Skip to content
The Believer's Library

Biblica® Open Odia Contemporary Bible

James 1 OOCB

Show OOCB only
Verse × ×
1 James, a servant of our Father and the Lord Jesus Christ, to the twelve tribes scattered among the nations: greetings. ଈଶ୍ୱରଙ୍କର ତଥା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବକ ଯାକୁବ, ନିକଟରୁ ଜାତିଗଣ ମଧ୍ୟରେ ବିକ୍ଷିପ୍ତ ହୋଇରହିଥିବା ଦ୍ଵାଦଶ ଗୋଷ୍ଠୀଙ୍କୁ ଅଭିବାଦନ।
2 Consider it pure joy, my brothers and sisters, whenever you face trials of many kinds, ହେ ମୋହର ଭାଇମାନେ, ତୁମ୍ଭେମାନେ ନାନା ପ୍ରକାର ପରୀକ୍ଷାର ସମ୍ମୁଖୀନ ହେଲେ, ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେକର,
3 because you know that the testing of your faith produces perseverance. କାରଣ ତୁମେ ଜାଣିଅଛ ଯେ ତୁମର ବିଶ୍ୱାସ ପରୀକ୍ଷିତ ହେଲେ ଧୈର୍ଯ୍ୟ ବିକାଶ ଲାଭ କରେ।
4 Let perseverance finish its work so that you may be mature and complete, lacking nothing. ତୁମ୍ଭେମାନେ ଯେପରି କୌଣସି ବିଷୟରେ ଊଣା ନ ହୋଇ ସିଦ୍ଧ ଓ ସମ୍ପୁର୍ଣ୍ଣ ହୁଅ ଏଥିପାଇଁ ଧୈର୍ଯ୍ୟ ତାହାର କାର୍ଯ୍ୟ ସମ୍ପନ୍ନ କରୁ।
5 If any of you lacks wisdom, ask our Father, who gives freely to all without criticizing, and it will be given you. ତୁମ୍ଭମାନଙ୍କମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ସମସ୍ତଙ୍କୁ ଅକାତରେ ଦାନ କରନ୍ତି, ତାହାଙ୍କୁ ସେ ମାଗୁ, ତା ହେଲେ ତାହାକୁ ଦିଆଯିବ।
6 Ask in faith, without doubting, for the doubter is like a sea wave, driven and tossed by the wind. କିନ୍ତୁ ସେ ମାଗିଲା ବେଳେ ସନ୍ଦେହ ନ କରି ବିଶ୍ୱାସରେ ମାଗୁ, କାରଣ ଯେ ସନ୍ଦେହ କରେ, ସେ ପବନରେ ଚାଳିତ ଓ ଆନ୍ଦୋଳିତ ସମୁଦ୍ରର ତରଙ୍ଗ ସଦୃଶ।
7 That person should not expect to receive anything from our Father. ସେହି ମନୁଷ୍ୟ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ।
8 Such a person is double-minded and unstable in all their ways. ସେ ସଂଦିଗ୍‌ଧମନା ତାହାର ସବୁ କାର୍ଯ୍ୟରେ ଅସ୍ଥିରଚିତ୍ତ।
9 Let the believer in humble circumstances take pride in their high position, ଦୀନ ଅବସ୍ଥାରେ ଥିବା ଭାଇ ନିଜର ଉନ୍ନତ ଅବସ୍ଥାରେ ଗର୍ବ ଅନୁଭବ କରୁ।
10 but let the rich boast in their low state, since they'll pass like a wildflower. କିନ୍ତୁ ଯିଏ ଧନବାନ୍, ସେ ତାହାର ହୀନ ଅବସ୍ଥାରେ ଗର୍ବ ଅନୁଭବ କରୁ ଯେହେତୁ ସେ ଘାସ ଫୁଲ ପରି ଝଡ଼ି ପଡ଼ିବ।
11 The sun rises with scorching heat and withers the grass. Its flower falls; its beauty vanishes. So the rich fade away amid their pursuits. କାରଣ ପ୍ରଖର ତାପରେ ସୂର୍ଯ୍ୟ ଉଦୟ ହୁଏ ଏବଂ ଘାସକୁ ଶୁଖାଇ ଦିଏ; ତାହାର ଫୁଲ ଝଡ଼ି ପଡ଼େ ଓ ତାହାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ଠିକ ସେହିପ୍ରକାରେ, ଧନୀ ମନୁଷ୍ୟ ନିଜର କାର୍ଯ୍ୟ କରୁ କରୁ ବିଲୀନ ହୋଇଯିବ।
12 Blessed is the one who endures trial, because once tested they'll receive the crown of life our Father promised to those who love him. ଯେଉଁ ମନୁଷ୍ୟ ପରୀକ୍ଷାରେ ଧୈର୍ଯ୍ୟ ଧରି ରହେ ସେ ଧନ୍ୟ, କାରଣ ପ୍ରଭୁଙ୍କୁ ପ୍ରେମଭକ୍ତି କରୁଥିବା ଲୋକଙ୍କୁ, ସେ ଯେଉଁ ଜୀବନମୁକୁଟ ଦେବେ ବୋଲି ପ୍ରତିଜ୍ଞା କରିଅଛନ୍ତି ପରୀକ୍ଷାରେ ଅଟଳ ରହିବା ମନୁଷ୍ୟ ତାହା ପାଇବ।
13 When tempted, no one should say, "Our Father is tempting me." Evil can't tempt our Father, and he tempts no one. ପ୍ରଲୋଭନର ସମ୍ମୁଖୀନ ହେଲେ, କେହି ଏହା ନ କହୁ, “ଈଶ୍ୱର ମୋତେ ପ୍ରଲୁବ୍ଧ କରୁଅଛନ୍ତି।” କାରଣ ଈଶ୍ୱର ମନ୍ଦ ଦ୍ଵାରା ପ୍ରଲୋଭିତ ହୋଇପାରନ୍ତି ନାହିଁ, କିମ୍ବା କାହାରିକୁ ପ୍ରଲୋଭିତ କରନ୍ତି ନାହିଁ;
14 But each person is tempted, dragged away and lured by their own evil desire. କିନ୍ତୁ ପ୍ରତ୍ୟେକ ମନୁଷ୍ୟ ନିଜର କୁଅଭିଳାଷ ଦ୍ଵାରା ପ୍ରଲୋଭନ ଆଡ଼କୁ ଆକୃଷ୍ଟ ହୁଏ ଓ ଫାନ୍ଦରେ ପଡ଼େ।
15 Then desire conceives and gives birth to sin; sin, full-grown, gives birth to death. ତତ୍ପରେ, ଅଭିଳାଷ ଗର୍ଭଧାରଣ କଲେ, ପାପ ଜାତ କରେ; ଏବଂ ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇଲେ, ମୃତ୍ୟୁ ଜନ୍ମାଏ।
16 Don't be deceived, my dear brothers and sisters. ମୋର ପ୍ରିୟ ଭାଇମାନେ, ଭ୍ରାନ୍ତ ହୁଅ ନାହିଁ।
17 Every good and perfect gift is from above, coming down from the Father of lights, who never changes or casts a shifting shadow. ସମସ୍ତ ଉତ୍ତମ ଓ ସମ୍ପୁର୍ଣ୍ଣ ଦାନ ଊର୍ଦ୍ଧ୍ୱରୁ ଆସେ, ଛାୟା ପରି ଯେ ପରିବର୍ତ୍ତନଶୀଳ ନୁହନ୍ତି, ସେହି ଜ୍ୟୋତିଃସମୂହର ପିତାଙ୍କଠାରୁ ଆସେ।
18 By his choice, he gave us birth through the word of truth, so we'd be a kind of firstfruits of his creation. ତାହାଙ୍କର ସମଗ୍ର ସୃଷ୍ଟି ବିଷୟ ମଧ୍ୟରେ ଆମେ ଯେପରି ଏକପ୍ରକାର ପ୍ରଥମ ଫଳ ସ୍ଵରୂପ ହେବୁ, ଏଥିପାଇଁ ସେ ଆମକୁ ସତ୍ୟବାକ୍ୟ ଦ୍ଵାରା ଜୀବନ ଦାନ କରିବାକୁ ମନୋନୀତ କଲେ।
19 Know this, my dear brothers and sisters: everyone should be quick to listen, slow to speak, slow to anger, ମୋର ପ୍ରିୟ ଭାଇମାନେ, ଜାଣିରଖ ତୁମେ ପ୍ରତ୍ୟେକେ ଶୁଣିବାରେ ତତ୍ପର, କଥା କହିବାରେ ସଂଯତ ଓ କ୍ରୋଧରେ ସଂଯତ ହୁଅ,
20 because human anger does not produce the righteousness of our Father. କାରଣ ମନୁଷ୍ୟର କ୍ରୋଧ ଈଶ୍ୱରଙ୍କ ଇଚ୍ଛାନୁରୂପ ଧାର୍ମିକତା ସାଧନ କରେ ନାହିଁ।
21 So strip off all moral filth and excess evil; humbly receive the word planted in you, able to save your souls. ସେଥିପାଇଁ, ସମସ୍ତ ନୈତିକ କଳୁଷତା ଓ ବ୍ୟାପୀଥିବା ପାପ ପରିହାର କର ଏବଂ ତୁମ ମଧ୍ୟରେ ରୋପିତ ହୋଇଥିବା ପରିତ୍ରାଣଜନକ ବାକ୍ୟ ନମ୍ରଚିତ୍ତରେ ଗ୍ରହଣ କର।
22 Do not merely listen to the word, and so deceive yourselves. Do what it says. ସେହି ବାକ୍ୟ କେବଳ ଶୁଣି ନିଜକୁ ପ୍ରତାରଣା କର ନାହିଁ, ତଦନୁଯାୟୀ କାର୍ଯ୍ୟ କର।
23 Anyone who hears the word but doesn't act on it is like one who looks at his natural face in a mirror, ଯେକେହି ବାକ୍ୟ ଶୁଣେ କିନ୍ତୁ ତଦନୁସାରେ କାର୍ଯ୍ୟ କରେ ନାହିଁ ସେ ଏପରି ଏକ ମନୁଷ୍ୟ ସଦୃଶ ଯେ କି ଦର୍ପଣରେ ନିଜ ମୁଖ ଦେଖେ
24 and, after looking at himself, goes away and immediately forgets what he looks like. ଓ ଦେଖି ଚାଲିଯିବା ପରେ ପରେ, ତାହାର ରୂପ ଭୁଲିଯାଏ ଓ ଏତେ ଶୀଘ୍ର ଭାବେ ତାଙ୍କ ଦେଖା ରୂପକୁ ଭୁଲିଯାଏ।
25 But whoever peers into the perfect law of freedom, continuing in it—not a forgetful hearer but a doer who acts—will be blessed in his doing. କିନ୍ତୁ ଯେଉଁ ମନୁଷ୍ୟ ସ୍ୱାଧୀନତା ଦେଉଥିବା ତ୍ରୁଟିଶୂନ୍ୟ ବିଧିବିଧାନ ପ୍ରତି ଦୃଷ୍ଟି ନିବଦ୍ଧ ରଖେ, ଏବଂ ଶୁଣିଥିବା ବିଷୟ ଭୁଲି ନ ଯାଇ ପାଳନ କରେ, ସେହି ମନୁଷ୍ୟ ସବୁ କାର୍ଯ୍ୟରେ ଆଶୀର୍ବାଦ ଲାଭ କରିବ।
26 If anyone thinks himself religious but doesn't control his tongue, he deceives his own heart—his religion is worthless. କେହି ଯଦି ନିଜକୁ ଧାର୍ମିକ ମନେ କରେ ଅଥଚ ନିଜ ଜିହ୍ଵାକୁ ଆୟତ୍ତ ନ କରେ, ତେବେ ସେ ନିଜକୁ ପ୍ରତାରଣା କରେ ଏବଂ ତାହାର ଧର୍ମର ମୂଲ୍ୟ ନାହିଁ।
27 Pure and spotless religion before our Father is this: caring for orphans and widows in their distress, and keeping oneself unstained from the world. ଯେଉଁ ଧର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ନିର୍ମଳ ଓ ନିର୍ଦ୍ଦୋଷ ତାହା ହେଉଅଛି ଦୁର୍ଦ୍ଦଶାକାଳରେ ଅନାଥ ଓ ବିଧବାମାନଙ୍କର ଯତ୍ନ ନେବା ଏବଂ ଜଗତରୁ ନିଜକୁ ନିଷ୍କଳଙ୍କ ରଖିବା।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]