Skip to content
The Believer's Library

Biblica® Open Odia Contemporary Bible

Mark 13 OOCB

Show OOCB only
Verse × ×
1 Leaving the temple, one of his disciples said to him, "Teacher, look! What huge stones, what magnificent buildings!" ଯୀଶୁ ମନ୍ଦିରରୁ ବାହାରି ଯାଉଥିବା ସମୟରେ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, “ଗୁରୁ, ଦେଖନ୍ତୁ, ଏହି ପ୍ରସ୍ତରସବୁ କି ବୃହତ୍ ଓ ଅଟ୍ଟାଳିକାଗୁଡ଼ିକ କି ଚମତ୍କାର!”
2 Jesus said to him, "Do you see these great buildings? Not one stone will remain here on another; all will be torn down." ଯୀଶୁ ଉତ୍ତର ଦେଲେ, “ଏହି ବୃହତ୍ ଅଟ୍ଟାଳିକାଗୁଡ଼ିକ ଦେଖୁଛ କଣ? ଏହାର ଗୋଟିଏ ପଥର ସୁଦ୍ଧା ଅନ୍ୟ ପଥର ଉପରେ ରହିବ ନାହିଁ, ପ୍ରତ୍ୟେକଟି ଭୂମିସାତ୍ ହେବ।”
3 As he sat on the Mount of Olives facing the temple, Peter, James, John, and Andrew asked him privately, ଯୀଶୁ ଯାଇ ଜୀତ ପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସିଲା ପରେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାଙ୍କୁ ନିଭୃତରେ ପଚାରିଲେ,
4 tell us, when will these things happen, and what sign shows all this is about to be fulfilled? “ଏହିସବୁ କେବେ ଘଟିବ ଏବଂ ଏହିସବୁ ସଫଳ ହେବାର ସମୟ ଆସିଲେ, କି ଚିହ୍ନ ଦେଖାଯିବ, ଆମକୁ କହନ୍ତୁ।”
5 Jesus began to tell them: "Watch out that no one deceives you. ଯୀଶୁ ସେମାନଙ୍କୁ କହିଲେ, ସାବଧାନ, କେହି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରୁ।
6 Many will come in my name, claiming, 'I am he,' and they will deceive many. କାରଣ ଅନେକେ ମୋ ନାମରେ ଆସି କହିବେ, ମୁଁ ସେହି ମସୀହ ଓ ଅନେକଙ୍କୁ ଭ୍ରାନ୍ତ କରିବେ।
7 When you hear of wars and rumors of wars, don't be troubled—these must happen, but the end isn't yet. ତୁମ୍ଭେମାନେ ଯୁଦ୍ଧର ସମ୍ବାଦ ଓ ଯୁଦ୍ଧ ବିଗ୍ରହର ଜନରବ ଶୁଣିବ, ମାତ୍ର ଶଙ୍କିତ ହେବ ନାହିଁ ଏସମସ୍ତ ଅବଶ୍ୟ ଘଟିବ, ତଥାପି ତାହା ଅନ୍ତିମକାଳ ନୁହେଁ।
8 Nation will rise against nation, kingdom against kingdom, earthquakes in various places, famines—these are the beginning of birth pains. ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବେ। ପୁଣି, ନାନା ସ୍ଥାନରେ ଭୂମିକମ୍ପ ଓ ଦୁର୍ଭିକ୍ଷ ହେବ। ଏସମସ୍ତ ପ୍ରସବବେଦନାର ଆରମ୍ଭ ମାତ୍ର।
9 Watch yourselves. They'll hand you to councils and beat you in synagogues. Because of me you'll stand before governors and kings, as a testimony to them. “କିନ୍ତୁ ତୁମ୍ଭେମାନେ ସତର୍କ ଥାଅ! ତୁମ୍ଭେମାନେ ବିଚାରାଳୟକୁ ନିଆଯିବ ଓ ଉପାସନାଗୃହମାନଙ୍କରେ ପ୍ରହାରିତ ହେବ, ପୁଣି ମୋ ସକାଶେ ତୁମ୍ଭେମାନେ ରାଜ୍ୟପାଳ ଓ ରାଜାମାନଙ୍କ ସାମନାରେ ଠିଆ ହେବ, ଯଦ୍ଦ୍ୱାରା ତୁମ୍ଭେମାନେ ସେମାନଙ୍କ ନିକଟରେ ସାକ୍ଷ୍ୟ ସ୍ଵରୂପ ହେବ।
10 And the gospel must first be proclaimed to all nations. ସବୁ ଜାତି ନିକଟରେ ପ୍ରଥମେ ସୁସମାଚାର ଅବଶ୍ୟ ପ୍ରଚାର କରାଯିବ।
11 When they arrest and hand you over, don't worry beforehand what to say. Say whatever you're given in that hour—it's not you speaking, but the Holy Spirit. ତୁମ୍ଭେମାନେ ଗିରଫ ହୋଇ ବିଚାରର ସାମନା କଲାବେଳେ କଅଣ କହିବ, ସେବିଷୟରେ ପୂର୍ବରୁ ଚିନ୍ତା କର ନାହିଁ। ସେହି ସମୟରେ ତୁମେ କଅଣ କହିବ, ତାହା ତୁମକୁ ଜଣାଇ ଦିଆଯିବ। କାରଣ ତୁମେ ଯେ କଥା କହିବ, ତାହା ନୁହେଁ, ମାତ୍ର ପବିତ୍ରଆତ୍ମା କହିବେ।
12 Brother will betray brother to death, father his child. Children will rise against parents and have them put to death. “ନିହତ ହେବା ପାଇଁ ଭାଇ ଆପଣା ଭାଇକୁ ଓ ପିତା ଆପଣା ସନ୍ତାନମାନଙ୍କୁ ଧରାଇ ଦେବେ। ସନ୍ତାନମାନେ ଆପଣା ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ମୃତ୍ୟୁଭୋଗ କରାଇବେ।
13 All will hate you for my name, but whoever endures to the end will be saved. ମୋ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେକେହି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ଲାଭ କରିବ।
14 When you see the abomination of desolation standing where it should not be (reader, take note), those in Judea must flee to the mountains. “ତୁମ୍ଭେମାନେ ଯେତେବେଳେ ସେହି ବିଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ତାହାର ଯେଉଁଠାରେ ରହିବା ଉଚିତ ନୁହେଁ, ସେଠାରେ ଅଧିଷ୍ଠିତ ହୋଇଥିବା ଦେଖିବ ଏହାର ଅର୍ଥ ପାଠକେ ବୁଝନ୍ତୁ-ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥିବେ, ସେମାନେ ପର୍ବତମାଳାକୁ ପଳାନ୍ତୁ।
15 Let no one on the housetop go down or enter the house to take anything out. ଯିଏ ନିଜ ଘର ଛାତ ଉପରେ ଥିବ, ସେ ତଳକୁ ଓହ୍ଲାଇ ନ ଆସୁ, କିମ୍ବା କୌଣସି ଜିନିଷ ବାହାର କରିବାକୁ ଘର ଭିତରକୁ ନ ଯାଉ।
16 Let no one in the field go back to get their coat. ଯେ କ୍ଷେତରେ ଥିବ, ସେ ପୋଷାକ ଆଣିବା ପାଇଁ ଫେରି ନ ଯାଉ।
17 How dreadful it will be in those days for pregnant women and nursing mothers! ସେହି ସମୟରେ ଗର୍ଭବତୀ ସ୍ତ୍ରୀ ଓ ସ୍ତନ୍ୟଦାତ୍ରୀ ମାତାମାନଙ୍କର ଦଶା କି ଭୟାନକ ନ ହେବ!
18 Pray that it will not happen in winter, ଏହା ଯେପରି ଶୀତକାଳରେ ନ ହୁଏ, ଏଥିପାଇଁ ପ୍ରାର୍ଥନା କର।
19 for those days will bring suffering unmatched since our Father created the world until now—and never to be matched again. କାରଣ ସେହି ସମୟରେ ଏପରି କ୍ଳେଶ ଆସିବ ଯେ, ଈଶ୍ୱର ଜଗତ ସୃଷ୍ଟି କରିବା ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେପରି କେବେ ହୋଇ ନ ଥିଲା, କିମ୍ବା ଆଉ କେବେ ହେବ ନାହିଁ।
20 Had the Sovereign not shortened those days, no one would survive; but the Sovereign shortened them for the elect he chose. “ପ୍ରଭୁ ଯେବେ ସେହି ଦିନଗୁଡ଼ିକ ଊଣା କରି ନ ଥାଆନ୍ତେ, ତେବେ କେହି ରକ୍ଷା ପାଆନ୍ତା ନାହିଁ କିନ୍ତୁ ସେ ଯେଉଁମାନଙ୍କୁ ମନୋନୟନ କରିଛନ୍ତି, ସେହି ମନୋନୀତ ଲୋକଙ୍କ ସକାଶେ ସେହି ଦିନଗୁଡ଼ିକ ଊଣା କରିଛନ୍ତି।
21 Then if anyone tells you, 'Look, here is the Christ!' or 'Look, there!' don't believe it. ସେତେବେଳେ କେହି ଯଦି ତୁମକୁ କହେ, ‘ଦେଖ, ଖ୍ରୀଷ୍ଟ ଏହି ସ୍ଥାନରେ ଅଛନ୍ତି,’ କିମ୍ବା ଦେଖ, ସେ ସେଠାରେ ଅଛନ୍ତି, ତେବେ ତାହା ବିଶ୍ୱାସ କର ନାହିଁ।
22 False christs and false prophets will appear, performing signs and wonders to deceive the elect, if possible. ଯେହେତୁ ବହୁ ଭଣ୍ଡ ଖ୍ରୀଷ୍ଟ ଓ ଭଣ୍ଡ ଭାବବାଦୀ ବାହାରିବେ ଏବଂ ଏପରି ଚିହ୍ନ ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଦେଖାଇବେ ଯେ, ଯଦି ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବା ସମ୍ଭବପର ହୁଅନ୍ତା, ତେବେ ସେମାନେ ତାହା କରନ୍ତେ!
23 So be on your guard; I have told you everything ahead of time. ତେଣୁ ସତର୍କ ଥାଅ; ମୁଁ ତୁମ୍ଭମାନଙ୍କୁ ସବୁ ବିଷୟ ଆଗରୁ ଜଣାଇ ଦେଲି।
24 But in those days, after that suffering, the sun will darken, and the moon will not give its light; “କିନ୍ତୁ ସେହି ସମୟରେ, ସେହି କ୍ଳେଶ ଉତ୍ତାରେ, “ ‘ସୂର୍ଯ୍ୟ ଅନ୍ଧକାରାଚ୍ଛନ୍ନ ହେବ, ଓ ଚନ୍ଦ୍ର ଆଲୋକ ଦେବ ନାହିଁ;
25 the stars will fall from the sky, and the powers in the heavens will be shaken. ତାରାଗଣ ଆକାଶରୁ ଖସି ପଡ଼ିବେ। ଓ ମହାକାଶର ଜ୍ୟୋତିଷ୍କସମୂହ ଟଳମଳ ହେବ।’
26 Then they will see the Son of Man coming in clouds with great power and glory. “ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ଗୌରବରେ ମେଘମାଳାରେ ଆସିବାର ଦେଖିବେ।
27 He will send his angels and gather his chosen from the four winds, from earth's ends to heaven's ends. ପୁଣି, ସେ ତାହାଙ୍କ ଦୂତମାନଙ୍କୁ ପଠାଇ ପୃଥିବୀର ସୀମାନ୍ତରୁ ଆକାଶର ସୀମାନ୍ତ ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କ ମନୋନୀତ ଲୋକଙ୍କୁ ସଂଗ୍ରହ କରିବେ।
28 Learn this from the fig tree: once its branch softens and leaves sprout, you know summer is near. “ଡିମ୍ବିରି ଗଛରୁ ଏହି ଶିକ୍ଷା ଗ୍ରହଣ କର: ଯେତେବେଳେ ତାହାର ସରସ ଡାଳରୁ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ଗ୍ରୀଷ୍ମକାଳ ଆସିଲାଣି ବୋଲି ତୁମେ ଜାଣିପାର।
29 So also, when you see these things happening, know it's near, at the door. ଠିକ ସେହିପରି, ଏହିସବୁ ଘଟିବାର ଦେଖିଲେ, ତୁମେ ଜାଣିବ ଯେ, ସେ ନିକଟବର୍ତ୍ତୀ, ଏପରିକି ଦ୍ଵାର ନିକଟରେ ଉପସ୍ଥିତ।
30 Truly I tell you, this generation will certainly not pass away until all these things have happened. ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଜାତି କୌଣସିମତେ ଲୋପ ପାଇବ ନାହିଁ।
31 Heaven and earth will pass away, but my words will never pass away. ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋର କଥାସବୁ କେବେ ଲୋପ ପାଇବ ନାହିଁ।
32 But no one knows that day or hour—not the angels in heaven, not the Son, only the Father. “ସେ ଦିନ କି ସେ ସମୟ କେହି ଜାଣେ ନାହିଁ, ଏପରିକି ସ୍ଵର୍ଗର ଦୂତମାନେ, କିମ୍ବା ପୁତ୍ର ମଧ୍ୟ ଜାଣନ୍ତି ନାହିଁ କେବଳ ପିତା ଜାଣନ୍ତି।
33 Be on guard! Stay alert! For you do not know when that time will come. ସାବଧାନ ଥାଅ! ସତର୍କ ରୁହ! ସେହି ସମୟ କେବେ ଆସିବ, ତାହା ତୁମ୍ଭେମାନେ ଜାଣି ନାହଁ।
34 Like a man on a journey: he leaves his house, gives his servants authority—each his own task—and orders the doorkeeper to stay alert. ତାହା ବିଦେଶଯାତ୍ର। କରୁଥିବା ଜଣେ ବ୍ୟକ୍ତିଙ୍କ ପରି, ଯେ କି ଘରର ଦାୟିତ୍ଵ ନିଜ ଦାସମାନଙ୍କୁ ଦେଲେ, ପ୍ରତ୍ୟେକଙ୍କୁ ନିରୂପିତ କାର୍ଯ୍ୟରେ ନିଯୁକ୍ତ କଲେ ଓ ଦ୍ଵାରୀକୁ ଜଗି ରହିବାକୁ ଆଦେଶ ଦେଲେ।
35 So stay alert, since you don't know when the master of the house comes—evening, midnight, rooster's crow, or dawn. “ତେଣୁ ସତର୍କ ଥାଅ! କାରଣ ଗୃହକର୍ତ୍ତା କେତେବେଳେ ଆସିବେ ସନ୍ଧ୍ୟା ବେଳେ କି ମଧ୍ୟରାତ୍ରିରେ କି କୁକୁଡ଼ା ଡାକିବା ବେଳେ କି ସକାଳେ ତାହା ତୁମେ ଜାଣି ନାହଁ।
36 Otherwise, if he comes suddenly, he may find you sleeping. ସେ ଯଦି ହଠାତ୍ ଆସନ୍ତି, ତୁମ୍ଭମାନଙ୍କୁ ନିଦ୍ରିତ ନ ଦେଖନ୍ତୁ।
37 What I say to you, I say to everyone: Keep watch!" ତେଣୁ ତୁମ୍ଭମାନଙ୍କୁ ଯାହା କହୁଅଛି, ସମସ୍ତଙ୍କୁ ତାହା କହୁଅଛି, ସଜାଗ ଥାଅ।”
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]