Skip to content
The Believer's Library

Biblica® Open Odia Contemporary Bible

2 Peter 1 OOCB

Show OOCB only
Verse × ×
1 Simon Peter, servant and apostle of Jesus Christ, to those given a faith as precious as ours through the righteousness of our God and Savior Jesus Christ: ଯୀଶୁ ଖ୍ରୀଷ୍ଟଙ୍କର ସେବକ ଓ ପ୍ରେରିତଶିଷ୍ୟ ଶିମୋନ ପିତର ନିକଟରୁ, ଆମର ଈଶ୍ୱର ତଥା ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଯେଉଁମାନେ ଆମର ବିଶ୍ୱାସ ପରି ବହୁମୂଲ୍ୟ ବିଶ୍ୱାସ ପାଇଅଛନ୍ତି ସେମାନଙ୍କ ନିକଟକୁ ଅଭିବାଦନ ଜଣାଉଅଛୁ:
2 May grace and peace be multiplied to you through knowing our Father and Jesus our Lord. ଈଶ୍ୱର ତଥା ଆମର ପ୍ରଭୁ ଯୀଶୁଙ୍କ ସମ୍ଭନ୍ଧୀୟ ଜ୍ଞାନ ଦ୍ଵାରା ତୁମ୍ଭମାନଙ୍କ ପ୍ରତି ବିପୁଳ ଅନୁଗ୍ରହ ଓ ଶାନ୍ତି ବିରାଜୁ।
3 His divine power gave us all we need for life and devotion to God, through knowing him who called us by his glory and excellence. ଯେ ନିଜର ଗୌରବ ଓ ଗୁଣାବଳୀ ଦ୍ଵାରା ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି ତାହାଙ୍କ ବିଷୟରେ ଆମେ ଜ୍ଞାନଲାଭ କରିବା ହେତୁ ଆମର ଜୀବନ ପାଇଁ ଓ ଧାର୍ମିକତା ପାଇଁ ଯାହାକିଛି ପ୍ରୟୋଜନ ତାହାଙ୍କର ଐଶ୍ୱରିକ ଶକ୍ତି ସେସମସ୍ତ ଆମକୁ ଦାନ କରିଅଛି।
4 Through these he gave us his precious and very great promises, so that through them you may share the divine nature, having escaped the world's corruption from evil desires. ଏହିସବୁ ଦ୍ଵାରା ସେ ଆମ୍ଭମାନଙ୍କୁ ଅତି ମହତ୍ ଓ ଅମୂଲ୍ୟ ପ୍ରତିଜ୍ଞାମାନ ଦେଇଅଛନ୍ତି, ଯଦ୍ଦ୍ୱାରା ତୁମ୍ଭେମାନେ ଜଗତର କୁଅଭିଳାଷଜନିତ ନୈତିକ ଭ୍ରଷ୍ଟତାରୁ ରକ୍ଷା ପାଇ, ଐଶ୍ୱରିକ ସ୍ଵଭାବରେ ଭାଗୀ ହୋଇପାରିବ।
5 So, making every effort, add goodness to your faith, and to goodness, knowledge; ଏହି କାରଣରୁ, ତୁମ୍ଭେମାନେ ନିଜର ବିଶ୍ୱାସ ସହିତ ସଦ୍‌ଗୁଣ ଏବଂ ସଦ୍‌ଗୁଣ ସହିତ ଜ୍ଞାନ
6 to knowledge, self-control; to self-control, endurance; to endurance, devotion to God, ଏବଂ ଜ୍ଞାନ ସହିତ ଆତ୍ମସଂଯମ; ଏବଂ ଆତ୍ମସଂଯମ ସହିତ ଧୈର୍ଯ୍ୟ; ଏବଂ ଧୈର୍ଯ୍ୟ ସହିତ ଈଶ୍ୱରପରାୟଣତା;
7 to devotion to God, brotherly affection; to brotherly affection, love. ଏବଂ ଈଶ୍ୱରପରାୟଣତା ସହିତ ଭ୍ରାତୃସ୍ନେହ; ଏବଂ ଭ୍ରାତୃସ୍ନେହ ସହିତ ପ୍ରେମ ଯୋଗ କର।
8 If you have these qualities, growing, they'll keep you from being useless or fruitless in knowing our Lord Jesus Christ. କାରଣ ଏହିସବୁ ଗୁଣ ଯଦି ତୁମଠାରେ ଅଛି ଓ ବୃଦ୍ଧି ପାଉଅଛି, ତେବେ ସେହିଗୁଡ଼ିକ ତୁମକୁ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଜ୍ଞାନରେ ନିଷ୍କ୍ରିୟ ଓ ନିଷ୍ଫଳ ହେବାକୁ ଦେବ ନାହିଁ।
9 Whoever lacks these things is blind, shortsighted, forgetting he was cleansed from his past sins. କିନ୍ତୁ ଏହିଗୁଡ଼ିକ ଯାହାଠାରେ ନାହିଁ, ସେ ଅଦୂରଦର୍ଶୀ ଓ ଅନ୍ଧ ଏବଂ ତାହାର ବିଗତ ଜୀବନର ପାପସବୁ ପରିଷ୍କୃତ ହୋଇଅଛି ବୋଲି ସେ ଭୁଲି ଯାଇଅଛି।
10 So, brothers and sisters, strive to confirm your calling and election; do these things and you will never stumble. ସେଥିପାଇଁ, ହେ ଭାଇମାନେ, ଈଶ୍ୱରଙ୍କ ଦ୍ଵାରା ତୁମ୍ଭମାନଙ୍କର ଆହ୍ଵାନ ଓ ନିର୍ବାଚନ ସୁଦୃଢ଼ କରିବାକୁ ଆହୁରି ଆଗ୍ରହାନ୍ୱିତ ହୁଅ। କାରଣ ଏହିସବୁ କଲେ, କେବେ ତୁମର ପତନ ହେବ ନାହିଁ,
11 This way you'll be richly given entrance into the eternal kingdom of our Lord and Savior Jesus Christ. ପୁଣି ଆମର ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ତୁମ୍ଭେମାନେ ସାଦର ଅଭ୍ୟର୍ଥନା ପାଇବ।
12 So I will always remind you of these things, though you know them and stand firm in the truth you now hold. ଯଦିବା ତୁମ୍ଭେମାନେ ଏହିସବୁ ବିଷୟ ଜାଣିଅଛ ଓ ବର୍ତ୍ତମାନ ପାଇଥିବା ସତ୍ୟରେ ଦୃଢ଼ ରହିଅଛ, ତଥାପି ମୁଁ ତୁମ୍ଭମାନଙ୍କୁ ଏହିସବୁ ସର୍ବଦା ସ୍ମରଣ କରାଇବି।
13 I think it right to keep stirring you with reminders while I remain in this tent, ଏହି ତମ୍ବୁରୂପ ଶରୀରରେ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କର ସ୍ମୃତି ଶକ୍ତିକୁ ସତେଜ ରଖିବା ଉଚିତ ମନେ କରୁଅଛି,
14 since I know I'll soon set my tent aside, as our Lord Jesus Christ showed me. କାରଣ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୋତେ ଯେପରି ସ୍ପଷ୍ଟ ଜଣାଇଛନ୍ତି, ତଦନୁସାରେ ଏହି ତମ୍ବୁରୂପ ଶରୀର ମୋତେ ଶୀଘ୍ର ତ୍ୟାଗ କରିବାକୁ ହେବ।
15 I will also strive so you can always recall these things after I depart. ଆହୁରି ମଧ୍ୟ ମୋର ମହାପ୍ରୟାଣ ଉତ୍ତାରେ ତୁମ୍ଭେମାନେ ଯେପରି ଏସମସ୍ତ ବିଷୟ ସର୍ବଦା ମନେରଖି ପାରିବ, ଏଥିପାଇଁ ମୁଁ ସର୍ବପ୍ରକାର ଚେଷ୍ଟା କରିବି।
16 For we didn't follow ingenious myths to tell you of our Lord Jesus Christ's power and coming—we were eyewitnesses of his majesty. ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପରାକ୍ରମ ଓ ଆଗମନ ବିଷୟ ଆମେ ତୁମ୍ଭମାନଙ୍କୁ କହିଲା ବେଳେ ଚତୁରତା ସହ କୌଣସି କପୋଳକଳ୍ପିତ କାହାଣୀ ଅବଲମ୍ବନ କରି କହି ନ ଥିଲୁ, ମାତ୍ର ଆମେ ତାହାଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲୁ।
17 He received honor and glory from our Father when a voice came to him from the Majestic Glory: "This is my Son, the one I love; I delight in him." କାରଣ ଯେତେବେଳେ ତେଜୋମୟ ମହିମା ମଧ୍ୟରୁ, ତାହାଙ୍କ ପ୍ରତି ଏହି ବାଣୀ ଉଚ୍ଚାରିତ ହେଲା, “ଏ ମୋହର ପ୍ରିୟ ପୁତ୍ର, ଏହାଙ୍କଠାରେ ମୁଁ ପରମପ୍ରୀତ।” ସେତେବେଳେ ସେ ପିତା ଈଶ୍ୱରଙ୍କଠାରୁ ସମ୍ଭ୍ରମ ଓ ଗୌରବ ଲାଭ କରିଥିଲେ;
18 We ourselves heard this voice come from heaven, for we were with him on the holy mountain. ତାହାଙ୍କ ସହିତ ସେହି ପବିତ୍ର ପର୍ବତ ଉପରେ ଥିବା ସମୟରେ ଆମେ ନିଜେ ଆକାଶରୁ ସେହି ବାଣୀ ଶୁଣିଥିଲୁ।
19 We also have the prophetic word made more certain—you do well to attend to it, like a lamp shining in a dark place, until day dawns and the morning star rises in your hearts. ତେଣୁ ଭାବବାଦୀମାନଙ୍କର ବାକ୍ୟ ଆମ ନିକଟରେ ଅଧିକ ସୁନିଶ୍ଚିତ ହୋଇଅଛି, ଏବଂ ତାହା ଅନ୍ଧକାର ସ୍ଥାନରେ ଉଜ୍ଜ୍ୱଳ ଆଲୋକ ସଦୃଶ ହୋଇଥିବାରୁ, ଉଷାର ଆଲୋକ ଓ ତୁମ ହୃଦୟରେ ପ୍ରଭାତୀ ତାରାର ଉଦୟ ନ ହେବା ପର୍ଯ୍ୟନ୍ତ, ସେଥିପ୍ରତି ତୁମର ମନୋଯୋଗ କରିବା ଉଚିତ।
20 Above all, you must understand that no prophecy of Scripture comes from one's own interpretation. ସର୍ବୋପରି, ତୁମ୍ଭେମାନେ ଏହା ଜାଣିରଖ ଯେ ଧର୍ମଶାସ୍ତ୍ରର କୌଣସି ଭବିଷ୍ୟଦ୍‌ବାଣୀ ଭବିଷ୍ୟତ୍‌ବକ୍ତାର ଅର୍ଥ ପ୍ରକାଶରୁ ଉତ୍ପନ୍ନ ହୋଇନାହିଁ।
21 No prophecy ever came by human will, but men spoke from our Father, carried along by the Holy Spirit. କାରଣ କୌଣସି ଭବିଷ୍ୟଦ୍‌ବାଣୀ କେବେହେଲେ ମନୁଷ୍ୟର ଇଚ୍ଛାରୁ ଜାତ ହୋଇନାହିଁ, ମାତ୍ର ମନୁଷ୍ୟମାନେ ପବିତ୍ରଆତ୍ମାଙ୍କ ଅନୁପ୍ରେରଣାରେ ଈଶ୍ୱରଙ୍କଠାରୁ ବାର୍ତ୍ତା ପାଇ ବ୍ୟକ୍ତ କରିଅଛନ୍ତି।
FHB

Scripture from Father’s Heart Bible™. © 2026 Spirit Media Publishing, the imprint of Spirit Media Inc. All rights reserved. In Divine Voice™ Color, the words spoken by our Father show in blue, the words of the Son in red, and the words of the Spirit in purple.

OOCB

Biblica® ମୁକ୍ତ ଭାବେ ଉପଲବ୍ଧ ଓଡିଆ ସମସାମୟିକ ବାଇବଲ™ କପିରାଇଟ୍ © 1998, 2026 by Biblica, Inc. Biblica® Open Odia Contemporary Bible™ Copyright © 1998, 2026 by Biblica, Inc. “Biblica” (ବିବ୍ଲିକା) ଏବଂ ବିବ୍ଲିକା ଲୋଗୋ, Biblica, Inc. ଦ୍ୱାରା ଯୁକ୍ତରାଷ୍ଟ୍ର ପେଟେଣ୍ଟ ଓ ଟ୍ରେଡମାର୍କ କାର୍ଯ୍ୟାଳୟରେ ପଞ୍ଜୀକୃତ ଟ୍ରେଡମାର୍କ। ଅନୁମତିକ୍ରମେ ବ୍ୟବହୃତ। “Biblica” is a trademark registered in the United States Patent and Trademark Office by Biblica, Inc. Used with permission.
Biblica® Open Odia Contemporary Bible · Creative Commons - Attribution-ShareAlike [CC BY-SA]