Side by side with the Father's Heart Bible™ ସୁକଲ୍ ଜାଗାର୍ ପାଇ ଦାନ୍
1ତାର୍ପଚେ ସବୁବେଲର୍ ମାପ୍ରୁ ମସାକେ କଇଲା, , 2ତମେ ଇସ୍ରାଏଲର୍ ଲକର୍ ତେଇ ଅନି ସବୁବେଲର୍ ମାପ୍ରୁ ପାଇ ଚାନ୍ଦା ଟୁଲି ଆଇବାକେ କଅ, ଜେ ମନ୍ କର୍ସି ତାର୍ ଲଗେଅନି ଚାନ୍ଦା ଆଦାଇ କରା । 3ଜନ୍ଟା କି ସୁନା, ରୁପା ଆରି ପିତଲ୍; 4ଆରି ନିଲିଆ ରଙ୍ଗ୍, ବାଇଗନ୍ ରଙ୍ଗ୍, ସିନ୍ଦୁର୍ ରଙ୍ଗର୍ ପଚିଆ; ଦବ୍ଲା ରଙ୍ଗର୍ ସୁତାପଚିଆ, ଚେଲିର୍ ବାଲ୍, 5ଆରି ରଙ୍ଗୁଆ ମେଣ୍ଡା ଚାମ୍ ଆରି କଉଁଲା ଚାମ୍ ଆକାସିଆ ପାଟା, 6ସରାଇ ଚିକନ୍, ଅବିସେକ୍ କର୍ବାକେ ଚିକନ୍ ଆରି ବାସ୍ନା ଦୁପ୍ନି ଆରି ବାସ୍ନା ଦିନ୍ସୁ , 7ଆରି ଏପଦ୍, ବୁକେ ବାନ୍ଦିଅଇବାକେ ଗରୁ ବସ୍ତର୍ ବେସି ମୁଲିଅର୍ ପାକ୍ନା, ଏ ସବୁ ପୁରୁସ୍କାର୍ ସେମନର୍ ତେଇଅନି ପାଇବୁ। 8ସେମନ୍ ଆମର୍ ପାଇ ଗଟେକ୍ ସୁକଲ୍ ବେଦି ତିଆର୍ କରତ୍; ମୁଇ ତାକର୍ ଲଗେ ବାସା ଅଇବି । 9ସମାଗମ୍ ତୁମ୍ ଆରି ତେଇ ରଇବା ଗିନାର୍ କେମ୍ତି ରଇବାର୍, ମୁଇ ଜେନ୍ତାର୍ ନମୁନା ଦେବି ସେମ୍ତାର୍ ବାନ୍ଦବାକେ ତମ୍କେ ଦେକାଇ ଦେବି, ସେ ଇସାବେ ତମେ ସବୁ କାମ୍ କର୍ସା । 10ଆରି ,ସେମନ୍ ଆତେକ୍ ଅଦ୍ ଲମା ଆରି ଆତେକ୍ ଅଦ୍ ଅସାର୍ ଆରି ଆତେକ୍ ଅଦ୍ ଉଚା ଆକାସିଆ ପାଟା ସଙ୍ଗେ ଗଟେକ୍ ସିନ୍ଦୁକ୍ ପେଟିଆ ତିଆର୍ କର୍ବାଇ ।
ନିଅମ୍ ପେଡି
11ତାର୍ପଚେ ତମେ ସୁକଲ୍ ସୁନା ସଙ୍ଗେ ସେଟା ଚାପାଇସା; ତାର୍ ବିତର୍ ବାଟେ ଆରି ବାଇଲେ ମିସା ଚାପାଇସା, ଆରି, ତାର୍ ଚାରିବେଟ୍ତି ସୁନାର୍ ଅଣ୍ଟି ତିଆର୍ କର୍ସା । 12ତାର୍ପଚେ ବିତ୍ରେ ଆରି ବାଇରେ ନିକ ସୁନା ସଙ୍ଗ୍ ଡସାଇସା ଆରି ପେଡିର୍ ଚାରିବେଟ୍ତି ସୁନା ସଙ୍ଗେ ଅଟି ବାନ୍ଦ୍ସା, ତାର୍ପଚେ ଗଟେକ୍ ବାଟେ ଦୁଇଟା କଡା ଆରି ଗଟେବାଟେ ଦୁଇଟା କଡା ରଇସି । 13ଆକାସିଆ ଗଚ୍କେ ଦୁଇଟା କାଣା ତିଆର୍ କରି ସୁନାର୍ ପାତିଆ ଦେଇସା । 14ପେଡି ବଇବାକେ ପେଡିର୍ ଦୁଇପାଲିର୍ କଡୁ ତେଇ କନା ଚିଙ୍ଗ୍ଲାଇସା । 15ସେ କନା ପେଡିର୍ କଡୁ ତେଇସେ ଲାଗି ରଇସି, ବେଟ୍ବାର୍ ନାଇ । 16ଆରି ଆମେ ଜନ୍ ଲେକ୍ଲା ସାକି ପଟା ଦେବୁ ସେଟା ସେ ସାକି ପେଡି ବିତ୍ରେ ସଙ୍ଗ୍ଇସା ।
17ତାର୍ପଚେ ତମେ ତେଇ ଡାବ୍ବାକେ ସୁକଲ୍ ସୁନାର୍ ପାପ୍ ଡାବ୍ନା ତିଆର୍ କର୍ସା; ଦୁଇ ଆତ୍ ଲମ ଆରି ଗଟେ ଆତ୍ ଅସାର୍ । 18ସୁନାର୍ ଦୁଇଟା ଦୁତ୍ ତିଆର୍ କରା, ସେଟାକେ ମୁଟ୍ଲା ଲଗେ ମାରି ମାରି ବନାଇ, ପାପ୍ ଡାବ୍ନାର୍ ଦୁଇ ମୁଣ୍ଡେ ଲାଗାଇସା 19ଗଟେକ୍ ଦୁତ୍ ଗଟେକ୍ ମୁଣ୍ଡେ ଆରି ସେ ମୁଣ୍ଡେ ଆରି ଗଟେକ୍ କିରୁବ୍ ଲାଗାଇସା ; 20ଆରି ଦୁତ୍ ଦୁଇଟା ମିଆମୁଇ ଅଇ ଡେନା ଉପ୍ରେ କରି ପାପ୍ ଡାବ୍ନାକେ ଡାବି ରଇସି, ଆରି କିରୁବ୍ମନର୍ ମୁ ପାପ୍ ଡାବ୍ନା ବାଟେ ରଇସି । 21ତମେ ଜନ୍ କିରୁବ୍ ଲାଗ୍ଲା ଡାବ୍ନା ଉଗାଡି ସାକି ପେଡି ଉପ୍ରେ ସଙ୍ଗଇସା ତେଇ ମୁଇ ଲେକ୍ଲା ପୁସ୍ତକ୍ ଦେବି ବିତ୍ରେ ସଙ୍ଗଇସା । 22ଆରି ମୁଇ ଆସି ତମ୍କେ ସେ ଜାଗାଇମିସ୍ବି, ଆରି ପାପ୍ ଡାବ୍ନା ଉପ୍ରେ ଅଇ, ଆରି, ସାକି ପେଡି ଲଗେ ଇବା ଦୁଇଟା ଦୁତ୍ ବିତ୍ରେ ଅନି ତମର୍ ଲଗେ କାତା ଅଇବି ଅରି ଇସ୍ରାଏଲର୍ ସର୍ତେ ଆମର୍ ଆଦେସ୍ ତମ୍କେ ଜାନାଇବି ।
ରୁଟି ସଙ୍ଗଇବା ସୁକଲ୍ ଟେବୁଲ୍
23ତାର୍ପଚେ ତମେ ଆକାସିଆ ପାଟା ସଙ୍ଗ୍ ଗଟେକ୍ ଟେବୁଲ୍ ତିଆର୍ କରା, ଦୁଇଆତ୍ ଲମ୍, ଗଟେଆତ୍ ଅସାର୍, ଦୁଇଆତ୍ ଅଦା ଉଚା । 24ନିକ ସୁନା ସଙ୍ଗ୍ ଗୁଡିଆଇସା ଆରି ତାର୍ ଚାରିବେଡ୍ତି ସୁନାର୍ କାନ୍ତି ରଇସି। 25ତାର୍ ଚାରିବେଟ୍ତି ଚାରି ଆଙ୍ଗୁଲର୍ ଗଟେକ୍ ବେସ୍ଟନ୍ ତିଆର୍ କର୍ସା, ସେ ବେସ୍ଟନର୍ ଚାରିବେଟ୍ତି ସୁନାର୍ କାନ୍ତି ଉଟାଇସା । 26ଆରି ସୁନାର୍ ଚାର୍ଟା କଡୁ ତିଆର୍ କରି ଚାରି କନେ ଚାର୍ଟା ଗଡ୍ପାକେ ଲାଗାଇସା । 27ଟେବୁଲ୍ କନାପୁରାଇ ବଇବାକେ ବେସ୍ଟନର୍ ଲଗେ କଡୁ ପାକାଇରଇସା । 28ସେ ଟେବୁଲ୍ ବଇବାକେ ଆକାସିଆ କନା ତିଆର୍ କରି ତାର୍ ଉପ୍ରେ ସୁନା ଡସାଇରଇସା। 29ତାଲା, ଚଟୁ, ଗିନା, ଅର୍କି ଡାଲ୍ବାକେ ଗଟେ ନକି ତିଆର୍ କର୍ସା, ସେଟ ସବୁ ନିକ ସୁନା ସଙ୍ଗେ ତିଆର୍ କର୍ସା । 30ତମେ ସେ ଟେବୁଲ୍ ଉପ୍ରେ ସବୁବେଲର୍ ମାପ୍ରୁର୍ ପାଇ ସୁକଲ୍ ରୁଟି ସଙ୍ଗଇସା ।
ସୁନାର୍ ଦିପ୍ରୁକା
31ଆରି ତମେ ନିର୍ମଲ୍ ସୁନା ସଙ୍ଗେ ଗଟେକ୍ ଦିପ୍ରକା ତିଆର୍ କର୍ସା, ଆରି ଆତ୍ ସଙ୍ଗ ମୁଟ୍ଲା ମାରି କରି ସେଟା ଗଣ୍ଡି, ସାକା, ତିଆର୍ କର୍, ଆରି ସେଟା ବାଙ୍କା ରଇସି ପୁଲ୍ ପାରା ତିଆର୍ କର୍ସା । 32ଆରି ସେଟା ଚଅଟା ସାକା ରଇସି,ଏ ବାଟେ ତିନ୍ଟା ସେବାଟେ ତିନ୍ଟା । 33ଗଟେ ଗଟେ ସାକାତେଇ ତିନ୍ ତିନ୍ଟା ବାଦାମ୍ ପୁଲ୍ ପାରା ସରା ସଙ୍ଗଇବାଟା ତିଆର୍ କର୍ସା, ଏନ୍ତାରି ଚଅଟା ସାକା ତିଆର୍ କର୍ସା । 34ମାତର୍ ଦିପ୍ରକା ବାଦାମ୍ପୁଲ୍ ପାରା ଚାର୍ଟା ଦାର୍ ରଇସି ଆରି ଗଟିର୍ପୁଲ୍ ପାରା ରଇସି । 35ଆରି ସେ ଦିପ୍ରକା ଜନ୍ ଚଅଟା ସାକା ରଇସି, ତେଇର୍ ଗଟେ ସାକା ତଲେ ଗଟେକ୍ ଗଟି, ଦୁଇଟା ସାକାର୍ ତଲେ ଗଟେକ୍ ଗଟି ଆରି ଗଟେକ୍ ସାକା ତଲେ ଗଟେକ୍ ଗଟି ରଇସି । 36ନିର୍ମଲ୍ ସୁନା ସଙ୍ଗେ ପାଦ୍, ଗଟେକ୍ ସୁନାର୍ ମୁଟ୍ଲା ତିଆର୍ କର୍ସା । 37ଆରି ତେଇରି ପାଇ ସାତ୍ଟା ସରା ତିଆର୍ କର୍ସା, ତାର୍ପଚେ ଲକ୍ମନ୍ ସେ ସରାର୍ ସଲିତାଇ ଜଇ ଡସାଇସି, ସେଟା ଲାଗି ଉଜଲ୍ ଅଇସି ଆରି ସେଟା ଆଗେ ଉଜଲ୍ ଅଇସି । 38ନିର୍ମଲ୍ ସୁନା ସଙ୍ଗେ ଚିମ୍ଟା ଆରି ଅର୍କି ତିଆର୍ କର୍ସା । 39ଏ ଦିପ୍ରକା ଆରି ସର୍ତେ ଜିନିସ୍ ତିରିସ୍ ପାଞ୍ଚ୍ କେଜି ନିକ ସୁନା ସଙ୍ଗେ ତିଆର୍ କରା । 40ଜାଗର୍ତା ରୁଆ ଡଙ୍ଗର୍ ଉପ୍ରେ ଜନ୍ ଜନ୍ କାତା କଇଆଚି ସେ ଇସାବେ ସର୍ତେ କରା ।