Skip to content
The Believer's Library

Biblica® Open Odia Contemporary Bible

1 Corinthians 13 OOCB

Side by side with the Father's Heart Bible™

1ଯଦି ମୁଁ ମନୁଷ୍ୟମାନଙ୍କ ଓ ସ୍ଵର୍ଗଦୂତମାନଙ୍କ ଭାଷାରେ କଥା କହେ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୁଁ କେବଳ ଗୋଟିଏ ଉଚ୍ଚନାଦ କରୁଥିବା ପିଟା ଘଣ୍ଟା କିମ୍ବା ଝମ୍ ଝମ୍ ଶଦ୍ଦ କରୁଥିବା ଝାଞ୍ଜ ସଦୃଶ। 2ଯଦି ମୋର ଭାବବାଣୀ କହିବା ଶକ୍ତି ଥାଏ ଏବଂ ମୁଁ ସମସ୍ତ ନିଗୂଢ଼ତତ୍ତ୍ୱ ଓ ସମସ୍ତ ଜ୍ଞାନରେ ପାରଦର୍ଶିତା ଲାଭ କରିପାରେ, ପୁଣି ଯଦି ପର୍ବତକୁ ସ୍ଥାନାନ୍ତରିତ କରିବା ଭଳି ମୋର ବିଶ୍ୱାସ ଥାଏ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୁଁ କିଛି ହିଁ ନୁହେଁ। 3ଯଦି ମୁଁ ମୋର ସର୍ବସ୍ଵ ଦରିଦ୍ରମାନଙ୍କୁ ଦାନ କରେ ଏବଂ ଅଗ୍ନିରେ ଦଗ୍‌ଧ ହେବାକୁ ମୋର ଶରୀରକୁ ସମର୍ପଣ କରିଦିଏ, କିନ୍ତୁ ମୋର ପ୍ରେମ ନ ଥାଏ, ତେବେ ମୋର କୌଣସି ଲାଭ ନାହିଁ।

4ପ୍ରେମ ଧୈର୍ଯ୍ୟଶୀଳ, ପ୍ରେମ ଦୟାଳୁ। ପ୍ରେମ ଈର୍ଷା କରେ ନାହିଁ, ଆତ୍ମବଡ଼ିମା କରେ ନାହିଁ, ପ୍ରେମ ଅହଂକାରୀ ନୁହେଁ। 5ପ୍ରେମ ଅଶିଷ୍ଚ ନୁହେଁ, ସ୍ୱାର୍ଥନ୍ୱେଷୀ ନୁହେଁ, ସହଜରେ କ୍ରୋଧାନ୍ୱିତ ହୁଏ ନାହିଁ, ଏବଂ ଅନ୍ୟାୟର ହିସାବ ରଖେ ନାହିଁ। 6ପ୍ରେମ ଅଧର୍ମରେ ଆନନ୍ଦ ଲାଭ କରେ ନାହିଁ କିନ୍ତୁ ସତ୍ୟରେ ଆନନ୍ଦୋଲ୍ଲାସ କରେ। 7ପ୍ରେମ ସର୍ବଦା ରକ୍ଷା କରେ, ସର୍ବଦା ବିଶ୍ୱାସ କରେ, ସର୍ବଦା ଆଶା ରଖିଥାଏ, ସର୍ବଦା ସବୁ ସହ୍ୟ କରେ।

8ପ୍ରେମ କେବେହେଲେ ଶେଷ ହୁଏ ନାହିଁ। କିନ୍ତୁ ଯଦି ଭାବବାଣୀ ଥାଏ, ତାହାର ସମାପ୍ତି ଘଟିବ; ଯଦି ଅଜଣା ଭାଷା ଥାଏ, ତାହାର ଅବସାନ ହେବ; ଯଦି ଜ୍ଞାନ ଥାଏ, ତାହା ଲୋପ ପାଇବ। 9କାରଣ ଆମେ ଆଂଶିକଭାବେ ଜାଣୁ ଓ ଆଂଶିକଭାବେ ଭାବବାଣୀ କହୁ, 10କିନ୍ତୁ ସଂପୂର୍ଣ୍ଣ ବିଷୟ ଆସିଲେ, ଆଂଶିକ ବିଷୟ ବିଲୁପ୍ତ ହେବ। 11ମୁଁ ଶିଶୁ ଥିଲାବେଳେ, ଶିଶୁ ପରି କଥା କହୁଥିଲି, ଶିଶୁ ପରି ଚିନ୍ତା କରୁଥିଲି, ଶିଶୁ ପରି ବିଚାରବିବେଚନା କରୁଥିଲି। ବୟସପ୍ରାପ୍ତ ହେଲାପରେ, ମୁଁ ଶିଶୁସୁଲଭ ଆଚରଣ ପରିତ୍ୟାଗ କଲି। 12ଏବେ ଆମେ ଦର୍ପଣରେ ଅସ୍ପଷ୍ଟଭାବେ ଦେଖୁଅଛୁ; କିନ୍ତୁ ସେତେବେଳେ ପ୍ରତ୍ୟକ୍ଷଭାବେ ଦେଖିବା। ଏବେ ମୁଁ ଆଂଶିକଭାବେ ଜାଣୁଅଛି; କିନ୍ତୁ ସେତେବେଳେ ମୁଁ ସମ୍ପୁର୍ଣ୍ଣ ଭାବରେ ଯେପରି ପରିଚିତ, ସେହିପରି ମୁଁ ସମ୍ପୁର୍ଣ୍ଣ ଭାବରେ ଜାଣିବି।

13ଏହି ତିନିଗୋଟି ବିଷୟ ସ୍ଥାୟୀ: ବିଶ୍ୱାସ, ଭରସା ଓ ପ୍ରେମ। କିନ୍ତୁ ଏଥିମଧ୍ୟରୁ ପ୍ରେମ ସବୁଠୁ ଶ୍ରେଷ୍ଠ।

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]