Skip to content
The Believer's Library

Biblica® Open Odia Contemporary Bible

Acts 2 OOCB

Show OOCB only
Verse × ×
1 When the day of Pentecost arrived, they were all together in one place. ପେଣ୍ଟିକଷ୍ଟ ଦିବସ ଆସିବାରୁ, ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିଲେ।
2 Suddenly a sound like a violent, rushing wind came from heaven and filled the entire house where they sat. ଅକସ୍ମାତ୍ ପ୍ରଚଣ୍ଡ ପବନ ବହିଲା ପରି ଏକ ଶଦ୍ଦ ଆକାଶରୁ ଆସି ସେମାନେ ବସିଥିବା ସମଗ୍ର ଗୃହକୁ ପୂର୍ଣ୍ଣ କଲା।
3 What looked like divided tongues of fire appeared and rested on each one of them. ସେମାନଙ୍କ ଦୃଷ୍ଟିରେ ଯେଉଁଗୁଡ଼ିକ ଅଗ୍ନିର ଜିହ୍ଵା ପରି ଦେଖା ଯାଉଥିଲା ସେଗୁଡ଼ିକ ପୃଥକ ପୃଥକ ରୁପେ ପ୍ରତ୍ୟେକ ଜଣଙ୍କ ଉପରେ ଅବସ୍ଥାନ କଲା।
4 All were filled with the Holy Spirit and began speaking in other tongues, as the Spirit gave them words to say. ସେମାନେ ସମସ୍ତେ ପବିତ୍ରଆତ୍ମରେ ପୂର୍ଣ୍ଣ ହେଲେ ଏବଂ ଆତ୍ମା ସେମାନଙ୍କୁ ଯେପରି ସାମର୍ଥ୍ୟ ଦେଲେ ସେମାନେ ତଦନୁସାରେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।
5 At that time devout Jews from every nation under heaven were living in Jerusalem. ସେତେବେଳେ ପୃଥିବୀର ପ୍ରତ୍ୟେକ ଦେଶରୁ ଈଶ୍ୱରଭକ୍ତ ଯିହୁଦୀମାନେ ଆସି ଯିରୂଶାଲମରେ ଥିଲେ।
6 When this sound rang out, a crowd gathered, confused, since each one heard them speak in his own language. ସେମାନେ ଯେତେବେଳେ ଏହି ଶଦ୍ଦ ଶୁଣିଲେ, ବହୁସଂଖ୍ୟକ ଲୋକ ସମବେତ ହୋଇ ହତବୁଦ୍ଧି ହେଲେ କାରଣ ପ୍ରତ୍ୟେକେ ନିଜ ନିଜ ଭାଷାରେ ସେମାନଙ୍କୁ କଥା କହୁଥିବାର ଶୁଣିଲେ।
7 They were amazed and astonished, saying, "Are not all these who are speaking Galileans? ସେମାନେ ବିସ୍ମୟବିହ୍ଵଳ ହୋଇ, ପଚାରିଲେ: “ଏହି ଯେଉଁ ଲୋକମାନେ କଥା କହୁଛନ୍ତି ଏମାନେ ସମସ୍ତେ କଅଣ ଗାଲିଲୀୟ ନୁହନ୍ତି?
8 How is it, then, that each of us hears them in our own native language? ତା ହେଲେ ଆମେ ପ୍ରତ୍ୟେକେ କିପରି ନିଜ ମାତୃଭାଷାରେ ସେମାନଙ୍କୁ କଥା କହିବାର ଶୁଣୁଛୁ?
9 Parthians, Medes, and Elamites; those who live in Mesopotamia, Judea and Cappadocia, Pontus and Asia, ଆମେ ହେଉଛୁ ପାର୍ଥୀୟ, ମିଦୀୟ ଓ ଏଲାମୀୟ; ଏବଂ ମେସପଟାମିଆ, ଯିହୁଦା ଓ କାପାଦୋସିଆ, ପଣ୍ଟସ ଓ ଏସିଆର ଅଧିବାସୀ,
10 Phrygia, Pamphylia, Egypt, the parts of Libya near Cyrene; visitors from Rome, Jews and converts to Judaism; ପୁଣି, ଫ୍ରିଜିଆ ପାମ୍ପିଲିଆ, ମିଶର ଓ ସାଇରିନି ନିକଟସ୍ଥ ଲିବିୟାର ଲୋକ; ରୋମରୁ ଆଗତ ଯିହୁଦୀ ଓ ଯିହୁଦୀ ଧର୍ମରେ ଦୀକ୍ଷିତ ଲୋକ
11 Cretans and Arabs—we hear them telling in our own tongues the mighty works of our Father!" କ୍ରୀତୀୟ ଓ ଆରବୀୟ ଲୋକ ଅଥଚ ଆମେ ନିଜ ନିଜ ଭାଷାରେ ଏମାନଙ୍କୁ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କର୍ମର କଥା ଘୋଷଣା କରିବାର ଶୁଣୁଛୁ!”
12 They were all amazed and perplexed, saying to one another, "What does this mean?" ସେମାନେ ଆଚମ୍ବିତ, ଓ ହତବୁଦ୍ଧି ହୋଇ ପରସ୍ପରକୁ ପଚାରିଲେ, “ଏହାର ଅର୍ଥ କଅଣ?”
13 But others mocked and said, "They are full of sweet wine." କିନ୍ତୁ ଅନ୍ୟ କେତେକେ, ପରିହାସ କରି କହିଲେ, “ସେମାନେ ଅତିରିକ୍ତ ମଦ୍ୟପାନ କରି ମାତାଲ୍ ହୋଇଛନ୍ତି।”
14 But Peter stood with the eleven, raised his voice, and declared to them: "Men of Judea, everyone living in Jerusalem—know this and listen carefully to my words. ତତ୍ପରେ ପିତର ଏକାଦଶଙ୍କ ସହିତ ଠିଆ ହୋଇ, ଉଚ୍ଚସ୍ଵରରେ ଜନତାକୁ ଉଦ୍‌ବୋଧନ ଦେଇ କହିଲେ: “ହେ ଯିହୁଦୀ ଭାଇମାନେ ଓ ଯିରୂଶାଲମ ନିବାସୀ ସମସ୍ତେ, ମୁଁ ଯାହା ତୁମ୍ଭମାନଙ୍କୁ ବୁଝାଇ ଦେବାକୁ ଚାହେଁ; ମୋର ସେହି କଥା ଯତ୍ନପୂର୍ବକ ଶୁଣ।
15 These people are not drunk, as you suppose, for it is only nine o'clock in the morning. ତୁମେମାନେ ଯେପରି ଭାବୁଛ, ଏହି ଲୋକମାନେ ସେପରି ମାତାଲ ହୋଇନାହାନ୍ତି। ଏବେ ତ ସକାଳ ନଅଟା!
16 No, this is what was spoken through the prophet Joel: ନା, ଏହା ହେଉଛି ଭାବବାଦୀ ଯୋଏଲଙ୍କ ଦ୍ଵାରା ଯାହା କୁହାଯାଇଛି ସେହିବିଷୟ:
17 'And in the last days, says our Father, I will pour out my Spirit on all people; your sons and your daughters will prophesy, your young men will see visions, and your old men will dream dreams. “ ‘ଈଶ୍ୱର କହନ୍ତି, ଶେଷ ଦିନମାନଙ୍କରେ, ମୁଁ ସବୁ ଲୋକଙ୍କ ଉପରେ ମୋର ଆତ୍ମା ଢାଳି ଦେବି। ତୁମର ପୁତ୍ରକନ୍ୟା ମାନେ ଭବିଷ୍ୟଦ୍‌ବାଣୀ କହିବେ, ତୁମର ଯୁବକମାନେ ଦିବ୍ୟଦର୍ଶନ ପାଇବେ, ତୁମର ବୃଦ୍ଧ ଲୋକେ ସ୍ଵପ୍ନରେ ଦର୍ଶନ କରିବେ।
18 Even on my male servants and my female servants in those days I will pour out my Spirit, and they will prophesy. ଏପରିକି ମୁଁ ସେହି ସମୟରେ, ମୋର ଦାସ ଦାସୀଙ୍କ ଉପରେ ମଧ୍ୟ, ମୋର ଆତ୍ମା ଢାଳି ଦେବି, ଏବଂ ସେମାନେ ଭବିଷ୍ୟଦ୍‌ବାଣୀ କହିବେ।
19 I will show wonders in the heavens above and signs on the earth below—blood and fire and billows of smoke. ମୁଁ ଊର୍ଦ୍ଧ୍ୱସ୍ଥ ଆକାଶରେ ଏହି ଅଦ୍ଭୁତ କର୍ମ ଓ ନିମ୍ନସ୍ଥ ପୃଥିବୀରେ ଏହି ଚିହ୍ନିମାନ, ଅର୍ଥାତ୍ ରକ୍ତ ଅଗ୍ନି ଓ ଧୂମସ୍ତମ୍ଭ ଦର୍ଶାଇବି।
20 The sun will be turned to darkness and the moon to blood, before the great and glorious day of the Lord comes. ପ୍ରଭୁଙ୍କର ମହତ୍ ଓ ଗୌରବୋଜ୍ଜ୍ୱଳ ଦିନ ଆସିବା ପୂର୍ବରୁ ସୂର୍ଯ୍ୟ ଅନ୍ଧକାରାଚ୍ଛନ୍ନ ଓ ଚନ୍ଦ୍ର ରକ୍ତବର୍ଣ୍ଣ ହେବ।
21 And everyone who calls on the name of the Lord will be saved.'" ମାତ୍ର ଯେକେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ରକ୍ଷା ପାଇବ।’
22 "Men of Israel, hear these words: Jesus of Nazareth—a man our Father attested to you through miracles, wonders, and signs our Father did through him among you, as you yourselves know. “ହେ ଇସ୍ରାଏଲୀୟ ଲୋକମାନେ, ଏହା ଶୁଣ: ନାଜରିତୀୟ ଯୀଶୁ ତୁମ୍ଭମାନଙ୍କନିମନ୍ତେ ଈଶ୍ୱରଙ୍କ ମନୋନୀତ ବ୍ୟକ୍ତି ବୋଲି ତୁମ୍ଭେମାନେ ନିଜେ ଜାଣ, କାରଣ ଈଶ୍ୱର ତାହାଙ୍କ ଦ୍ଵାରା ତୁମ୍ଭମାନଙ୍କମଧ୍ୟରେ ଅଲୌକିକ କର୍ମ, ଆଶ୍ଚର୍ଯ୍ୟ କାର୍ଯ୍ୟ, ଓ ଚିହ୍ନିସକଳ ସାଧନ କରି ତାହା ପ୍ରମାଣ କରିଅଛନ୍ତି।
23 This man, handed over by our Father's set plan and foreknowledge, you crucified and killed by the hands of lawless men. ଈଶ୍ୱରଙ୍କ ନିର୍ଦ୍ଦିଷ୍ଟ ସଂକଳ୍ପ ଓ ପୂର୍ବଜ୍ଞାନ ଅନୁସାରେ ଏହି ବ୍ୟକ୍ତି ତୁମ୍ଭମାନଙ୍କ ହସ୍ତରେ ସମର୍ପିତ ହୋଇଥିଲେ, ଓ ତୁମ୍ଭେମାନେ, ଅଧାର୍ମିକ ଲୋକଙ୍କ ସହାୟତାରେ, ତାହାଙ୍କୁ କ୍ରୁଶରେ ବିଦ୍ଧ କରି ବଧ କଲ।
24 But our Father raised him, freeing him from death's agony, since death could not hold him. କିନ୍ତୁ ଈଶ୍ୱର ମୃତ୍ୟୁର କରାଳ କବଳରୁ ତାହାଙ୍କୁ ମୁକ୍ତ କରି, ମୃତମାନଙ୍କ ମଧ୍ୟରୁ ଉଠାଇଲେ, କାରଣ ମୃତ୍ୟୁ ଯେ ତାହାଙ୍କୁ ନିଜ କବଳରେ ରଖି ପାରିବ ଏହା ଅସମ୍ଭବ।
25 For David says of him: 'I saw our Father always before me, for he's at my right hand, so I won't be shaken.' ଯେହେତୁ ଦାଉଦ ତାହାଙ୍କ ସମ୍ବନ୍ଧରେ କହିଥିଲେ: “ ‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ ସମ୍ମୁଖରେ ଦେଖିଲି। ସେ ମୋର ଦକ୍ଷିଣପାର୍ଶ୍ୱରେ ବିଦ୍ୟମାନ, ତେଣୁ ମୁଁ ବିଚଳିତ ହେବି ନାହିଁ।
26 Therefore my heart was glad and my tongue rejoiced; moreover, my body also will rest in hope. ସେଥିପାଇଁ ମୋର ହୃଦୟ ଆନନ୍ଦିତ ମୋର ଜିହ୍ଵା ଆନନ୍ଦୋଲ୍ଲାସ କରୁଛି; ମୋର ଶରୀର ମଧ୍ୟ ଭରସାରେ ରହିବ,
27 For you will not abandon my soul to the grave, nor let your Holy One see decay. କାରଣ ତୁମ୍ଭେ ମୋତେ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମ୍ଭ ଧାର୍ମିକ ଜନଙ୍କୁ କ୍ଷୟ ପାଇବାକୁ ଦେବ ନାହିଁ।
28 You have shown me the paths of life; you will fill me with gladness in your presence." ତୁମ୍ଭେ ମୋତେ ଜୀବନର ପଥସବୁ ଦେଖାଇବ; ତୁମ୍ଭ ସାକ୍ଷାତରେ ମୋତେ ଆନନ୍ଦରେ ପୂର୍ଣ୍ଣ କରିବ।’
29 "Brothers, I can tell you plainly: our ancestor David died, was buried, and his tomb remains with us to this day. “ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଏ କଥା ନିଶ୍ଚିତ ଭାବରେ କହିପାରେ ଯେ ପିତୃପ୍ରଧାନ ଦାଉଦ ମୃତ୍ୟୁଭୋଗ କରି ସମାଧିସ୍ଥ ହେଲେ, ଓ ତାଙ୍କର ସମାଧି ଆଜି ପର୍ଯ୍ୟନ୍ତ ଏହିଠାରେ ଅଛି।
30 Since he was a prophet, he knew our Father had sworn an oath to seat one of his descendants on his throne, କିନ୍ତୁ ସେ ଜଣେ ଭାବବାଦୀ ହୋଇଥିବାରୁ ଏହା ଜାଣିଥିଲେ ଯେ ତାଙ୍କର ବଂଶଧରମାନଙ୍କ ମଧ୍ୟରୁ ଜଣକୁ ତାଙ୍କ ସିଂହାସନରେ ଅଧିଷ୍ଠିତ କରିବେ ବୋଲି ଈଶ୍ୱର ଶପଥ ଦ୍ଵାରା ପ୍ରତିଜ୍ଞା କରିଥିଲେ।
31 he foresaw and spoke of the Christ's resurrection, that he was not abandoned to the grave, nor his body saw decay. ଭବିଷ୍ୟତ୍‌କୁ ଦର୍ଶନ କରି ସେ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ସମ୍ବନ୍ଧରେ ଏହା କହିଥିଲେ ଯେ, ସେ ପାତାଳରେ ପରିତ୍ୟକ୍ତ ହେଲେ ନାହିଁ, କିମ୍ବା ତାହାଙ୍କ ଶରୀର କ୍ଷୟ ପାଇଲା ନାହିଁ।
32 This Jesus our Father raised up, and we are all witnesses of it. ଏହି ଯୀଶୁଙ୍କୁ ଈଶ୍ୱର ମୃତ୍ୟୁରୁ ଉଠାଇଅଛନ୍ତି, ଓ ଆମେ ଶିଷ୍ୟମାନେ ସମସ୍ତେ ଏହାର ସାକ୍ଷୀ।
33 So, lifted up to our Father's right hand, having received the promised Holy Spirit from the Father, he poured out what you now see and hear. ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱକୁ ଉନ୍ନୀତ ହୋଇଛନ୍ତି, ଏବଂ ପିତାଙ୍କର ପ୍ରତିଶ୍ରୁତ ପବିତ୍ରଆତ୍ମଙ୍କୁ ଗ୍ରହଣ କରି ଢାଳି ଦେଇଛନ୍ତି ଯାହାକି ତୁମ୍ଭେମାନେ ଏବେ ଦେଖୁଛ ଓ ଶୁଣୁଛ।
34 For David never went up into heaven, but he himself says: "Our Father said to my Lord, 'Sit at my right hand, କାରଣ ଦାଉଦ ସ୍ଵର୍ଗକୁ ଆରୋହଣ କରି ନ ଥିଲେ, ତଥାପି ସେ କହିଥିଲେ, “ ‘ପ୍ରଭୁ ମୋର ପ୍ରଭୁଙ୍କୁ କହିଲେ: ମୁଁ ତୁମ୍ଭ ଶତ୍ରୁମାନଙ୍କୁ
35 until I make your enemies a footstool for your feet.'" ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ “ମୋର ଦକ୍ଷିଣପାର୍ଶ୍ୱରେ ବସିଥାଅ।” ’
36 "So let the whole house of Israel know for certain: our Father made this Jesus, whom you crucified, both Lord and Christ." “ସେଥିପାଇଁ ସମଗ୍ର ଇସ୍ରାଏଲ ଜାତି ଏହା ନିଶ୍ଚିତ ରୂପେ ଜାଣୁ ଯେ: ଯେଉଁ ଯୀଶୁଙ୍କୁ ତୁମ୍ଭେମାନେ କ୍ରୁଶବିଦ୍ଧ କଲ, ତାହାଙ୍କୁ ହିଁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ପଦରେ, ଅଧିଷ୍ଠିତ କରିଛନ୍ତି।”
37 Cut to the heart at this, they asked Peter and the other apostles, "Brothers, what should we do?" ଯେତେବେଳେ ଲୋକମାନେ ଏ କଥା ଶୁଣିଲେ, ସେମାନଙ୍କ ହୃଦୟ ବିଦ୍ଧ ହେଇଗଲା ସେମାନେ ପିତରଙ୍କୁ ଓ ଅନ୍ୟ ପ୍ରେରିତଶିଷ୍ୟମାନଙ୍କୁ କହିଲେ, “ଭାଇମାନେ, ଆମେ କଅଣ କରିବୁ?”
38 Peter said to them, "Repent, and each of you be baptized in the name of Jesus Christ for the forgiveness of your sins, and you will receive the gift of the Holy Spirit. ପିତର ଉତ୍ତର ଦେଲେ, “ତୁମେ ପ୍ରତ୍ୟେକେ ଅନୁତାପ କର, ଓ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଡୁବନ ଗ୍ରହଣ କର, ତା ହେଲେ ତୁମ୍ଭମାନଙ୍କର ପାପକ୍ଷମା ହେବ। ଏବଂ ପବିତ୍ରଆତ୍ମା ର ଦାନ ପାଇବ।
39 For the promise is for you, your children, and all far off—as many as the Sovereign our Father will call to himself." ଏହି ପ୍ରତିଜ୍ଞା ତୁମ୍ଭମାନଙ୍କନିମନ୍ତେ ତୁମ୍ଭମାନଙ୍କ ସନ୍ତାନସନ୍ତତିଙ୍କ ନିମନ୍ତେ ଏବଂ ସୁଦୂରବାସୀ ସବୁ ଲୋକଙ୍କ ନିମନ୍ତେ ଅର୍ଥାତ୍ ଆମର ପ୍ରଭୁ ଈଶ୍ୱର ଯେତେ ଜଣଙ୍କୁ ଆହ୍ଵାନ କରିବେ ସେସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ।”
40 And with many other words he warned and urged them, saying, "Save yourselves from this corrupt generation." ଏହିପରି ଅନେକ କଥା କହି ସେ ସେମାନଙ୍କୁ ସତର୍କ କରାଇଲେ; ଏବଂ ଅନୁଯୋଗ କରି କହିଲେ, “ଏହି ଭ୍ରଷ୍ଟ ବଂଶରୁ ନିଜ ନିଜକୁ ରକ୍ଷା କର।”
41 So those who welcomed his message were baptized, and about 3,000 people were added that day. ଯେଉଁମାନେ ତାଙ୍କ ବାର୍ତ୍ତା ଗ୍ରହଣ କଲେ ସେମାନେ ଡୁବନ ନେଲେ, ଏବଂ ସେହିଦିନ ପ୍ରାୟ ତିନି ହଜାର ଲୋକ ମଣ୍ଡଳୀ ସହିତ ମିଶିଲେ।
42 They devoted themselves to the apostles' teaching and deep communion, to the breaking of bread and the prayers. ସେମାନେ ପ୍ରେରିତଶିଷ୍ୟମାନଙ୍କ ଶିକ୍ଷାରେ ଓ ସହଭାଗିତାରେ, ଏକତ୍ର ପ୍ରଭୁଭୋଜ ସହ ଭୋଜନ ପାନରେ ଏବଂ ପ୍ରାର୍ଥନାରେ ନିବିଷ୍ଟ ହୋଇ ରହିଲେ।
43 Awe came over everyone, and many wonders and signs were done through the apostles. ପ୍ରେରିତଶିଷ୍ୟମାନଙ୍କ ଦ୍ଵାରା ଅନେକ ଆଶ୍ଚର୍ଯ୍ୟ କାର୍ଯ୍ୟ ଓ ଅଲୌକିକ କର୍ମ ସାଧିତ ହେଲା ଏବଂ ସମସ୍ତେ ଭୟ ବିସ୍ମୟରେ ପୂର୍ଣ୍ଣ ହେଲେ।
44 All who believed were together and had all things in common. ସବୁ ବିଶ୍ୱାସୀ ଏକତ୍ର ଥିଲେ ଓ ସବୁକିଛି ସାଧାରଣ ସମ୍ପତ୍ତି ରୂପେ ଭୋଗ କଲେ।
45 They sold their property and possessions and distributed the proceeds to all, as anyone needed. ସେମାନେ ନିଜ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ ତଦନୁସାରେ ତାହାକୁ ଦେଲେ।
46 Every day, devoting themselves together in the temple, breaking bread house to house, they shared food with joyful, sincere hearts, ସେମାନେ ପ୍ରତିଦିନ ମନ୍ଦିରପ୍ରାଙ୍ଗଣରେ ସମବେତ ହେଉଥିଲେ। ପୁଣି ନିଜ ନିଜ ଘରେ ରୋଟୀ ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନପାନ କରୁଥିଲେ,
47 praising our Father, with favor among all the people. The Lord added to their number daily those being saved. ସେମାନେ ଈଶ୍ୱରଙ୍କ ସ୍ତୁତିବାଦ କଲେ ଏବଂ ସବୁ ଲୋକଙ୍କର ପ୍ରିୟପାତ୍ର ହେଲେ। ପରିତ୍ରାଣ ପାଉଥିବା ଲୋକଙ୍କୁ ପ୍ରଭୁ ପ୍ରତିଦିନ ମଣ୍ଡଳୀଭୁକ୍ତ କରୁଥିଲେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]