Skip to content
The Believer's Library

Biblica® Open Odia Contemporary Bible

Acts 3 OOCB

Show OOCB only
Verse × ×
1 Peter and John were going up to the temple at around three in the afternoon, the hour of prayer. ଦିନେ ପିତର ଓ ଯୋହନ ପ୍ରାର୍ଥନା ସମୟରେ, ଅପରାହ୍ନ ତିନିଟା ବେଳେ ମନ୍ଦିରକୁ ଯାଉଥିଲେ।
2 A man lame from birth was carried and placed daily at the temple gate called Beautiful, to beg from those entering the temple. ସେତେବେଳେ ଜଣେ ଆଜନ୍ମ ଖଞ୍ଜକୁ ଲୋକେ ସୁନ୍ଦର ନାମକ ମନ୍ଦିର ଦ୍ଵାର ନିକଟକୁ ବହନ କରି ନେଉଥିଲେ, ମନ୍ଦିରକୁ ଯାଉଥିବା ଲୋକଙ୍କଠାରୁ ଭିକ୍ଷା ମାଗିବାକୁ ତାକୁ ପ୍ରତିଦିନ ସେଠାରେ ବସାଇ ଦିଆଯାଉଥିଲା।
3 Seeing Peter and John about to go into the temple, he asked them for money. ସେ ପିତର ଓ ଯୋହନଙ୍କୁ ଭିତରକୁ ଯିବାର ଦେଖି, କିଛି ପଇସା ମାଗିଲା।
4 And Peter, gazing at him with John, said, "Look at us." ପିତର ଓ ଯୋହନ, ତାକୁ ସ୍ଥିର ଦୃଷ୍ଟିରେ ଚାହିଁଲେ। ତା ପରେ ପିତର କହିଲେ, “ଆମକୁ ଅନାଅ!”
5 And he fixed his attention on them, expecting to receive something from them. ଅତଏବ ଲୋକଟି, ସେମାନଙ୍କଠାରୁ କିଛି ପାଇବା ଆଶାରେ ଚାହିଁ ରହିଲା।
6 Peter said, "I own no silver or gold, but I give you what I have: in the name of Jesus Christ of Nazareth, rise and walk." କିନ୍ତୁ ପିତର କହିଲେ, “ମୋର ରୂପା କି ସୁନା କିଛି ହିଁ ନାହିଁ, ମାତ୍ର ମୋର ଯାହା ଅଛି ତାହା ତୁମକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ, ଚାଲ।”
7 Taking his right hand, he raised him up; instantly his feet and ankles grew strong. ପିତର ତାହାର ଡାହାଣ ହାତ ଧରି, ତାକୁ ଉଠିବା ପାଇଁ ସାହାଯ୍ୟ କଲେ, ଏବଂ ତତ୍‌କ୍ଷଣାତ୍ ସେହି ଲୋକର ପାଦ ଓ ବଳାଗଣ୍ଠି ବଳ ପାଇଲା।
8 Jumping up, he stood, began walking, and entered the temple with them, walking, jumping, and praising our Father. ସେ କୁଦା ମାରି ଠିଆ ହେଲା ଓ ଚାଲିବାକୁ ଲାଗିଲା। ସେ ଚାଲୁ ଚାଲୁ କୁଦା ମାରୁ ମାରୁ, ଓ ଈଶ୍ୱରଙ୍କ ପ୍ରଶଂସା କରୁ କରୁ, ସେମାନଙ୍କ ସଙ୍ଗରେ ମନ୍ଦିରପ୍ରାଙ୍ଗଣରେ ପ୍ରବେଶ କଲା।
9 And all the people saw him walking and praising our Father. ସବୁଲୋକ ତାକୁ ଚାଲୁଥିବାର ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବାର ଦେଖିଲେ,
10 They recognized him as the beggar who sat at the temple's Beautiful Gate, and were filled with wonder and amazement at what had happened to him. ପୁଣି ଯିଏ ସୁନ୍ଦର ନାମକ ମନ୍ଦିର ଦ୍ଵାର ନିକଟରେ ବସି ଭିକ ମାଗୁଥିଲା ଏ ସେହି ଲୋକ ବୋଲି ଯେତେବେଳେ ଚିହ୍ନିଲେ, ତା ପ୍ରତି ଯାହା ଘଟିଥିଲା ସେଥିରେ ଅବାକ୍ ଓ ଆଚମ୍ବିତ ହେଲେ।
11 As he held on to Peter and John, all the people ran to them at the portico called Solomon's, utterly astonished. ସେହି ଭିକ୍ଷୁକ ପିତର ଓ ଯୋହନଙ୍କୁ ଧରି ରହିଥିବା ସମୟରେ, ଲୋକସମସ୍ତେ ବିସ୍ମୟରେ ଶଲୋମନମଣ୍ଡପ ନାମକ ସ୍ଥାନକୁ ସେମାନଙ୍କ ନିକଟକୁ ଦୈଡ଼ି ଆସିଲେ।
12 Seeing this, Peter said to the people, "Israelites, why does this amaze you? Why stare at us, as if by our own power or godliness we made him walk? ଏହା ଦେଖି ପିତର, ସେମାନଙ୍କୁ କହିଲେ: “ହେ ଇସ୍ରାଏଲୀୟ ଲୋକେ, ଏଥିରେ ଆଶ୍ଚର୍ଯ୍ୟ ହେଉଛ କାହିଁକି? ସତେ ଯେପରି ଆମେ ନିଜ ଶକ୍ତିରେ ଓ ପୁଣ୍ୟ ବଳରେ ଏ ଲୋକକୁ ଚାଲିବା ଶକ୍ତି ଦେଲୁ ତୁମେମାନେ ଏହା ଭାବି ଆମକୁ ଏକଦୃଷ୍ଟିରେ ଅନାଇ ରହିଛ କାହିଁକି?
13 The God of Abraham, Isaac, and Jacob, the God of our fathers, glorified his servant Jesus, whom you handed over and denied before Pilate, when Pilate decided to release him. ଅବ୍ରହାମ୍, ଇସ୍‌ହାକ ଓ ଯାକୁବଙ୍କ ଈଶ୍ୱର, ଆମ ପିତୃପୁରୁଷମାନଙ୍କ ଈଶ୍ୱର, ତାହାଙ୍କର ସେବକ ଯୀଶୁଙ୍କୁ ମହିମାନ୍ୱିତ କରିଛନ୍ତି। ନିହତ ହେବା ପାଇଁ ତୁମେମାନେ ତାହାଙ୍କୁ ସମର୍ପି ଦେଲ, ପୀଲାତଙ୍କ ସମ୍ମୁଖରେ ତାହାଙ୍କୁ ପ୍ରତ୍ୟାଖ୍ୟାନ କଲ, ଅଥଚ ପୀଲାତ ତାହାଙ୍କୁ ମୁକ୍ତି ଦେବାକୁ ସ୍ଥିର କରିଥିଲେ।
14 But you denied the Holy and Righteous One, asking that a murderer be given to you. ତୁମେମାନେ ସେହି ପବିତ୍ର ଓ ଧର୍ମସ୍ଵରୂପଙ୍କୁ ପ୍ରତ୍ୟାଖ୍ୟାନ କଲ ଏବଂ ତୁମ ପାଇଁ ଜଣେ ନରହନ୍ତା ମୁକ୍ତ ହେଉ ବୋଲି ନିବେଦନ କଲ।
15 You killed the Author of life; our Father raised him from the dead. To this we are witnesses. ତୁମେମାନେ ଜୀବନର କର୍ତ୍ତାଙ୍କୁ ବଧ କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆମେ ଏହାର ସାକ୍ଷୀ।
16 His name, through faith in his name, has made this man strong—the very man you see and know. And faith in Jesus has given him this complete health right before your eyes. ଏହି ଯେଉଁ ଲୋକକୁ ତୁମେମାନେ ଦେଖୁଛ ଓ ଜାଣିଛ, ଯୀଶୁଙ୍କ ନାମରେ ବିଶ୍ୱାସ କରିବା ଦ୍ଵାରା ହିଁ ସେ ବଳ ପାଇଲା। ଯୀଶୁଙ୍କର ନାମ ଓ ତାହାଙ୍କର ଦତ୍ତ ବିଶ୍ୱାସ ଏହି ଲୋକକୁ ସମ୍ପୁର୍ଣ୍ଣ ଆରୋଗ୍ୟତା ଦାନ କରିଛି, ଯାହାକି ତୁମ୍ଭେ ସମସ୍ତେ ଦେଖିପାରୁଛ।
17 "And now, brothers, I know that you acted in ignorance, as did also your rulers. “ବର୍ତ୍ତମାନ, ହେ ଭାଇମାନେ, ମୁଁ ଜାଣୁଛି ଯେ ତୁମେମାନେ, ତଥା ତୁମର ନେତାମାନେ ଅଜ୍ଞତାବଶତଃ ଏହା କରିଛ।
18 But our Father fulfilled what he predicted through all the prophets: his Christ would suffer. ଈଶ୍ୱର ଆପଣା ଖ୍ରୀଷ୍ଟଙ୍କର ଦୁଃଖଭୋଗ ବିଷୟରେ ସବୁ ଭାବବାଦୀଙ୍କ ଦ୍ଵାରା ଯେଉଁ ଭବିଷ୍ୟଦ୍‌ବାଣୀ କହିଥିଲେ, ତାହା ସେ ଏହି ପ୍ରକାରେ ସଫଳ କଲେ।
19 Repent, then, and turn back, so your sins are wiped out, ଅତଏବ, ଅନୁତାପ କର, ଏବଂ ଈଶ୍ୱରଙ୍କ ନିକଟକୁ ଫେରି ଆସ, ତା ହେଲେ ତୁମର ପାପସବୁ ଦୁର ହେବ, ଓ ପ୍ରଭୁଙ୍କଠାରୁ ନବଶକ୍ତି ଲାଭର ସମୟ ଆସିବ,
20 that times of refreshing may come from our Father's presence, and that he may send the Christ appointed for you, Jesus, ପୁଣି ଯେ ତୁମମାନଙ୍କ ନିମନ୍ତେ ପୂର୍ବରୁ ନିରୂପିତ ସେହି ଖ୍ରୀଷ୍ଟଙ୍କୁ, ଅର୍ଥାତ୍ ଯୀଶୁଙ୍କୁ ସେ ପଠାଇବେ।
21 whom heaven must receive until all things are restored, about which our Father spoke through his holy prophets long ago. ଈଶ୍ୱର ସମସ୍ତ ବିଷୟର ପୁନଃସ୍ଥାପନ କରିବା ପର୍ଯ୍ୟନ୍ତ ସେ ସ୍ଵର୍ଗରେ ରହିବେ, ଏହି ବିଷୟ ବହୁ ପୁରାକାଳରୁ ଈଶ୍ୱର ତାହାଙ୍କ ପବିତ୍ର ଭାବବାଦୀମାନଙ୍କ ଦ୍ଵାରା ପ୍ରତିଜ୍ଞା କରିଥିଲେ।
22 Moses said, 'Your Father will raise up a prophet like me for you, from your brothers. Listen to him in everything he tells you.' ମୋଶା କହିଥିଲେ, ‘ତୁମର ପ୍ରଭୁ ଈଶ୍ୱର ତୁମ ନିଜ ଲୋକଙ୍କ ମଧ୍ୟରୁ ତୁମ ନିମନ୍ତେ ମୋ ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ ସେ ତୁମ୍ଭମାନଙ୍କୁ ଯାହା କହିବେ; ସେହିସବୁ ବିଷୟ ପ୍ରତି ତୁମର କର୍ଣ୍ଣପାତ କରିବା ଉଚିତ୍।
23 Anyone who does not listen to that prophet will be utterly destroyed from among the people.' ଯେକେହି ତାହାଙ୍କ କଥାରେ କର୍ଣ୍ଣପାତ କରିବ ନାହିଁ ସେ ନିଜର ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।’
24 All the prophets who spoke, from Samuel onward, also announced these days. “ପ୍ରକୃତରେ, ଶାମୁଏଲଙ୍କଠାରୁ ଆରମ୍ଭ କରି, ଯେତେ ଭାବବାଦୀ ଭବିଷ୍ୟଦ୍‌ବାଣୀ କରିଛନ୍ତି ସେମାନେ ଏହିସମସ୍ତ ବିଷୟରେ ହିଁ କହିଛନ୍ତି।
25 You are the sons of the prophets and of the covenant our Father made with your fathers, telling Abraham, 'By your offspring all the families of the earth will be blessed.' ଆଉ ତୁମେମାନେ ହେଉଛ ସେହି ଭାବବାଦୀମାନଙ୍କର ଏବଂ ତୁମ ପିତୃପୁରୁଷମାନଙ୍କ ସହିତ ଈଶ୍ୱର କରିଥିବା ଚୁକ୍ତିର ଦାୟାଦ। ଈଶ୍ୱର ଅବ୍ରହାମଙ୍କୁ କହିଥିଲେ, ‘ତୁମ ବଂଶଧରଙ୍କ ଦ୍ଵାରା ପୃଥିବୀର ସବୁ ଜାତି ଆଶୀର୍ବାଦ ଲାଭ କରିବେ।’
26 Our Father raised up his servant and sent him to you first, to bless you by turning each of you from your evil." ଈଶ୍ୱର ଯେତେବେଳେ ତାଙ୍କର ସେହି ସେବକଙ୍କର ଉଦ୍ଭବ କଲେ, ସେ ପ୍ରଥମେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇଲେ ଯେପରି ସେ ତୁମ ପ୍ରତ୍ୟେକଙ୍କୁ କୁପଥରୁ ଫେରାଇ ଆଶୀର୍ବାଦ କରିବେ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]