Skip to content
The Believer's Library

Biblica® Open Odia Contemporary Bible

Mark 16 OOCB

Show OOCB only
Verse × ×
1 When the Sabbath ended, Mary Magdalene, Mary the mother of James, and Salome bought spices to go anoint him. ଶାବତବାର ଗତ ହେଲାପରେ ମଗ୍‌ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧିଦ୍ରବ୍ୟ କିଣି ଆଣିଲେ, ଯେପରିକି ସେମାନେ ଯାଇ ଯୀଶୁଙ୍କ ଶରୀରରେ ତାହା ଲଗାଇ ପାରିବେ।
2 Very early on the first day of the week, just after sunrise, they went to the tomb. ସପ୍ତାହର ପ୍ରଥମ ଦିବସର ପ୍ରାତଃକାଳରେ, ସୂର୍ଯ୍ୟୋଦୟ ସମୟରେ, ସେମାନେ ସମାଧି ନିକଟକୁ ଗଲେ।
3 They asked each other, "Who will roll the stone away from the tomb's entrance for us?" ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “କିଏ ଆମ ପାଇଁ ସମାଧି ଦ୍ଵାରରୁ ପଥରଟାକୁ ଗଡ଼ାଇ ଦେବ?”
4 But looking up, they saw the stone—very large—already rolled away. କାରଣ ତାହା ଏକ ଅତି ବୃହତ୍ ପଥର ଥିଲା। କିନ୍ତୁ ସେମାନେ ଚାହିଁ ଦେଖିଲେ ଯେ, ସେହି ପଥରଟା ଗଡ଼ାଇ ଦିଆଯାଇଛି।
5 They entered the tomb and saw a young man dressed in a white robe, seated on the right. They were alarmed. ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଦକ୍ଷିଣପାର୍ଶ୍ୱରେ ଶୁକ୍ଳବସ୍ତ୍ର ପରିହିତ ଜଣେ ଯୁବକଙ୍କୁ ବସିଥିବାର ଦେଖିଲେ ଏବଂ ଶଙ୍କିତ ହୋଇପଡ଼ିଲେ।
6 "Don't be alarmed," he said. "You're looking for Jesus the Nazarene, who was crucified. He's risen—he isn't here. Look, the place they laid him. ସେ କହିଲେ, “ଭୀତ ହୁଅ ନାହିଁ। ଯେଉଁ ନାଜରିତୀୟ ଯୀଶୁ କ୍ରୁଶରେ ହତ ହୋଇଥିଲେ, ତୁମ୍ଭେମାନେ ତାଙ୍କୁ ଖୋଜୁଛ। ସେ ଉଠିଛନ୍ତି! ସେ ଏଠାରେ ନାହାନ୍ତି। ସେମାନେ ତାହାଙ୍କୁ ଯେଉଁଠି ରଖିଥିଲେ, ସେହି ସ୍ଥାନଟି ଦେଖ।
7 But go, tell his disciples and Peter, 'He goes ahead of you to Galilee. You will see him there, as he told you.'" କିନ୍ତୁ ତୁମ୍ଭେମାନେ ଯାଅ, ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ ଏହି କଥା କୁହ, ସେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯାଉଛନ୍ତି। ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ, ଠିକ ସେହିପରି ତୁମ୍ଭେମାନେ ସେଠାରେ ତାଙ୍କର ଦେଖାପାଇବ!”
8 Trembling and amazed, the women fled the tomb, telling no one—they were afraid. ସେହି ସ୍ତ୍ରୀଲୋକମାନେ ସମାଧି ନିକଟରୁ ଦୈଡ଼ି ପଳାଇଗଲେ, ସେମାନେ ଭୟରେ ଥରୁଥିଲେ ଓ ହତବୁଦ୍ଧି ହୋଇ ପଡ଼ିଥିଲେ ଭୟ ହେତୁ ସେମାନେ କାହାକୁ କିଛି କହିଲେ ନାହିଁ।
9 Rising early the first day of the week, Jesus appeared first to Mary Magdalene, from whom he had driven seven demons. ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ଯୀଶୁ ପୁନରୁତ୍ଥିତ ହୋଇ ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍‌ଦଲିନୀ ମରିୟମଙ୍କୁ ପ୍ରଥମେ ଦର୍ଶନ ଦେଲେ
10 She went and told those who had been with him, who were mourning and weeping. ସେ ଯାଇ ଯୀଶୁଙ୍କ ସଙ୍ଗୀମାନଙ୍କୁ ସମ୍ବାଦ ଦେଲେ ସେମାନେ ସେତେବେଳେ ଶୋକ ଓ କ୍ରନ୍ଦନ କରୁଥିଲେ।
11 Hearing Jesus was alive and seen by her, they did not believe it. ସେମାନେ ଯେତେବେଳେ ଶୁଣିଲେ ଯେ, ଯୀଶୁ ଜୀବିତ ଓ ମରିୟମ ତାଙ୍କୁ ଦେଖିଛନ୍ତି, ସେମାନେ ତାହା ବିଶ୍ୱାସ କଲେ ନାହିଁ।
12 Afterward Jesus appeared, in a different form, to two of them walking in the country. ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଏକ ଗ୍ରାମକୁ ଚାଲି ଚାଲି ଯାଉଥିବା ସମୟରେ ଯୀଶୁ ସେମାନଙ୍କୁ ଅନ୍ୟ ରୂପରେ ଦର୍ଶନ ଦେଲେ
13 They went back and reported it to the others, but they did not believe them either. ସେମାନେ ଫେରିଯାଇ ଅନ୍ୟମାନଙ୍କୁ ତାହା ଜଣାଇଲେ, କିନ୍ତୁ ସେମାନଙ୍କ କଥା ମଧ୍ୟ କେହି ବିଶ୍ୱାସ କଲେ ନାହିଁ।
14 Later Jesus appeared to the eleven as they reclined at a meal and rebuked their lack of faith and hardness of heart, because they hadn't believed those who saw him risen. ପରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ଯୀଶୁ ସେମାନଙ୍କୁ ଦର୍ଶନ ଦେଲେ, ସେ ସେମାନଙ୍କ ଅବିଶ୍ୱାସ ହେତୁ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଭତ୍ସନା କଲେ, କାରଣ ମୃତ୍ୟୁରୁ ଉତ୍ଥିତ ହେବା ପରେ ଯେଉଁମାନେ ତାଙ୍କୁ ଦେଖିଥିଲେ, ସେମାନଙ୍କ କଥା ସେମାନେ ବିଶ୍ୱାସ କରି ନ ଥିଲେ।
15 He said to them, "Go into all the world and proclaim the good news to all creation. ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମଗ୍ର ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ପ୍ରଚାର କର।
16 Whoever believes and is baptized will be saved, but whoever does not believe will be condemned. ଯେ ବିଶ୍ୱାସ କରି ଡୁବନ ଗ୍ରହଣ କରିବ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ୱାସ କରିବ, ସେ ଦଣ୍ଡିତ ହେବ।
17 And these signs will follow those who believe: in my name they'll drive out demons, speak in new tongues. ଯେଉଁମାନେ ବିଶ୍ୱାସ କରିବେ, ଏହିସବୁ ଚିହ୍ନ ସେମାନଙ୍କଠାରେ ପ୍ରକାଶିତ ହେବ, ସେମାନେ ମୋ ନାମରେ ଭୂତ ଛଡ଼ାଇବେ ଓ ନୂଆ ନୂଆ ଭାଷାରେ କଥା କହିବେ।
18 They will pick up snakes with their hands; if they drink deadly poison, it won't harm them; they will lay hands on the sick, and they will recover." ସେମାନେ ହାତରେ ସାପକୁ ଧରିଲେ ବା ଉତ୍କଟ ବିଷଦ୍ରବ୍ୟ ପାନ କଲେ, ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ସେମାନେ ରୋଗୀମାନଙ୍କ ଉପରେ ହାତ ରଖିଲେ, ସେମାନେ ସୁସ୍ଥ ହେବେ।”
19 After speaking to them, the Lord Jesus was taken up into heaven and sat at the right hand of our Father. ପ୍ରଭୁ ଯୀଶୁ ସେମାନଙ୍କୁ ଏହିସମସ୍ତ କଥା କହିସାରିବା ପରେ ସ୍ଵର୍ଗକୁ ନୀତ ହେଲେ ଏବଂ ଈଶ୍ୱରଙ୍କ ଦକ୍ଷିଣପାର୍ଶ୍ୱରେ ଉପବେଶନ କଲେ।
20 They went out and preached everywhere, the Lord working with them, confirming his word through accompanying signs. ତତ୍ପରେ ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ ଏବଂ ପ୍ରଭୁ ସେମାନଙ୍କ ସହ କାର୍ଯ୍ୟ କରି ପ୍ରକାଶିତ ଚିହ୍ନ ଦ୍ଵାରା ନିଜର ବାକ୍ୟକୁ ପ୍ରମାଣିତ କଲେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]