Skip to content
The Believer's Library

Biblica® Open Odia Contemporary Bible

James 3 OOCB

Show OOCB only
Verse × ×
1 My brothers and sisters, not many of you should become teachers, since we teachers face stricter judgment. ହେ ମୋହର ଭାଇମାନେ ତୁମ୍ଭମାନଙ୍କମଧ୍ୟରୁ ଅନେକେ ଶିକ୍ଷାଦାତା ହେବାକୁ ସାହସ ନ କରନ୍ତୁ, କାରଣ ତୁମ୍ଭେମାନେ ଜାଣିଅଛ ଯେ ଆମେ ଅର୍ଥାତ୍ ଯେଉଁମାନେ ଶିକ୍ଷାଦାନ କରୁ, ଆମର ବିଚାର ଅଧିକ କଠୋର ହେବ।
2 For we all stumble in many ways. Anyone who never stumbles in speech is a mature man, able to control his whole body too. ଆମେ ସମସ୍ତେ ଅନେକ ବିଷୟରେ ଝୁଣ୍ଟି ପଡ଼ୁ। କେହି ଯଦି ନିଜ କଥାବାର୍ତ୍ତାରେ କେବେ ଭୁଲ କରେ ନାହିଁ, ତେବେ ସେ ସିଦ୍ଧ ମନୁଷ୍ୟ ସମଗ୍ର ଶରୀରକୁ ଆୟତ୍ତରେ ରଖିବାକୁ ସମର୍ଥ।
3 If we put bits in horses' mouths to make them obey us, we guide their whole bodies too. ଆମେ ଘୋଡ଼ାମାନଙ୍କୁ ବଶରେ ରଖିବା ପାଇଁ ସେମାନଙ୍କ ତୁଣ୍ଡରେ ଲଗାମ ଦେଲେ, ପୂରା ଘୋଡ଼ାଟିକୁ ବୁଲାଇ ପାରୁ।
4 Consider ships too: though large and driven by strong winds, a tiny rudder steers them wherever the pilot wants. ଅଥବା ଉଦାହରଣ ସ୍ଵରୂପେ ଜାହାଜଗୁଡ଼ିକ ଦେଖ, ଯଦିବା ସେଗୁଡ଼ିକ ଅତି ବୃହତ୍ ଓ ପ୍ରବଳ ପବନରେ ଚାଳିତ ହୁଏ, ତଥାପି ଜାହାଜ ଚାଳକ ଏକ ଅତି କ୍ଷୁଦ୍ର ମଙ୍ଗ ଦ୍ଵାରା ତାହାର ଯେଉଁଆଡ଼େ ଇଚ୍ଛା ସେଆଡ଼େ ଚଳାଇ ନିଏ।
5 So too the tongue is a small body part, yet boasts great things. See how small a fire sets ablaze a great forest! ସେହିପ୍ରକାରେ, ଜିହ୍ଵା ମଧ୍ୟ ଶରୀରର ଏକ କ୍ଷୁଦ୍ର ଅଙ୍ଗ, କିନ୍ତୁ ବଡ଼ ଗର୍ବର କଥା କହେ। ଭାବି ଦେଖ କେତେ କ୍ଷୁଦ୍ର ଅଗ୍ମିକଣିକା ଦ୍ଵାରା କେତେ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ।
6 The tongue is a fire, a world of wickedness placed among our body's parts. It stains the whole body, sets the whole course of life ablaze, and is itself set ablaze by hell. ଜିହ୍ଵା ମଧ୍ୟ ଅଗ୍ନିସ୍ଵରୂପ, ଶରୀରର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯାବତୀୟ ଅଧର୍ମର ମୂଳ। ଏହା ସମଗ୍ର ବ୍ୟକ୍ତିକୁ କଳୁଷିତ କରେ, ତାହାର ଜୀବନର ସମଗ୍ର ଗତିପଥକୁ ଜାଳିଦିଏ, ଏବଂ ନିଜେ ନରକାଗ୍ମିରେ ପ୍ରଜ୍ୱଳିତ ହୁଏ।
7 Every kind of beast, bird, reptile, and sea creature is tamed, and has been tamed, by humankind, ସବୁ ଜାତିର ପଶୁ, ପକ୍ଷୀ, ସରୀସୃପ ଏବଂ ଜଳଚର ପ୍ରାଣୀଙ୍କୁ ମନୁଷ୍ୟ ବଶ କରୁଅଛି ଓ କରିଅଛି,
8 but no human being can tame the tongue. It is a restless evil, full of deadly poison. କିନ୍ତୁ କୌଣସି ମନୁଷ୍ୟ ଜିହ୍ଵାକୁ ଆୟତ୍ତ କରିପାରେ ନାହିଁ। ଏହା ଅନିଷ୍ଟ ସାଧନରେ ସଦା ଚଞ୍ଚଳ, ମାରାତ୍ମକ ଗରଳରେ ପରିପୂର୍ଣ୍ଣ।
9 With it we bless our Father; with it we curse people made in the likeness of our Father. ଜିହ୍ଵା ଦ୍ଵାରା ଆମେ ପ୍ରଭୁ ଓ ପିତାଙ୍କର ସ୍ତୁତିବାଦ କରିଥାଉ, ପୁଣି ସେହି ଜିହ୍ଵା ଦ୍ଵାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟମାନଙ୍କୁ ଅଭୀଶାପ ଦେଇଥାଉ।
10 From the same mouth come blessing and cursing. My brothers and sisters, this should not be. ଗୋଟିଏ ମୁଖରୁ ହିଁ ପ୍ରଶଂସା ଓ ଅଭୀଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ୍ ନୁହେଁ।
11 Does a spring pour out both fresh and bitter water from the same opening? ଗୋଟିଏ ଝରଣାରୁ କଅଣ ମଧୁର ଜଳ ଓ ଲବଣାକ୍ତ ଜଳ ପ୍ରବାହିତ ହୋଇପାରେ?
12 Brothers and sisters, can a fig tree bear olives, or a vine figs? Neither can a salt spring yield fresh water. ହେ ମୋହର ଭାଇମାନେ, ଡିମ୍ବିରି ଗଛ କଅଣ ଅଲିଭ୍ ଫଳ, କିମ୍ବା ଅଙ୍ଗୁରଲତା କଅଣ ଡିମ୍ବିରି ଫଳ ଧାରଣ କରିପାରେ? ସେହିପରି ଲବଣାକ୍ତ ଝରଣାରୁ ମଧୁର ଜଳ ନିର୍ଗତ ହୋଇପାରେ ନାହିଁ।
13 Who is wise and understanding among you? Let him show his deeds through good conduct, in wisdom's humility. ତୁମ୍ଭମାନଙ୍କମଧ୍ୟରେ କିଏ ଜ୍ଞାନୀ ଓ ବୁଦ୍ଧିମାନ? ସେ ନିଜର ସତ୍ ଜୀବନରେ, ଏବଂ ଜ୍ଞାନଜନିତ ନମ୍ରତା ସହକାରେ କାର୍ଯ୍ୟ କରି ତାହା ପ୍ରକାଶ କରୁ।
14 But if bitter envy and selfish ambition fill your heart, don't boast or lie against the truth. କିନ୍ତୁ ତୁମେ ଯଦି ହୃଦୟରେ ତୀବ୍ର ପରଶ୍ରୀକାତରତା ଓ ସ୍ୱାର୍ଥଗତ ଉଚ୍ଚାକାଂକ୍ଷ୍ୟା ପୋଷଣ କରୁଥାଅ, ତେବେ ସେବିଷୟରେ ଗର୍ବ କର ନାହିଁ କିମ୍ବା ସତ୍ୟକୁ ଅସ୍ୱୀକାର କର ନାହିଁ।
15 This is not the wisdom that comes down from above, but is earthly, unspiritual, demonic. ସେପ୍ରକାର “ଜ୍ଞାନ” ସ୍ଵର୍ଗରୁ ଆଗତ ନୁହେଁ, କିନ୍ତୁ ତାହା ଜାଗତିକ, ଇନ୍ଦ୍ରିୟପରାୟଣ ଓ ପୈଶାଚିକ।
16 For where there is jealousy and selfish ambition, there will be disorder and every vile practice. କାରଣ ଯେଉଁଠାରେ ପରଶ୍ରୀକାତରତା ଓ ସ୍ୱାର୍ଥଗତ ଉଚ୍ଚାକାଂକ୍ଷ୍ୟା ରହିଅଛି, ସେଠାରେ ବିକୃତି ଓ ସମସ୍ତ ଅସଦାଚରଣ ଦେଖାଯାଏ।
17 Wisdom from above: pure first, then peace-loving, gentle, reasonable, full of mercy and good fruit, unbiased, sincere. କିନ୍ତୁ ଯେଉଁ ଜ୍ଞାନ ସ୍ଵର୍ଗରୁ ଆଗତ ତାହା ପ୍ରଥମତଃ ନିର୍ମଳ ତା ପରେ ଶାନ୍ତିପ୍ରିୟ, ସହାନୁଭୂତିଶୀଳ, ବିନୀତ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ତାହା ନିରପେକ୍ଷ ଓ ନିଷ୍କପଟ।
18 And the harvest of righteousness is sown in peace by those who make peace. ଯେଉଁ ଶାନ୍ତି ସ୍ଥାପନକାରୀ ଲୋକମାନେ ଶାନ୍ତିରେ ବୀଜ ବୁଣନ୍ତି ସେମାନେ ଧାର୍ମିକତାରୂପ ଫସଲ ଉତ୍ପନ୍ନ କରନ୍ତି।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]