Skip to content
The Believer's Library

Biblica® Open Odia Contemporary Bible

John 1 OOCB

Show OOCB only
Verse × ×
1 In the beginning was the Word, and the Word was with our Father, and the Word was God. ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସହିତ ଥିଲେ, ଏବଂ ସେହି ବାକ୍ୟ ଈଶ୍ୱର ଥିଲେ।
2 He was in the beginning with our Father. ସେ ଆଦ୍ୟରେ ଈଶ୍ୱରଙ୍କ ସହିତ ଥିଲେ।
3 All things were made through him, and without him not one thing was made that was made. ତାହାଙ୍କ ଦ୍ଵାରା ସମସ୍ତ ବିଷୟ ସୃଷ୍ଟ ହେଲା ଯାହାକିଛି ସୃଷ୍ଟ ହୋଇଛି; ସେଥିରୁ କିଛି ହିଁ ତାହାଙ୍କ ବିନା ସୃଷ୍ଟ ହୋଇନାହିଁ।
4 In him was life, and the life was the light of all people. ତାହାଙ୍କଠାରେ ଜୀବନ ଥିଲା, ଓ ସେହି ଜୀବନ ଥିଲା ମନୁଷ୍ୟମାନଙ୍କର ଜ୍ୟୋତି।
5 The light shines in the darkness, and the darkness has not overcome it. ସେହି ଜ୍ୟୋତି ଅନ୍ଧକାରରେ ଉଦ୍ଭାସିତ, କିନ୍ତୁ ଅନ୍ଧକାର ତାହା ହୃଦୟଙ୍ଗମ କରି ନାହିଁ।
6 There came a man sent from our Father, whose name was John. ଈଶ୍ୱରଙ୍କ ନିକଟରୁ ପ୍ରେରିତ ହୋଇ ଜଣେବ୍ୟକ୍ତି ଆସିଲେ ତାଙ୍କ ନାମ ଥିଲା ଯୋହନ।
7 He came as a witness, to bear witness about the light, so that all might believe through John's witness. ସମସ୍ତେ ଯେପରି ତାଙ୍କ ଦ୍ଵାରା ବିଶ୍ୱାସ କରିପାରନ୍ତି, ଏଥିପାଇଁ ସେହି ଜ୍ୟୋତି ସମ୍ବନ୍ଧରେ ସାକ୍ଷ୍ୟ ଦେବାକୁ ଯୋହନ ସାକ୍ଷୀ ସ୍ଵରୂପେ ଆସିଲେ।
8 He was not the light, but came to bear witness about the light. ସେ ନିଜେ ସେହି ଜ୍ୟୋତି ନ ଥିଲେ; ସେହି ଜ୍ୟୋତିର କେବଳ ସାକ୍ଷୀ ସ୍ଵରୂପ ହୋଇ ସେ ଆସିଥିଲେ।
9 The true light, which gives light to everyone, was coming into the world. ଯେଉଁ ସତ୍ୟ ଜ୍ୟୋତି ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି ସେ ଜଗତକୁ ଆସୁଥିଲେ।
10 He was in the world. The world came into being through him, yet did not know him. ସେ ଜଗତରେ ଥିଲେ, ଏବଂ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲେ ମଧ୍ୟ, ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।
11 He came to his own, and his own people did not receive him. ସେ ନିଜ ରାଜ୍ୟକୁ ଆସିଲେ, କିନ୍ତୁ ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
12 But to all who received him, believing in his name, he gave the right to become children of our Father, ତଥାପି ଯେଉଁମାନେ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସେମାନଙ୍କୁ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ;
13 children born not of blood nor of the will of flesh nor of the will of man, but of our Father. ସ୍ୱାଭାବିକଭାବେ ମନୁଷ୍ୟର ଇଚ୍ଛାରୁ, ଅବା ପୁରୁଷର ଅଭିଳାଷରୁ ଜାତ ନ ହୋଇ, ଏମାନେ ଈଶ୍ୱରଙ୍କଠାରୁ ଜାତ।
14 The Word became flesh and lived among us. We saw his glory, the glory of the one and only Son from the Father, full of grace and truth. ସେହି ବାକ୍ୟ ଶରୀରଧାରଣ କଲେ ଏବଂ ଆମ ସଙ୍ଗରେ ବାସ କଲେ। ସେ ଅନୁଗ୍ରହ ଓ ସତ୍ୟରେ ପୂର୍ଣ୍ଣ ହୋଇ, ପିତାଙ୍କ ନିକଟରୁ ଆସିଲେ, ଓ ଆମେ ତାହାଙ୍କର ମହିମା ଦେଖିଲୁ, ତାହା ଥିଲା ଏକମାତ୍ର ପୁତ୍ରଙ୍କ ମହିମା।
15 John testified about him, crying out, "This is the one I meant: he who comes after me outranks me, since he existed before me." ଯୋହନ ତାହାଙ୍କ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ଉଚ୍ଚସ୍ଵରରେ କହିଲେ, ଯାହାଙ୍କ ସମ୍ବନ୍ଧରେ ମୁଁ ଏହା କହିଥିଲି, ଯେ ମୋ ଉତ୍ତାରେ ଆସୁଛନ୍ତି ସେ ମୋର ଅଗ୍ରଣୀ ହୋଇଛନ୍ତି, କାରଣ ସେ ମୋ ପୂର୍ବରୁ ଥିଲେ ଏ ହେଉଛନ୍ତି ସେହି ବ୍ୟକ୍ତି।
16 For from his fullness we have all received, grace upon grace. ତାହାଙ୍କ ଅନୁଗ୍ରହର ପୂର୍ଣ୍ଣତାରୁ ଆମେ ସମସ୍ତେ ଆଶୀର୍ବାଦ ପରେ ଆଶୀର୍ବାଦ ଲାଭ କରିଛୁ।
17 For the law was given through Moses; grace and truth came through Jesus Christ. କାରଣ ମୋଶାଙ୍କ ମାଧ୍ୟମରେ ବିଧିବ୍ୟବସ୍ଥା ପ୍ରଦତ୍ତ ହେଲା; କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅନୁଗ୍ରହ ଓ ସତ୍ୟତା ଆସିଲା।
18 No one has ever seen our Father; the one and only God, close beside the Father, has made him known. କେହି କେବେ ଈଶ୍ୱରଙ୍କୁ ଦେଖିନାହିଁ, ମାତ୍ର ପିତାଙ୍କ କୋଳସ୍ଥିତ ଏକମାତ୍ର ପୁତ୍ର, ତାହାଙ୍କୁ ପ୍ରକାଶ କରିଅଛନ୍ତି।
19 This is John's testimony, when the Jews sent priests and Levites from Jerusalem to ask him, "Who are you?" ଯୋହନ କିଏ ବୋଲି ପଚାରିବା ପାଇଁ ଯିରୂଶାଲମର ଯିହୁଦୀମାନେ ଯେତେବେଳେ ଯାଜକ ଓ ଲେବୀୟମାନଙ୍କୁ ପଠାଇଲେ ସେତେବେଳେ ଯୋହନ ଏହି ସାକ୍ଷ୍ୟ ଦେଇଥିଲେ।
20 He confessed, and did not deny, but confessed, "I am not the Christ." ସେ ଅସ୍ୱୀକାର ନ କରି, ମୁକ୍ତକଣ୍ଠରେ ସ୍ୱୀକାର କରି କହିଲେ, “ମୁଁ ଖ୍ରୀଷ୍ଟ ନୁହେଁ।”
21 So they asked him, "What then? Are you Elijah?" "I am not," he said. "Are you the Prophet?" "No," he answered. ସେମାନେ ତାଙ୍କୁ ପଚାରିଲେ, “ତା ହେଲେ ଆପଣ କିଏ? ଆପଣ କଅଣ ଏଲିୟ?” ସେ କହିଲେ, “ମୁଁ ନୁହେଁ।” “ଆପଣ କଅଣ ସେହି ଭାବବାଦୀ?” ସେ ଉତ୍ତର ଦେଇ କହିଲେ, “ନା।”
22 So they asked, "Who are you? We need to give an answer to those who sent us. What do you say about yourself?" ଶେଷରେ ସେମାନେ କହିଲେ, “ଆପଣ କିଏ? ଆମକୁ ପଠାଇଥିବା ଲୋକମାନଙ୍କୁ, ଆମେ ଯେପରି ଉତ୍ତର ଦେଇପାରିବୁ ଏଥିପାଇଁ ଆପଣ ନିଜ ବିଷୟରେ କଅଣ କହୁଛନ୍ତି?”
23 He said, "I'm the voice of one crying out in the wilderness, 'Make straight the way of the Lord,' as the prophet Isaiah said." ଭାବବାଦୀ ଯିଶାଇୟ ଯେପରି କହିଥିଲେ ସେହି ଉକ୍ତି କରି ସେ କହିଲେ, “ମୁଁ ହେଉଛି ମରୁପ୍ରାନ୍ତରରେ ଚିତ୍କାର କରି କହୁଥିବା ଜଣକର ସ୍ଵର, ‘ପ୍ରଭୁଙ୍କ ପାଇଁ ପଥ ସଳଖ କର।’ ”
24 Now they had been sent from the Pharisees. ତା ପରେ ଫାରୂଶୀମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ପଠାଗଲା
25 They asked him, "Why baptize, then, if you're not the Christ, nor Elijah, nor the Prophet?" ସେମାନେ ତାଙ୍କୁ ପ୍ରଶ୍ନ କଲେ, “ଆପଣ ଯଦି ଖ୍ରୀଷ୍ଟ ଅବା ଏଲିୟ, ଅବା ସେହି ଭାବବାଦୀ ନୁହନ୍ତି, ତା ହେଲେ କାହିଁକି ଡୁବନ ଦେଉଅଛନ୍ତି?”
26 John answered them, "I baptize with water, but among you stands one you do not know, ଯୋହନ ଉତ୍ତର କଲେ, “ମୁଁ ଜଳରେ ଡୁବନ ଦେଉଅଛି,” କିନ୍ତୁ ତୁମ୍ଭମାନଙ୍କମଧ୍ୟରେ ଏପରି ଜଣେ ବିଦ୍ୟମାନ ଅଛନ୍ତି ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।
27 even he who comes after me, whose sandal strap I am not worthy to untie." ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ମୋ ପରେ ଆସୁଅଛନ୍ତି, ଓ ଯାହାଙ୍କ ପାଦୁକାର ଫିତା ଫିଟାଇବାକୁ ସୁଦ୍ଧା ମୁଁ ଯୋଗ୍ୟ ନୁହେଁ।
28 These things took place in Bethany across the Jordan, where John was baptizing. ଯର୍ଦ୍ଦନର ଅପରପାର୍ଶ୍ୱସ୍ଥ ବେଥାନୀରେ ଯୋହନ ଡୁବନ ଦେଉଥିବା ସ୍ଥାନରେ, ଏହିସମସ୍ତ ଘଟିଥିଲା।
29 The next day, seeing Jesus coming toward him, he said, "Look! The Lamb of our Father—Jesus—who takes away the sin of the world! ପରବର୍ତ୍ତୀ ଦିନ ଯୋହନ ନିଜ ନିକଟକୁ ଯୀଶୁଙ୍କୁ ଆସିବାର ଦେଖି କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ, ଯେ ଜଗତର ପାପ ବହି ନେଇଯାଆନ୍ତି!
30 This is the one I meant: 'After me comes a man who ranks before me, because he was before me.' ଏ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ସମ୍ବନ୍ଧରେ ମୁଁ କହିଥିଲି, ‘ଜଣେବ୍ୟକ୍ତି ମୋ ଉତ୍ତାରେ ଆସି ମୋର ଅଗ୍ରଣୀ ହୋଇଛନ୍ତି କାରଣ ସେ ମୋ ପୂର୍ବରୁ ଥିଲେ।’
31 I didn't know him, but I came baptizing with water so he would be revealed to Israel." ମୁଁ ନିଜେ ତାହାଙ୍କୁ ଜାଣି ନ ଥିଲି, ମାତ୍ର ସେ ଇସ୍ରାଏଲରେ ଯେପରି ପରିଚିତ ହୁଅନ୍ତି ଏହି କାରଣରୁ ମୁଁ ଜଳରେ ଡୁବନ ଦେବାକୁ ଆସିଛି।”
32 John testified: "I saw the Holy Spirit descend from heaven like a dove and remain on him. ତତ୍ପରେ ଯୋହନ ଏହି ସାକ୍ଷ୍ୟ ଦେଇ କହିଲେ: “ମୁଁ ଆତ୍ମାଙ୍କୁ କପୋତ ରୂପେ ସ୍ଵର୍ଗରୁ ଅବତରଣ କରି ତାହାଙ୍କ ଉପରେ ଅବସ୍ଥାନ କରିବାର ଦେଖିଲି।
33 I didn't know him, but the one who sent me to baptize with water told me, 'The one you see the Holy Spirit come down and stay on—he is the one who baptizes with the Holy Spirit.' ଯେ ମୋତେ ଜଳରେ ଡୁବନ ଦେବା ପାଇଁ ପଠାଇଲେ ସେ ମୋତେ କହିଲେ, ‘ଯାହାଙ୍କ ଉପରେ ଆତ୍ମା ଅବତରଣ କରି ଅବସ୍ଥାନ କରିବାର ଦେଖିବ, ସେ ହେଉଛନ୍ତି ସେହି ବ୍ୟକ୍ତି ଯେ ପବିତ୍ରଆତ୍ମାଙ୍କ ଦ୍ଵାରା ଡୁବନ ଦେବେ ସେ ଏ କଥା କହି ନ ଥିଲେ ମୁଁ ତାହାଙ୍କୁ ଚିହ୍ନ ନ ଥା ନ୍ତି।’
34 And I have seen and have borne witness that this is the Son of our Father." ମୁଁ ଦେଖିଅଛି ଓ ସାକ୍ଷ୍ୟ ଦେଉଅଛି ଯେ ଏ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର।”
35 The next day John was standing again with two of his disciples, ପରବର୍ତ୍ତୀ ଦିନ ଯୋହନ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇଜଣଙ୍କ ସହ ପୁନର୍ବାର ସେଠାରେ ଥିଲେ।
36 and looking at Jesus as he walked by, he said, "Look! The Lamb of our Father!" ଯେତେବେଳେ ସେ ଯୀଶୁଙ୍କୁ ସେହି ବାଟ ଦେଇ ଯିବାର ଦେଖିଲେ, ସେ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ!”
37 The two disciples heard him say this, and they followed Jesus. ଯେତେବେଳେ ଶିଷ୍ୟଦ୍ଵୟ ତାଙ୍କୁ ଏହି କଥା କହିବାର ଶୁଣିଲେ, ସେମାନେ ଯୀଶୁଙ୍କର ପଛେ ପଛେ ଗଲେ।
38 Jesus turned, saw them following, and asked, "What do you seek?" They said, "Rabbi" (meaning Teacher), "where do you stay?" ଯୀଶୁ ବୁଲିପଡ଼ି, ସେମାନଙ୍କୁ ପଛରେ ଆସୁଥିବାର ଦେଖି ପଚାରିଲେ, “ତୁମେମାନେ କଅଣ ଚାହଁ?” ସେମାନେ କହିଲେ, “ରାବ୍ବୀ” ଅର୍ଥାତ୍ “ଗୁରୁ” ଆପଣ କେଉଁଠାରେ ରହୁଛନ୍ତି?
39 He told them, "Come and you will see." So they went and saw where he was staying, and remained with him that day—about four in the afternoon. ସେ ଉତ୍ତର ଦେଲେ, ଆସ, ଦେଖିବ। ତେଣୁ ସେମାନେ ଯାଇ ତାଙ୍କର ରହିବା ସ୍ଥାନ ଦେଖିଲେ, ଓ ସେହି ଦିନଟି ତାହାଙ୍କ ସହିତ ଅତିବାହିତ କଲେ। ସେତେବେଳକୁ ପ୍ରାୟ ଦଶ ଘଣ୍ଟା ହୋଇଥିଲା।
40 One of the two who heard John speak and followed Jesus was Andrew, Simon Peter's brother. ଯୋହନଙ୍କ କଥା ଶୁଣି ଯେଉଁ ଦୁଇଜଣ ଯୀଶୁଙ୍କର ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶିମୋନ, ପିତରଙ୍କ ଭାଇ ଆନ୍ଦ୍ରିୟ।
41 He first found his own brother Simon and told him, "We've found the Messiah" (meaning Christ). ଆନ୍ଦ୍ରିୟ ପ୍ରଥମେ ନିଜ ଭାଇ ଶିମୋନଙ୍କୁ ଖୋଜିଲେ ଓ ତାଙ୍କ ଦେଖା ପାଇ କହିଲେ, ଆମେ ମସୀହଙ୍କର ଅର୍ଥାତ୍, ଖ୍ରୀଷ୍ଟଙ୍କର ସନ୍ଧାନ ପାଇଛୁ।
42 He brought him to Jesus. Jesus looked at him and said, "You are Simon the son of John. You will be called Cephas" (meaning Peter). ତତ୍ପରେ ସେ ଶିମୋନଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଓ ଯୀଶୁ ତାଙ୍କୁ ଅନାଇ କହିଲେ, “ତୁମେ ଯୋହନଙ୍କ ପୁତ୍ର ଶିମୋନ। ତୁମେ କେଫା ଅର୍ଥାତ୍ ପିତର ବୋଲି ପରିଚିତ ହେବ।”
43 The next day, Jesus decided to leave for Galilee. He found Philip and said, "Follow me." ପରବର୍ତ୍ତୀ ଦିନ ଯୀଶୁ ଗାଲିଲୀକୁ ଯିବା ପାଇଁ ସ୍ଥିର କଲେ। ସେ ଫିଲିପଙ୍କ ଦେଖା ପାଇ, ତାଙ୍କୁ କହିଲେ, “ମୋର ଅନୁଗମନ କର।”
44 Now Philip was from Bethsaida, the city of Andrew and Peter. ଆନ୍ଦ୍ରିୟ, ଓ ପିତରଙ୍କ ପରି, ଫିଲିପ ବେଥ୍‌ସାଇଦାର ଅଧିବାସୀ ଥିଲେ।
45 Philip found Nathanael and told him, "We've found the one Moses wrote of in the Law and the prophets—Jesus, son of Joseph, from Nazareth." ଫିଲିପ ନିଥନିଏଲଙ୍କ ଦେଖା ପାଇ ତାଙ୍କୁ କହିଲେ, “ଯାହାଙ୍କ ବିଷୟରେ ମୋଶା ବିଧିବ୍ୟବସ୍ଥାରେ ଲେଖିଥିଲେ, ପୁଣି ଭାବବାଦୀମାନେ ମଧ୍ୟ ଲେଖିଥିଲେ ଆମେ ତାହାଙ୍କର ସନ୍ଧାନ ପାଇଛୁ, ସେ ଯୋସେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।”
46 Nathanael said, "Can anything good come from Nazareth?" Philip said, "Come and see." ନିଥନିଏଲ ପ୍ରଶ୍ନ କଲେ, “ନାଜରିତ! ସେଠାରୁ କୌଣସି ଉତ୍ତମ ବିଷୟର କଅଣ ଉତ୍ପତ୍ତି ହୋଇପାରେ?” ଫିଲିପ କହିଲେ। “ଆସି ଦେଖ।”
47 Jesus saw Nathanael approaching and said of him, "Look—a true Israelite, with no deceit in him!" ଯୀଶୁ ନିଥନିଏଲଙ୍କୁ ନିଜ ନିକଟକୁ ଆସିବାର ଦେଖି, ତାଙ୍କ ବିଷୟରେ କହିଲେ, “ହେଇ ଦେଖ ଜଣେ ପ୍ରକୃତ ଇସ୍ରାଏଲୀୟ ଏହାଙ୍କଠାରେ ଲେଶମାତ୍ର ଛଳନା ନାହିଁ।”
48 Nathanael asked him, "How do you know me?" Jesus answered, "Before Philip called you, while you were under the fig tree, I saw you." ନିଥନିଏଲ ପଚାରିଲେ, “ଆପଣ ମୋତେ ଜାଣିଲେ କିପରି?” ଯୀଶୁ ଉତ୍ତର ଦେଲେ, “ଫିଲିପ ତୁମକୁ ଡାକିବା ପୂର୍ବରୁ ତୁମେ ଯେଉଁ ସମୟରେ ଡିମ୍ବିରି ଗଛ ତଳେ ଥିଲେ ମୁଁ ତୁମକୁ ଦେଖିଲି।”
49 Nathanael answered him, "Rabbi, you are the Son of our Father! You are the King of Israel!" ତତ୍ପରେ ନିଥନିଏଲ କହିଲେ, “ଗୁରୁ, ଆପଣ ହିଁ ଈଶ୍ୱରଙ୍କ ପୁତ୍ର; ଆପଣ ହିଁ ଇସ୍ରାଏଲର ରାଜା।”
50 Jesus answered him, "You believe because I told you I saw you under the fig tree? You'll see greater things than these." ଯୀଶୁ କହିଲେ, “ମୁଁ ତୁମକୁ ଡିମ୍ବିରି ଗଛ ତଳେ ଦେଖିଲି ବୋଲି କହିବାରୁ ତୁମେ ବିଶ୍ୱାସ କରୁଛ। ତୁମେ ଏହାଠାରୁ ଆହୁରି ଅଧିକ ମହତ୍ ବିଷୟସବୁ ଦେଖିବ।”
51 He told him, "Truly, truly, I say to you, you will see heaven opened, and our Father's angels ascending and descending on the Son of Man." ସେ ଆହୁରି ମଧ୍ୟ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ତୁମେମାନେ ‘ସ୍ଵର୍ଗକୁ ଉନ୍ମୁକ୍ତ ହେବାର, ଓ ମନୁଷ୍ୟପୁତ୍ରଙ୍କ ଉପର ଦେଇ ଈଶ୍ୱରଙ୍କ ଦୂତମାନଙ୍କୁ ଆରୋହଣ’ ଓ ଅବତରଣ କରିବାର ଦେଖିବ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]