ଆଗୋ ନାରୀ, ମୋତେ କାହିଁକି ଏଥିରେ ଜଡ଼ିତ କରୁଛ? ମୋର ସମୟ ଏବେ ଆସି ନାହିଁ।”
5 His mother said to the servants, "Do whatever he tells you." ତାହାଙ୍କର ମାତା ଭୃତ୍ୟମାନଙ୍କୁ କହିଲେ, “ସେ ତୁମ୍ଭମାନଙ୍କୁ ଯାହା କହିବେ ତାହା କର।”
6 Six stone water jars stood there, used for Jewish purification, each holding twenty to thirty gallons. ପାଖରେ ଛଅଟି ପଥରର ପାଣିକୁଣ୍ଡ ଥିଲା, ଏହିପ୍ରକାର କୁଣ୍ଡ ଯିହୁଦୀମାନଙ୍କର ପ୍ରକ୍ଷାଳନ ବିଧି ପାଇଁ ବ୍ୟବହୃତ ହେଉଥିଲା, ଓ ପ୍ରତେକ ରେ ପ୍ରାୟ ଏକଶହ ପନ୍ଦର ରୁ ଏକଶହ କୋଡିଏ ଲିଟର ପାଣି ଧରୁଥିଲା।
7 Jesus said to them, "Fill the jars with water," so they filled them to the brim. ଯୀଶୁ ଭୃତ୍ୟମାନଙ୍କୁ କହିଲେ, “କୁମ୍ପା ଗୁଡ଼ିକରେ ପାଣି ଭର୍ତ୍ତି କର” ତେଣୁ ସେମାନେ ସେଗୁଡ଼ିକୁ ଫନ୍ଦ ପର୍ଯ୍ୟନ୍ତ ପୂର୍ଣ୍ଣ କଲେ।
8 He told them, "Draw some out now, and take it to the head steward." So they did. ତା ପରେ ସେ ସେମାନଙ୍କୁ କହିଲେ, “ଏବେ ଏଥିରୁ କିଛି କାଢ଼ି ନେଇ ଭୋଜକର୍ତ୍ତାଙ୍କ ନିକଟକୁ ନେଇଯାଅ।” ସେମାନେ ତଦ୍ରୂପ କଲେ,
9 The master of the banquet tasted the water now wine, not knowing its source—though the servants who drew it knew. So he called the bridegroom aside, ଭୋଜିର ମାଲିକ ଦ୍ରାକ୍ଷାରସରେ ପରିଣତ ହୋଇଥିବା ଜଳକୁ ଚାଖିଲେ। ଏହା କେଉଁଠାରୁ ଆସିଲା ତାହା ସେ ବୁଝୀପାରିଲେ ନାହିଁ, କିନ୍ତୁ ଯେଉଁ ଭୃତ୍ୟମାନେ ପାଣି କାଢ଼ି ନେଇଥିଲେ ସେମାନେ ଜାଣିଥିଲେ। ତା ପରେ ସେ ବରଙ୍କୁ ଅଲଗା ଡାକି ନେଲେ
10 and said, "Everyone serves the good wine first, then the lesser once guests are drunk. But you've kept the good wine till now." ଏବଂ ତାଙ୍କୁ କହିଲେ, “ସମସ୍ତେ ପ୍ରଥମେ ଉତ୍କୃଷ୍ଟ ଦ୍ରାକ୍ଷାରସ ଦେଇଥାନ୍ତି ଓ ଅତିଥିମାନେ ପୂର୍ଣ୍ଣମାତ୍ରାରେ ପାନ କଲାପରେ ନିମ୍ନମାନର ଦ୍ରାକ୍ଷାରସ ଦିଅନ୍ତି; କିନ୍ତୁ ତୁମେ ତ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ଦ୍ରାକ୍ଷାରସ ସାଇତି ରଖିଛ!”
11 Jesus performed this first sign at Cana in Galilee. He revealed his glory, and his disciples believed in him. ଏହି କାର୍ଯ୍ୟ ଯୀଶୁ ଗାଲିଲୀର କାନ୍ନା ନଗରରେ ସାଧନ କଲେ ଓ ଏହା ଥିଲା ତାଙ୍କର ପ୍ରଥମ ଅଲୌକିକ କର୍ମ ଏହିରୂପେ ସେ ନିଜର ମହିମା ପ୍ରକାଶ କଲେ; ଓ ତାଙ୍କର ଶିଷ୍ୟମାନେ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କଲେ।
12 After this he went down to Capernaum with his mother, brothers, and disciples, and stayed there a few days. ଏହାପରେ ସେ ତାଙ୍କ ମା ଓ ଭାଇମାନଙ୍କ ସଙ୍ଗେ ଏବଂ ନିଜ ଶିଷ୍ୟମାନଙ୍କ ସଙ୍ଗେ କଫର୍ନାହୁମକୁ ଗଲେ। ସେମାନେ ସେଠାରେ କିଛିଦିନ ରହିଲେ।
13 When the Jewish Passover was near, Jesus went up to Jerusalem. ଯେତେବେଳେ ଯିହୁଦୀୟ ନିସ୍ତାର ପର୍ବର ସମୟ ପାଖ ହୋଇ ଆସିଲା, ଯୀଶୁ ଯିରୂଶାଲମକୁ ଗଲେ।
14 In the temple courts he found sellers of cattle, sheep, and doves, and others sitting at tables exchanging money. ସେ ଦେଖିଲେ ମନ୍ଦିରର ପ୍ରାଙ୍ଗଣଗୁଡ଼ିକରେ ଲୋକେ ଗୋରୁ, ମେଷ ଓ କାପ୍ତା, ବିକ୍ରୟ କରୁଛନ୍ତି ଓ ଅନ୍ୟମାନେ ମେଜ ପାଖେ ବସି ମୁଦ୍ରା ବିନିମୟ କରୁଛନ୍ତି।
15 He made a whip of cords and drove them all out of the temple courts, sheep and cattle alike, poured out the money-changers' coins, and overturned their tables. ତେଣୁ ସେ ଦଉଡ଼ିରେ ଗୋଟିଏ ଚାବୁକ ବନାଇ ମେଷ ଓ ଗୋରୁ ସମେତ, ସମସ୍ତଙ୍କୁ ମନ୍ଦିର ପରିସରରୁ ତଡ଼ିଦେଲେ, ଏବଂ ମୁଦ୍ରା ବିନିମୟକାରୀମାନଙ୍କ ମୁଦ୍ରା ସବୁ ବିଞ୍ଚିଦେଇ, ପୁଣି ସେମାନଙ୍କ ମେଜ ଓଲଟାଇ ପକାଇଲେ।
16 To the dove sellers he said, "Take these out of here! Don't make my Father's house a marketplace." ସେ କାପ୍ତା ବେପାରୀମାନଙ୍କୁ କହିଲେ, “ଏହିସବୁ ଏଠାରୁ ବାହାର କରିଦିଅ! ତୁମେମାନେ ମୋର ପିତାଙ୍କ ଗୃହକୁ ହାଟବଜାରରେ ପରିଣତ କରିଛ!”
17 His disciples remembered that it is written: "Zeal for your house will consume me." ତୁମ୍ଭ ମନ୍ଦିର ପାଇଁ ଆଗ୍ରହ ମୋତେ ଗ୍ରାସ କରିବ: “ଏହା ଲେଖାଅଛି ବୋଲି ଶିଷ୍ୟମାନେ ସେତେବେଳେ ସ୍ମରଣ କଲେ।”
18 So the Jews asked, "What sign will you show us for doing these things?" ଏଉତ୍ତାରେ ଯିହୁଦୀମାନେ ଦୃଢ଼ଭାବେ ପ୍ରଶ୍ନ କଲେ, “ଏସବୁ କରିବାକୁ ତୁମର କ୍ଷମତା ଅଛି ବୋଲି ପ୍ରମାଣ ସ୍ଵରୂପେ ତୁମେ ଆମକୁ କି ଅଲୌକିକ କାର୍ଯ୍ୟର ଚିହ୍ନ ଦେଖାଇପାରିବ?”
19 Jesus answered them, "Destroy this temple, and in three days I will raise it up." ଯୀଶୁ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଏହି ମନ୍ଦିରକୁ ଧ୍ୱଂସ କରିଦିଅ, ଓ ମୁଁ ଏହାକୁ ତିନି ଦିନରେ ପୁଣି ଗଢ଼ି ଦେବି।”
20 They replied, "This temple took forty-six years to build, and will you raise it in three days?" ଯିହୁଦୀମାନେ କହିଲେ, “ଏହି ମନ୍ଦିର ନିର୍ମାଣ କରିବାକୁ ଛୟାଳିଶ ବର୍ଷ ଲାଗିଛି, ଆଉ ତୁମେ ତାହାକୁ ତିନି ଦିନରେ ଗଢ଼ି ଦେବ?”
21 But the temple he had spoken of was his body. ସେ ଯେଉଁ ମନ୍ଦିର ବିଷୟରେ କହିଥିଲେ ତାହା ଥିଲା ତାଙ୍କର ନିଜ ଶରୀର।
22 After he rose from the dead, his disciples remembered he had said this, and believed the Scripture and the word Jesus had spoken. ଯୀଶୁ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲା ଉତ୍ତାରେ, ସେ ଯାହା କହିଥିଲେ ଶିଷ୍ୟମାନେ ତାହା ମନେ ପକାଇଲେ। ସେତେବେଳେ ସେମାନେ ଧର୍ମଶାସ୍ତ୍ରବାକ୍ୟକୁ ଓ ଯୀଶୁ କହିଥିବା କଥାସବୁକୁ ବିଶ୍ୱାସ କଲେ।
23 While he was in Jerusalem at the Passover, many saw the signs he did and trusted in his name. ନିସ୍ତାର ପର୍ବ ସମୟରେ ସେ ଯିରୂଶାଲମରେ ଥିବା ବେଳେ ଯେଉଁସବୁ ଅଲୌକିକ କର୍ମ କରିଥିଲେ, ତାହା ଦେଖି ଅନେକ ଲୋକ ତାହାଙ୍କ ନାମରେ ବିଶ୍ୱାସ କଲେ।
24 But Jesus would not entrust himself to them, for he knew all people. କିନ୍ତୁ ଯୀଶୁ ନିଜେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ, କାରଣ ସବୁ ଲୋକଙ୍କୁ ସେ ଜାଣିଥିଲେ।
25 He didn't need anyone's testimony about people—he knew what was in each one. ମନୁଷ୍ୟ ବିଷୟରେ କାହାରି ସାକ୍ଷ୍ୟ ତାଙ୍କର ପ୍ରୟୋଜନ ନ ଥିଲା, କାରଣ ମନୁଷ୍ୟ ଅନ୍ତରରେ କଅଣ ଅଛି ତାହା ସେ ଜାଣିଥିଲେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]