Skip to content
The Believer's Library

Biblica® Open Odia Contemporary Bible

John 9 OOCB

Show OOCB only
Verse × ×
1 As Jesus passed by, he saw a man who had been blind from birth. ଯୀଶୁ ବାଟରେ ଯାଉଥିବା ସମୟରେ, ଜଣେ ଲୋକକୁ ଦେଖିଲେ ସେ ଜନ୍ମରୁ ଅନ୍ଧ ଥିଲା।
2 His disciples asked him, "Rabbi, who sinned, this man or his parents, that he was born blind?" ତାଙ୍କର ଶିଷ୍ୟମାନେ ତାଙ୍କୁ ପଚାରିଲେ, “ଗୁରୁ, କିଏ ପାପ କରିଥିବାରୁ ଏହି ଲୋକ ଅନ୍ଧ ହୋଇ ଜନ୍ମ ହେଲା, ଏ ନିଜେ, କି ତାହାର ପିତାମାତା?”
3 "Neither this man nor his parents sinned,' Jesus answered, 'but this happened so the works of our Father might be revealed in him. ଯୀଶୁ କହିଲେ, “ଏ ନିଜେ କିମ୍ବା ଏହାର ପିତାମାତା ପାପ କରିଥିଲେ ବୋଲି ନୁହେଁ,” କିନ୍ତୁ ଏହାର ଜୀବନରେ ଈଶ୍ୱରଙ୍କ କର୍ମ ଯେପରି ପ୍ରଦର୍ଶିତ ହେବ ଏଥିପାଇଁ ଏହା ଘଟିଛି।
4 We must do the works of the one who sent me while it is day; night comes, when no one can work. ଯେ ମୋତେ ପଠାଇଛନ୍ତି, ଦିନ ଥାଉଁ ଥାଉଁ, ଆମକୁ ତାହାଙ୍କର କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ। ରାତ୍ରି ଘନାଇ ଆସୁଛି, ସେତେବେଳେ କେହି କାର୍ଯ୍ୟ କରିପାରିବ ନାହିଁ।
5 As long as I am in the world, I am the light of the world.'" ଯେପର୍ଯ୍ୟନ୍ତ ମୁଁ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତି।
6 Saying this, he spat on the ground, made mud from the saliva, and smeared it on the man's eyes. ଏହା କହି, ସେ ଭୂମିରେ ଛେପ ପକାଇ, ଛେପରେ କାଦୁଅ କଲେ, ଏବଂ ସେହି ଲୋକର ଆଖିରେ ଲଗାଇଲେ।
7 He told him, "Go, wash in the pool of Siloam" (meaning Sent). So the man went, washed, and returned able to see. ସେ ତାକୁ କହିଲେ, “ଯାଅ,” ଶିଲୋହ ଅର୍ଥାତ୍ ପ୍ରେରିତ ପୁଷ୍କରିଣୀରେ ଧୋଇ ହୁଅ। ଅତଏବ ଲୋକଟି ଚାଲିଯାଇ ଧୋଇ ହେଲା, ଓ ଦୃଷ୍ଟି ପାଇ ଘରକୁ ଚାଲିଗଲା।
8 Neighbors and those who'd seen him begging before said, "Isn't this the one who used to sit and beg?" ତାହାର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ପୂର୍ବେ ଭିକ ମାଗିବାର ଦେଖିଥିଲେ ସେମାନେ ପଚାରିଲେ, “ଯିଏ ବସି ଭିକ ମାଗୁଥିଲା, ଏ କଅଣ ସେହି ଲୋକ ନୁହେଁ?”
9 Some said, "That's him." Others said, "No, he just looks like him." He kept saying, "I'm the one." କେହି କେହି କହିଲେ ଏ ସେହି ଲୋକ। ଆଉ କେହି କେହି କହିଲେ, “ନା, ସେ ତା ପରି ଦିଶୁଛି।” କିନ୍ତୁ ସେ ନିଜେ ଦୃଢ଼ଭାବେ କହିଲା, “ମୁଁ ସେହି ଲୋକ।”
10 So they asked him, "Then how were your eyes opened?" ସେମାନେ ପ୍ରଶ୍ନ କଲେ। “ତା ହେଲେ ତୋର ଆଖି ଫିଟିଗଲା କିପରି?”
11 He replied, "The man called Jesus made mud, smeared it on my eyes, and told me, 'Go to Siloam and wash.' So I went, washed, and could see." ସେ ଉତ୍ତର ଦେଲା, “ଯୀଶୁ ନାମକ ଜଣେବ୍ୟକ୍ତି କିଛି କାଦୁଅ କରି ମୋ ଆଖିରେ ଲଗାଇଲେ। ଏବଂ ଶିଲୋହ ପୁଷ୍କରିଣୀକୁ ଯାଇ ଧୋଇ ଦେବାକୁ ମୋତେ କହିଲେ। ତେଣୁ ମୁଁ ଗଲି ଧୋଇ ହେଲି, ଓ ଦୃଷ୍ଟି ପାଇଲି।”
12 They said to him, "Where is he?" He said, "I do not know." ସେମାନେ ତାକୁ ପଚାରିଲେ। “ସେ ଲୋକ କାହିଁ?” ସେ କହିଲା। “ମୁଁ ଜାଣେ ନାହିଁ।”
13 They brought the man who had been blind to the Pharisees. ଯେଉଁ ଲୋକଟି ଅନ୍ଧ ଥିଲା ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ନେଇଗଲେ।
14 Now it was a Sabbath day when Jesus made the mud and opened his eyes. ଯୀଶୁ ଯେଉଁଦିନ କାଦୁଅ କରି ସେହି ଲୋକକୁ ଦୃଷ୍ଟିଶକ୍ତି ଦେଇଥିଲେ ସେଦିନ ଥିଲା ଏକ ଶାବତବାର।
15 So the Pharisees also asked him again how he had gained sight. He told them, "He put mud on my eyes, and I washed, and I see." ସେଥିପାଇଁ ସେ କିପରି ଦୃଷ୍ଟି ପାଇଲା ଫାରୂଶୀମାନେ ମଧ୍ୟ ତାକୁ ପଚାରିଲେ। ଲୋକଟି କହିଲା, “ସେ ମୋ ଆଖିରେ କାଦୁଅ ଲଗାଇଲେ, ମୁଁ ଧୋଇ ଦେଲି, ଓ ଏବେ ଦେଖିପାରୁଛି।”
16 Some Pharisees said, "This man isn't from God—he doesn't keep the Sabbath." Others said, "How can a sinful man do such signs?" So they were divided among them. ଫାରୂଶୀମାନଙ୍କ ମଧ୍ୟରୁ କେତେଜଣ କହିଲେ, “ସେହି ଲୋକ ଈଶ୍ୱରଙ୍କ ନିକଟରୁ ଆସି ନାହିଁ, କାରଣ ସେ ଶାବତବାର ପାଳନ କରୁ ନାହିଁ।” କିନ୍ତୁ ଅନ୍ୟମାନେ ପ୍ରଶ୍ନ କଲେ, “ଜଣେ ପାପୀ କିପରି ଏପ୍ରକାର ଅଲୌକିକ କାର୍ଯ୍ୟ କରିପାରେ?” ଏହିରୂପେ ସେମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଲା।
17 Again they asked the blind man, "What do you say about him, since he opened your eyes?" He said, "He is a prophet." ଅବଶେଷରେ ସେମାନେ ପୁଣି ଥରେ ସେହି ଅନ୍ଧ ଲୋକକୁ ପଚାରିଲେ, “ସେ ତୋର ଆଖି ଫିଟାଇ ଦେଲେ।” ତେଣୁ ତାଙ୍କ ବିଷୟରେ ତୋର କଅଣ କହିବାର ଅଛି? ସେହି ଲୋକ ଉତ୍ତର ଦେଲା, “ସେ ଜଣେ ଭାବବାଦୀ।”
18 The Jews did not believe he had been blind and gained sight, until they summoned the parents of the man who had gained sight. ଲୋକଟି ଯେ ଅନ୍ଧ ଥିଲା ଓ ଦୃଷ୍ଟି ପାଇଛି ଏ କଥା ତାହାର ପିତାମାତାକୁ ଡାକି ନ ପଚାରିବା ପର୍ଯ୍ୟନ୍ତ ଯିହୁଦୀମାନେ ବିଶ୍ୱାସ କଲେ ନାହିଁ।
19 They asked them, "Is this your son you say was born blind? How then does he now see?" ସେମାନେ ପଚାରିଲେ। “ଏ କଅଣ ତୁମମାନଙ୍କର ପୁଅ?” ଏ କଅଣ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି ତୁମେମାନେ କହୁଛ? “ତା ହେଲେ ସେ ଏବେ କିପରି ଦେଖିପାରୁଛି?”
20 His parents answered, "We know that this is our son and that he was born blind. ପିତାମାତା ଉତ୍ତର ଦେଲେ, ଏ ଯେ ଆମର ପୁଅ ଓ ଅନ୍ଧ ହୋଇ ଜନ୍ମ ହୋଇଥିଲା ଏ କଥା ଆମେ ଜାଣୁ।
21 But how he now sees, we don't know; or who opened his eyes, we don't know. Ask him—he's an adult; he'll speak for himself." କିନ୍ତୁ ଏବେ ସେ କିପରି ଦେଖିପାରୁଛି, କିମ୍ବା କିଏ ତାହାର ଆଖି ଫିଟାଇଦେଲା, ତାହା ଆମେ ଜାଣି ନାହୁଁ। ତାକୁ ପଚାରନ୍ତୁ। ତାହାର ବୟସ ହେଲାଣି; ସେ ନିଜେ ତା କଥା କହିବ।
22 His parents said this, fearing the Jews, since the Jews had already agreed that if anyone confessed Jesus as the Christ, he would be expelled from the synagogue. ସେହି ଲୋକର ପିତାମାତା ଯିହୁଦୀମାନଙ୍କ ଭୟରେ ସେପରି କହିଲେ, କାରଣ ଯେକେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରିବ ତାକୁ ସମାଜଚ୍ୟୁତ କରାଯିବ ବୋଲି ଯିହୁଦୀମାନେ ସ୍ଥିର କରି ସାରିଥିଲେ।
23 That was why his parents said, "He is of age; ask him." ସେହି କାରଣରୁ ତାହାର ପିତାମାତା କହିଲେ, “ତାହାର ବୟସ ହେଲାଣି; ତାକୁ ପଚାରନ୍ତୁ।”
24 So they called the once-blind man again and said, "Give God the glory. We know this man is a sinner." ପୂର୍ବେ ଯେ ଅନ୍ଧ ଥିଲା ତାକୁ ସେମାନେ ଦ୍ୱିତୀୟ ଥର ଡକାଇ କହିଲେ। “ଈଶ୍ୱରଙ୍କୁ ଗୌରବ ଦିଅ, ଆମେ ଜାଣୁ ଯେ ସେହି ଲୋକଟା ପାପୀ।”
25 He replied, "Whether he's a sinner, I don't know. I know one thing: I was blind, now I see." ସେ ଉତ୍ତର ଦେଲା, “ସେ ପାପୀ କି ନୁହନ୍ତି, ତାହା ମୁଁ ଜାଣେ ନାହିଁ। ଗୋଟିଏ କଥା ମୁଁ ଭଲଭାବେ ଜାଣେ। ମୁଁ ଅନ୍ଧ ଥିଲି କିନ୍ତୁ ଏବେ ଦେଖିପାରୁଛି!”
26 They said to him, "What did he do to you? How did he open your eyes?" ତା ପରେ ସେମାନେ ତାକୁ ପଚାରିଲେ, “ସେ ତୋତେ କଅଣ କଲା? ସେ କିପରି ତୋର ଆଖି ଫିଟାଇ ଦେଲା?”
27 He answered them, "I already told you, and you didn't listen. Why do you want to hear it again? Do you also want to become his disciples?" ସେ ଉତ୍ତର ଦେଲା, “ମୁଁ ଆପଣମାନଙ୍କୁ କହି ସାରିଲିଣି ଆପଣମାନେ ଶୁଣିଲେ ନାହିଁ। ପୁଣି ଥରେ କାହିଁକି ଶୁଣିବାକୁ ଇଚ୍ଛା କରୁଛନ୍ତି? ଆପଣମାନେ ମଧ୍ୟ ତାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଛନ୍ତି କି?”
28 And they reviled him, saying, "You are his disciple, but we are disciples of Moses. ସେମାନେ ତା ଉପରେ ଗାଳି ବର୍ଷଣ କରି କହିଲେ, “ତୁ ଏହି ଲୋକଟାର ଶିଷ୍ୟ! ଆମେ ମୋଶାଙ୍କର ଶିଷ୍ୟ!
29 We know God spoke to Moses, but we don't know where this man is from." ଆମେ ଜାଣୁ ଯେ ଈଶ୍ୱର ମୋଶାଙ୍କୁ କଥା କହିଥିଲେ, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଛି, ଆମେ ତା ମଧ୍ୟ ଜାଣି ନାହୁଁ।”
30 The man answered them, "Here's the amazing thing: you don't know where he's from, yet he opened my eyes. ଲୋକଟି ଉତ୍ତର ଦେଲା, “ବଡ଼ ଆଶ୍ଚର୍ଯ୍ୟ କଥା! ସେ ମୋର ଆଖି ଫିଟାଇ ଦେଲେ, ଅଥଚ ସେ କେଉଁଠାରୁ ଆସିଛନ୍ତି ଆପଣମାନେ ଜାଣନ୍ତି ନାହିଁ।
31 We know God doesn't listen to sinners, but if anyone reveres God and does his will, God listens to him. ଆମେ ଜାଣୁ ଯେ ଈଶ୍ୱର ପାପୀମାନଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯିଏ ତାହାଙ୍କର ଇଚ୍ଛା ସାଧନ କରେ ଏପରି ଈଶ୍ୱରପରାୟଣ ଲୋକଙ୍କର କଥା ଶୁଣନ୍ତି।
32 Never since the world began has anyone heard of someone opening the eyes of a person born blind. ସୃଷ୍ଟିର ଆରମ୍ଭରୁ ଜନ୍ମାନ୍ଧକୁ ଦୃଷ୍ଟି ଦେବା କଥା କେହି କେବେ ଶୁଣି ନାହିଁ।
33 If this man were not from God, he could do nothing." ଏହି ବ୍ୟକ୍ତି ଯଦି ଈଶ୍ୱରଙ୍କ ନିକଟରୁ ଆସି ନ ଥାଆନ୍ତେ, ତେବେ ସେ କିଛି କରି ପାରନ୍ତେ ନାହିଁ।”
34 They answered him, "You were born entirely in sin, yet you teach us?" and threw him out. ତହୁଁ ସେମାନେ ଉତ୍ତର ଦେଲେ, “ତୁ ତ ପୂରାପୂରି ପାପରେ ଜନ୍ମ ହେଲୁ; ତୁ ପୁଣି କେଉଁ ସାହସରେ ଆମକୁ ଶିକ୍ଷା ଦେଉଛୁ!” ଏହା କହି ସେମାନେ ତାକୁ ବହିଷ୍କାର କରିଦେଲେ।
35 Jesus heard they had thrown him out, and finding him, said, "Do you believe in the Son of Man?" ସେମାନେ ତାକୁ ସମାଜରୁ ବହିଷ୍କାର କରିଦେଇଛନ୍ତି ବୋଲି ଯୀଶୁ ଶୁଣିଲେ, ଓ ତାହାର ଭେଟ ପାଇ କହିଲେ, “ତୁମେ କଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ?”
36 He answered, "And who is he, sir, so I can believe in him?" ସେହି ଲୋକ ପଚାରିଲା। “ମହାଶୟ, ସେ କିଏ? ମୋତେ କୁହନ୍ତୁ ତା ହେଲେ ମୁଁ ତାଙ୍କଠାରେ ବିଶ୍ୱାସ କରିବି।”
37 Jesus said to him, "You have seen him, and it is he who is speaking with you." ଯୀଶୁ କହିଲେ, “ତୁମେ ତାଙ୍କୁ ଦେଖୁଅଛ; ଓ ସେ ହିଁ, ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।”
38 He said, "Lord, I believe," and he worshiped him. ଏଉତ୍ତାରେ ସେହି ଲୋକ କହିଲା, “ପ୍ରଭୁ, ମୁଁ ବିଶ୍ୱାସ କରୁଛି,” ଏହା କହି ସେ ତାଙ୍କର ଆରାଧନା କଲା।
39 Jesus said, "I came into this world for judgment, so those who don't see may see, and those who see may become blind." ଯୀଶୁ କହିଲେ, “ଯେପରି ଦୃଷ୍ଟିହୀନମାନେ ଦେଖିବେ ଓ ଦୃଷ୍ଟି ଥିବା ଲୋକେ ଅନ୍ଧ ହେବେ, ଏହି ବିଚାର ପାଇଁ ମୁଁ ଜଗତକୁ ଆସିଅଛି।”
40 Some Pharisees with him heard this and said, "Are we blind too?" ତାହାଙ୍କ ସଙ୍ଗରେ ଥିବା କେତେକ ଫାରୂଶୀ ତାଙ୍କୁ ଏହି କଥା କହିବାର ଶୁଣି ପଚାରିଲେ, “କଣ? ଆମେ ମଧ୍ୟ କଅଣ ଅନ୍ଧ?”
41 Jesus told them, "If you were blind, you would have no sin; but since you say, 'We see,' your sin remains." ଯୀଶୁ କହିଲେ, “ତୁମ୍ଭେମାନେ ଯଦି ଅନ୍ଧ ହୋଇଥାଆନ୍ତ, ତେବେ ତୁମକୁ ଦୋଷ ଲାଗି ନ ଥାଆନ୍ତା; କିନ୍ତୁ ତୁମେମାନେ ଦେଖିପାରୁଛ ବୋଲି ଏବେ କହୁଥିବାରୁ, ତୁମର ଦୋଷ ଲାଗି ରହେ।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]