Side by side with the Father's Heart Bible™ ମାପ୍ରୁ ଆରିତରେକ୍ ଆଇଲାନି ତିଆର୍ ଅଇରୁଆ
1ଏ ବାଇମନ୍, ମାପ୍ରୁ ଜିସୁର୍ ଦିନ୍ କେବେ ଆରି କେଡେବେଲେ ଗଟ୍ସି, ସେ ବିସଇ ତମ୍କେ ଆରି ଅଦିକ୍ ଲେକ୍ବାକେ ଲଡା ନାଇ, 2କାଇକେବଇଲେ ମାପ୍ରୁର୍ ଦିନ୍ ଗଟେକ୍ ଚର୍ ରାତିଆ ଗରେ ଆସି ପୁର୍ଲାପାରା କେଟ୍ସି । 3ଜେଡେବେଲେ ଲକ୍ମନ୍ ସାନ୍ତିସଙ୍ଗ୍ ରଇକରି ଆମ୍କେ ଆରି କାଇ ବିପଦ୍ ନ ଆସେ ବଲି ବାବ୍ତେରଇବାଇ, ସେଡ୍କିବେଲେ ଅଟାତ୍ ଗାଗ୍ଡେଅଇ ରଇଲା ମାଇଜିକେ ପିଲା ଜନମ୍ ଅଇବାବେଲର୍ ଦୁକାସୁକାପାରା ବିନାସର୍ ବେଲା ଆସି କେଟ୍ସି । ଆରି ସେମନ୍ କାଇଟା କଲେମିସା ତେଇଅନି ବଁଚି ନାପାରତ୍ । 4ମାତର୍ ଏ ବାଇବଇନିମନ୍, ଏବେ ତମେ ଆନ୍ଦାରେ ବାସାଅଇ ରୁଆସ୍ ନାଇ । ତେବେ ସେ ଦିନ୍ ତମର୍ ନାଜାନ୍ତେ ଆରି ଜାଗ୍ରତ୍ ନ ରଇଲା ବେଲାଇ ଚର୍ପାରା ଅଇ ନ ଆସେ । 5ତମେ ସବୁଲକ୍ ଉଜଲ୍ ଆରି ଦିନ୍ ବେଲର୍ ପିଲାମନ୍ । ଆମେ ରାତିଆଇ କି ଆନ୍ଦାରେ ରଉନାଇ । 6ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ । 7ତେବେ ଜନ୍ ଲକ୍ମନ୍ ସଇବାଇ, ସେମନ୍ ରାତିବେଲେ ସଇବାଇ । ଆରି ଜନ୍ ଲକ୍ମନ୍ ମାତ୍ବାଇ, ସେମନ୍ ରାତିଆ ମାତ୍ବାଇ । 8ଆମର୍ ବିସ୍ବାସ୍ ଆରି ଆମର୍ ଆଲାଦ୍ ଗଟେକ୍ ରକିଆ ପାଇବା ଲୁଆର୍ ବସ୍ତର୍ ପାରା ରକିଆ କର୍ସି । ଆମର୍ ଆସା ଗଟେକ୍ ଲୁଆର୍ ଟପି ପାରା ଆମ୍କେ ରକିଆ କର୍ସି । 9କାଇକେବଇଲେ ପର୍ମେସର୍ ଆମ୍କେ ରିସାର୍ ମୁତାର୍ ଡଣ୍ଡ୍ ପାଇବାକେ ନ ବାଚିକରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଲାଗି, ମୁକ୍ତି ପାଇବାକେ ତିଆର୍ କଲାଆଚେ । 10ସେ ଆମର୍ ଲାଗି ତାର୍ ଜିବନ୍ ଦେଲା । ଜେନ୍ତିକି ଆମେ ଜାଗ୍ରତ୍ ଅଇକରି ରଇଲେ କି ସଇକରି ରଇଲେ ମିସା ତାର୍ ସଙ୍ଗ୍ ଜିଇକରି ରଇବାର୍ ଅଇସି । 11ତେବେ ତମେ ଜେନ୍ତାରି କଲାସ୍ନି, ସେନ୍ତାରି ନିଜର୍ ଲକ୍ମନ୍କେ ଦୁକ୍ ସାରାଆ । ଆରି ସାଇଜ କର୍ତେରୁଆ ।
ସାରାସାରି କାତା
12ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ତମର୍ ବିତ୍ରେ ଜନ୍ ଲକ୍ମନ୍ କସ୍ଟ କର୍ବାଇ, ଆରି ମାପ୍ରୁର୍ ସେବା କାମେ ମିସିକରି, ନେତା ପାରା ରଇକରି ତମ୍କେ ସିକାଇବାଇ, ସେମନ୍କେ ମାନିଅ କରା । 13ତାକର୍ କାମର୍ ଲାଗି ସେମନ୍କେ ଜିବନ୍ ପରାନ୍ ଦେଇକରି ଆଲାଦ୍ କରା । ନିଜର୍ ନିଜର୍ ଲକ୍ମନର୍ ସଙ୍ଗ୍ ସାନ୍ତିସଙ୍ଗ୍ ରୁଆ ।
14ଏ ବାଇବଇନିମନ୍, ଆମେ ତମ୍କେ ଗୁଆରି କଲୁନି । ପାଇଟି କାବାଡ୍ ନ କରି ବାଡୁ ଅଇ ରଇବା ଲକ୍ମନ୍କେ ଜାଗ୍ରତ୍ କରା । ତାକ୍ଲା ପୁଣ୍ଡ୍ଲା ଲକ୍ମନ୍କେ ଜତନ୍ କରା । ଡର୍ବା ଲକ୍ମନ୍କେ ସାଆସ୍ ଦିଆସ୍ । ଲକ୍ମନର୍ କୁଆ କାତା ମୁର୍ଚି କରି ରୁଆ । 15ଜାଗର୍ତା, କେ ମିସା କାର୍ଆଲେ ଅନିଆଇର୍ ବାଦୁଲେ ଅନିଆଇ ନ କରା । ତାର୍ ବାଦୁଲେ ନିଜର୍ ନିଜର୍ ବିତ୍ରେ ଆରି ସବୁଲକର୍ ପାଇ ସବୁବେଲେ ମଙ୍ଗଲ୍ କର୍ବାକେ ଚେସ୍ଟା କରା ।
16ସବୁବେଲେ ସାର୍ଦାଅଇ ରୁଆ । 17ସବୁବେଲେ ପାର୍ତନା କରା । 18ସବୁ ସୁକ୍ ଦୁକ୍ ବେଲେ ମାପ୍ରୁକେ ଦନିଅବାଦ୍ ଦିଆସ୍ । କାଇକେବଇଲେ କିରିସ୍ଟ ଜିସୁର୍ ସଙ୍ଗ୍ ମିସିକରି ଜିଉନା କାଉନା କଲାସ୍ନି ବଲି ପର୍ମେସର୍ ତମର୍ଟାନେ ଅନି ମାଙ୍ଗ୍ଲାନି ।
19ସୁକଲ୍ଆତ୍ମାକେ ଏଲା କରାନାଇ । 20ସୁକଲ୍ଆତ୍ମା କଇଲା କାତା ଏଲା କରାନାଇ । 21ସବୁ ବିସଇ ପରିକା କରି ଦେକା, ଜନ୍ଟା ସତ୍, ସେଟା ଚାଡାନାଇ । 22ସବୁ ରକାମର୍ କାରାପ୍ କାମେଅନି ଦୁରିକେ ରୁଆ ।
23ନିଜେ ସାନ୍ତି ଦେବା ପର୍ମେସର୍ ତମ୍କେ ପୁରାପୁରୁନ୍ କରି ସୁକଲ୍ କର । ଆରି ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ବେଲେ, ତମର୍ ଆତ୍ମା, ଜିବନ୍, ଗାଗଡ୍ କାଇ ଦସ୍ ପାପ୍ ନ ଅଇକରି ସଙ୍ଗଇ ରଅ । 24ଜେ ତମ୍କେ ବାଚ୍ଲା ଆଚେ, ସେ ସେଟା କର୍ସି । କାଇକେବଇଲେ ସେ ବିସ୍ବାସ୍ ରକ୍ବା ଲକ୍ ।
25ଏ ବାଇବଇନିମନ୍, ଆମର୍ପାଇଁ ମିସା ପାର୍ତନା କରା ।
26ସବୁ ବାଇମନ୍କେ ସୁକଲ୍ ରଇ, ଆତେ ଦାରି ଜୁଆର୍ କରା ।
27ସବୁ ବାଇବଇନିମନର୍ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍ରୁର୍ ନାଉଁ ଦାରି ତମ୍କେ ମୁଇ ତିଆର୍ଲିନି।
28ମାପ୍ରୁ ଜିସୁ ଜିବନ୍ ଦୁକାଇ ଦୟା କଲାଟା ତମର୍ ସଙ୍ଗ୍ ର ।